ଶକ୍ତି
ଶକ୍ତି
1 min
167
ଶାନ୍ତି ଦେଈ ସାଙ୍ଗରେ ତିରିଶ ବର୍ଷ ହେଲାଣି, ଏ ଘରକୁ ଆସିଥିଲା ଯାଗୁନି, ବୋଲ ହାକ ପାଇଁ ।
ଆଜି ଚିନୁ (ଶାନ୍ତି ଦେଈ ଝିଅ) ର ବାହାଘର ସରିଲେ, ଯାଗୁନିର ସଂସାର ଗଢ଼ିବା କଥା ବି ଶାନ୍ତି ଦେଈ ଚିନ୍ତା କରିବ, କେତେ ଥର ତାକୁ ଶାନ୍ତି ଦେଇ କହିଚି।
- ଝିଅ ବିଦା ସମୟ ହେଲା ବେଳକୁ ଶାନ୍ତି ଦେଇ ଯାଗୁନି ହାତକୁ ଶାଢ଼ୀ ଖଣ୍ଡେ ବଢେଇଦେଇ, କାନ୍ଦି କାନ୍ଦି କହିଲା " ଚିନୁକୁ ତୁ ତୋ ହାତରେ ବଢେଇଛୁ, ତା ସଂସାର ତୋତେ ଲାଗିଲା, ତୁ ତା ସାଙ୍ଗେ ତାର ଶାଶୁଘର କୁ ଯା".....
- ପାଦ ତଳେ ମାଟି ଖସିଗଲା ଯାଗୁନିର, କିଛି କହିଲାନି ସେ, ଚୁପଚାପ୍ ସେ ଶାଢ଼ୀ ପିନ୍ଧିଲା ।
- ସେପଟେ କାନ୍ଦ ବୋବାଳି ଝିଅ ବିଦା ବେଳର, ଆଉ ଏପଟେ ଯାଗୁନି ଦୌଡୁଥିଲା, ଏକା ନିଃଶ୍ୱାସରେ ,ଦୂରକୁ ବହୁତ୍ ଦୂରକୁ , ଆଉ ରହିପରିବନି ସେ କାହାର ଦାସୀ ହେଇ......
