STORYMIRROR

Ahalya Pattanaik

Children Stories Classics

3  

Ahalya Pattanaik

Children Stories Classics

ମାଂସ ତରକାରୀ

ମାଂସ ତରକାରୀ

1 min
190

" ମାଆ ଜାଣିଚୁ ? କାଲି ସେ ପଟ୍ଟନାୟକ ବାବୁଙ୍କ ଘରୁ ମାଂସ ରନ୍ଧା ବାସ୍ନା ଆସୁଥିଲା! ମୁଁ କେବେ ମାଂସ ଖାଇ ଥିଲି ମୋର ମନେ ବି ନାହିଁ , କୋରୋନା ପାଇଁ ତୁ କାମକୁ ଆଉ ଯାଉନୁ କି କିଛି ବି ଆଣୁନୁ, କାଲି ରଜ ସରିଯିବ ,ଆଣିବୁ ମାଂସ ? ମୁଁ ଖାଆନ୍ତି " ।


- ଲିଟୁର ଏ ପ୍ରଶ୍ନ ର ଉତ୍ତର ରେ ମା କହିଲା " ଦିନ ସାରା ଖେଳି ଖେଳି କାହା ଘରେ କଣ ରନ୍ଧା ହେଲା, ସେଇଆ ନାକରେ ବାଜୁଚି ତୋର , ୟେ ସ୍କୁଲ ବନ୍ଦ ହେଲା ଠାରୁ ତୋର ବାଳୁଙ୍ଗାମି ବଢ଼ି ଗଲାଣି । ଲିଟୁ ର ମୁହଁ ଟା ଏକ ଦମ୍ ଶୁଖିଗଲା ।


- ତାପର ଦିନ ଖେଳି ଖାଳି ଆସିଲା ବେଳକୁ, ଲିଟୁର ନାକରେ ପୁଣି ମାଂସ ରନ୍ଧା ବାସ୍ନା ବାଜିଲା, ଏଥର କିନ୍ତୁ ମାଆ ରାନ୍ଧୁଥିଲା " ଖାସି ମାଂସ ତରକାରୀ"....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍