Ahalya Pattanaik

Thriller

3  

Ahalya Pattanaik

Thriller

ମଲା ଜହ୍ନ

ମଲା ଜହ୍ନ

2 mins
156


-କ୍ଲାସ ରୁ ତର ତର ତର ହେଇ ବହାରି ଆସି କପାଳର ଝାଳକୁ ନିଜ ଶାଢ଼ୀ କାନିରେ ପୋଛି ଆଣିଲା ସୃଷ୍ଟି । ଆଜି ଲଗାତାର କ୍ଲାସ୍ । ପୁଣି ଆଜି ହିଁ ଆସିବାର ଥିଲା ନିଖିଲକୁ , କହୁଚି ନାଇଁ ସନ୍ଧ୍ୟାରେ ହବନି ତୁ ଏବେ ଦେଖା କର ତୋ ସ୍କୁଲ ବାହାରେ ।

- ଏପଟେ ସେ ଆଜି ବିଲକୁଲ ଭଲ ଦିଶୁନି । ପାଖା ପାଖି ବର୍ଷେ ପରେ ଦେଖା ହବ ସେ ପୁଣି ଏମିତି । ଆଗରୁ କହିଥିଲେ ଗୋଟେ ଭଲ ଶାଢ଼ୀ ପିନ୍ଧି ଆସିଥାନ୍ତା ।

- ଓହୋ, କାହିଁକି କେଜାଣି କେମିତି ଗୋଟେ ଛାନିଆ ଲାଗୁଚି ତାକୁ । ନିଖିଲ ସେ ସ୍କୁଲ ପାଖ ଚା ଦୋକାନ ପାଖରେ ହିଁ ଛିଡ଼ା ହେଇଥିବ ତାର ସେ ନୂଆ ବୁଲେଟ ନେଇ ଆସିଥିବ ବୋଧେ । ଜନ୍ମଦିନରେ ସାର୍ଟଟା ତାକୁ ଦେଇଥିଲା ସେଇଟା ପିନ୍ଧିଥିବ କି ? 

- ସୃଷ୍ଟିକୁ ସ୍କୁଲ ଅଗଣାରେ ଥିବା କାଗିଜି ଫୁଲ ଗଛ ଗୁଡାକ ଭାରି ସୁନ୍ଦର ଲାଗୁଥିଲେ ଆଜି । ସ୍କୁଲ ଗେଟ୍ , ଆଉ ଟିକେ ଆଗକୁ ଚା ଦୋକାନ ସେଠି ସେ ଛଅ ଫୁଟ ଶ୍ୟାମଳ ରଙ୍ଗର ପିଲାଟା ପୁରା ବ୍ରହ୍ମାଣ୍ଡ ଯାକର ଖୁସି ଆଣି ଆସିଚି ତା ପାଇଁ ।

- ତୋ ଗାଡ଼ି କାଇଁ ? କେବେ ଆସିଲୁ ଚେନ୍ନାଇରୁ? ଆଉ ଏମିତି ହଠାତ୍ କିନା କଣ ଦେଖା କରିବୁ କହିଲୁ? ଏ ଚା ଦୋକାନଟା କଣ ବନ୍ଦ୍ କରିଛି ନହେଲେ ଚା ପିଇ ଗପିଥାନ୍ତେ ...

 ଗୋଟେ ନିଃଶ୍ୱାସରେ ସବୁ କହିପକେଇଲା ସୃଷ୍ଟି ।

- ତୋତେ ଦେଖିବାକୁ ବହୁତ୍ ଇଚ୍ଛା ହେଲା ପଳେଇ ଆସିଲି, ତୁ କ୍ଲାସ୍ ସାରିକି ଆଗ ଘରକୁ ଆସେ ବହୁତ୍ କଥା ଅଛି, ମୁଁ ଚାଲିଲି ।

- ନିଖିଲର କଥା ସରିବା ମାତ୍ରେ ସ୍କୁଲ ବେଲ୍ ବାଜିଲା,

ହଉ ତୁ ଯାଆ ମୁଁ ଯାଏ କ୍ଲାସ୍ ଅଛି , ସନ୍ଧ୍ୟାରେ ବହୁତ୍ ଗପିବା । ସୃଷ୍ଟି ଗୋଟେ ତୃପ୍ତିର ହସ ନେଇ ସ୍କୁଲ ଗେଟ୍ ପାଖରେ ହେଇଚି ତ ଫୋନ ଆସିଲା ତାର 

ହଁ ମାଆ କହ - କହି ସାରି ଫୋନରେ ଜୋର୍ ରଡ଼ି ବୋବାଳି ଶୁଣିଲା ସେ ।

- କାନ୍ଦି କାନ୍ଦି ମାଆ କହୁଥଲେ ସୃଷ୍ଟି ଘରକୁ ଆସେ ଶୀଘ୍ର, ଆମେ ସବୁ ନିଖିଲର ଘରେ ଅଛୁ ,ଚେନ୍ନାଇରେ ତା ବାଇକ୍ କୁ ଟ୍ରକ୍ ଟା ବାଡେଇ ଦେଇଛି । ଆଉ ନାହିଁ ସେ , ସେଠିକା ହସ୍ପିଟାଲରୁ କଲ୍ ଆସିଥିଲା ...।


Rate this content
Log in

Similar oriya story from Thriller