STORYMIRROR

sanghamitra pattnaik

Horror Thriller

3  

sanghamitra pattnaik

Horror Thriller

ରୁମ ନମ୍ବର ପାଞ୍ଚ

ରୁମ ନମ୍ବର ପାଞ୍ଚ

3 mins
237


ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ବର୍ଣନା. କିନ୍ତୁ ଏ ଘଟଣା ମୋ ସହ ନୁହେଁ ମୋ ଭଉଣୀ ସହ ଘଟିଥିଲା ତେବେ ଆସନ୍ତୁ ବିସ୍ତାରିତ ଭାବେ ଘଟଣା ଟିକୁ ଜାଣିବା.

2017 ମସିହା ଡିସେମ୍ବର ମାସ ର କଥା ସେବେ ମୋ ଭଉଣୀ ଘର ଠୁ ବାହାରେ ରହି ପି. ଜି କରୁଥାଏ | ଏତେ ବଡ଼ ବିଶ୍ୱ ବିଦ୍ୟାଳୟ ରେ ପଢ଼ିବାର ସୁଯୋଗ ମିଳି ଥିବାରୁ ବେଶ ଖୁସି ଥାଏ ହେଲେ ପ୍ରଥମ ବର୍ଷ ତାକୁ କୌଣସି ଅଲଗା ରୁମ ମିଳି ନଥିଲା ତେଣୁ ସେ ଡରମି ରେ ରହୁଥିଲା (ଅନେକ ପିଲା ମିଶି ଗୋଟେ ହଲ ରେ ରୁହନ୍ତି ).

ତାକୁ ଟିକେ ଅସୁବିଧା ହେଉଥିଲ ପଢା ପଢି ରେ ତେଣୁ ସେ ଅଲଗା ରୁମ ପାଇଁ ଆପ୍ଲାଇ କରିଥିଲା ହେଲେ ରୁମ ମିଳିବାରେ ଡେରି ହେଲା ତଥାପି ଯା ହେଉ ଅଲଗା ଏକ ରୁମ ମିଳିଗଲା ତାକୁ , ରୁମ କୁ ସିଫ୍ଟ କରିଗଲା ଘରେ ବି ଖୁସି ହେଲେ ଅଲଗା ରୁମ ମିଳିଗଲାରୁ..

ପ୍ରଥମେ ପ୍ରଥମେ ତ କିଛି ଅସୁବିଧା ନଥିଲା ହେଲେ ଧୀରେ ଧୀରେ ତା ରୁମ ରୁ ଜିନିଷ ସବୁ ଆପେ ଆପେ ହଜି ବାକୁ ଲାଗିଲା, ସେ ଘରେ ବି ଜଣାଏ ହେଲେ ଘରେ କୁହନ୍ତି କେହି ସାଙ୍ଗ ପିଲା ନେଇ ଯାଉଥିବେ, କିନ୍ତୁ ସେ କହେ ଯେ ମୁଁ ତ ଏକା ରହୁଛି ମୋ ରୁମ ମେଟ ତ କେହି ନାହିଁ ନଉଚି କିଏ? ବିଶେଷ କରି ମୋ ଚୁଡି ଆଉ ଟିକିଲି..

ଏମିତି କିଛି ଦିନ ବିତି ଯାଏ, ତାପରେ ଆସେ ୱେଲକମ ବେଳ, ସିନିଅର ମାନେ ଜୁନିଅର ମାନଙ୍କୁ ୱେଲକମ କରିବେ ନାଚ, ଗୀତ ହବ ଆହୁରି କେତେ କଣ ହବ ତା ସହ ଡ୍ରେସ କୋଡ଼ ବି ସ୍ଥିର ହେଇ ଥାଏ ନାଲି ରଙ୍ଗର ଚୁଡିଦାର ଆଉ ପୂରା ଓଡ଼ିଆଣୀ ବେଶ ହେବାକୁ..

ତେଣୁ ମୋ ଭଉଣୀ ବି ସେଇ ଅନୁସାରେ ରେଡି ହେଉଥାଏ, ଠିକ ଏତିକି ବେଳେ କରେଣ୍ଟ ପଳେଇଲା.

ଓହୋ ଏ କରେଣ୍ଟ କୁ ଏବେ ଯିବାର ଥିଲା, ଧେତ ମୋ ମେକପ ଟା ଅଧାରେ ଅଛି ଏବେ ଗରମ ରେ ଛାଡି ଯିବ ଛି.. ହଉ ଯାଏ ସାଙ୍ଗ ମାନଙ୍କ ରୁମ କୁ..

ଆ କହି ସେ ନିଜ କବାଟ ଖୋଲି ବାକୁ ଗଲା ବେଳେ ତାକୁ ଲାଗିଲା ଯେମିତି କେହି ଜଣେ ତା ଓଢଣୀ କୁ ଭିଡି ତାକୁ ଅଟକଉଛି ସେ ଟିକେ ଡରି ଗଲା, ଆଉ ଏତିକି ବେଳେ କରେଣ୍ଟ ବି ଆସିଗଲା..

ଆରେ ଏ କଣ?? ମୋ ଚୁଡି ସବୁ କୁଆଡେ ଗଲା? ଓହୋ କଣ ଯେ ମୋ ଟିକିଲି ବି ନାହିଁ ଆଜି ପୁଣି ୱେଲକମ ସିନିଅର ମାନେ ଯଦି ତାକୁ ଗାଳି କରନ୍ତି ହଉ ଛାଡ଼ ଯା ହବ ଆଉ.. ଆ କହି ବାହାରି ଗଲା ରୁମ ରୁ ଆଉ ରୁମ ତାଲା ପକେଇଲା ବେଳେ ବି ତାକୁ ଲାଗିଲା କେହି ଯେମିତି କାନ୍ଦୁଛି କିନ୍ତୁ ପାର୍ଟି କୁ ଯିବାର ଡେରି ହଉ ଥିବାରୁ ସେ ତରତର ରେ ପଳେଇ ଆସିଲା..

ହଷ୍ଟେଲ ୱେଲକମ ପାର୍ଟି ତେଣୁ ସରିଲା ବେଳକୁ ରାତି ପ୍ରାୟେ ଦିଟା, ତାକୁ ପ୍ରବଳ ହାଲିଆ ଲାଗିଲାଣି ଆଉ ଡ୍ରେସ ନ ବଦଳି ସେମିତି ଶୋଇ ପଡିଲା ହଟାତ କାହା କାନ୍ଦ ରେ ତା ନିଦ ଭାଙ୍ଗି ଗଲା, ଆଉ ଆଖି ଖୋଲି ଯାହା ଦେଖିଲା ସେ କଥା ସେ ମତେ ଯେବେ କହୁ ଥିଲା ସେବେ ବି ଶିହିରି ଉଠୁ ଥିଲା I ସେ ଦେଖିଲା କେହି ଜଣେ ନାଲି ଚୁଡିଦାର ପିନ୍ଧି ଚୁଡି ଆଉ ବିନ୍ଦି ଲଗେଇ ତା ଆଗରେ ଛିଡା ହେଇ ତାକୁ ଅନେଇଛି Iକଣ କରିବ କିଛି ଭାବି ପାରୁ ନଥାଏ ପାଖରେ ଜଗନ୍ନାଥ ଙ୍କ ଛଡା ଫୁଲ ଥିଲା ତାକୁ ଧରି ଜଗନ୍ନାଥ ଙ୍କୁ ସ୍ମରଣ କଲା କିନ୍ତୁ କିଛି ସମୟ ମଧ୍ୟରେ ସେ ଭୟ ରେ ବେହୋସ ହେଇ ଗଲା..

ଆଉ ହୋସ ଆସିଲା ବେଳକୁ ସେ ବଡ଼ ମେଡିକାଲ ରେ, ସେ କେମିତି ଏଠିକି ଆସିଲା ପଚାରିଲାରୁ, ତା ସାଙ୍ଗ କହିଲା ସକାଳୁ ଦେଖିଲି ତୋ ରୁମ ଖୋଲା ଅଛି ଭିତରେ ଯାଇ ଦେଖେ ତ ତୁ ଖଟ ତଳେ ପଡିଚୁ ତେଣୁ ଆମେ ତତେ ମେଡିକାଲ ଆଣିଲୁ ଆଉ ତତେ ଏବେ ଜର ବି ତୁ ଏଇଠି ଦି ଦିନ ରହିବୁ ଡାକ୍ତର କହିଛନ୍ତି..

ଆଉ ସେ ରାତି ପରଠୁ ଜର, ଝାଡା, ବାନ୍ତି ପ୍ରାୟେ ଲାଗି ରହିଲା ଦି ତିନି ଦିନ ରେ ପୁରା ଝଡି ଗଲା ଘର ଲୋକ ଯାଇ ତାକୁ ଘରକୁ ବି ନେଇ ଆସିଲେ କିନ୍ତୁ ପ୍ରାୟେ ମାସେ ଲାଗିଲା ତା ଦେହ ପୂରା ପୁରି ଠିକ ହେବାକୁ, ଆଉ ସେ ରୁମ ବଦଳେଇ ଆଉ ଦୁଇ ଜଣ ଝିଅ ଙ୍କ ସହ ରହିଲା..

ଭୁତ ପ୍ରେତ ରେ ଭରସା କରୁ ନଥିବା ଝିଅ ର ଏମିତି ଅବସ୍ଥା ହବା ଟା ଆମକୁ ବ୍ୟଥିତ କରିଥିଲା ତେବେ ଘଟି ଥିବା ଘଟଣା ଆପଣ ମାନଂକୁ ବିଶ୍ୱାସ ହବ କି ନା  ତାହା ମୁଁ ଜାଣିନି କିନ୍ତୁ ମୋ ଭଉଣୀ ର ଏମିତି ଅବସ୍ଥା ଦେଖି ମୁଁ ପୂରା କାବା ହେଇ ଯାଇ ଥିଲି ଆଉ ଯାହା ଶୁଣା କଥା ରୁ ଜାଣିଲୁ କି ସେ ଘରେ ଗୋଟେ ଝିଅ ଟେ କୌଣସି କାରଣ ପାଇଁ ଆତ୍ମ ହତ୍ୟା କରିଥିଲା ଆଉ ତାକୁ ସଜବାଜ ହବାକୁ ଭାରି ପସନ୍ଦ ବିଶେଷ କରି ନାଲି ରଙ୍ଗ ଆଉ କଳା ବିନ୍ଦି..

ଆଉ ସେଦିନ ମୋ ଭଉଣୀ ସେ ସବୁ ପିନ୍ଧି ଥିଲା ତେଣୁ ବୋଧେ ସେ ଆସିଥିଲା ତା ମନ ର କଥା କହିବାକୁ...



Rate this content
Log in

Similar oriya story from Horror