Madhabi Patel

Inspirational

3  

Madhabi Patel

Inspirational

ରୋଷେଇ

ରୋଷେଇ

2 mins
165



ପଙ୍କଜକୁ ଟିଭିରେ ଦେଖି ଶାଳିନୀକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଥିଲା।ଆଉ ବହୁତ ଖୁସି ବି ଲାଗୁଥିଲା।ପଙ୍କଜ ତାର ଅନ୍ତରଙ୍ଗ ସାଙ୍ଗଥିଲା।ଏକା ସ୍କୁଲରେ ପାଠପଢିଥିଲେ।ବାହାଘର ବି ଗୋଟିଏ ଗାଁରେ ହେଇଥିଲା।ଛୋଟ ସୁଖଦୁଃଖର ପରିବାର ଥିଲା।ଶିକ୍ଷୟତ୍ରୀ ଚାକିରୀ କରି କୌଣସି ମତେ ଟଣାଟଣି କରି ଘରର ଖର୍ଚ୍ଚ ଚଳାଉଥିଲା।ଅଭାବର ଚାପରେ ତାର ଅନେକ ଇଛା ପେଷିହେଇ ରହି ଯାଉଥିଲା ଅପୂରଣ ହେଇ।ନା ଭଲକିଛି ପିନ୍ଧି ପାରୁଥିଲା ନା କୁଆଡେ ବୁଲିବାକୁ ଯାଇ ପାରୁଥିଲା।ଶଶୁରଘରର ଅନେକ ଦାୟିତ୍ବ ନିଭାଉ ନିଭାଉ ନିଜରବି କିଛି ପସନ୍ଦ ଅଛି ବୋଲି ଭୁଲି ଯାଇଥିଲା।କୁଆଁରୀ ସମୟରେ ସେ ଭଲଭଲ ସ୍ବାଦିଷ୍ଟ ଖାଦ୍ୟ ଖାଇବାର ସୌକିନ ଥିଲା।ସେ ରେଷ୍ଟୁରାଣ୍ଟରେ ଯାହା ଖାଉଥିଲା ଘରେ ଆସି ତାହା ବନେଇବାକୁ ଚେଷ୍ଟା କରୁଥିଲା।ଆଉ ସଫଳ ବି ହେଉଥିଲା।ସେ ଧିରେ ଧିରେ ରୋଷେଇ କରିବାରେ ଧୂରନ୍ଧର ହେଇଗଲା।ହେଲେ ଏହା କିଛି କାମରେ ଆସୁନ ଥିଲା।ବରଂ ତା ରୋଷେଇର ସ୍ବାଦ ଚାଖି ସମସ୍ତେ ନାନା ବ୍ୟଞ୍ଜନ ବନାଇଦେବାକୁ ଅନୁରୋଧ କରୁଥିଲେ।ଆଉ ଚାକିରୀରୁ ଫେରବିି ତାକୁ ବହୁତ କାମ କରିବାକୁ ପଡୁଥିଲା।ହେଲେ କୌଣସି କାମ କେବେ ବେକାର ଯାଏନି।ଯେତେ ଅଧିକ କାମ କଲେ ଲୋକ ସେ କାମରେ ପ୍ରବୀଣ ହେଇଯାଏ।ତା ସଙ୍ଗେ ସଙ୍ଗେ ଦେହ ବି ସ୍ବସ୍ଥ ରହେ।ଥରେ ପଙ୍କଜ ଶାଳିନୀ ଘରକୁୁ ଅତିଥି ହେଇ ଆସିଥିଲା।ସେଦିନ ତାପୁତୁରାର ଜନ୍ମଦିନ ଥିଲା କୁକ୍ କୋଣସି କାମ ପାଇଁ ଆସିଲାନାହିଁ।ପଙ୍କଜ ସବୁ କାମ ନିଜ ହାତକୁ ନେଇ ସମ୍ଭାଳିନେଇଥିଲା ଭଲ ଭାବରେ।ତା ହାତର ପନୀର ତରକାରି, ଚିକେନ୍, ହାଲୁଆ ସବୁ ବହୁତ ସ୍ବାଦିଷ୍ଟ ହେଇଥିଲା।ସମସ୍ତେ ଖାଦ୍ୟର ପ୍ରଶଂସା କରୁଥିଲେ।ସେଦିନ ଶାଳିନୀକୁ ସାଙ୍ଗର ହାତର କୁଶଳତାର ଆଭାସ ହେଇଥିଲା। ଶାଳିନୀର ଶଶୁରଘରେ ହୋଟେଲ ବ୍ୟବସାୟ କରନ୍ତି।ସେ

 ହୋଟେଲରେ କାମ କରିବୁକି ବୋଲି ପଙ୍କଜକୁ କହିଥିଲା।ହେଲେ ପଙ୍କଜ ଶିକ୍ଷୟତ୍ରୀ ଚାକିରୀ ତାପାଇଁ ଠିକ୍ ଅଛି ବୋଲି ମନାକରିଦେଲା।ରେଷ୍ଟୁରାଣ୍ଟରେ କାମ କରିବା ଅଧିକ ସମୟ ନେବାସହ ଏହା ଏତେ ସମ୍ମାନ

ଜନକ ନୁହେଁ ବୋଲି ଲୋକେ ଭାବନ୍ତି। ଯଦିଓ ଏଥିରେ ବହୁତ ଦରମା ମିଳିଥାଏ।ତାପରେ ପଙ୍କଜ ଶୁଣିବାକୁ ପାଇଲା ମାଷ୍ଟର ସେଫ୍ ସୋ ହେବାକୁ ଯାଉଛି।ସେ ବି ଆବେଦନପତ୍ର ଭରିଦେଲା।ତାପରେ ସେ ଭାଗନେଲା ସୋ ରେ।ଗୋଟିଏ ପରେ ଗୋଟିଏ କରି ସବୁ ପ୍ରତିଯୋଗିତା ପାଶ୍ କରିବାକୁ ଲାଗିଲା।ତାର ହାତ ତିଆରି ସବୁ ଖାଦ୍ୟ ସ୍ବାଦିଷ୍ଟ ହେଉଥିଲା।ପୁରାତନ ରାଜାଜମାନାର ଖାଦ୍ୟ ସହ ଆଧୁନିକ ଓ ଅନ୍ତର୍ରାଷ୍ଟ୍ରିୟ ସବୁପ୍ରକାର ଖାଦ୍ୟ ତିଆରିରେ ସେ ସଫଳତା ପାଇଲା।ସେ ପ୍ରତିଯୋଗିଙ୍କ ଭିତରେ ପ୍ରଥମ ହେଇଥିଲା।ସେ ଏକଲକ୍ଷ ଟଙ୍କା ପୁରସ୍କାର ସଙ୍ଗେ

ମାଷ୍ଟର ସେଫ୍ ଚାକିରି ପାଇଲା।ଜଣେ ଅଜଣା ଅଶୁଣା ନାମ ଏକାଏକ କ୍ଷଣକରେ ବିଖ୍ୟାତ ହେଇଗଲା।ଭାରତସହ ବାହାର ଦେଶରେ ବି ସେ ଜଣାଶୁଣା ହେଇଗଲା।ସାମାନ୍ୟ ରୋଷେଇର ହୁନର ତାକୁ ଶୀର୍ଷସ୍ଥାନକୁ ଉଠାଇ ଦେଇଛି।ସେ ସାଙ୍ଗର ସଫଳତା ଦେଖି ବହୁତ ଖୁସି ହେଉଥିଲା।ସାମାନ୍ୟ ଜୀବନରୁ ଆସି ସେ ଏବେ ବାହାର ଦେଶରେ ଯାଇ ସେଠିକା ରାନ୍ଧଣା ଶିଖି କେତେ ଅନୁଭୁତି ସାଉଁଟି ପାରିଛି।ସେ ଆଜି ଚର୍ଚ୍ଚିତ ନାମଟିଏ ପାଲଟି ଯାଇଛି।କେବେ କାହାର କୋଉ ହୁନର ତାକୁ ଶିର୍ଷକୁ ଉଠାଇ ଦେବ କହିହେବନି।ତେଣୁ ନିଜର କୌଣସି କାମକୁ ଛୋଟ ନଭାବି କରିଯିବା ଉଚିତ।



Rate this content
Log in

Similar oriya story from Inspirational