ରମାଇ ପାହାଡ଼ ଅନୁଭୂତି (ଅଗସ୍ତି)
ରମାଇ ପାହାଡ଼ ଅନୁଭୂତି (ଅଗସ୍ତି)
ହାଡ଼ଭଙ୍ଗା ଶୀତ ରାତି ରେ ଟିକେ ଉଠିବାକୁ ଭାରି କଷ୍ଟ ଅନୁଭବ ଲାଗେ । ତଥାପି ମନ କୁ ରାମ ବାଣ କରି ଠିକ୍ ପାହାଁନ୍ତିଆ ସମୟ ହେଲେ, ସଙ୍ଗେ ସଙ୍ଗେ ଢାପି ହେଇ ଥିବା ଚାଦର ଟା କୁ ରଖି ଦିଏ । ସଜ୍ୟ ତ୍ୟାଗ କରେ । ମୁହଁକୁ ପାଣିରେ ପଖାଳି, ପାଦରେ ଚପଲ, ମୁଣ୍ଡ ରେ ମୋଫଁଲର୍ ସହିତ ହାତରେ ବାଡି ଧରି କ୍ଷଣିକ ତିଲକ୍ ମାତ୍ରକେ ଡେରି ନ କରି ଘରର କବାଟ ଖୋଲି ବାହାରି ପଡେ ବୁଲିବା ପାଇଁ । ମୋ ପଛେ ପଛେ ପିଟର ନାମ ଏକ ଜର୍ମାନ୍ କୁକୁର ଧାଇଁ ବାକୁ ଲାଗେ । ସତେ ଯେମିତି ସେ ମୋ କବାଟ ଖୋଲିବା ର୍ ଅପେକ୍ଷାରେ ଅନେଇ ବସିଛି ।
ପୂର୍ବ ଜନମ ର୍ ବନ୍ଧୁ ଭଲି ମୋ ପଛେ ପଛେ ଚାଲିବାକୁ ଆରମ୍ଭ କରେ । ସେଇ ସଅଲ ମୁହୂର୍ତ୍ତ ଭାରି ଜଡ. କିନ୍ତୁ ଗାଁ ଦାଣ୍ଡ ବତୀ ଖୁଣ୍ଟ ର କିରଣ ମୁହଁରେ ପଡି ନିଦ୍ରା ଭଙ୍ଗ କରି ଦିଏ ।
ମୋର ଦୁଇ ପାଦ ସାତ ଜନମ ର ସାଥୀ ପରି ଆଗ ପଛ ହେଇ ନିଛାଟିଆ ପଥରେ ଚାଲୁ ଥାନ୍ତି । ଆକାଶ ଦେଖିବାକୁ ନିର୍ମଳ ରହିଥାଏ । ସୁଲୁସୁଲିଆ ପବନ ଧୀରେ ବେଗ ରେ ବହିବାକୁ ଲାଗିଥାଏ । ସେଇ ପରିବେଶ ଭାରି ହିତ କର। ଶୀତ ରେ ଦେହଟା ଥରିବାକୁ ଲାଗେ ତଥାପି ଭୟ କରିବାର କିଛି ନ ଥିଲା କାରଣ କିଛି ବାଟ ଅତିକ୍ରମ କଲାପରେ ଶରୀର ଟି ଗରମ୍ ହେଇ ବେଶ୍ ଫୁର୍ତ୍ତି ଲାଗିଲା । ରାସ୍ତା ର ଦୁଇ ପାର୍ଶ୍ୱରେ ବିଶାଳ ବୃକ୍ଷ ମାଳ ରହିଛି। ବୃକ୍ଷ ଶାଖା ମାନଙ୍କରେ ଭିନ୍ନ ଭିନ୍ନ ବିହଙ୍ଗ ପକ୍ଷି ଓ ଶିଶୁ ଗଣ ମାତୃ ମୋହ ରେ ସଙ୍ଗିତ ଗାନ କରୁ ଥାନ୍ତି । ପକ୍ଷୀ ମାନଙ୍କ ରବ ଶୁଣିବାକୁ ବେଶ୍ ମନ ଭାରି ଶାନ୍ତି ଲାଗେ । ଯାଉ ଯାଉ କିଛି ମାଇଲ ଗଲା ପରେ ଭେଟ ହୁଏ ଏକ ବିରାଟକାୟ ଘଞ୍ଚ ପାହାଡ । ନା ଟି ଥିଲା '' ରମାଇ ପାହାଡ଼ '' .... ତା ସଙ୍ଗେ ଘେରି ରଖି ଛ ନ୍ତି ଛୋଟ ବଡ ପର୍ବତ ଗଣ ।
ଦେଖି ବାକୁ ସେ ରାଜା ଭଲି ଏବଂ ତାର ମସ୍ତକରେ ରତ୍ନ ଅଳଙ୍କାର ଧାରଣ ମୁକୁଟ ଖଞ୍ଜା ରହିଚି।
ଲାଗେ ଯେମିତି କି ସ୍ଵର୍ଗ ରୁ ଦେବତା ମାନେ ଓହ୍ଲାଇ ଆସି ରମାଇ ପାହାଡ ଚରଣ ତଳେ ପୂଜାର୍ଚନା କରୁଛନ୍ତି ।
ମେଘ ମାଳ ମାନେ ସବୁ ଜାଲରେ ଗୁନ୍ଥି ହେଲା ଭଲି ଧୂପ ଦେଇ ବନ୍ଦନା କରୁଛନ୍ତି ରମାଇ କୁ । କାକର ବୁନ୍ଦା ମାନେ ଝଲକି ଉଠି ଦୀପ ପ୍ରଜ୍ବଳନ କରନ୍ତି ଚକ୍ ଚକ୍ ହେଇ। ସତରେ ସେ ଦୃଶ୍ୟ ଦେଖିବାକୁ ବହୁତ ଚମତ୍କାର ଓ ରମଣୀୟ । ସତରେ ମୁଁ ସ୍ଵର୍ଗ କୁ ପାଦ ରେ ଚାଲି ଚାଲି ପହଂଚି ଗଲି ମନେ ରେ ଅନୁଭୂତ ଲାଗିଥାଏ।
ପାହାଡା ର ନିକଟବର୍ତ୍ତୀ ଏକ ରାସ୍ତା ରହିଛି.।
ରାସ୍ତା ରେ ଯିବା ସମୟରେ କୁଲୁ କୁଲୁ କରି ବୋହି ଯାଉ ଥିବା ଝରଣା ର ମଧୁର ଶବ୍ଦ ଆତ୍ମା ତୃପ୍ତି ପରିହିତ ଲାଗେ... ।
ସୁଲୁସୁଲିଆ ପବନ ବୋହିବାର ଅନିବାର୍ଯ୍ୟ ଥିଲା.। ବଡ ବଡ ବୃକ୍ଷ ମାନେ ପାବନ ବେଗ ତାଳେ ତାଳେ ଝୁମି ଉଠନ୍ତି । କିଛି ସମୟ କିଛି ମାଇଲ ଗଲା ପରେ ଘର ମୁହାଁ ହେବା କୁ ଲାଗେ ମୁଁ । ଗୋଡ ଦିଟା ଲେଉଟି ବାକୁ ଇଛା କରନ୍ତି ।
ଲେଉଟିବା ସମୟ ଟିକେ ସକାଳ ହେବାକୁ ଲାଗେ ।
ଭାସ୍କର ଙ୍କ ପ୍ରଥମ କିରଣ ଯେତେ ବେଳେ ଗାଁ ର ବକ୍ଷ ମଧ୍ୟେ ପଡେ... ତାହା ଦେଖିବାକୁ ନିଆରା। କଅଁଳ ଖରାରେ ଗ୍ରାମ ର ସର୍ବସ୍ୱ ଚିନ୍ତା, ଭାରାକ୍ରାନ୍ତ ମନକୁ ହାଲକା ଫୁଲକା କରି ଦିଏ.. ଚତୁଃପାର୍ଶ୍ବରେ ଶୀତଳ ଭଣ୍ଡାର ଛାଇ ଦିଏ । ପୁଷ୍କରିଣୀ ରେ ପଦ୍ମ ଫୁଲ ଫୁଟି କେତେ ଟହଲ ମହଲ କରନ୍ତି ।