ରଖ ନାରାୟଣ
ରଖ ନାରାୟଣ
ରଖ ନାରାୟଣ ରଖ ନାରାୟଣ ପ୍ରାଣ ବିକଳରେ ହାତିଟି ନାରାୟଣଙ୍କୁ ସୁମରି ଅସହ୍ୟ ଚିତ୍କାର ଛାଡୁଥାଏ ।ଅଧିଆ ପଡୁଥାଏ ପ୍ରଭୁଙ୍କ ପାଦପଦ୍ମରେ। ଏଇଟା ପରା କଳି ଯୁଗ କେଉଁ ନାରାୟଣ ଆସି ତାକୁ ରକ୍ଷା କରିବେ।
ଡାକ ଛାଡୁଥାଏ ହେ ପ୍ରଭୁ ଏତେବଡ ବିପତ୍ତିରୁ ତୁମେ ସେହି ଗଜକୁ କୁମ୍ଭୀର କବଳରୁ ରକ୍ଷା କରିଥିଲ ଆଜି ମୋର ଅବସ୍ଥା ସଂକଟାପନ୍ନ। ମତେ ରକ୍ଷାକର। ତୁମ ଚରଣ ତଳେ ଶରଣ ପଡୁଛି। ମୁଁ ସେହି ଏକା ଭକ୍ତ ତୁମର।
ହେ ନିଷ୍ଠୁର ମାନବ ସମାଜ ଏ କି ତୁମର ଅବିବେକିତା ତୁମେ ବିଶ୍ବାସରେ ବିଷ ଭରିଦେଲ।ସପୁରୀ ଭିତରେ ବୋମା ରଖି ଖାଇବାକୁ ଦେଇଦେଲ। ଏ କି ପ୍ରକାର ଅମାନବୀୟ ବର୍ବରତା। ଧରମ ସହିଵ ନାହିଁ ତୁମ ମାନଙ୍କୁ । ଚାହିଁଲେ ତୁମେମାନେ ମତେ ସେ ଇଲାକାରୁ ଘୋଇଡି ପାରିଥାନ୍ତ।।ବନ୍ୟପଶୁପକ୍ଷୀଙ୍କ ସୁରକ୍ଷା କରିବା ତୁମମାନଙ୍କର କର୍ତ୍ତବ୍ୟ। ବନ୍ୟ ସୁରକ୍ଷାକର୍ମୀକୁ ଯାଇ ତୁମେ ଖବର ଦେଇ ପାରିଥାନ୍ତ। ସାଙ୍ଗସାଥୀ ସହ ଆସି ବାଟଭୁଲି ଯାଇଥିଲି। ତାମାନେ ନୁହଁ ତୁମେ ମତେ ଏଭଳି ମାରିଦେବ।
ମୋର ବି ଜୀବନ ଅଛି ଅସହ୍ୟ ଯନ୍ତ୍ରଣାରେ ଭାରି କଷ୍ଟ ହେଉଛି। ମୋ ପେଟରେ ରହିଛି ଵାଳୁତ ନନ୍ଦନ। କୁନି ଛୁଆଟି ପେଟ ଭିତରେ ମତେ କହୁଛି ମାଆ ମୋର କଣ ହୋଇଛି ମୋର ଶରୀର କ୍ଷତବିକ୍ଷତ ହେଲାପରି ଲାଗୁଛି।ତୁ ମତେ ତୋ ଜରାୟୁରେ ଆଶ୍ରୟଦେଇଥିଲୁ। କହୁଥିଲୁ ଆଉ କିଛି ଦିନ ପରେ ଦୁନିଆକୁ ଆସି ଦୁନିଆ କଣ ଦେଖିବୁ।ଆଉ କିଛି ଦିନ ଅପେକ୍ଷା କରେ। ଆଜି କଣ ହୋଇଛି। ମୋର ପ୍ରାଣବାୟୁ ଉଡିଲା ପରି ଲାଗୁଛି।
ଧନରେ ମୋ ଗେଲାରେ ଆମ ସମୟ ସରି ସରି ଆସୁଛି। ମୁଁ ତତେ ଆଉ ବଞ୍ଚାଇପାରିଵି ନାହିଁ। ତୁ ଜନ୍ମ ହେବା ପୂର୍ବରୁ ତତେ ଏ ଜନ୍ମରେ ମୋ କୋଳରେ ଧରିପାରିଲି ନାହିଁ କ୍ଷମା କରିଦେବୁ ଆମର ପୁନର୍ଜନ୍ମ ହେଲେ ମୁଁ ତୋ କୋଳରେ ଛୁଆ ହୋଇ ଆସିବି। ତୁ ମତେ ଗର୍ଭରେ ଧରିବୁ।ମତେ କୋଳେଇ କାଖେଇ ବଡ କରିଵୁ। ।
କ୍ଷମା କରି ଦେଵୁରେ ଧନ ଆ.......ଓଃ କି କଷ୍ଟ। ଆଉ ବଞ୍ଚିଵିନି। ସପୁରୀ ଲୋଭରେ ପ୍ରାଣବାୟୁ ମୋର ଚାଲିଗଲା।ଆଜି ମୋର ଏ ଅବସ୍ଥା ପାଇଁ ସେ ନିଷ୍ଠୁର ମାନବ ଦାୟୀ। ଆଜି ମୋର ଅବସ୍ଥା ଏୟା ଆସନ୍ତା କାଲି ମୋର ସାଙ୍ଗସାଥୀର ଏଭଳି ଅବସ୍ଥା ହେବ ଵୋଲି କିଛି ମାନେ ନାହିଁ।ରକ୍ଷା କର ପ୍ରଭୁ ରକ୍ଷା କର।
ହେ ପ୍ରଭୁ ନାରାୟଣ ନାରାୟଣ କେଉଁଠି ଅଛ ବୈକୁଣ୍ଠ ପୁରରେ ମତେ ସ୍ଥାନଟିଏ ଦିଅ।