Suvram Prusty

Horror Tragedy Thriller

3  

Suvram Prusty

Horror Tragedy Thriller

ରହସ୍ୟ

ରହସ୍ୟ

2 mins
162


ଆଜକୁ ପ୍ରାୟ ୧୦ ବର୍ଷ ତଳର ଘଟଣା । ମୁଁ ସେ ସମୟରେ ସପ୍ତମ ଶ୍ରେଣୀରେ ପଢୁଥାଏ । ସେଦିନ ଥାଏ ରବିବାର ଛୁଟିଦିନ । ରବିବାର ଦିନ ରାତିରେ ପ୍ରାୟ TV ର ପ୍ରତ୍ୟେକ ଚ୍ୟାନେଲ ରେ ସିନେମା ଦେଖାଏ । ବାପା, ମା', ସାନ ଭାଇ, ଜେଜେ ମା' ଏବଂ ମୁଁ ଆମେ ସମସ୍ତେ ମିଶି ସିନେମା ଦେଖୁ ଆଉ ।

ରାତି ପ୍ରାୟ ୯.୩୦ ସମୟ ହେବ ମା' ଖାଇବାକୁ ବାଢିକି ଆମକୁ ହାତ ଧୋଇ ଆସି ଖାଇବାକୁ କହିଲେ । ସେଦିନ ଘରେ ମଟନ୍‌, ରୁଟି ଏବଂ ତାହା ସହ ରୋସଗୋଲା ଖାଇବାକୁ ବଢା ହୋଇଥାଏ । ରାତିରେ ରୁଟି ରେ ଖାଇବା ପାଇଁ ଫ୍ରିଜ୍‌ ରେ ସବୁବେଳେ ମିଠା ରହୁଥାଏ । ଆମେ ଖାଇସାରି ହାତ ଧୋଇ ଆସି ଆଉଥରେ ସିନେମା ଦେଖିବାରେ ଲାଗିପଡ଼ିଲୁ । ପ୍ରତିଦିନ ଆମେ ଖାଇ ସାରିବା ପରେ ମା' ଖାଆନ୍ତି । ସେହିନ ମଧ୍ୟ ସେମିତି ହେଲା । ମା ସମସ୍ତ କାମ ସାରି ଆସି କହିଲେ ବେଶି ରାତି ହେଲାଣି ଶୋଇପଡ଼ କାଲି ସକାଳେ ସ୍କୁଲ୍‌ ଯିବାର ଅଛି । ବିଳମ୍ଵ ରେ ଶୋଇଲେ ସକାଳେ ଡ଼ାକିଲେ ଉଠିବନି ସ୍କୁଲ୍‌ ଯିବା Late ହୋଇଯିବ । ଆଉ ଟିକେ ଆଉ ଟିକେ କହି ଆମେ Late କରୁଥାଉ । ଯେତେବେଳେ ମାଁ ଅଧିକ ରାଗିଗଲେ ଆମେ ଡରରେ ଶୋଇବାକୁ ଚାଲିଗଲୁ । ସେତେବେଳେ ମୁଁ , ଜେଜେ ମାଁ ଓ ସାନ ଭାଇ ଗୋଟେ ଖଟରେ ଶୋଉଥାଉ |

ରାତି ପ୍ରାୟ ୨.୧୫ ସମୟ ରେ ମୋର ହଟାତ୍ ନିଦ ଭାଙ୍ଗିଗଲା । ମୁଁ କାହାକୁ ନ ଡାକି ଏକା ଏକା ବାହାରକୁ ଉଠିଗଲି । Room କବାଟ ଖୋଲିଲା ପରେ ହଟାତ୍ ମୋ ନଜର Dining ରେ ଥିବା ଫ୍ରିଜ୍‌ ଉପରେ ପଡିଲା । ମୁଁ ଦେଖେତ ଫ୍ରିଜ୍‌ ର Door ଟି ଖୋଲାଥିଲା ଏବଂ ଫ୍ରିଜ୍‌ ରେ ଥିବା ମିଠା ପାତ୍ର ଟି ତଳେ ଥୁଆ ହୋଇଥାଏ । ସେଥିରେ ଗୋଟେ ବି ମିଠା ନଥାଏ ଏବଂ ମିଠା ର ସିରା ଗୁଡ଼ାକ Dining ସାରା ଖେଳେଇ ହୋଇ ପଡିଥାଏ । ମୁଁ ପୁରା ଡରିଗଲି । ବାପା ମା' ଉପର ଘରେ ଶୁଅନ୍ତି ଆଉ ଆମେ ତଳ ଘରେ । ମୁଁ ଦୌଉଡି ଯାଇ ବାପା ମାଁ ଙ୍କୁ ଡାକିଲି । ବାପା ମା ତଳ ଘରକୁ ଆସିଲେ । ଆମ ପାଟି ଶୁଣି ଅନ୍ୟମାନେ ବି ଉଠିଗଲେ । ତା ପରେ ତନାଘନା ହେଲା ମିଠା କିଏ ଖାଇଛି ! ପ୍ରଥମେ ତ ବାପା ମୋତେ ସନ୍ଦେହ କଲେ । ତ ମୁଁ କହିଲି ମୁଁ ଜଦି ଖାଇଥାନ୍ତି ତୁମ ମାନଙ୍କୁ କାହିଁକି ଡାକିଥାନ୍ତି । ଦ୍ଵିତୀୟ ତ ମୁଁ ଖାଇଥିଲେ ମିଠା ପାତ୍ର ଏମିତି ଅବସ୍ଥାରେ କାହିଁକି ବା ଛାଡ଼ିଥାନ୍ତି । ତା'ପରେ ସମସ୍ତ ସନ୍ଦେହ ବିଲେଇ ଉପରକୁ ଗଲା । ହେଲେ ବିଲେଇ କେମିତି ଫ୍ରିଜ୍ ଖୋଲି ପାରିବ । ମା' ତ ରାତିରେ ଫ୍ରିଜକୁ ଠିକ୍ ସେ ଲଗେଇ ଥିଲେ । ଆଉ ଘର ଲୋକ ଏତେ ରାତିରେ କାହିଁକି ବା ମିଠା ଲୁଚେଇକି ଖାଇବେ । ଆଉ ଏମିତି ଅବସ୍ଥାରେ ଛାଡ଼ିଦେବେ । ଆଉ ଏମିତି ବି ମୋ ସାନ ଭାଇ ଜମାରୁ ମିଠା ଖାଏନି । ତ ଶେଷକୁ ବାପା କହିଲେ ଏତେ ରାତି ହେଲାଣି ସମସ୍ତେ ଶୋଇପଡ ସକାଳୁ ସକାଳେ ଏ ବିଷୟରେ ଚିନ୍ତା କରିବା । ତ ଆମେ ସମସ୍ତେ ଶୋଇବାକୁ ଗୋଲୁ । ମୋତେ କିନ୍ତୁ ରାତିରେ ଆଉ ନିଦ ହେଲାନି । ଶୋଇ ଶୋଇ ଭାବୁ ଥାଏ ସେ ମିଠା ଖାଇଲା କି' ଏ ? ସକାଳେ ଯାହାକୁବି କହିଲେ ଏ କଥାକୁ କେହି ବି ବିଶ୍ୱାସ କଲେ ନାହିଁ । ଆଉ ଏ ଘଟଣା ଏମିତି ରହସ୍ୟ ଘେରରେ ସବୁଦିନ ପାଇଁ ରହିଗଲା । 


Rate this content
Log in

Similar oriya story from Horror