sanghamitra pattnaik

Horror Thriller

4.5  

sanghamitra pattnaik

Horror Thriller

ରହସ୍ୟ ମୟୀ ରାଣୀ ମହଲ

ରହସ୍ୟ ମୟୀ ରାଣୀ ମହଲ

8 mins
426



ଏକ ଭଡା ଘର ନେଇ ରୋଜି, ଲିଟି ଆଉ ମୋନି ରହୁଥାନ୍ତି, ତିନିଜଣ ଯାକ ଏକାଠି ପଢୁ ନଥିଲେ କି ଏବେ ମଧ୍ୟ ଏକାଠି ଚାକିରୀ କରୁନାହାନ୍ତି, ପ୍ରତ୍ୟେକ ଙ୍କ ପେସା ଭିନ୍ନ l କିନ୍ତୁ ତିନି ଜଣ ଯାକ ଙ୍କ ଘର ଗୋଟିଏ ଜାଗାରେ ତେଣୁ ସେମାନ ଙ୍କ ଭିତରେ ଦୋସ୍ତି ଖୁବ ଗଭୀର, ଏକାଠି ରହିବା, ଖାଇବା, ବୁଲିବା ସବୁକିଛି ଏକାଠି l ଏମିତିରେ ଦଶହରା ଛୁଟି ଆସିଗଲା, ରୋଜି ଆଉ ଲିଟି ଘରକୁ ଯିବା କଥା କହିଲେ ହେଲେ ମୋନି ର ବହୁତ କାମ ଥିବାରୁ ସେ ଘରକୁ ଯିବାକୁ ମନା କଲା, ତେବେ ମୋନି କୁ ଏକା ଛାଡି ଯିବାକୁ ଅନ୍ୟ ଦି ଜଣଙ୍କର ବି ଇଚ୍ଛା ହେଲାନି ତେଣୁ ସେମାନେ ବି ରହିଲେ ହେଲେ କଥା ରହିଲା କି ସେମାନେ ପାଖରେ ଥିବା ରାଣୀ ମହଲ କୁ ବୁଲି ଯିବେ l

ରାଣୀ ମହଲ କଥା କିଏ ବା ନ ଜାଣେ ଛୁଆ ଠାରୁ ବୁଢା ସମସ୍ତେ ଜାଣନ୍ତି, ଲୋକ କଥା ରୁ ଯାହା ଜଣା ପଡେ ସେଠି କାଳେ ଡାହାଣୀ,ଚିରୁଗୁଣୀ ବାସ କରନ୍ତି ଆଉ ଲୋକ ଙ୍କ ଉପରେ କବଜା କରି ସେମାନ ଙ୍କ ରକ୍ତ ଶୋଷି ନିଅନ୍ତି l

ରାଣୀ ମହଲ କଥା ଶୁଣି ଲିଟି ଟିକେ ଅରାଜି ହେଲା, ଆରେ ବୁଲିବାକୁ ଏତେ ଜାଗା ଅଛି ତମେ ମାନେ ସେ ବେକାର ଜାଗା କୁ ହିଁ କାଇଁ ବାଛୁଛ? କଣ ବା ଅଛି ସେଠି? ବେକାର ଖାଲି ପୁରୁଣା କାଳିଆ ଛିଡା ଜିନିଷ,

ରୋଜି -" ହଁ କିଛି ଅଛି କି ନା ତୁ କେମିତି ଜାଣିଲୁ ଯେ ଆମେ ତ କେବେ ଯାଇନେ ଥରେ ଯାଇ ଦେଖିବାରେ ଅସୁବିଧା କଣ? "

ମୋନି -"ଆବେ ସତ କହୁନୁ ଯେ ତତେ ଭୂତ କୁ ଭୟ ଲାଗୁଚି ହା ହା ହା "

ଲିଟି -" ଧେତ, ଭୂତ ଫୁତ କିଛି ନାହିଁ ଓକେ ଆଉ ସେଠିକି ବହୁତ ୟୁ ଟ୍ୟୁବର ବି ଯାଇକି ଦେଖି ସାରିଲେଣି ସେଠି କିଛି ନାହିଁ, ବାସ ମା ମନା କରିଛି ସେଠିକି ନ ଯିବାକୁ ସେଇଥି ପାଇଁ ମୁଁ ଟିକେ ଅମଙ୍ଗ, ନହେଲେ ମୋର ବି ଇଚ୍ଛା ଅଛି "

ମୋନି -"ହଉ, ତେବେ ଅସୁବିଧା କଣ? ମୋର କାମ ଦି ତିନି ଦିନ ରେ ସରିଯିବ ତାପରେ ଆମେ ମାନେ ବାହାରିଯିବା ବୁଲାବୁଲି କରି ସନ୍ଧ୍ୟା ସୁଦ୍ଧା ହୋଟେଲ ରେ ପହଂଚି ଯିବା, ସେଠି ରାତିଟା ରହି ତା ପର ଦିନ ପାଖ ଗାଁ ମନ୍ଦିର ଆଡେ ବି ଯିବା, ସେଇଦିନ ପୁଣି ରୁମ କୁ ଫେରି ଆସିବା

ଲିଟି -" ଆରେ ନା ନା କୁମାର ପୂର୍ଣ୍ଣିମା କୁ ଯାହା ହେଲେ ବି ଘର କୁ ଯିବାକୁ ହେବ ଆଉ ପୂର୍ଣ୍ଣିମା ଦିନ ବି ରାଣୀ ମହଲ କୁ ଯିବାକୁ ବାରଣ, ଆଜି ଯାଆଁକେ କେହି ବି ଯାଇ ନାହାନ୍ତି, ତେଣୁ ଆମେ ତା ପୂର୍ବରୁ ଯାଇ ଫେରି ଆସିବା l

ରୋଜି ଆଉ ମୋନି ଏକା ସଙ୍ଗେ କହି ଉଠିଲେ ତେବେ ତ ଭାରି ମଜା ହବ, କେହି ଯାଇ ନାହାନ୍ତି ମାନେ ଆମେ ଯିବା ଇନ୍ଷ୍ଟଗ୍ରାମ ରେ ଲାଇଭ ଭିଡିଓ କରିବା ଆଉ ରାତାରାତି ଫେମସ ବି ହେଇଯିବା,

ଲିଟି -" ନା ସେମିତି ହେଲେ ମୁଁ ବିଲକୁଲ ବି ଯିବିନି, ମୁଁ ଆଗୁଆ କହିଦେଲି, ଯଦି ଯିବି ତାହେଲେ ପୂର୍ଣ୍ଣିମା ପୂର୍ବରୁ ନହେଲେ ନାଇଁ ତମେ ଯାଅ ମୁଁ ଘରକୁ ପଳେଇବି l

ଆରେ ହଉ ହଉ ଆମେ ପୂର୍ଣ୍ଣିମା ପୂର୍ବରୁ ଯିବା ଆଉ ଫେରି ଆସିବା ଠିକ ଅଛି, ଏବେ ଖୁସି ତ l

ମୋନି -"ହଉ ହଉ ଢେର ରାତି ହେଲାଣି ଯାଅ ଶୋଇପଡ, ମତେ ମୋ କାମ ବି ଜଲଦି ସାରିବାକୁ ହେବ ନହେଲେ ପୁଣି ବୁଲିବାକୁ କେମିତି ଯିବା l

ଲିଟି ଆଉ ରୋଜି ଶୋଇ ପଡିଲା ପରେ ମୋନି ତାର ସବୁ କାମ ସାରିଲା ଆଉ ଶୋଇବାକୁ ଯିବା ପୂର୍ବରୁ ଗୁଗଲ ରେ ଟିକେ ରାଣୀ ମହଲ ବିଷୟରେ ସର୍ଚ୍ଚ କଲା ୟୁ ଟ୍ୟୁବ ରେ ଲୋକ ଙ୍କ ଅନୁଭୂତି ଶୁଣିଲା, ସତରେ ତ ପୂର୍ଣ୍ଣିମା ରେ ଯିବାକୁ ସେଠିକି ବାରଣ, ଏମିତି ଦେଖୁ ଦେଖୁ ତାକୁ ନିଦ ଲାଗି ଯାଇଛି l

ମୋନି ଏ ମୋନି, ଏ ଛୁଆ କୁ ନେ ଆକୁ ବଂଚେଇ ଦେ, ତାପରେ ବିକଟାଳ ରଡି ଓହୋ ମୁଣ୍ଡ କଣ ହେଇଯାଉଛି ଅଣନିଶ୍ୱାସୀ ଲାଗୁଚି, କଣ କରିବି କେମିତି ଏଠୁ ବାହାରିବି...

ମୋନି ଏ ମୋନି ମୋନି ଉଠୁ କଣ ବିଳି ବିଳି ହଉଛୁ

ଲିଟି ର ଡାକରେ ନିଦ ଭାଙ୍ଗିଲା ମୋନି ର, ଓହୋ କି ଭୟଙ୍କର ସ୍ବପ୍ନ ହେ ପ୍ରଭୁ l

ଆରେ ଏମିତି କି ସ୍ୱପ୍ନ ଦେଖୁଥିଲୁ ଯେ ସେତେବେଳୁ ଡାକୁଛି ତୁ ଆଖି ଖୋଲୁନୁ କି ଶୁଣୁନୁ l

ଆରେ କାହନି ପୁରା ଭୟଙ୍କର ସ୍ୱପ୍ନ ରେ, ମୁଁ ସେ ମହଲ ରେ ଏକା ହଜି ଯାଇଛି, କି ଭୟଙ୍କର ରଡି ଆଉ ଛୁଆ ର କାନ୍ଦ ବାପରେ..

ହାଃ ହାଃ କାଲି ମତେ କହୁଥିଲୁ ଡରକୁଳା ବୋଲି ଆଉ ଆଜି ନିଜେ ସ୍ୱପ୍ନ ଦେଖି ଭୟ କରିଯାଉଛୁ, ହାଃ ହାଃ..

ମହଲ କୁ ନ ଯାଉନୁ ଏ ଅବସ୍ଥା ଗଲାପରେ କଣ ହବ କେଜାଣି.

ଏବେ ବି ସମୟ ଅଛି ତୋ ଅଫିସ କାମ ଜଲଦି ସାରିଦେ, ଆମେ ଅଲଗା କୁଆଡେ ଯିବାର ପ୍ଲାନିଂ କରିବା,

ମୋନି - ଆରେ ନା ମ ଆମେ ଯିବା ତ ସେଇ ମହଲ କୁ ହିଁ, ମୁଁ କାଲି କାମ କରି ଥକି ଯାଇଥିଲି ତ ତେଣୁ ଏମିତି ସ୍ବପ୍ନ ଦେଖିଲି, ହଉ ଛାଡ଼ ସେସବୁ ମୁଁ ଯାଏ ମୋ କାମ ସାରେ ନହେଲେ ଅଫିସ ପାଇଁ ଲେଟ ହୋଇଯିବି,

ଆ କହି ମୋନି ଚାଲିଲା ତା ନିତ୍ୟ କର୍ମ କରିବାକୁ, ଆଉ ରୋଜି, ଲିଟି ବି ଯେଝା କାମରେ ବ୍ୟସ୍ତ

ସନ୍ଧ୍ୟା କୁ ଫେରିଲା ବେଳକୁ ମୋନି କିଛି କିଣାକିଣି କରିବାକୁ ତା ନିତିଦିନିଆ ଦୋକନ ଭିତରକୁ ଗଲା, ସେଇ ସାମ୍ନା ରେ କିଛି ଲୋକ ଚା ପିଉ ଥାନ୍ତି ଆଉ ସେ ରାଣୀ ମହଲ ବିଷୟରେ କଣ କଥା ହଉଥାନ୍ତି, ମୋନି କୁ କିଛି ଭଲରେ ଶୁଭା ଯାଉ ନଥାଏ, ତେବେ ସେ ସେଇ ଦୋକାନୀ କୁ ପଚାରିଲାରୁ ଜଣା ପଡିଲା ଯେ ଏଇ ପାଖ ଗାଁ ର ସ୍ତ୍ରୀ ଲୋକ କୁ କାଳେ ଡାହାଣୀ ଲାଗିଛି ଆଉ ସେ ଡାହାଣୀ ସେଇ ରାଣୀ ମହଲ ର ଯେତେ ଗୁଣିଆ ଆଣିଲେ ବି ଛାଡ଼ୁନି l

ମୋନି -' ଆଛା ଏ ଡାହାଣୀ କଥା କଣ ସତ? ସତରେ କଣ ସେ ରାଣୀ ମହଲ ରେ ଡାହାଣୀ ଅଛି?

ଦୋକାନୀ -" ହଁ ଦିଦି ସେଇଠି ଅଛି ମୁଁ ତ ନିଜ ଆଖିରେ ଦେଖିଚି ମୋ ଭାଉଜ ଦେହ ରୁ ପରା ସେ ଡାହାଣୀ ରକ୍ତ ଶୋଷି ନେଇ ରୋଗୀଣା କରିଦେଲା ଏବେ ତାଙ୍କ ଅବସ୍ଥା ପୁରା ଖରାପ, ଡାକ୍ତର କିଛି ଜାଣି ପାରୁନି କଣ ହୋଇଛି l

ମୋନି - ଆଛା ତମେ କେମିତି ଜାଣିଲ ଯେ ତମ ଭାଉଜ ର ଅବସ୍ଥା ଡାହାଣୀ ହିଁ କରିଛି?? କାରଣ ମୋ ଭାଉଜ ଙ୍କର ଜନ୍ମ ପୂର୍ଣ୍ଣିମା ରେ ଆଉ ଯେତେ ଲୋକ ସବୁ ଡାହାଣୀ ଶିକାର ହଉଛନ୍ତି ସେ ସମସ୍ତଙ୍କ ଜନ୍ମ ମଧ୍ୟ ପୂର୍ଣ୍ଣିମା ରେ ତେଣୁ ସେଇ ଲୋକ ମାନେ ଭୁଲ ରେ ବି ସେ ମହଲ କୁ ଯିବା ଉଚିତ ନୁହେଁ l

ମୋନି ର ଏତିକି ବେଳେ ମନେ ପଡିଗଲା ଯେ ଲିଟି ର ଜନ୍ମଦିନ ର ରାକ୍ଷୀ ପୂର୍ଣ୍ଣିମା ରେ ଆଉ ସେଇଟା ବି ଗୋଟେ ପୂର୍ଣ୍ଣିମା ହେଲେ ଏ କଥା ଯଦି ଲିଟି କୁ କହେ ସେ ଆଉ ଭୟରେ ଯିବନି ଆଉ ସେ ନ ଗଲେ ଆଉ ଯିବାକୁ ମଜା ଲାଗିବନି ତେଣୁ ସେ ଏ କଥା କୁ ନିଜ ଭିତରେ ରଖିଦେଲା l

ଏବେ ବୁଲିଯିବା ଦିନ ଆସିଗଲା ସମସ୍ତଙ୍କ ର ବ୍ୟାଗ ପୁରା ରେଡି, ଅପେକ୍ଷା କେବଳ କ୍ୟାବ ଵାଲା କୁ, ଏବେ ଗାଡି ବି ଆସିଗଲା ହେଲେ ସମୟ ପ୍ରାୟ ଦିନ ଦଶ ହେଲାଣି, ଏବେ ବାହାରିଲେ ସେଠି ପହଁଚିଲା ବେଳକୁ ପ୍ରାୟ ଗୋଟେ ବାଜିଯିବି, ଯଦିଓ ପାଖ ବାଟ ଅଛି ହେଲେ ସେ ରାସ୍ତା ପୁରା ଖରାପ ଯାଇ ହବନି ତେଣୁ ବୁଲିକି ଯିବାକୁ ହବ,

ଧେତ ଡ୍ରାଇଭର ଭାଇ ତମେ ଆସିବlକୁ ଏତେ ଡେରି କାଇଁ କଲ ଯେ ଏବେ ସେଠି ଆଉ କେତେ ସମୟ ବୁଲିପାରିବୁ ଯେ?

ଆରେ ମ୍ୟାଡ଼ାମ ବ୍ୟସ୍ତ କାଇଁ ହଉଛନ୍ତି ଆପଣ ଠିକ ରେ ପହଂଚି ବୁଲିଲେ ଗଲା, ଏତିକି ବେଳକୁ ଡ୍ରାଇଭର ବ୍ରେକ କୁ ଏତେ ଜୋରରେ ମାରିଲା ଯେ ଆଗରେ ବସିଥିବା ରୋଜି ର ମୁଣ୍ଡ ମାଡ଼ ହେଲା l

ରୋଜି - ଆରେ କଣ ହେଲା ଏତେ ଜୋରେ ବ୍ରେକ କାଇଁ ମାରିଲ? ଦେଖିକି ଗାଡି ଚଲଉନ l

ଡ୍ରାଇଭର - ମ୍ୟାଡମ ମୋର କିଛି ଭୁଲ ନାହିଁ ଆଗରେ ସେ ବୁଢ଼ୀ କୁ ଦେଖୁ ନାହାନ୍ତି କେମିତି ପଶି ଆସିଲା

ଏ ବୁଢ଼ୀ ତୋର ଯଦି ମରିବାକୁ ଇଚ୍ଛା ଅନ୍ୟ ଗାଡି ଆଗରେ ମରେ ମୋ ଗାଡି ରେ ନୁହେଁ ବୁଝିଲୁ

'ବିପଦ ଅଛି, ଏଇ ଫୁଲ ଟା ପାଖରେ ରଖ ' ଆ କହି ସେ ବୁଢ଼ୀ ଜଙ୍ଗଲ ଆଡେ ଚାଲିଗଲା, ସେ ଫୁଲ କୁ ରୋଜି ସେମିତି ଗାଡି ରେ ଫୋପାଡ଼ି ଦେଲା ହେଲେ ଲିଟି ତାକୁ ନିଜ ବ୍ୟାଗ ରେ ରଖିଦେଲା l

ଯାହା ହଉ ଗୋଟେ ବାଜିବା ପୂର୍ବରୁ ସେମାନେ ମହଲ ପାଖେ ପହଂଚି ଗଲେ, ଭିତରକୁ ଯିବାକୁ ଟିକେଟ ବି କଲେ ଆଉ ସିକୁରିଟି ଗାର୍ଡ ସମସ୍ତଙ୍କୁ ସନ୍ଧ୍ୟା ପୂର୍ବରୁ ଫେରି ଆସିବାର ସତର୍କତା ଦେଉଥାଏ l

ରୋଜି, ଲିଟି ଆଉ ମୋନି ତିନି ଜଣ ଯାକ ଟିକେଟ ଧରି ଚାଲିଲେ ଭିତରକୁ ବହୁତ ବୁଲିଲେ, ଫୋଟୋ ବି ଉଠେଇଲେ ଭିଡିଓ ବି କଲେ ସନ୍ଧ୍ୟା ହୋଇ ଆସିବାରୁ ସିକୁରିଟି ଗାର୍ଡ ହୁଇସିଲ ମାରି ସମସ୍ତଙ୍କୁ ବାହାରକୁ ଆସିବାକୁ କହୁଥାଏ

ମୋନି ପଛକୁ ବୁଲି ସାଙ୍ଗ ମାନଙ୍କୁ ଡାକିଲା ବାହାରକୁ ଯିବାକୁ ହେଲେ ୟେ କଣ ରୋଜି ଆଉ ଲିଟି ତ ସେଇଠି ନ ଥିଲେ ବହୁତ ଖୋଜିଲା ମୋନି ହେଲେ କୋଉଠି ବି ପାଉ ନଥିଲା ଏଣେ ସନ୍ଧ୍ୟା ବି ହୋଇଗଲାଣି ଆଉ ଅନ୍ଧାର ବି ଲୋକ ବି ଆଉ ନାହାନ୍ତି ସେ ଭିତରେ ହେଲେ ଏ ମାନଙ୍କୁ ଏକୁଟିଆ ଛାଡି କେମିତି ଯେ ବାହାରକୁ ଚାଲିଯିବ.

ତଥାପି ମହଲ ର ଭିତରକୁ ଗଲା ଫୋନ କାଢିଲା ସେମାନଙ୍କୁ କଲ କରିବାକୁ ହେଲେ ନା ନେଟୱର୍କ ହିଁ ନାହିଁ, ନିଜ ଫୋନ ଟର୍ଚ୍ଚ ମାରି ସେମାନଙ୍କୁ ଖୋଜିଲା ବହୁତ ଜୋରରେ ଡାକିଲା ହେଲେ ନା କେହି ଉତ୍ତର ଦେଉନାହାନ୍ତି l

ତେବେ ଏ ମାନେ ଗଲେ କୁଆଡେ କଣ ସତରେ କିଛି ଅଘଟଣ...!

ଏଣେ ଲିଟି ଆଉ ରୋଜି ଭିଡିଓ କରିବାରେ ଏତେ ବ୍ୟସ୍ତ ଯେ କେତେବେଳେ ଯେ ସନ୍ଧ୍ୟା ହୋଇଗଲାଣି ଆଉ ସେମାନେ ମହଲ ର ବହୁତ ଭିତରକୁ ଆସିଗଲେଣି ତା ସେମାନଙ୍କୁ ଜଣା ନାହିଁ, ହଟାତ ଏତିକି ବେଳେ ଛୋଟ ଛୁଆ ର ଚିତ୍କାର ଶୁଭିଲା ଫୋନ ରେ ସମୟ ଦେଖିଲା ବେଳକୁ ସନ୍ଧ୍ୟା ସାଢେ ଛ ଆଉ ଚାରି ଆଡ ଅନ୍ଧାର..

ଲିଟି - ଆବେ ଏତେ ଲେଟ ହୋଇଗଲାଣି ଚାଲ ଜଲଦି ବାହାରକୁ ଯିବା ତେଣେ ମୋନି ଚିଡି଼ବଣି..

ରୋଜି - ହଁ ଯିବା ଯେ ହେଲେ କୋଉ ବାଟେ ଚାରିଆଡେ ତ ଅନ୍ଧାର, କୋଉ ପଟେ ବାହାରକୁ ରାସ୍ତା କିଛି ବି ଜଣା ପଡୁନି କି ମୋ ଫୋନ ରେ ଚାର୍ଜ ବି ନାହିଁ l

ଲିଟି - ହଁ, ଚାର୍ଜ ସରିବନି ଆଉ କଣ ଘଣ୍ଟେ ହବ ଭିଡିଓ ରେ ମାତିଛୁ, ପାୱାର ବ୍ୟାଙ୍କ ଟା ବି ମୋନି ପାଖେ l କହୁଛି ଏତେ ଭିତରକୁ ଯିବାନି ହେଲେ ତୋର ଜିଦି ଏବେ କଣ କରିବା କହିଲୁ?

ରୋଜି - ହଉ ଏତେ ପାଟି କରିବା କିଛି ଆବଶ୍ୟକ ନାହିଁ, ଚାଲ ଆଗ ଦେଖିବା ସେ ଛୋଟ ଛୁଆ ର ପାଟି କୋଉଠୁ ଶୁଭୁଚି

ଲିଟି - ପାଗଳ ନା କଣ ଏତେ ବଡ଼ ମହଲ ରେ କୋଉ ଛୁଆ କାଇଁ ଆସିବ ଯେ?.

ରୋଜି - ଆରେ ଆମେ ଯେମିତି ହଜି ଯାଇଛେ ସେ ବି ବୋଧେ ହଜି ଯାଇଥିବ

ଏଣେ ମୋନି ଖୁବ ଭୟଭୀତ କାରଣ ରାତି ବାରଟା ପରେ ପୂର୍ଣ୍ଣିମା ଆରମ୍ଭ ହୋଇ ଯିବ ଆଉ ଏଠୁ ଯେମିତି ହେଲେ ବାହାରିବାକୁ ପଡିବ, ହୁଏତ ଅନ୍ୟ ମାନଙ୍କ ଆଗରେ ସେ ବେଶ ସାହସୀ କିନ୍ତୁ ପ୍ରକୁତରେ ସେ ଭୟାଳୁ l

ଠିକ ଏତିକି ବେଳେ କାହାର ଗୋଟେ ଚାଲିବାର ଶବ୍ଦ ଶୁଭିଲା ଆଉ ସେଇ ଶବ୍ଦ କୁ ବାରି ମୋନି ମଧ୍ୟ ତା ପଛେ ପଛେ ଯିବାକୁ ଚାଲିଲା ଆଉ ସେ ଶବ୍ଦ ଗୋଟେ ରୁମ ପାଖେ ବନ୍ଦ ହୋଇଗଲା,

କଣ ଯେ ପିଲା ଗୁଡା ହୁଅନ୍ତି କୁଆଡେ ଯାନ୍ତି ଯେ ଧେତ ଚିଡ଼ା ଲାଗିଲାଣି, ମୋନି.. ନି.. ବୋଲି କିଏ ଡାକିଲା ମତେ, ସେ ରୁମ ରେ ଆଉ ଲିଟି, ରୋଜି ମୋ ସହ ମଜାକ କରୁନାହାନ୍ତି ତ. ଲିଟି, ରୋଜି ଡାକି ରୁମ ରେ ପଶିଗଲା ବେଳକୁ ଯାହା ଦେଖିଲା ତା ଆଖି ଖୋସି ହୋଇଗଲା, ଗୋଟେ ଛୋଟ ଛୁଆ କୁ ଗୋଟେ ସ୍ତ୍ରୀ ଲୋକ ଖାଉଛି ପୁରା ରକ୍ତ ଜୁଡୁବୁଡୁ ବିକଟାଳ ଅବସ୍ଥା, ଆକୁ ଦେଖି ମୋନି ବିହୋସ ହୋଇଗଲା ସେଇଠି..

ତେଣେ ଲିଟି, ରୋଜି ଧୀରେ ଧୀରେ ବାହାରକୁ ବାହାରୁ ଥାନ୍ତି ହେଲେ ଯୋଉଠୁ ଆରମ୍ଭ କରିଥିଲେ ସେଇଠି ପହଂଚୁ ଥାନ୍ତି..

କିଛି ସମୟ ପରେ ମୋନି ଡାକ ଶୁଭିଲା ସେମାନଙ୍କୁ ଆଉ ସେମାନେ ଟିକେ ଖୁସି ହୋଇଗଲା,.

ଆରେ ତମେ ମାନେ ଏଇଠି ମୁଁ କେତେ ଖୋଜୁଛି ଚାଲ ଚାଲ ଜଲଦି ଯିବା, ହଁ ହଁ ଚାଲେ ମୋନି ଆଗେ ଆଗେ ଆଉ ଲିଟି ରୋଜି ତା ପଛେ ପଛେ, ଲିଟି ରୋଜି ଯେତେ ଗପୁ ଥାନ୍ତି ମୋନି କିଛି ବି ଉତ୍ତର ଦେଉ ନଥାଏ ଯେତେବେଳେ ଲିଟି ମୋନି ର ହାତ ଧରି ଡାକିଲା ମୋନି ପଛକୁ ବୁଲି ଚାହିଁଲା ହେଲେ ତା ଭୟଙ୍କର ରୂପ ଦେଖି ଲିଟି ରୋଜି ପୁରା ଡରିଗଲେ ଭୟରେ ଦଉଡି ଗୋଟେ ରୁମ ରେ ଲୁଚିଗଲେ

କିନ୍ତୁ ଲିଟି କୁ ବେଶୀ ଭୟ ଲାଗୁଥାଏ ତେଣୁ ସେ ପାଖରେ ଥିବା ଆଲମାରୀ ରେ ପଶିଗଲା, ହେଲେ ସେଇଠି ଯେମିତି ତା ମୃତ୍ୟୁ ତାକୁ ଅପେକ୍ଷା କରିଥିଲା, ତା ଗୋଡ ଧରି କିଏ ଜଣେ ଭିଡି ନେଇଗଲା ତାକୁ ଆଉ ଛାଡିଦେଲା ନେଇ ଏକ ଏମିତି ଘରେ ଯୋଉଠି କେବଳ ଆଉ କେବଳ ଅଧା ସଢ଼ୀ ଯାଇଥିବା, ମୃତ ଶରୀର ଆଉ ଅଙ୍ଗ ଗୁଡା ପଡିଥିଲା ଆଉ ସେଇଠି ଜଣେ ସ୍ତ୍ରୀ ଲୋକ ବସି କାନ୍ଦୁ ଥିଲା, ଲିଟି ବହୁତ ଡରରେ ଯାଇ ତାକୁ ଡାକିଲା, କଣ ହୋଇଛି କାଇଁ କାନ୍ଦୁଛନ୍ତି, ସେ ମୁଁହ ଟେକି ଅନେଇ ଦେଖେଇଲା ନିଜ ଅଧା ଖିଆ ଛୁଆ କୁ ଆଉ ଆକ୍ରମଣ କଲା ଲିଟି ଉପରେ ହେଲେ କିଛି ବି ହୋଇ ନଥିଲା ତାର କାରଣ ବାଟରେ ଆସିଲା ବେଳେ ସେ ବୁଢ଼ୀ ଦେଇଥିବା ଫୁଲ ତା ପାଖେ ଥିଲା ଧୀରେ ଧୀରେ ରାତି ପାହି ଆସୁଥାଏ, ସୂର୍ଯ୍ୟ ଉଦୟ ହେବାକୁ କିଛି ସମୟ ବାକି ଥାଏ, ଲିଟି ପାଖେ ସେ ଫୁଲ ଥିବାରୁ ତାକୁ ଆଉ ଭୟ ଲାଗୁ ନଥାଏ ଅନ୍ୟ ସାଙ୍ଗ ମାନଙ୍କୁ ବି ଖୋଜିବାକୁ ଲାଗିଲା ହେଲେ ପାଇଲା କେବଳ ମୋନି ର ଖଣ୍ଡ ବିଖଣ୍ଡିତ ଶରୀର ଆଉ ରୋଜି କୁ ଖୋଜି ଖୋଜି ପାଇଲାନି, ବାଧ୍ୟ ହୋଇ ବାହାରକୁ ଆସିଲା ଆଉ ଦୁଇ ସାଙ୍ଗଙ୍କୁ ହରେଇ ସେବେଠୁ ଲିଟି ମୁକ ପାଲଟି ଯାଇଛି l କିନ୍ତୁ ରୋଜି ସହ କଣ ଘଟିଲା ଆଉ ସେ ମହଲର ରହସ୍ୟ, ଆହୁରି ରହସ୍ୟମୟୀ ହୋଇଗଲା l



Rate this content
Log in

Similar oriya story from Horror