Sagar Kumar Parida

Tragedy

5.0  

Sagar Kumar Parida

Tragedy

ରଘୁଆ

ରଘୁଆ

3 mins
272


ଓଡିଶା ପ୍ରଦେଶର ଗଡଜାତ ଅଞ୍ଚଳ ଭାବରେ ବଡମ୍ବା ଗଡର ନାମ ସମସ୍ତେ ଜାଣନ୍ତି ।ସେହି ଗଡଜାତ ଅଞ୍ଚଳରେ ଚଣ୍ଡିମଙ୍ଗଳ ନାମରେ ଗାଁଟିଏ ଥାଏ ।ଏହି ଗ୍ରାମର ଅଧିକାଂଶ ଲୋକ ଚାଷୀ ଓ ଶ୍ରମିକ ଭାବରେ କାମକରି ସେମାନଙ୍କର ଗୁଜୁରାଣ ମେଣ୍ଟାନ୍ତି।କିଛି ଲୋକ ବାହାର ରାଜ୍ୟକୁ ଯାଇ କମ୍ପାନୀରେ ମଧ୍ୟ କାମ କରନ୍ତି ।ଲୋକମାନଙ୍କ ଭିତରେ ଭାତୃଭାଵ ଥାଏ।ପରସ୍ପରର ସୁଖ,ଦୁଃଖରେ ସମସ୍ତେ ଠିଆ ହୁଅନ୍ତି ।କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି ,ଲୋକମାନଙ୍କ ଭିତରେ ସେ ଆଗ ସ୍ନେହ, ଭଲପାଇବା ଆଉ ଆଗ ଭଳି ନାହିଁ। ଏହି ଗ୍ରାମର କଳି ଗୋଳର ନିଶାପ ଗାଁର ପୋଖରୀ ପାଖ ମଣ୍ଡପରେ ହୁଏ ।ଗ୍ରାମର ମୁଖିଆ ଜଣେ ଭଲ ଲୋକ,ସେ ସମସ୍ତଙ୍କୁ ଦୁଃଖ ଦୁର୍ଦ୍ଧିନରେ ସାହାଯ୍ୟ କରନ୍ତି।ଏହିପରି ଏକ ଗ୍ରାମରେ ରଘୁଆ ବେହେରାର ଘର ।ଗୋଟିଏ ପୁଅ, ଦୁଇଟି ଝିଅ ଏବଂ ସ୍ତ୍ରୀ ମଦନୀକୁ ନେଇ ତା'ର ପରିବାର। ରଘୁଆ ଜଣେ ଦିନ ମଜୁରିଆ ।ମଜୁରି ଲାଗି ରୋଜଗାର କରୁଥିବା ଟଙ୍କାରେ ସେ ତାର ପରିବାର ଚଳାଏ ।ତା'ର ଦୁଇ ଝିଅ ଜଣେ ଷଷ୍ଠ ଶ୍ରେଣୀ ଆଉ ଜଣେ ଚର୍ତୁଥ ଶ୍ରେଣୀ, ପୁଅଟିକୁ ତିନି ବର୍ଷ ଏବେ ଏବେ ଅଙ୍ଗନବାଡି ଯାଉଛି।ଭାରି ଦୁଃଖ,ଦୁର୍ଦ୍ଧିନରେ ରଘୁଆ ତା'ର ସଂସାର ରଥକୁ ଆଗକୁ ଚଳାଉଥାଏ ରଘୁଆ ବିଭିନ୍ନ ପ୍ରକାରର କାମ ଜାଣେ ।


" ରଘୁଆ ଘର ଛପର, ଇଟା ପକେଇବା,ଧାନ ଗଦା କରିବା,ହେଁସ ମସିଣା ବୁଣିବା,ଗାଈ ଦୁହିଁବା ଆଦି କାମରେ ଧୁରନ୍ଧର ।ଯେତେ କାମ କଲେବି ଚାରି ପ୍ରାଣୀ କୁଟୁମ୍ବ ପୋଷିବାକୁ ତା ପାଇଁ କାଠିକର ପାଠ। ତା'ର ଦେହ ମୁଣ୍ଡ ଖରାପ ହୋଇଗଲେ ଦିନେଦିନେ ଚୂଲି ଅଜଳା ରହିଯାଏ ।ଦୁଇ ବଖରା ବାଡ଼ତାଟି ଦିଆ ଚାଳ ଛପର ଘର। ସେଥିରେ ଚାରି ପ୍ରାଣୀ କୁଟୁମ୍ବ ରୁହନ୍ତି।ନିର୍ବାଚନ ପରେ ରଘୁଆ ଅନ୍ୟମାନଙ୍କ ମୁଁହରୁ ଶୁଣି ମନେ ମନେ ଖୁସି ହେଉଥାଏ ଯେ ତା'ର ଏ ଅବସ୍ଥା ସୁଧୁରି ଯିବ,ସେ ଆଉ ଗରିବ ହୋଇ ରହିବ ନାହିଁ।"

 

 ଏବେ ଗାଁରେ ନିର୍ବାଚନ ସମୟ ଚାଲିଛି।ବିଭିନ୍ନ ଦଳର ନେତାଙ୍କ ଗାଁ ଦାଣ୍ଡରେ ଭିଡ।ବିଭିନ୍ନ ପ୍ରକାରର ଦଳୀୟ ନେତାଙ୍କ ଫଟୋ, ଦଳୀୟ ଚିହ୍ନ, ମାଳମାଳ ଦଳୀୟ ଚିହ୍ନର ଛୋଟ ଛୋଟ

ପତାକା ଗାଁ ଦାଣ୍ଡରେ ମରା ହୋଇଥାଏ। ବିଭିନ୍ନ ନେତା ଆସି ଗାଁରେ ସଭା,ସମିତି ମାନ କରୁଥାନ୍ତି।ନିର୍ବାଚନ ଜିତିଲେ କିଏ କ'ଣ କରିବେ କହୁଥାନ୍ତି।ରଘୁଆକୁ ବି ନେତାମାନେ ନିର୍ବାଚନ ସରିଲେ ପ୍ରଧାନମନ୍ତ୍ରୀ ଆବାସ ,ପାଇଖାନା, ବିଜୁଳି ଯୋଗାଇ ଦେବେ ବୋଲି କହି ଥାଆନ୍ତି।ତେଣୁ ରଘୁଆ ନିର୍ବାଚନ ସରିବାକୁ ଅପେକ୍ଷା କରିଥାଏ।ନିର୍ବାଚନ ସରିଲା ,ଧୀରେଧୀରେ ନେତା

ମାନଙ୍କ ଗହଳ ଚହଳ ଗାଁରୁ କମିଗଲା।ଯିଏ ଜିତିଲେ ସିଏ କେବଳ ବିଜୟ ଉତ୍ସବ ପାଳନ କରିସାରି ଗାଁକୁ ଆଉ ଆସିଲେନି।

 

ରଘୁଆ କିନ୍ତୁ ଚାହିଁ ରହିଥାଏ କେତେବେଳେ ନେତା ଗାଁକୁ ଆସିବେ ଆଉ ତାର ଭଙ୍ଗାଘରଟି ଛାତ ଘରରେ ପରିଣତ ହେବ ।କିନ୍ତୁ ନେତା ଆସୁ ନଥାନ୍ତି।ତେଣୁ ରଘୁଆ ଥରେ ତା ମନ କଥାକୁ ଗାଁ ମୁଖିଆଙ୍କୁ କହିଲା,ଗାଁ ମୁଖିଆ ଦିନେ ରଘୁଆକୁ ନେତାଙ୍କ ପାଖକୁ ନେଇଗଲେ।ନେତା ରଘୁଆକୁ କହିଲେ,ତୁମେ ବ୍ୟସ୍ତ ହୁଅ ନାହିଁ ରଘୁଆ ମୁଁ ବହୁତ ଶ୍ରୀଘ୍ର ତୁମର ଘର କରିବାର ଅର୍ଡର ଟା କରିଦେବି ।ତୁମେ କିଛି ଚିନ୍ତା କରନି।


    କିଛିଦିନ ଚାଲିଗଲା ଘର କରିବାର ଅର୍ଡର କିଛି ବି ଆସିଲାନି ।ରଘୁଆ ମୁଖିଆଙ୍କୁ ମଧ୍ୟ ବେଳେବେଳେ ଭେଟୁଥାଏ। ଏହିପରି ଚାରିବର୍ଷ ବିତିଗଲା।ରଘୁଆ ଖରା ବର୍ଷାରେ ସେହି ଭଙ୍ଗାଘରେ ପଡିରହିଥାଏ।ବୋଝ ଉପରେ ନଳିତା ବିଡା ଭଳି ଦିନେ ତା'ର ଦୁଃଖ ଉପରେ ଆଉ ଏକ ଦୁଃଖ ଆସି ପହଞ୍ଚିଲା।  ତାର ସ୍ତ୍ରୀ ମଦନୀର ହଠାତ ଦେହ ଖରାପ ହୋଇଗଲା। ଘରେ ଟଙ୍କା ପଇସା କିଛି ନାହିଁ । କିପରି ତା ସ୍ତ୍ରୀ କୁ ଡାକ୍ତରଖାନାକୁ ନେବ କ'ଣ କରିବ କିଛି ଚିନ୍ତା କରିପାରିଲାନାହିଁ।ଶେଷରେ ତାଙ୍କ ଗାଁ ବିଦ୍ୟାଳୟର ଶିକ୍ଷକଙ୍କ ଠାରୁ କିଛି ଟଙ୍କା ନେଇ ସେ ତା ସ୍ତ୍ରୀକୁ ଡାକ୍ତରଖାନା ନେଲା। ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା,ଡାକ୍ତର ମଦନୀର କିଡିନୀ ଖରାପ ହୋଇଯାଇଛି ବୋଲି ରଘୁଆକୁ କହିଲେ ,ଅସ୍ତ୍ରପ୍ରଚାର କରିବାକୁ ପଡିବ,ଦୁଇ ଲକ୍ଷ ଟଙ୍କା ଦରକାର ବୋଲି କହିଲେ।

  ରଘୁଆର ମୁଣ୍ଡ ଘୁରିଗଲା ଟଙ୍କା କଥାଶୁଣି ,ଟଙ୍କା ଠିକି କରି ଆସିବ କହି ଗାଁ କୁ ଫେରିଲା ରଘୁଆ ।ଟଙ୍କା ଠିକି କରିବାପାଇଁ ସେ କେତେ ଚେଷ୍ଟା କଲା କିନ୍ତୁ ଯୋଗାଡ଼ କରିପାରିଲା ନାହିଁ। ଗରୀବ ଲୋକ ହୋଇଥିବାରୁ ଲୋକେ ତାକୁ ଟଙ୍କା ଦେଲେ ନାହିଁ।ଏହିପରି ମାସେ କଟିଗଲା ତା ସ୍ତ୍ରୀର ଦେହ ଅଧିକରୁ ଅଧିକ ଖରାପ ହେବାରେ ଲାଗିଲା। ସେ ଶେଯରୁ ମଧ୍ୟ ଉଠି ପାରିଲା ନାହିଁ।   ରଘୁଆ ଭାରି ଚିନ୍ତାରେ ଘରେ ଥାଏ, ସେଇ ଚିନ୍ତା ଭିତରେ ବି ମୂଲ ଲାଗୁଥାଏ ବାହାରେ। ଦିନେ ନିର୍ବାଚନ ଗାଡି ପ୍ରଚାର କରି ଗାଁ ଦାଣ୍ଡରେ ଯାଉଥାଏ ।ଠିକ ସେହି ସମୟରେ ଗାଁ ମୁଖିଆ ରଘୁଆ ଘରକୁ ପଶିଆସିଲେ ,କହିଲେ ରଘୁଆ ଏଥର ତୋରେ ଘର କରିବା ସ୍ବପ୍ନ ସାକାର ହେବ,ଏଇ ଦେଖ ତୋ ଘର କରିବା ଅର୍ଡର ନେ।ର ଘୁଆ ସାଙ୍ଗେ ସାଙ୍ଗେ ଅର୍ଡର

ଟିକୁ ହାତରେ ଧରି ତା ସ୍ତ୍ରୀ ଶୋଇଥିବା ଘରକୁ ଗଲା।

  ମଦନୀ ଆଜି ମୋର ଇଚ୍ଛା ପୂରଣ ହେଲା ଘର କରିବାକୁ ଅର୍ଡର ମିଳିଯାଇଛି ହେଲେ ତା' ସ୍ତ୍ରୀ କିଛି ଉତ୍ତର ଦେଲାନି। ରଘୁଆ ତା ସ୍ତ୍ରୀକୁ ହଲେଇଲା କହିଲା ଜାଣିଲୁ ଏଇ ଘର କରିବା ଟଙ୍କାରେ ମୁଁ ତୋର ଅସ୍ତ୍ରୋପଚାର କରିବି ତୁ ଭଲ ହୋଇଯିବୁ। କିନ୍ତୁ କିଛି ଉତ୍ତର ନାହିଁ ,ରଘୁଆ ତା ସ୍ତ୍ରୀ ର ନାକରେ ହାତ ମାରିଲା ଦେଖିଲା ନିଶ୍ୱାସ ବନ୍ଦ ହୋଇଯାଇଛି। ସବୁଦିନ ପାଇଁ ତାର ସ୍ତ୍ରୀ ଆଖିବୁଜି ଦେଇଛି।

  କାନ୍ଦି ଉଠିଲା ରଘୁଆ, ତା ସହିତ ତା ପିଲାମାନେ ମା ମା କହି ଆଉ ରଘୁଆ ବିକଳରେ ଗାଁ ମୁଖିଆଙ୍କ ମୁଁହଙ୍କୁ କଇଁ କଇଁ ହୋଇ ଚାହିଁରହିଥିଲା।


ମନ୍ତ୍ୟବ୍ୟ-ବାଉରିବନ୍ଧୁ ଲେଙ୍କାଙ୍କ ଦ୍ୱାରା ପ୍ରଦତ୍ତ ଗଳ୍ପାଂଶକୁ ନେଇ ଏହି ରଘୁଆ ଗଳ୍ପଟି ଅଗ୍ରଗତି କରିଛି। ଆଜିର ଦୁନିଆରେ କିପରି ଭାବରେ ଗୋଟିଏ ଶ୍ରମିକ ଲୋକ ଦୁଃଖରେ ଜୀବନ ନିର୍ବାହ କରୁଛି,ସମାଜର ରାଜନେତା ମାନଙ୍କ ଦ୍ୱାରା ଠକାମୀର ଶିକାର ହେଉଛି ତାହା ଏହି ଗଳ୍ପରେ ଉପସ୍ଥାପନା କରାଯାଇଛି।         



Rate this content
Log in

Similar oriya story from Tragedy