STORYMIRROR

Sunanda Mohanty

Action Inspirational Others

3  

Sunanda Mohanty

Action Inspirational Others

ରେବତୀ

ରେବତୀ

2 mins
244

        ଏବେ ବି ବଞ୍ଚିଛି ରେବତୀ, ତା ତା ଆତ୍ମା ଓ ଶରୀର ଭିତରୁ ଶରୀର ସିନା ଚାଲିଯାଇଛି ହେଲେ ଅଶରିରୀ ରେବତୀ କଷ୍ଟ ପାଉଛି ପ୍ରତିଟି ଝିଅର ଜୀବନ୍ତ ଜୀବନ୍ତ ଶରୀରରେ ରହି, ଯନ୍ତ୍ରଣା ନିର୍ଯ୍ୟାତନା ଓ ମାନସିକ ଅନଗ୍ରସରତା ଗ୍ରାସ କରିଛି ପ୍ରତିଟି ଝିଅ ମାନଙ୍କ ମଧ୍ୟରେ, ଆତ୍ମା ବିଳପି ଉଠୁଛି ଅଲକ୍ଷରେ ଆମର ସମସ୍ତଙ୍କ ଭିତରେ, ଆମ ଅଲକ୍ଷ ରେ କହିଲେ ଭୁଲ ହେବ, ଆମେ ସମେସ୍ତେ ଆଜି ଅଣଦେଖା କରିଚାଲିଛେ, ନାରୀ ବା ପୁରୁଷ ସମସ୍ତେ କିଏ କେଉଁ ବାଟେ କେମିତି କେତେବେଳେ ନିର୍ଯ୍ୟାତିତ କରି ଚାଲିଛନ୍ତି ରେବତୀ ମାନଙ୍କୁ. 

  ପ୍ରଥମରେ ଜନ୍ମ ହେବା ପୁର୍ବରୁ ମାତୃଗର୍ଭରୁ କନ୍ୟା ସନ୍ତାନ ଭୂମିଷ୍ଠ ହେବା ପୁର୍ବରୁ ତାକୁ ମାରି ଦିଆ ଯାଉଛି ପିତା ମାତା ଙ୍କ ଜ୍ଞାତ ସାରରେ, ପୁଣି ଭୂମିଷ୍ଠ ହେଲାପରେ ଶିଶୁ କନ୍ୟା ନିର୍ଯ୍ୟାତିତ ହେଉଛି ଅବହେଳା ର ଶୀକାରରେ, ଅବାଂଛିତ ଆବେଗରେ, ସ୍ନେହ ଶ୍ରଦ୍ଧା କର୍ତ୍ତବ୍ୟ ପରାୟଣତା ଶିଶୁ କନ୍ୟା ପ୍ରତି ଦୁରେଇ ଯିବାର ଦୃଷ୍ଟାନ୍ତ ପ୍ରତିଟି ପରିବାରରେ ଉପଲବ୍ଧିମୟ ହେଲେ ବି କେହି ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ଯେହେତୁ ଝିଅ ବା କନ୍ୟା ଟି ଭୋଗୁଛି ଅକଥନୀୟ ମାନସିକ ଓ ଶାରୀରିକ ଯନ୍ତ୍ରଣା ।

   ଏଵେ ପରିବାରରେ ବୋହୂଟି ଆସର୍ଣ୍ଣ ପ୍ରସବା ଓ ସଭିଏଁ ମନଆସୁଥିଲେ ପୁଅ ଟିଏ ପାଇଁ ହେଲେ ଅନିମା ଅଲକ୍ଷରେ ମୁଣ୍ଡିଆ ମାରିଥିଲେ କନ୍ୟାରତ୍ନ ରୂପକ ନାତୁଣୀ ଟିଏ ପାଇଁ, ତ ପ୍ରକୃତରେ ପରିବାର କୁ ଆସିଥିଲା କନ୍ୟା ରତ୍ନ ଟିଏ, ବୋହୁ ମନସ୍ତାପ କରୁଥିଲା ଓ ବାନ୍ଧବୀ ମାନଙ୍କ ଆଗରେ କହୁଥିଲା ପ୍ରଥମ ସନ୍ତାନ କନ୍ୟା ହେଲେ ପରବର୍ତ୍ତୀ ସନ୍ତାନ ଟିଏ କନ୍ୟା ବା ପୁତ୍ର କିଏ କହିଵ?? ଆଉ ଏ ଯୁଗରେ ଦ୍ୱିତୀୟ ସନ୍ତାନ ପାଇଁ ଅପେକ୍ଷା ଓ ଦ୍ୱିତୀୟ ସନ୍ତାନ ପାଳନ ର ଧର୍ଯ୍ୟ କାହାର ବା ଅଛି? 

ଏହି ଉକ୍ତି ସବୁ ଶୁଣି ଅନିମା କଷ୍ଟ ତ ପାଉଥିଲେ ଆଉ ଲାଗିପଡ଼ିଥିଲେ କନ୍ୟାରତ୍ନ ର ଲାଳନ ପାଳନ ରେ ଦ୍ୱିତୀୟ ସନ୍ତାନ ରୂପେ ଦୁଇ ବର୍ଷ ଅନ୍ତରରେ ବୋହୁ କୋଳକୁ ଆସିଥିଲା ନାତି ରୋହିତ, ହେଲେ ନାତୁଣୀ ସମସ୍ତଙ୍କୁ ପଛରେ ପକେଇ କ୍ଲାସ ରେ ଫାଷ୍ଟ ହେବା ସହ ସମସ୍ତ ଗୁଣରେ ପାରଙ୍ଗମ ଓ ଦକ୍ଷ ହୋଇ ଆଜି ଯେବେ ଆଇ ଏସ ପରୀକ୍ଷାରେ ଟପ୍ପର ହେଇଥିଲା ତ ଜେଜେମା ଆନିମା ଥିଲେ ଶଯ୍ୟାଶାୟୀ ତଥାପି ନାତୁଣୀ ମୁଣ୍ଡ ଆଉଁସି କହୁଥିଲେ, ତୁ ମୋର ପ୍ରକୃତ ରେବତୀ ମାଆ ତୋ ନାମର ସାର୍ଥକତା ତୁ ଆଣିଦେଇଛୁ, ଏତିକି ବେଳେ ରୋହିତ ମଦ୍ୟ ପାନ କରି ଘରକୁ ଫେରିବାର ଦୃଶ୍ୟରେ ରେବତୀ କୁ କୋଳେଇ ନେଇ ଜେଜେମା ଅନିମା କାନ୍ଦିପକାଇଥିଲେ l


Rate this content
Log in

Similar oriya story from Action