STORYMIRROR

Gayatri Singh

Inspirational

3  

Gayatri Singh

Inspirational

ରାଜ୍ୟ

ରାଜ୍ୟ

2 mins
251


ରାଜା ପ୍ରତାପରୁଦ୍ର ଦେବ ସ୍ପଷ୍ଟ ଭାବେ ଘୋଷଣା କରିସାରିଛନ୍ତି ପୁତ୍ର ଆଦିତ୍ୟ କୁମାର ଯଦି ସେ ସାଧାରଣ ବର୍ଗର ଝିଅ କୁ ଗ୍ରହଣ କରେ ତାହେଲେ ସେ ତାକୁ ପଦବୀ ସମ୍ପତ୍ତି ରୁ ବଂଚିତ କରିବେ । ଏପରିକି ଆବଶ୍ୟକ ସ୍ଥଳେ ରାଜ୍ୟଚ୍ୟୁତ ମଧ୍ୟ କରିବାକୁ ପଛଘୁଂଚା ଦେବେ ନାହିଁ । ହେଲେ ଆଦିତ୍ୟ କୁମାର ମଧ୍ୟ ସେହି ଗୋଟିଏ ନିଷ୍ପତିରେ ଅଟଳ । ମୁଁ ଚାରୁକଳା କୁ ହିଁ ବିବାହ କରିବି । ଏ ରାଜ୍ୟ ପଦବୀ ସମ୍ପତି ସବୁ ମୋ ପ୍ରେମ ପାଖରେ ତୁଚ୍ଛ । ମୁଁ ସମସ୍ତଙ୍କୁ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଅଛି ହେଲେ ଚାରୁକଳା କୁ ନୁହେଁ । ହେଇପାରେ ଚାରୁକଳା ସାଧାରଣ ବର୍ଗର ଝିଅ । ହେଲେ ସେ ସବୁ ବିଦ୍ୟାରେ ନିପୁଣା । ତା ସୌନ୍ଦର୍ଯ୍ୟ ରେ ରାଜ୍ୟର ରାଜକୁମାରୀ ମାନେ ହାର ମାନିଯିବେ । ସେ ବିଦ୍ୟାରେ ନିପୁଣା । ବୁଦ୍ଧିମତୀ । ରାଜା ପ୍ରତାପରୁଦ୍ର ଦେବ ଚାରୁକଳାର ପିତାମାତା ଙ୍କୁ ରାଜ ଦରବାର କୁ ଡକାଇ ଚେତାବନୀ ଦେଇ ସାରିଛନ୍ତି । ଚାରୁକଳା ର ପିତା ମାତା ମଧ୍ୟ ଝିଅକୁ ବୁଝାଇ ସାରିଛନ୍ତି । ସେ ବି ବୁଝି ସାରିଛି । ପିତା ପୁତ୍ର ମଧ୍ୟରେ କନ୍ଦଳ ସୃଷ୍ଟି କରିବାକୁ ଚାହୁଁନାହିଁ । ହେଲେ ଆଦିତ୍ୟ କୁମାର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନୁହଂନ୍ତି । ପ୍ରତାପରୁଦ୍ର ଦେବ ରାଗରେ ଉଗ୍ର ରୂପ ଧାରଣ କରିସାରିଲେଣି । କି ପ୍ରତିକାର କରାଯିବ । ଆଦିତ୍ୟ କୁମାର ମୁଣ୍ଡରେ ପ୍ରେମ ସବାର ହୋଇ ରହିଛି । ଯେତେ ପ୍ରୟାସ ବି ବିଫଳ । ସେହି ସାଧାରଣ ବର୍ଗର କନ୍ୟା କେବେ ବି ମୋ ରାଜ ଉଆସର ବଧୂ ହୋଇ ପାରିବନି । ରାଜା ଯେତିକି ଜିଦିଖୋର ରାଜପୁତ୍ର ଅନୁରୂପ ଭାବରେ ସେହି ଗୋଟିଏ କଥାକୁ ଧରି ବସିଛନ୍ତି । ସହଜରେ ତ ରାଜବଂଶଧାରୀ ମାନଙ୍କର ଅତୁଟ କଥା । ତାଉପରେ ପୁଣି ରାଜକୁମାର ବାଳୁତ ସମୟରୁ ମାତା ବିଭାବତୀ ଙ୍କୁ ହରାଇ ମହଲର ପରିଚାରିକା ମାନଙ୍କ ଦ୍ୱାରା ଲାଳିତ ପାଳିତ ହୋଇ ତାଙ୍କର କ୍ରୋଧ ଆଉ ଜିଦି ବଢି ଯାଇଛି । ଶେଷରେ ସେ ପ୍ରେମ ପାଇଁ ରାଜ୍ୟ ତ୍ୟାଗ କଲେ । ଇତିହାସରେ ସୃଷ୍ଟି କରିଗଲେ ଏକ ନିଆରା ଉଦାହରଣ । 



Rate this content
Log in

Similar oriya story from Inspirational