The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Akshayakumar Dash

Thriller

3.3  

Akshayakumar Dash

Thriller

ରାଜନୀତି

ରାଜନୀତି

1 min
116


ବିନୋଦ ଜଣେ ସମାଜସେବୀ। ଜିଲ୍ଲାର ବିଭିର୍ଣ ସାମାଜିକ ମଙ୍ଗଳ କାର୍ଯ୍ୟ କରି ଲୋକ ମୁଖରେ ପ୍ରଶଂସିତ। ଜଣେ ବିଜ୍ଞ ଓ ପ୍ରବୀଣ ଲେଖକ ମଧ୍ୟ। ତଙ୍କଦ୍ୱାରା ରଚିତ ପୁସ୍ତକ ମାଟି ମା ର ମଣିଷ ଉପନ୍ୟାସ ବେସ ପାଠକ ଆଦୃତ ହୋଇଛି। ଦିନେ ଏକ ମଞ୍ଚରେ ତାଙ୍କର ଓଜସ୍ୱିନୀ ଭାଷଣ ଆଜିର ଓଡ଼ିଶାର ରାଜନୀତି ଉପରେ କଠୋର ମନବୃତି ଦର୍ଶକ ବା ଶ୍ରୋତା ମାନଙ୍କୁ ସ୍ତମ୍ବିଭୁତ କରିଦେଲା। ମଞ୍ଚରୁ ପଦାକୁ ଆସିଲାଭିତରେ କେତେକ ଟେଲିଭିଜନ ସଂସ୍ଥା ଘେରି ସରକାରଙ୍କ ଉପରେ ପ୍ରଶ୍ନ ପଚାରିଲେ। ଜଣେ ସାମ୍ବାଦିକ ପ୍ରଶ୍ନ କଲେ। ଓଡିଶା ସରକାର କଂ କେତେକ ସ୍ଥଳରେ ରାଜନୀତି ଗୋଟି ଚାଳନା କରି ନିଜ ଭାବ ମୂର୍ତ୍ତିକୁ ବଜାଇ ରଖୁଛନ୍ତି। କିନ୍ତୁ ଓଡ଼ିଶାର ବିକାଶ ଓ ଯୁବ ନିଯୁକ୍ତି କୁ ଗୁରୁତ୍ୱ ଦିଆଯାଉନି। ଓଡିଶା ସରକାରଙ୍କ ଆଭିମୁଖ୍ୟ ବିକାଶ ରେ ବାଧା ଦେଖାଯାଉଛି।ବିନୋଦ ଉତ୍ତର ଦେଇ କହିଲେ, ସରକାର କୃଷି, କୃଷକ, ଓ ନିଯୁକ୍ତି ସୁଯୋଗ ନଦେଲେ ରାଜ୍ୟର ବିକାଶ ହେବନି। ଆମ ରାଜ୍ୟ ର ଅଧିକାଂଶ ଜିଲ୍ଲା କୃଷି କ୍ଷେତ୍ରରେ ବେଶ ଆଗୁଆ ହୋଇପାରିବ ଯଦି ସରକାର କୃଷି ଓ କୃଷକକୁ ଉତ୍ସ।ହିତ କରନ୍ତି। ଏବେବି ବାହାର ରାଜ୍ୟରୁ ମାଛ, ଅଣ୍ଡା, ଚିକେନ୍, ଆଳୁ କଦଳୀ, ଓ ଅନ୍ୟାନ୍ୟ ପନିପରିବା ଆସୁଛି।ପିଆଜ ପାଇଁ ଓଡ଼ିଶାର ଉପଯୁକ୍ତ ମୂର୍ତ୍ତିକା ଥାଇ ବି ସରକାର କଂ ଇଛାଶକ୍ତି ଅଭାବରୁ ଆମ ଚାଷୀ ଭାଇ କଂ ଆଗ୍ରହର ଅଭାବ ଦେଖାଦେଉଛି।ଏପଯ୍ୟନ୍ତ ପ୍ରତେକ ବ୍ଲକ ରେ ଶୀତଳ ଭଣ୍ଡାର ନାହିଁ। ଆଳୁ ଆମ ମାଟିରେ ପ୍ରବଳ ଚାଷକରି କୃଷକ ଭାଇମାନେ ଲାଭବାନ ହୁଅନ୍ତି କିନ୍ତୁ ଏବେ ଚାଷୀ ଭାଇ ମାନେଆଲୁଚାଷ କରିବାକୁ ଅମଙ୍ଗ କାରଣ ଶୀତଳ ଭଣ୍ଡାର ନଥିବାରୁ ପଚି ଯିବାର ଭୟ ଅଛି। ମୋଟ ଉପରେ କହିବାକୁଗଲେ ଚାଷୀ ତାର ଚାଷ କାର୍ଯ୍ୟ ଛାଡି ଦେବାକୁ ବସିଲାଣି। କାରଣ ଚାଷୀ ହାତକୁ ନଗଦ ଅର୍ଥ ଆସିପାରୁନି । ଓଡିଶା କୃଷି ପ୍ରଧାନ ରାଜ୍ୟ। କିନ୍ତୁ କୃଷି ଓ କୃଷକ ଉପରେ ରାଜନୀତି ଚାଲିଛି।


Rate this content
Log in

Similar oriya story from Thriller