Paramita Mishra

Inspirational

3.1  

Paramita Mishra

Inspirational

ପୁନରାବୃତ୍ତି

ପୁନରାବୃତ୍ତି

4 mins
730


"ଖବରଦାର ଯଦି ବାହାରକୁ ଗୋଡ କାଢିଚ ତ, ଚିହ୍ନିବ ମତେ । ହା...ରେ କିଛି ନକହିଲେ ତ ଏ ବେଶି ହେଉଛନ୍ତି, ମୁଁ ଠିକ୍ ଚାରିଟାରେ ଘରକୁ ଆସିବି ସେତେ ପର୍ଯ୍ୟନ୍ତ ମୁଁ ଯାହା ଯାହା କାମ ଦେଇଛି ସେସବୁ ହେଇ ଯାଇଥିବା ଦରକାର । ବୁଝିଲ । "

କୁନାଲ ନିଜ କଥା ଶୁଣେଇ ଦେଇ ଗଲା, ବାପା ନିରଞ୍ଜନ ମୁଣ୍ଡ ତଳକୁ ପୋତି ପୁଅର ପ୍ରତେକଟି କଥା ଶୁଣି ଚାଲିଥିଲେ, ବିନା ପ୍ରତିବାଦରେ । କବାଟର ଢପ କରି ଆବାଜରୁ କୁନାଲର ଅଫିସ ଚାଲିଯିବା ସୁନିଶ୍ଚିତ ହେଲା । ହାତରେ ଧରିଥିବା ମେଡିସିନ୍ ଟିକୁ ପାଟିରେ ପକେଇ ପାଣି ଢୋକେ ପିଇ ପକେଇଲେ ନିରଞ୍ଜନ । ଆଖିରେ କେମିତି ଏକ ମଇଳା ପଡିଯାଇଥିବ ନିଶ୍ଚୟ, ଅଶ୍ରୁ ସହ ଖସି ଆସିଲା କେତେ ସେହି ପୁରୁଣା ଦିନ......

ଦିନ ସାରା ଖଟି କେତେ ବି ହାଲିଆ ଲାଗୁ ବା କେତେ ବିଳମ୍ବ ହେଉ କିନ୍ତୁ ଅଫିସରୁ ଫେରୁ ଫେରୁ କୁନା ସହ ଘଣ୍ଟାଏ ଖେଳେ ନିଶ୍ଚୟ କୁନାକୁ ବ୍ୟାଟିଙ୍ଗ କରିବାକୁ ଭାରି ପସନ୍ଦ । ସାହିରେ କ୍ରିକେଟ ଖେଳରେ ତାକୁ ସବୁବେଳେ ବ୍ୟାଟିଙ୍ଗ ଦିଅନ୍ତିନି । ବଡ ଭୋଳା ପୁଅଟା, ପିଲା ଦିନେ ଆଖିକୁ ଟିକେ କମ୍ ଦିଶେ ବୋଲି ଗୋଲଗୋଲ କାଚର ଚଷମା ଖଣ୍ଡେ ପିନ୍ଧେ । ସାମ୍ନାରେ ଆସୁଥିବା ବଲ୍ ଟିକୁ ଠିକରେ ଦେଖିପାରେନି ପୁଣି ସାହି ପିଲାମାନେ ତାର ଚଷମା ନେଇ ବହୁତ ହଇରାଣ କରନ୍ତି । କାନ୍ଦି କାନ୍ଦି ପୁଅ ମୋର ମୋରି ଆସିବା ବାଟକୁ ଅନେଇ ବସିଥାଏ । ମୁଁ ଅଫିସ ପରେ ଅନ୍ୟ ବାବୁମାନଙ୍କ ସହ ଖଟି ନକରି ସ୍କୁଟର ପେଲି ସିଧା ଘରେ ହାଜର ସେଥିପାଇଁ ଅଫିସର ସାଥି ମାନେ ବହୁ ଅସନ୍ତୁଷ୍ଟ ଥିଲେ କିନ୍ତୁ ମୁଁ ବା କଣ କରନ୍ତି ଅଫିସ ନ ସରୁଣୁ ମୋ ପୁଅର ମୁହଁ ମୋ ଆଗରେ ନାଚି ଉଠୁଥିଲା । ମା ଛେଉଣ୍ଡ ଛୁଆଟା ନା ତେଣୁ ମନ ଖାଲି ଗୋଳେଇ ଘାଣ୍ଟି ହୁଏ । କୁନାକୁ ବ୍ୟାଟିଂରେ ବଡ ସଉକ କହେ ବାପା ଦେଖିବ ମୁଁ କେମିତି ଛକା ମାରିବି । ତେଣିକି ବଲ୍ରେ ହିଟ ହେଉ କି ନହେଉ, ସନ୍ଧ୍ୟା ଯାଏଁ ବାପା ପୁଅ ଖୁବ୍ ଖେଳୁ ତା’ପରେ ସେଠୁ ଫେରି ଢାବାରୁ ପୁଅ ପସନ୍ଦର ପନିର ଆଉ ରୁଟି ଧରି ଘରକୁ ଫେରୁ । ହଁ କୁନା ମାଆ ମାନେ ମୋ ସ୍ତ୍ରୀ ବହୁତ ଭଲ ପନିର ବନାଉଥିଲା ମତେ ତ ଚୁଲି ବି ଜାଳିବା ଆସୁ ନଥିଲା । ସେ ଗଲା ପରେ ଧୀରେ ଧୀରେ କିଛି ରନ୍ଧା ଶିଖିଲି କେତେ ସବୁବେଳେ ବାହାରୁ ଆଣିବୁ । ଘରକୁ ଆସି ପଢ଼ା ସାରି ଖଟ ଉପରେ ପଡିଯାଉ ହଁ ଆଉ ତା’ପରେ ଆରମ୍ଭ ହୁଏ କୁନାର ଦିନ ଯାକର ରାମାୟଣ, ମୁଁ ହୁଁ ମାରୁମାରୁ କେତେବେଳେ ଆମ ଆଖି ଲାଗିଯାଏ ଆଉ ପୁଣି ଆରମ୍ଭ ହୋଇଯାଏ ନୂଆ ଦିନ । ମୋର ମନେ ଅଛି ସେଦିନ ମୋ ଅଫିସ ଫୋନକୁ ଫୋନ ଆସିଲା ମୋ କୁନାର କିଛି ହୋଇ ଯାଇଛି । ହାତ ଗୋଡ ମୋର ଗୋଟାପଣେ ଥରି ଉଠିଲା ମୁଁ ଜାଣିନି ମୁଁ କେମିତି ସେଦିନ ଆଖି ପିଛୁଳାକେ ଘରେ ପହଞ୍ଚିଛି । ସାହିର ପିଲାମାନେ କୁନା ଦେହରେ ବିଛୁଆତି ପତ୍ର ଲଗାଇ ଦେଇଥିଲେ । ମୋ ପୁଅର ଅବସ୍ଥା ଦେଖି ସେଦିନ ମତେ ଏତେ ଅସହାୟ ଲାଗିଥିଲା ଯେ ମୁଁ ସେଦିନ ଆଜିଯାକେ ଭୁଲି ପାରୁନି । ରାଗିକି ତାକୁ କହିଥିଲି "ଖବରଦାର ଯଦି ବାହାରକୁ ଗୋଡ କାଢିଚୁ ତ, ଚିହ୍ନିବୁ ମତେ । ହାରେ କିଛି ନକହିଲେ ଇଏ ବେଶି ହେଉଛି, ମୁଁ ଠିକ୍ ଚାରିଟାରେ ଘରକୁ ଆସିବି ସେତେ ପର୍ଯ୍ୟନ୍ତ ସ୍କୁଲର ସବୁ କାମ ସାରି ଖାଇ ଘରେ ଧିରେ ବସିଥିବୁ । 

ମୁଣ୍ଡ ପୋତି ସେମତି ମୋର ସବୁ କଥା ଶୁଣେ ସେ ବିନା ପ୍ରତିବାଦରେ । ଅଫିସ୍ ଅଧାରୁ ଚାଲିଆସିଥିଲି ତେଣୁ ପୁଣି ଦୌଡିଗଲି ଫେରି । ଚାରିଟା ପରେ ହୋଇଯାଇଥିଲା । ଘରକୁ ଫେରିଲା ବେଳକୁ ସେମତି ସେହି ଚେୟାର ଉପରେ ଅପେକ୍ଷା କରିକରି ଶୋଇଯାଇଥିଲା ମୋ ପୁଅ । ସେଦିନ ମୁଁ ବୁଝିଯାଇଥିଲି କୁନାକୁ ଏମିତି ଘରେ ବାନ୍ଧି ରଖିବା ଦ୍ଵାରା ସେ ଆଗକୁ ବଢି ପାରିବନି । କିଛି ସମୟ ମୋ ସହ ରାଗିକି କଥା ହେଲାନି । ତା’ପରେ ଯେତେବେଳେ ମୁଁ ତାକୁ ତା ସାଙ୍ଗମାନଙ୍କ ସହ ଖେଳିବାକୁ ହଁ କରିଦେଲି ତା ଖୁସି କହିଲେ ନ ସରେ । 

ଏତେ ଭାବନାରେ କେତେ ସମୟ ଚାଲିଗଲାଣି । କୁନାଲ ଘରକୁ ଫେରିଆସିଲା । ଚାରିଟା ବାଜି କିଛି ଅଧିକା ସମୟ ହୋଇଗଲାଣି । କୁନାଲ ଦୁଆର ମୁହଁରୁ ଡାକ ଛାଡିଲା ବାପା ବାପା । ଯାହା ଯାହା କହିଥିଲି ସବୁ କରିଛ ତ । ନିରଞ୍ଜନ ରାଗିବା ଅଭିନୟ କରୁଥିଲେ । ଖାଇବା ଥାଳି, ଔଷଧ ବାକ୍ସ ସବୁ ଦେଖି ସାରିଲା ପରେ କୁନାଲ କହିଲା ଗୁଡ୍ ସବୁ ଖାଇଛ ଆଉ ବ୍ୟାୟାମ ଦଶ ଥର ସେଇଟା କରିଛ ତ?ନିରଞ୍ଜନ ସବୁ ଶୁଣି ନ ଶୁଣିଲା ପରି ରହିଥିଲେ । କୁନାଲ କହିଲି ଆଛା ରାଗିଛ ତାହାଲେ ଠିକ୍ ଅଛି ବାବା ଚାଲ ଏବେ ଯିବା ଖେଳିବାକୁ । ହାତରେ ବଲ୍ ବ୍ୟାଟ ଧରି ବାପା ପୁଅ ପାର୍କରେ ଖେଳିବାକୁ ଗଲେ । ନିରଞ୍ଜନ ଅଭିମାନ କରି କହିଲେ ମୁଁ ଖେଳିବିନି । କୁନାଲ ବାବାକୁ ବୁଝାଇ କହିଲା ବାବା ତୁମେ ସିଡିରୁ ପଡି ଯାଇଥିଲେ କଣ ହେଇଥାନ୍ତା । ବିଲ୍ଡିଂର ପିଲାମାନେ ତୁମ ସହ କିଛି କରିଥିଲେ । ମୁଁ ତ କହିଲି ନା ମୁଁ ତୁମ ସହ ସବୁଦିନ ଖେଳିବି । ନିରଞ୍ଜନ କହିଲେ ସେ କଥା ନୁହେଁ । ଆଉ ତାହାଲେ କୁନାଲ ପ୍ରଶ୍ନିଳ ଆଖିରେ ପଚାରିଲା । ନିରଞ୍ଜନ ଅନ୍ୟ ଆଡେ ମୁହଁ ବୁଲାଇ କହିଲେ ସେ ଝିଅ ତତେ ବାହା ହେବାକୁ ଏତେ ଥର କହିଲାଣି ତୁ ତାକୁ ହଁ କଲେ ଯାଇ ମୁଁ ଖେଳିବି । କୁନାଲ ପିଲାଳିଆମୀ କରି କହିଲା ବାବା ତମେ ମୋ ଲାପଟପରୁ ମୋ ମେସେଜ ପଢୁଚ! କେତେ ଖରାପ କଥା କହିଲ! ହଁ ତ? ବାପା ମୁଁ, ଚାଲ ଚାଲ ବଲ୍ ମାର୍ ତୁ , ଦେଖ ମୁଁ କେମିତି ଛକା ମାରିବି, କୁହନ୍ତି ନିରଞ୍ଜନ । ବାପାଙ୍କ ଆନନ୍ଦ ଅଶ୍ରୁ ପୋଛି ପକେଇଲା କୁନାଲ । 

କୁହନ୍ତି ଇତିହାସର ସବୁବେଳେ ପୁନରାବୃତ୍ତି ହୁଏ । ଏବେ ନିରଞ୍ଜନ ବାବୁଙ୍କ ଆଖିକୁ ଆଉ ଠିକରେ ଆସୁଥିବା ବଲଟି ଦିଶେନି କିନ୍ତୁ କ୍ରିକେଟର ଭାରି ସଉକ । କୁନାଲ ବୋଲିଂ କରେ । ହ୍ୱିଲ୍ ଚେୟାର ଉପରେ ବସି ନିରଞ୍ଜନ ଖାଲି ବ୍ୟାଟିଂ କରନ୍ତି । ବଲକୁ ହିଟ ହେଉ କି ନହେଉ........ 



Rate this content
Log in

Similar oriya story from Inspirational