The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Samar Ballav Bhoi

Tragedy Inspirational

4.3  

Samar Ballav Bhoi

Tragedy Inspirational

ପ୍ରୟାସ ର ଅନୁତାପ

ପ୍ରୟାସ ର ଅନୁତାପ

2 mins
283


ପ୍ରୟାସ ପାଖ ଦୋକାନରୁ ତେଜରାତି ସାମଗ୍ରୀ ଧରି ଫେରୁଥାଏ, ଘର ଭିତରେ ବହୁତ ଯୋର ପାଟି ଶୁଣି ପାଦର ଗତି ବଢ଼େଇଲା । ଶୀଘ୍ର ଘରେ ପହଞ୍ଚିଲା, ପହଞ୍ଚିଲା ବେଳକୁ ବାପା, ବୋଉ ଓ ଭାଇ ସମସ୍ତେ ଯୋର ପାଟି କରିବାରେ ବ୍ୟସ୍ତ । ସମସ୍ତେ ନିଜ ନିଜର ପତିଆରା ଦେଖାଇବାରେ ବ୍ୟସ୍ତ । ପ୍ରୟାସ ସମସ୍ତଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥାଏ । କିନ୍ତୁ କେହି କାହାରିକୁ ଛାଡ଼ିବାକୁ ନାରାଜ । ପ୍ରୟାସର ଅନେକ ଚେଷ୍ଟା ସତ୍ତ୍ୱେ ଭାଇକୁ କଳି ପାଟିତୁଣ୍ଡରୁ ଅଟକାଇ ପାରିନଥିଲା । ପ୍ରୟାସ କାହାରିକୁ କିଛି କହିବା ପାଇଁ ଚେଷ୍ଟା କରୁଥିବା ସମୟରେ ବଡ଼ଭାଇ (ସୁନ୍ଦର) ଗୋଟିଏ ଚାପୁଡା ମାରିଲା, ଏତେ ଯୋରରେ ଚାପୁଡା ମାରିଲେ ଯେ ପ୍ରୟାସ ତେଜରାତି ବ୍ୟାଗ ସହ ତଳେ ପଡ଼ିଗଲା, ବ୍ୟାଗ ତଳେ ପଡି ସବୁ ସଉଦା ଏଣେ ତେଣେ ବିଛୁରିତ ହୋଇଗଲା । ପ୍ରୟାସ ଝାଡିଝୁଡି ଉଠି ଏଣେ ତେଣେ ପଡ଼ିଥିବା ସଉଦା ଉଠାଇ ରଖୁଥିବା ସମୟରେ ମାଆ (ବିନିତା) ପ୍ରୟାସକୁ ସାହାଯ୍ୟ କଲେ । କିନ୍ତୁ ସୁନ୍ଦର କିଛି ବୁଝି ନସୁଝି ପ୍ରୟାସକୁ ପୁଣି ଥରେ ଠେଲି ତଳେ ପକାଇ ଦେଲା । ପ୍ରୟାସ ବୁଝିବା ପାଇଁ ବହୁତ ଚେଷ୍ଟା ଚଲାଇଥାଏ । ପ୍ରକୃତ କଥା ହେଲା ଜମିବାଡ଼ି ଭାଗବାଣ୍ଟ ବିଷୟରେ । ସୁନ୍ଦର ବାହାରେ ରାଜ୍ୟରେ ସ୍ୱଳ୍ପ ବେତନରେ ଚାକିରିଟିଏ କରିଛି । ପିଲାଙ୍କ ସହିତ ବାହାରେ ଏତେ କମ୍ ଦରମାରେ ଚଳିବା ଭାରି କଷ୍ଟକର । ଅନ୍ୟ ମାନଙ୍କ ଠାରୁ ଶୁଣି ଲା ଯେ ବାପା ମୋ ପାଇଁ ଅତିକମ୍ ଜମି ଭାଗରେ ଦେବେ ବୋଲି । ବାପା କୁଆଡେ଼ କଥାବାର୍ତ୍ତା ହେଉ ଥିଲେ, ସୁନ୍ଦର ପାଠ ପଢା ବାବଦରେ ଅନେକ ଟଙ୍କା ଖର୍ଚ୍ଚ ହୋଇଛି । ଏକଥା ଶୁଣି ରାଗରେ ମନେ ମନେ ରକ୍ତ ଚାଉଳ ଚୋବାଉଥିଲା । ବାପା କୁଆଡେ଼ ସାନପୁଅକୁ ଅଧିକ ଜମିବାଡ଼ି ଭାଗରେ ଦେବେ ବୋଲି । ଏସବୁ କଥା ଶୁଣିବା ଦିନରୁ ମନଭିତରେ ଅନେକ ରାଗ ବଢ଼ି ଯାଇଥିଲା । କିନ୍ତୁ ପ୍ରୟାସ ମନେ ମନେ ବହୁତ କ୍ରୋଧାନ୍ୱିତ ଥାଏ । ଥରେ କ'ଣ ହେଲା କେଜାଣି, କ୍ରୋଧାନ୍ୱିତର ନିଆଁରେ ଜର୍ଜରିତ ହୋଇ ଭାଇ ଶୋଇଥିବା ଅବସ୍ଥାରେ ମଣ୍ଡକୁ କାଠ ବାଡିରେ ଜୋରରେ ଆଘାତ କଲା । ସୁନ୍ଦର ଆଘାତ ଅବସ୍ଥାରେ ଚିତ୍କାର କରୁଥିଲା । ବାପା ମା ଶୋଇଥିଲେ ହଠାତ୍ ଏ ଚିତ୍କାର ଶୁଣି ଉଠିଆସି ଦେଖନ୍ତି, ସୁନ୍ଦର ମୁଣ୍ଡରୁ ପ୍ରବଳ ମାତ୍ରାରେ ରକ୍ତସ୍ରାବ ଚାଲିଥାଏ । ଯେତେ ହେଲେ ବି ମା ଆଗରେ ସନ୍ତାନ ସବୁବେଳେ ଅତି ପ୍ରୀୟ । କ'ଣ କରିବେ କିଛି ଉପାୟ ମିଳୁନଥାଏ । ଯାହା ହେଉ ବିନିତା ଙ୍କ ଚେଷ୍ଟାରେ ୧୦୮କୁ ଫୋନ କରି ଡାକ୍ତରଖାନାରେ ପହଁଚିଲା । ଯାହା ହେଉ ଯେମିତି ହେଉ ସୁନ୍ଦର ଡାକ୍ତରଖାନାରୁ ଭଲ ହୋଇ ଫେରିଆସେ, କିନ୍ତୁ ଏସବୁ ସମସ୍ୟା ଭିତରେ ପ୍ରୟାସ କୁଆଡେ଼ ବାହାରକୁ ଲୁଚି ପଳାଇଯାଇଥିଲା । ଭୟରେ ୨-୩ ବର୍ଷ ପରେ ଘରକୁ ଫେରିଲା । ସେତେବେଳକୁ ପରିସ୍ଥିତି କିଛି ଅଲଗା ଥିଲା । ପ୍ରୟାସ ମନରେ ଅନେକ ପ୍ରଶ୍ନ । କ'ଣ କରିବି , କେମିତି ବାପା ମା'ଙ୍କୁ ଦେଖାଦେବି। ମୁଁ ହୁଏତ ସେଦିନ ରାତିରେ ଏ ଆଘାତ କରିନଥିଲେ ଆଜି ପର୍ଯ୍ୟନ୍ତ ଲୁଚିବାକୁ ପଡିନଥାନ୍ତା । ସେ ଅନୁତାପ କଲା ଏଭଳି ଭୁଲ ମୋ ଜୀବନରେ ଆଉ ନହେଉ । ଯାଇ ବାପା ମା'ଙ୍କୁ କ୍ଷମାପ୍ରାର୍ଥନା କରିବି । ମୁଁ ଇତିହାସରେ ପଢିଥିଲି, ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକ ପାଲଟି ଯାଇଥିଲେ । ଦୟା ନଦୀ କୂଳରେ ନିଜକୁ ଅନୁତାପରେ ବସିରହି ନିଜକୁ ଧର୍ମାଶୋକ ସଜାଇ ଥିଲେ । ପ୍ରୟାସ ବି ଅନୁତାପରେ ନିଜକୁ ପରିବାର ସହିତ ରହିବାକୁ ପଡିଲା । ବଡ଼ଭାଇ ସୁନ୍ଦର ପ୍ରୟାସକୁ କ୍ଷମା କରି ଦେଲେ।



Rate this content
Log in

Similar oriya story from Tragedy