Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ପ୍ରତ୍ୟୟ

ପ୍ରତ୍ୟୟ

1 min
516



       ପୁଅର ସ୍କୁଲରୁ ଖବର ଆସିଲା, ‘ପୁଅ ଦେହ ଖରାପ, ଜଲଦି ଆସନ୍ତୁ l’ ବ୍ୟସ୍ତ ହୋଇଗଲୁ ଆମେ ଦୁହେଁ l ଦୁଇ ଦିନ ହେଲା ତା’ ଦେହ ଭଲ ନ ଥିଲା l ବଦହଜମୀ ହୋଇ ବାନ୍ତି ହେଉଥିଲା l ସବୁ ଡାକ୍ତରୀ ଚିକିତ୍ସା ଫେଲ୍ ମାରିବା ପରେ କିଛି ଘରୋଇ ଉପଚାରରେ ସେ ସୁସ୍ଥ ହୋଇଥିଲା l ଦୁଇ ଦିନି ସ୍କୁଲ୍ ବନ୍ଦ l ଆଜି ତା’ ମାଆ ତା’କୁ ଜବରଦସ୍ତ ପଠେଇଦେଲା ସ୍କୁଲକୁ l ଏଡେ ଟିକେନାକୁ ପିଲା l ମୋତେ ବହୁତ ବ୍ୟସ୍ତ ଲାଗେ l ବେଳେବେଳେ ଲାଗେ ପୁଅ ମୋର କେମିତି ସମ୍ମୁଖୀନ ହେବ ବାହାର ଦୁନିଆକୁ ? ହାରାସ୍ ହୋଇଯିବନି ତ ?

  

     ସ୍କୁଲରେ ପହଞ୍ଚିବା ପରେ ତା’ ଶିକ୍ଷକଙ୍କ ଠାରୁ ଜାଣିଲି ପେଟ କାଟୁଛି ତା’ର l ବ୍ୟସ୍ତ ଲାଗିଲା l ମନେ ମନେ ବିରକ୍ତ ହେଲି ତା’ ମାଆ ଉପରେ l ୟୁ.କେ.ଜି.ରେ ପଢୁଛି l ତିନି ଦିନ ସ୍କୁଲ୍ ନ ଗଲେ କ’ଣ ସଂସାରଟା ପ୍ରଳୟ ହୋଇଯାଇଥାନ୍ତା ଯେ ?

       : ବାପା ! କୋଉଠି କ’ଣ ଖାଇଲୁ କି ? ରାସ୍ତାରେ ପୁଅକୁ ଜେରା କଲି ମୁଁ l

       : ତୁ କାହାକୁ କିଛି କହିବୁନି ତ ବାବା ? (ପୁଅ ମୋତେ ତୁ କରେ l ଏ ପର୍ଯ୍ୟନ୍ତ ତୁ, ତୁମେ ଓ ଆପଣ ଭିତରେ ପାର୍ଥକ୍ୟ ଜାଣିନି ସିଏ l ବଳେ ଜାଣିବନି କି ?)

       ମୋ ଠାରୁ ପ୍ରତିଶୃତି ପାଇବା ପରେ କହିଲା, “ବାବା ! ପେଣ୍ଟରେ ଟିକେ ‘ଗା’ ହେଇଗଲା l ଆଉ କ’ଣ କରିଥାନ୍ତି ଯେ ? ସାଙ୍ଗମାନେ ଜାଣିଲେ ଚିଡେଇବେ l ସେଥିପାଇଁ ସାରଙ୍କୁ କହିଲି ପେଟ କାଟୁଛି l”

 

      ପୁଅର କଥା ଶୁଣି ଆଉ ମୋତେ ଭୟ ଲାଗୁ ନ ଥିଲା l ମୋ ଭିତରେ ପ୍ରତ୍ୟୟ ଆସୁଥିଲା ଯେ ପୁଅ ମୋର ସବୁ ପରିସ୍ଥିତିକୁ ସାମ୍ନା କରିପାରିବ l



Rate this content
Log in

Similar oriya story from Inspirational