ପ୍ରତ୍ୟକ୍ଷ ପ୍ରମାଣ
ପ୍ରତ୍ୟକ୍ଷ ପ୍ରମାଣ


ଏକ ଗାଁର କେତେ ଲୋକ ଜଣେ ବନ୍ଧୁଙ୍କ ସଙ୍ଗେ କଥାବାର୍ତ୍ତା କରୁଥିଲେ l କେହି କେହି ବନ୍ଧୁଟିର ଭଲଗୁଣର ପ୍ରଶଂସା କଲେ l
ଜଣେ ଲୋକ ଶେଷରେ କହିଲା “ଲୋକଟା ଭଲ ଲୋକ, ତହିଁରେ ସନ୍ଦେହ ନାହିଁ l କିନ୍ତୁ ତାର ଦୁଇଟି ଦୋଷ ଅଛି l”
ଆଉ ଜଣେ ପଚାରିଲା “ଦୋଷଟା କଣ?”
“ଟିକକ କଥାରେ ତାର କ୍ରୋଧ ଆସେ ଯ ରାଗରେ ସେ କଣ ଯେ ନ କରେ ତାର ଠିକଣା ନ ଥାଏ l” ଦ୍ୱତୀୟ ବନ୍ଧୁଟି ଉତ୍ତର ଦେଲା l
ଯା’ ବିଷୟରେ ଏପରି କଥାବାର୍ତ୍ତା ଚାଲିଥିଲା ହଠାତ୍ ସେ ଆସି ପହଞ୍ଚିଗଲା ଏବଂ ଏ ମନ୍ତବ୍ୟଟା ତା କାନରେ ପଡିଗଲା l
ଯା’ ତୁଣ୍ଡରୁ ସେ ରାଗୀଟା ବୋଲି ଶୁଣିଲା ଝପଟି ଯାଇ ସେ ତାର ଗଳା ଧରିଲା l
ଗଳା ଚିପି, “ଆରେ, ବଦମାସ୍ ତୋର ଏତେ ସାହସ ତୁ କହିବୁ ମୁଁ ଗୋଟାଏ ରାଗୀ? ତୋର ତଣ୍ଟି ଚିପି ଦେବି l”