ପ୍ରିୟ ଗୋଇନ୍ଦା ‐ ଜେମସ୍ ବୋଣ୍ଡ
ପ୍ରିୟ ଗୋଇନ୍ଦା ‐ ଜେମସ୍ ବୋଣ୍ଡ
ଜେମସ୍ ବୋଣ୍ଡ ଇଂଲଣ୍ଡର ବହୁଚର୍ଚ୍ଚିତ ଗୋଇନ୍ଦା ଉପନ୍ୟାସ ; ଯାହାକି ୧୯୫୩ ମସିହାରେ ଇଆନ୍ ଫ୍ଲେମିଂଗଙ୍କ ଦ୍ବାରା ରଚନା କରାଯାଇଥିଲା | ଜେମସ୍ ବୋଣ୍ଡ ଗୋଇନ୍ଦା ଏଜେନସି ୦୦୭ ଗୁପ୍ତ ନାମରେ ପରିଚିତ | ଏ ଚରିତ୍ରଟି ଅନାବିସ୍କୃତ ତଥ୍ୟଗୁଡ଼ିକ ଚର୍ଚ୍ଚିତ ଘଟଣା ସ୍ତରରେ ଉନ୍ମୋଚନ କରିଥାଏ | ଭୟଙ୍କର ଜଳଯାତ୍ରା ହେଉ ଅବା ଦ୍ବୀପମାନଙ୍କରେ ଜେମସ ବୋଣ୍ଡ ନିଜ ପ୍ରାଣକୁ ଭୟ ନକରି ପହଞ୍ଚି ଯାଇଥାଏ | ସହ ଚରିତ୍ର ଗୁଡ଼ିକ ଖୁବ୍ ସହଯୋଗୀ | ଜେମସ୍ ବୋଣ୍ଡ ଆଧାରିତ ବାଆରଟି ଉପନ୍ୟାସ ଓ ଦୁଇଟି କ୍ଷୁଦ୍ର ଗଳ୍ପ ଇଆନ୍ ଫ୍ଲେମିଂଗ ରଚନା କରିଛନ୍ତି | ସେ ୧୯୬୪ ମଃ ବେଳକୁ ମୃତ୍ଯୁବରଣ କଲେ | ମାତ୍ର ଫ୍ଲେମିଂଗ ରଚିତ ଜେମସ୍ ବୋଣ୍ଡ ଉପରେ ବହୁତ ଗୁଡ଼ିଏ ଚଳଚ୍ଚିତ୍ର , ଧାରାବାହିକ ଓ କମିକ୍ସ ପ୍ରସ୍ତୁତ କରାଯାଇଛି | ଏଗୁଡ଼ିକ ସାରା ପୃଥିବୀ ବହୁ ଆକର୍ଷଣର କେନ୍ଦ୍ରବିନ୍ଦୁ |

