STORYMIRROR

Sunanda Mohanty

Action Inspirational Others

2  

Sunanda Mohanty

Action Inspirational Others

ପରିଷ୍କାର ର ସଂଜ୍ଞା

ପରିଷ୍କାର ର ସଂଜ୍ଞା

1 min
109

     ହାତ ଗୋଡ଼ ଭଲସେ ଧୋଇ, ପରିଷ୍କାର ଚକ ଚକ କରୁଥିବା ଷ୍ଟିଲ ଟୀଫିନ ଦୁଇଟି ଧରି କିଛି ସମୟ ଆଗରୁ ଶ୍ରମିକ କାମ କରୁଥିବା ମାଆ ପୁଅ ଦୁହେଁ ବସିଗଲେ ସ୍କୁଲ ବାରଣ୍ଡା ରେ ଖାଦ୍ୟ ଗ୍ରହଣ ପାଇଁ, ତ ମୁଁ ସହି ପାରିଲିନି, କହିଲି ମାଉସୀ, ଏଠି ଦୁଇ ଦିନ ତଳେ ଷଣ୍ଢ ଶୋଇ ଝାଡା କରିଛି ଯେ ଆଧା ଶୁଖା ହୋଇଛି, ତୁମେ ବରଂ ଅନ୍ୟ ସ୍ଥାନରେ ବସି ଖାଇନିଅ ।


  ମାଉସୀ ଜଣକ ଟିକେ ମତେ ଚାହିଁଲେ, କହିଲେ ଷଣ୍ଢ ତ ଶିବ ଙ୍କ ବାହାନ ମାଆ, ଆଉ ଝାଡା ନୁହେଁ ତାହା ଗୋବର ଯେଉଁ ଥିରେ ପରା ଘର ଦ୍ୱାର ଲିପା ପୋଛା କରାଯାଏ, ଜୀବାଣୁ ମାରିବା ପାଇଁ ତ ଏଠି ବସିବାରେ କିଛି ଅସୁବିଧା ନାହିଁ ମାଆ, ତାଙ୍କ ଯୁକ୍ତିରେ ମୁଁହ କଳା ପଡିଗଲା ସତ, ହେଲେବି ପରିଷ୍କାର ପରିଚ୍ଛର୍ଣ୍ଣତା ବିଷୟରେ ସଜାଗ ରହିଲେ କରୋନା ମହାମାରୀ ଡ଼ରିକି ଆମକୁ ଛାଡି ପଳେଇବ କହିଥିଲି, ମାଉସୀ ହସିଦେଲେ ।


ତା ପରଦିନ ସ୍କୁଲ ସାନିଟାଇଜର ହେଉଥାଏ ଦଶମ ପିଲାମାନେ ଆସିବା ପୁର୍ବରୁ, ମାଉସୀ ବି ପୁଅ ସହ ଆସି ବାଲି ବୁହାରେ ନିୟୋଜିତ ଥାନ୍ତି, ତ କାଲି ସେ ବସି ଖାଉଥିବା ସ୍ଥାନଟି ଆଗ ପରିସ୍କାର କରିବାକୁ ହୃଦୟଙ୍ଗମ କରି, ସେଆଡେ଼ ନଜର ପକାଇଲି, ଆଉ ସଫା ହୋଇଗଲା ସେ ଜଗା, ମାଉସି ପୁଅ ସହ ସେଠାରେ ଖାଉଥିଲେ ଖାଦ୍ୟ, ଅଦୂରରେ ଛୋଟା ଷଣ୍ଢ ଟି ଶୋଇ ପାକୁଳି କରୁଥିଲା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action