Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Gangadhar Nanda

Horror Crime Thriller

4  

Gangadhar Nanda

Horror Crime Thriller

ପ୍ରେତର ପ୍ରତିଶୋଧ ଭାଗ୧୫

ପ୍ରେତର ପ୍ରତିଶୋଧ ଭାଗ୧୫

4 mins
36



        ସକାଳୁ ସକାଳୁ ଫ୍ରେସ ହୋଇସାରି ବ୍ରେକଫାଷ୍ଟ ନଉଛି, ହଠାତ ଥାନା କମ୍ପାଉଣ୍ଡ ଭିତରେ କାହାର କାନ୍ଦ ଶୁଣାଗଲା । ବାହାରକୁ ଯାଇ ଦେଖିଲି ,ଦୁଇ ଜଣ ବୃଦ୍ଧ ଦମ୍ପତ୍ତି ଉଚ୍ଚ ସ୍ୱରରେ କାନ୍ଦୁଛନ୍ତି । ଦୁଇଜଣ କନେଷ୍ଟବଳ ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କରୁଛନ୍ତି । ଧିରେ ଧିରେ ସେମାନଙ୍କ ପାଖକୁ ଗଲି । 

'କଣ ହେଇଛି ' ? 

'ଆଜ୍ଞା ଏ ଦୁଇଜଣ ଗୋବିନ୍ଦପୁରରୁ ଆସିଛନ୍ତି ( ସରପଞ୍ଚଙ୍କର ଗ୍ରାମର ନାମ ଗୋବିନ୍ଦପୁର) । ଏମାନଙ୍କ କହିବା କଥା ଯେ ଗତରାତିରେ ସରପଞ୍ଚ ଏମାନଙ୍କ ପୁଅ ଦିବାକରକୁ ଘରୁ ଡାକିନେଇ ମାରି ଦେଇଛି'। ଜଣେ କନେଷ୍ଟବଳ କହିଲା । ଏଥିମଧ୍ୟରେ ବୃଦ୍ଧ ଜଣକ ମୋ ପାଦ ଧରିପକାଇ ରଡି ଛାଡି କାନ୍ଦୁଥିଲେ । ମୁଁ ଟିକିଏ ପଛକୁ ଘୁଞ୍ଚିଆସି କହିଲି , ' ଏ କ'ଣ କରୁଛ ? କାନ୍ଦ ବନ୍ଦ କରି ଘଟଣାଟା କ'ଣ , ଠିକ ଭାବରେ କୁହ । 


       ଅଫିସ ଭିତରକୁ ଯାଇ ସେମାନେ ଏଫ୍.ଆଇ.ଆର. ଲେଖିବା ଭିତରେ ଆମେ ସ୍ପଟକୁ ଯିବାପାଇଁ ପ୍ରସ୍ତୁତ ହୋଇ ବାହାରିଲୁ । 


       ଦିବାକର ସ୍ଵାଇଁ ପ୍ରଦୀପ ମର୍ଡର କେସର ଚାରି ନମ୍ବର ମୁଦୌଲା ଥିଲା । ସରପଞ୍ଚ ତାକୁ ମାରିବା ପଛରେ ଉଦ୍ଦେଶ୍ୟ କଣ ଥାଇପାରେ ? ଦିବାକର ସରପଞ୍ଚଙ୍କ ସାନପୁଅର ଘନିଷ୍ଠ ସାଙ୍ଗ ହୋଇଥିବା ସଙ୍ଗେ ସଙ୍ଗେ ଜଣେ ଆଗଧାଡିର ଦଳୀୟ କର୍ମୀ ମଧ୍ୟ ଥିଲା । ଏସବୁ ମୁଁ ମନେ ମନେ ଭାବୁଥିଲି । 


       ଗ୍ରାମର ଶେଷ ଆଡକୁ ଗହୀର ଭିତର ଦେଇ ଯାଇଥିବା ଗୋଟିଏ ସଫେଇ କାଜ ଭିତରେ ଦିବାକରର ଶବ ପଡିଥିଲା । ସ୍ଥାନଟି ଶୁଖିଲା ଜୁଣବୁଦାରେ ପୂର୍ଣ୍ଣ । ପାଖରେ ରକ୍ତ ଲାଗି ଥିବା ଗୋଟାଏ ପଥର ପଡିଛି । ମୁଣ୍ଡଟି ଅଶୀଭାଗ ନଷ୍ଟ ହୋଇଯାଇଛି । ଲାଗୁଥିଲା ଯେପରି କେହିଜଣେ ପଥରଟିକୁ ଧରି ବାରମ୍ଵାର ଶବର ମୁଣ୍ଡକୁ ଛେଚି ଛେଚି ହତ୍ୟା କରିଛି । 


        ସମସ୍ତ ତଥ୍ୟକୁ ଏକତ୍ରିତ କରିବାରୁ ଜଣାଗଲା , ସରପଞ୍ଚ ଦିବାକରକୁ ହତ୍ୟା କରିବାଟା ସତ୍ୟ । ସରପଞ୍ଚ ସେଦିନ ରାତିରେ ଦିବାକରକୁ ତା' ଘରୁ ଡାକିବା , ସଫେଇ କାଜ ପାଖକୁ ଦୁଇଜଣ ସାଙ୍ଗ ହୋଇ ଯିବା, ଅଧିକ ରାତିରେ ଘରକୁ ଫେରିବା ଇତ୍ୟାଦି ସମସ୍ତ ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ପୋଲିସକୁ ମିଳିସାରିଥିଲେ । ଏପରିକି ରକ୍ତ ଲାଗିଥିବା ଲୁଗା ଓ ସାର୍ଟକୁ ମଧ୍ୟ ପୋଲିସ ଜବତ କରିସାରିଥିଲା । ସମସ୍ତ ସରକମଷ୍ଟାନ୍ସିଆଲ୍‌ ଏଭିଡେନ୍ସ କୋର୍ଟରେ ସରପଞ୍ଚଙ୍କୁ ହତ୍ୟାକାରୀ ଭାବରେ ପ୍ରମାଣ କରିବାଲାଗି ଯଥେଷ୍ଟ ଥିଲା ।


       ଅତଏବ କେସ ଫାଇଲ କରାଯାଇ ସରପଞ୍ଚଙ୍କୁ ପୋଲିସ କଷ୍ଟୋଡିକୁ ନିଆଗଲା । କୋର୍ଟରେ ଡେଟ ପଡିବା ପୂର୍ବରୁ ସରପଞ୍ଚଙ୍କର ଅପରାଧ ସ୍ଵୀକାର କରିବା ଓ ଅପରାଧ କରିବାର ମୋଟିଭ ଜାଣିବା ନିହାତି ଆବଶ୍ୟକ ଥିଲା ।


         ସରପଞ୍ଚଙ୍କୁ ପୋଲିସ କଷ୍ଟୋଡିରେ ଜେରା କରିବା ବେଳେ ମୁଁ ଉପସ୍ଥିତ ରହିଲି । ଦିବାକରକୁ ଘରୁ ଡାକିବା କଥାଟିକୁ ସରପଞ୍ଚ ମାନିଗଲେ । କିନ୍ତୁ ହତ୍ୟା କରିବା କଥାଟିକୁ ଆଦୌ ସ୍ଵୀକାର କଲେ ନାହିଁ । ଯେତେ ଧମକ ଚମକ ଦେଲେ ମଧ୍ୟ କିଛି ଲାଭ ହେଲା ନାହିଁ । ଥାର୍ଡ଼ ଡିଗ୍ରୀ ଆପ୍ଲାଇ ନକରିବା ପାଇଁ ଉପରୁ ପ୍ରେସର ଆସୁଥିଲା । ଆମ ପାଖରେ ଆଉ କୌଣସି ଚାରା ନଥିଲା । ମୋଟିଭ ସ୍ପଷ୍ଟ ନହେଲେ କନଭିକ୍ସନ ପିରିୟଡ କମିଯିବ । ପୂର୍ବରୁ ପ୍ରଦୀପ ମର୍ଡର କେସରେ ଏ ବ୍ୟକ୍ତିର ହାତ ଥିବା କଥା ମୁଁ ଜାଣିଥିଲି । ତେଣୁ ଅଧିକ ଦଣ୍ଡ ମିଳିଲେ , ପଣ୍ଡିତଙ୍କର ଆତ୍ମା ଟିକିଏ ଶାନ୍ତି ପାଇବ ବୋଲି ମୁଁ ଭାବୁଥିଲି । ଏ କେସର କିଛି ସୁତ୍ର ପାଇବା ଆଶାରେ ଶେଷକୁ ବ୍ୟକ୍ତିଗତ ଦ୍ଭାବରେ ମିତାକୁ ଭେଟିବା ପାଇଁ ସ୍ଥିର କଲି ।


       ପୂର୍ବଭଳି ମିତା ଘରଭିତରେ ବନ୍ଦୀ ଜୀବନ କାଟୁଥିଲା । କିନ୍ତୁ ପୂର୍ବାପେକ୍ଷା ବହୁତ ଶାନ୍ତ ରହୁଥିଲା । ମୋତେ ଦେଖି ମୃଦୁ ହସି , ହାତ ଯୋଡି ସ୍ଵାଗତ କଲା । 

'ଦିବାକରକୁ ସରପଞ୍ଚ ହତ୍ୟା କରିବା ସତ୍ୟ '? ମୁଁ ମିତା ମୁହଁକୁ ଚାହିଁ ସ୍ପଷ୍ଟ ଭାବେ ପଚାରିଲି ।

'ହୁଁ ! ସତ୍ୟ'।

'କାହିଁକି '? . . . ମୋର ଦ୍ଵିତୀୟ ପ୍ରଶ୍ନ ଶୁଣିବା ମାତ୍ରେ ତା' ମୁହଁରେ ଗୋଟାଏ ଅଦ୍ଭୁତ ଚମକ୍ ଖେଳିଗଲା । ଚକ୍ଷୁ ଦୁଇଟି ମୂହୁର୍ତ୍ତକ ପାଇଁ ସଫେଦ ହୋଇଯାଇ , ପୁନର୍ବାର ସାଧାରଣ ଅବସ୍ଥାକୁ ଫେରିଆସିଲା ।

'ଦିବାକର ସରପଞ୍ଚର ଚେଲା ହେଇ ମୋ ପୁଅକୁ ମାରିଥିଲା । ଏବେ ନିଜେ ସରପଞ୍ଚ ହାତରେ ମଲା''। ମିତା ନିଜ ଓଠରେ ହସ ଖେଳାଇ ଉତ୍ତର ଦେଲା ।

'ସରପଞ୍ଚ କିନ୍ତୁ ମାନୁନି'। 

'ସେ କ'ଣ ମାରିଛି ଯେ ମାନିବ '?

'ଅର୍ଥାତ '? 

'ଅର୍ଥାତ ସରପଞ୍ଚର ଶରୀର ଭିତରେ ରହି ମୁଁ ସେ ଶୁଭକର୍ମଟି କରିଛି । ତା'ର କିଛି ମନେ ନଥିବ । ହା ହା ହା 'I ଶୁଣନ୍ତୁ ସାର ; ସରପଞ୍ଚ କେସରୁ ଖସିବା ପାଇଁ ପାଗଳର ଅଭିନୟ କରିବ । ତା'ପରେ ଆପଣ ଦେଖିବେ ତା'ର ଅବସ୍ଥା ; ହା ହା ହା ' । 

      ଘଟଣାଟି ମୋ ଆଗରେ ପରିସ୍କାର ହୋଇଯାଇଥିଲା । ଏଣୁ ହାତ ଯୋଡି ସେଠାରୁ ବିଦାୟ ନେଇ ଆସିଲି । ଥାନାକୁ ଆସି ସାରଙ୍କୁ ଦେଖା ହୋଇ ସବୁ କଥା କହିଲି । ଏପରିକି ସରପଞ୍ଚ ପାଗଳର ଅଭିନୟ କରିବାର ସମ୍ଭାବନା ବିଷୟରେ ମଧ୍ଯ ।

        ସାର ନିରବ ହୋଇ ସବୁ ଶୁଣିସାରି କହିଲେ , ' ଅଲରାଇଟ , ଆଗକୁ ଦେଖିବା କ'ଣ ହେଉଛି ; ଆପଣ ଛୁଟିରେ ଅଛନ୍ତି । ଏବେ ରେଷ୍ଟ ନିଅନ୍ତୁ ।

       ବାସ୍ତବିକ ତା'ପରଦିନ ଠାରୁ ସରପଞ୍ଚ ପ୍ରଳାପ କରିବା ଆରମ୍ଭ କରିଦେଲେ । ଏପରିକି ନିଜ ଖାଦ୍ୟ ଫିଙ୍ଗିବା ସହିତ ନିଜ ପିନ୍ଧା ବସ୍ତ୍ରରେ ପରିଶ୍ରା ମଧ୍ୟ କରିପକାଇଲେ । ଏଣୁ ପ୍ରୋସିଡିଓର ଅନୁଯାୟୀ ତାଙ୍କୁ ମେଡିକାଲ ନିଆଗଲା । ମେଡିକାଲ ରିପୋର୍ଟ ଅନୁସାରେ ହାଇ ବି.ପି. ଓ ବ୍ରେନ ହମରେଜ ବାହାରିଥିବାରୁ ସେ ବର୍ତ୍ତମାନ ଟ୍ରିଟମେଣ୍ଟରେ ରହିବେ । 

       ସଂଧ୍ୟା ପ୍ରାୟ ସାଢେ ଛଅଟା ପାଖାପାଖି ସମୟ ହେବ । ମୁଁ ଘରେ ବସି ଟି.ଭି. ଦେଖୁଛି । ଗ୍ରାମରକ୍ଷୀ ମଦନ ଆସି ବାହାରେ ଡାକିଲା ।

'କ'ଣ ହେଲା '? ମୁଁ ବାହାରକୁ ଆସି ପଚାରିଲି ।

'ସାର ! ଗୋଟେ କଥା ପଚାରିବାର ଥିଲା 'I

'ପଚାର ' ।

"ପ୍ରଦୀପ ମର୍ଡର କେସର ଯେତେ ଆସାମୀ , ସମସ୍ତେ କ'ଣ ଏମିତି ମରିବେ '? 

 ମୁଁ ହସିଲି । 'ହଁ ମରିପାରନ୍ତି । ତୁମେ କାହିଁକି ବ୍ୟସ୍ତ ହେଉଛ '?

'ଗଲା ଦୁଇ ରାତି ଧରି ମୁଁ ଖାଲି ଦୁଃସ୍ୱପ୍ନ ଦେଖୁଛି ସାର । ସେଥିପାଇଁ ମୁଁ ଆଉ ଘରକୁ ନଯାଇ ଥାନାରେ ଶୋଇ ପଡୁଛି'। . . . 'ସାର ! ଆପଣଙ୍କୁ ଗୋଟେ ଜରୁରୀ କଥା କହିବାର ଥିଲା'।

'କେଉଁ ବିଷୟରେ '?

'ପ୍ରଦୀପ ମର୍ଡର କେସ ବିଷୟରେ ଆଜ୍ଞା'I

'କଣ କୁହ 'I

'ସେଦିନ ପ୍ରଦୀପକୁ ଡାକିବାକୁ ମୁଁ ତା ଘରକୁ ଯାଇଥିଲି ସାର'।

'କେଉଁଦିନ'?

'ଯେଉଁଦିନ ରାତିରେ ପ୍ରଦୀପ ମର୍ଡର ହେଲା 'I

'କଣ ହେଲା ? ତୁମେ ସେ ରାତିରେ ପ୍ରଦୀପକୁ ଡାକିଥିଲ '? 

'ହଁ ସାର ! ସରପଞ୍ଚଙ୍କ ସହିତ ମୋର ସଂପର୍କ ଭଲ । ମୁଁ ତାଙ୍କ ଘରକୁ ପ୍ରାୟ ଯାଏ । ପ୍ରଦୀପ ଓ ମିତାର ସଂପର୍କ ଥିବା କଥା ମୁଁ ଜାଣିଥିବାରୁ ମିତା ମୋତେ ସେଦିନ ପ୍ରଦୀପକୁ ଡାକିବା ପାଇଁ ପଠାଇଥିଲା । ସେଇ ରାତିରେ ଘରଛାଡି କୁଆଡେ ଦୂରକୁ ପଳାଇବାର ଯୋଜନା ସେମାନେ କରିଥିଲେ'।

'ତା'ପରେ '?

'ତା'ପରେ ସାର ସେଇଠି ମୋର ଗୋଟାଏ ଭୂଲ ହୋଇଗଲା । ଯେଉଁ ଭୁଲ ପାଇଁ ମୁଁ ରାତିରେ ଶାନ୍ତିରେ ଶୋଇପାରୁନି । ରାତିରେ ମୋତେ କିଏ ଡାକିଲା ଭଳି ଲାଗୁଛି । ମୋତେ ଅଜବ ପ୍ରକାର ଶବ୍ଦ ସବୁ ଶୁଭୁଛି । ବେଳେ ବେଳେ ମୋ ମୁଣ୍ଡ ପାଖରେ ବସି କିଏ କାନ୍ଦୁଛି । ଆତ୍ମହତ୍ୟା କରିଦେବାକୁ ମନ ହଉଚି ସାର ' ।

'ତମେ ଭୂଲ କଣ କଲ '? ମୁଁ କୌତୁହଳରେ ପଚାରିଲି ।


କ୍ରମଶଃ ...


       


Rate this content
Log in

More oriya story from Gangadhar Nanda

Similar oriya story from Horror