Gangadhar Nanda

Horror Crime Thriller

3  

Gangadhar Nanda

Horror Crime Thriller

ପ୍ରେତର ପ୍ରତିଶୋଧ ଭାଗ-୭

ପ୍ରେତର ପ୍ରତିଶୋଧ ଭାଗ-୭

2 mins
27



         ପଣ୍ଡିତଙ୍କର କ୍ରିୟା କର୍ମ ଗ୍ରାମବାସୀମାନଙ୍କ ଦ୍ଵାରା ସମାପନ ହେଲା । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ କୌଣସି ଏକ ଧାରୁଆ ଅସ୍ତ୍ର ଦ୍ଵାରା ଗଣ୍ଡିରୁ ମୁଣ୍ଡକୁ ଅଲଗା କରାଯାଇଛି । ଜଣେ ପୁତ୍ରହରା ହତଭାଗ୍ୟ ବୃଦ୍ଧକୁ ଏଭଳି ଭାବରେ କିଏ ଓ କାହିଁକି ହତ୍ୟା କରିବ ? ଅନ୍ତତଃ ପ୍ରଦୀପ ମର୍ଡର କେସର ମୋଟିଭ ଜଣାପଡିଯାଇଥିଲା । କିନ୍ତୁ ପଣ୍ଡିତଙ୍କୁ ହତ୍ୟା କରିବା ପଛରେ କାହାର କି ଉଦ୍ଦେଶ୍ୟ ଥାଇପାରେ ?

         ହତ୍ୟାସ୍ଥଳୀରୁ କେବଳ କିଛି ପୂଜା ସାମଗ୍ରୀର ଅତ୍ୟଳ୍ପ ବଳକା ଅଂଶ , ଯଥା ଅରୁଆ ଚାଉଳ , ହଳଦୀ ସିନ୍ଦୁର , କୁଶ ଆଦି ବ୍ୟତୀତ ଅନ୍ୟ କିଛି ମିଳି ନ ଥିଲା । ସନ୍ଦେହ ଘେରରେ ଚାରିଜଣ ଥିଲେ ; ସରପଞ୍ଚ ଓ ତାଙ୍କର ଦୁଇ ପୁଅ ତଥା ସ୍ୱୟଂ ଗୁରୁଦେବ । ପ୍ରଥମତଃ ସରପଞ୍ଚ ଓ ତାଙ୍କର ଦୁଇ ପୁଅଙ୍କର , ପଣ୍ଡିତଙ୍କୁ ହତ୍ୟା କରିବାର କୌଣସି କାରଣ ନ ଥିଲା । ଦ୍ଵିତୀୟରେ ଗୁରୁଦେବ ନିଜ ପ୍ରିୟଶିଷ୍ୟକୁ କାହିଁକି ହତ୍ୟା କରିବେ ?

           ଏଠାରେପୋଲିସ ତଦନ୍ତର ବିବରଣୀ ଲେଖି କାହାଣୀଟିକୁ ଅଧିକ ଲମ୍ବା କରିବା ଉଚିତ ହେବନାହିଁ । ସଂକ୍ଷେପରେ ଏତିକି କୁହାଯାଇପାରେ କି ହତ୍ୟାକାରୀ ପର୍ଯନ୍ତ ପହଞ୍ଚିବା ପାଇଁ ପୋଲିସ ପାଖରେ କୌଣସି ସୁରାକ ନ ଥିଲା । ଅପରପକ୍ଷରେ ଗୁରୁଦେବଙ୍କୁ ପୋଲିସ ପାଉ ନଥିଲା ।ଏପରିକି ଗୁରୁଦେବଙ୍କର ନାମ ମଧ୍ୟ ଆମକୁ ଜଣା ନଥିଲା ।

        ଲିଗାଲ ପ୍ରୋସିଡିଓର ପରେ ପଣ୍ଡିତ ଗଣନାଥ ଶର୍ମାଙ୍କର ଘର ସର୍ଚ୍ଚ କରାଗଲା । ତଦନ୍ତରେ ସାହାଯ୍ୟ କଲା ଭଳି କୌଣସି ସୂତ୍ର ମିଳିଲା ନାହିଁ । କାନ୍ଥରେ ଥିବା ହ୍ୟାଙ୍ଗରରେ ପଣ୍ଡିତଙ୍କର ଗୋଟିଏ ପଞ୍ଜାବୀ ଝୁଲୁଥିଲା । ପଞ୍ଜାବୀ ପକେଟରୁ ଚିଠିଟିଏ ପାଇ ପଢିଲି । ଚିଠିରେ କିଛି ପୂଜା ସମାଗ୍ରୀର ଲିଷ୍ଟ ଥିବା ସହିତ ସେଗୁଡିକ ଯୋଗାଡ କରିବାପାଇଁ ନିର୍ଦ୍ଦେଶ ଥିଲା । ଚିଠିଟି ପଣ୍ଡିତଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିଲା ଓ ପ୍ରେରକ ସ୍ଥାନରେ କେବଳ କାଳୀପ୍ରସାଦ ଲେଖାହୋଇଥିଲା । ଏ କାଳୀପ୍ରସାଦ ବ୍ୟକ୍ତିଟି କିଏ ହୋଇପାରେ ? ଏ ବ୍ୟକ୍ତି ସ୍ଵୟଂ ଗୁରୁଦେବ ନୁହନ୍ତି ତ ?

        ଘରଟିକୁ ତନ୍ନ ତନ୍ନ କରି ଖୋଜିଲି । ଶେଷରେ ଖୋଜୁଥିବା ଜିନିଷଟିକୁ ପାଇଲି । ଫ୍ୟାନ ପବନରେ ଉଡିଯାଇ ଖାମଟି ଗୋଟାଏ କାଠ ଆଲମିରାର ତଳେ ଲୁଚିଯାଇଥିଲା ।ଖାମରେ ଥିବା ପୋଷ୍ଟ ଅଫିସର ଠିକଣା ବାରଣାସୀ ଥିଲା । ଗୋଟିଏ କଥା ସ୍ପଷ୍ଟ ଥିଲା କି ପାଣ୍ଡିତଙ୍କ ଘରେ ଅନୁଷ୍ଠିତ ହୋଇଥିବା ପୂଜା ଅନୁଷ୍ଠାନ ସହିତ କାଳୀପ୍ରସାଦ ନାମକ ବ୍ୟକ୍ତିଟିର ପ୍ରତ୍ୟକ୍ଷ ସଂପର୍କ ରହିଛି ଓ ସେ ବ୍ୟକ୍ତି ବାରଣସୀରେ ରୁହନ୍ତି । ସ୍ଥିର କଲି , ବାରାଣସୀ ଯାଇ କାଳୀପ୍ରସାଦର ସନ୍ଧାନ ନେବାକୁ ହେବ ।

        ଅଫିସିଆଲ ଡକୁମେଣ୍ଟେସନ କାମ ସାରି ଦେଇ ସସ୍ତ୍ରୀକ ବାରଣସୀ ବାହାରିଲି । ଏଇ ମୌକାରେ ପତ୍ନୀଙ୍କର ମଧ୍ୟ ଗଙ୍ଗା ଦର୍ଶନ ହୋଇଯିବ । ହୋଟେଲରେ ପହଞ୍ଚି ଫ୍ରେସ ହୋଇସାରି କାଳୀପ୍ରସାଦ ସନ୍ଧାନରେ ବାହାରିଲି । ପୂର୍ବରୁ ସାଙ୍ଗରେ ନେଇଥିବା ଗୁରୁଦେବଙ୍କର ସ୍କେଚର କିଛି ଜେରକ୍ସ କପି ସାଙ୍ଗରେ ନେଲି । କେଜାଣି କାହିଁକି , କାଳୀପ୍ରସାଦ ଓ ଗୁରୁଦେବ ଜଣେ ବ୍ୟକ୍ତି ବୋଲି ମୋର ଧାରଣା ହେଉଥିଲା । ପ୍ରଥମେ ଥାନାରେ ପହଞ୍ଚି କିଛି ସମ୍ଭାବ୍ୟ ସ୍ଥାନ ସଂପର୍କରେ ଆଲୋଚନା କଲି ।ସେଠାକାର ପୋଲିସକୁ ପୂର୍ବରୁ ଇନଫର୍ମ କରାଯାଇଥିଲା । ଏଣୁ କାମ ଆରମ୍ଭ ହେବାରେ ବେଶି ଡେରି ହେଲାନାହିଁ ।

          କାମସାରି ହୋଟେଲ ଫେରିଆସିଲି । ଯାତ୍ରା ଜନିତ କ୍ଳାନ୍ତି ହେତୁ ଶୀଘ୍ର ଡିନର ସାରି ଶୋଇପଡିଲି । ରାତି କେତେ ହେବ ଜଣାନାହିଁ , କାହାର ଡାକିବାରେ ନିଦ ଭାଙ୍ଗିଗଲା । ଉଠିକରି ଲାଇଟ ଅନ୍ କଲି । ମୋ ପତ୍ନୀ ମମତା ହିଁ ମୋତେ ଡାକୁଥିଲେ । ବେଡ଼ ନିକଟସ୍ଥ , ସୋଫାରେ ମମତା ତଳକୁ ମୁହଁ କରି ବସିଥିଲେ । ମୁଣ୍ଡର ଚୁଟି ସବୁ ଆଗକୁ ଆସି ମୁହଁକୁ ଘୋଡାଇ ପକାଇ ଥିଲା । ପରିସ୍ଥିତି ସଂପୂର୍ଣ୍ଣ ଅସ୍ଵାଭାବିକ ଲାଗୁଥିଲା ।

         'ସାର ! ସାର ! ମୋ କଥା ଶୁଣନ୍ତୁ ସାର , ମୁଁ ପଣ୍ଡିତ ଗଣନାଥ ଶର୍ମା କହୁଛି 'I

  କ୍ରମଶଃ ...



Rate this content
Log in

Similar oriya story from Horror