Gangadhar Nanda

Horror Romance Action thriller

3  

Gangadhar Nanda

Horror Romance Action thriller

ପ୍ରେତିନୀର ଅଭିନୟ

ପ୍ରେତିନୀର ଅଭିନୟ

3 mins
40



       ଜଣେ ଯାତ୍ରା ଜଗତର ଅଭିନେତା ଭାବରେ ଜୀବନରେ ଅନେକ କିଛି ଶିକ୍ଷା କରିବା ଉଚିତ । ଅନୁଭୂତି ହିଁ ଜଣେ ମଞ୍ଚ କଳାକାରକୁ ପ୍ରତିଷ୍ଠିତ କରିବାରେ ସାହାଯ୍ୟ କରିଥାଏ । ଉପୋରକ୍ତ ତଥ୍ୟ ଉପରେ ବିଶ୍ୱାସ ରଖି ମୁଁ ମଞ୍ଚାଭିନୟ ଜଗତରେ ପାଦ ରଖିଥିଲି । 

       ପ୍ରଥମେ ସହ କଳାକାର ଓ ପରେ ପରେ ଲିଡ ରୋଲରେ ଅଭିନୟ କଲି । ଧିରେ ଧିରେ ନାମୀ ଦାମୀ ପାର୍ଟିରୁ କଲ ଆସିବାକୁ ଆରମ୍ଭ କଲା । ସୁବିଧା ଦେଖି ଗୋଟିଏ ଭଲ ପାର୍ଟି, ଉତ୍କଳ ଅପେରାରେ କଣ୍ଟ୍ରାକ୍ଟ ସାଇନ କଲି । ପ୍ରଥମେ ପ୍ରଥମେ ସାଇଡ ଲିଡରେ ଅଭିନୟ କଲି ।

ଆପଣଙ୍କ ଅଭିନୟ ଚମତ୍କାର । ଦିନେ ଆମ ପାର୍ଟିର ହିରୋଇନ ସୋନି ମାଡ଼ାମ ମୋର ତାରିଫ କଲେ । ହିରୋ ହେବାପାଇଁ ଗୋଟାଏ କଥାର ଅଭାବ ଅଛି ।

କଣ ଆଜ୍ଞା ? ମୁଁ ଉତ୍ଫୁଲ୍ଲିତ ହୋଇ ପଚାରିଲି ।

ଡ୍ୟାନ୍ସ ; ଆପଣ ଭଲ ନାଚି ପାରୁନାହାଁନ୍ତି । ସ୍ପେସିଆଲି ରୋମାଣ୍ଟିକ ଡ୍ୟାନ୍ସର ଷ୍ଟେପ୍ସ ଆପଣଙ୍କର ଭୂଲ ହେଉଛି I ପିଲାଦିନୁ କାହାକୁ ଗୁରୁ କରିନି । ମନକୁ ମନ ଶିଖିଛି । ଭୂଲ ହେବାଟା ସାଧାରଣ କଥା I ମୁଁ କ୍ଲାରିଫିକେସନ ଦେଲି ।

ଠିକ୍ ଅଛି ; ମୁଁ ଆପଣଙ୍କୁ କେତୋଟି ଇମ୍ପର୍ଟାଣ୍ଟ ଷ୍ଟେପ୍ସ ଶିଖାଇ ଦେବି ।

ବହୁତ ବହୁତ ଧନ୍ୟବାଦ ମାଡାମ । ମୁଁ ସାରାଜୀବନ ଆପଣଙ୍କ ପାଖରେ କୃତଜ୍ଞ ରହିବି I

      ସାରାଜୀବନ କୃତଜ୍ଞ ରହିବା କଥା ଛାଡନ୍ତୁ , ଜୀବନସାରା ଏକାଠି ରହିବାର ଶପଥ ଆମେ ଦୁହେଁ ଖୁବ ଶୀଘ୍ର ନେଇଗଲୁ । ସୋନି କିନ୍ତୁ ପୂର୍ବଭଳି ମୋତେ ପ୍ରତ୍ୟେକ ରିହଲସାଲରେ ସାହାଯ୍ୟ କରୁଥାନ୍ତି ।

     ଥରେ ଆମ ପାର୍ଟି ଗୋଟିଏ କଲରେ ପଶ୍ଚିମ ଓଡ଼ିଶା ବାହାରିଲା । ସମୁଦାୟ ପାଞ୍ଚ ଦିନର କଣ୍ଟ୍ରାକ୍ଟ । ତିନିଦିନ ପରେ ପ୍ଲେ ଆରମ୍ଭ ହେବ । ସେଇଦିନ ଟେଣ୍ଟ ଓ ଇଲେକ୍ଟ୍ରିକ ଜିନିଷ ଲୋଡ କରି ପଠାଇ ଦିଆଗଲା । ପରଦିନ ସନ୍ଧ୍ୟାରେ ସମସ୍ତ ଆର୍ଟିଷ୍ଟ , ବାକି ଥିବା ଜିନିଷ ଓ ମ୍ୟୁଜିକ ଇନଷ୍ଟ୍ରୁମେଣ୍ଟ ଇତ୍ୟାଦିଙ୍କୁ ନେଇ ଗାଡ଼ି ବାହାରିବ ।

     ଆମେ ତିନିଜଣ (ମୁଁ , ହିରୋ ଓ ମେନ୍ ଭିଲେନ) କଥା ହେଲୁ କି ଆଗରୁ ଯାଇ ନୂଆ ଲୋକେସନ ଟିକିଏ ବୁଲାବୁଲି କରି ଦେଖିବୁ । ଅତଏବ ଗୋଟିଏ କାର ବୁକ କରି ତିନିଜଣ ବାହାରିଲୁ । ସେଠାରେ ବୁଲାବୁଲି ସାରି ସନ୍ଧ୍ୟାରେ ହୋଟେଲକୁ ଫେରିଲୁ । ପରଦିନ ପ୍ଲେ ଥିବାରୁ ଜଲଦି ଶୋଇବାକୁ ସମସ୍ତେ ନିଜ ନିଜ ରୁମକୁ ଚାଲିଗଲେ । 

      ରାତି ପ୍ରାୟ ବାରଟା ହେବ ; ମୁଁ ମୋ ରୁମରେ ବସି ଡାଏଲଗ ଘୋଷୁଛି , କବାଟରେ ଶବ୍ଦ ହେଲା । ଦ୍ଵାର ଖୋଲି ଦେଖିଲି ସୋନି ମାଡ଼ାମ ଛିଡ଼ା ହୋଇଥିଲେ । 

ତୁମେ ଏତେ ରାତିରେ ? ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି । ତୁମେ ତ କାଲି ସକାଳେ ପହଞ୍ଚିବାର ଥିଲା ।

ମାଲିକଙ୍କ ସଙ୍ଗରେ ଚାଲି ଆସିଲି । କଣ ଖରାପ ହେଲା କି ? ସୋନୀ ମାଡାମ ଭିତରେ ସୋଫାରେ ବସିପଡ଼ି ଉତ୍ତର ଦେଲେ । 

     ଏତେ ରାତିରେ ସୋନୀ ମାଡାମଙ୍କୁ ଏକୁଟିଆ ପାଖରେ ପାଇ ଟିକିଏ ଦୁଷ୍ଟାମୀ କରିବାକୁ ମନ ହେଉଥିଲା । କିନ୍ତୁ ସେ ପୁରା ସିରିୟସ ଥିଲେ ।

ତୁମେ ନାଚରେ ଓସ୍ତାଦ ହେବାକୁ ହେଲେ ଆଉ ଅଳ୍ପ କିଛି ଷ୍ଟେପ ଶିଖିବାକୁ ପଡିବ । ଉଠ ଉଠ ଷ୍ଟେପ ପକାଅ I କାଲି ପ୍ଲେ ପାଇଁ ବହୁତ ଜରୁରୀ I

      ବାଧ୍ୟ ହୋଇ ତାଙ୍କ କଥା ମାନିଲି । କିଛି ନୂଆ ଷ୍ଟେପ୍ସ ଶିଖିବା ସହ ଡାଏଲଗ ରିହଲସାଲ ମଧ୍ୟ ଚାଲିଲା । ରାତି ତିନିଟାରେ ଏସବୁ ବନ୍ଦ କରି ଶୋଇବାକୁ ଗଲୁ । ସୋନୀ ମାଡାମଙ୍କୁ ମୁଁ ତାଙ୍କ ରୁମ ପାଖରେ ଛାଡି ଗୁଡନାଇଟ କହି ଫେରିଲି ।

     ପରଦିନ ସକାଳେ ହୋଟେଲର ରିସିପ୍ସନ କାଉଣ୍ଟରରେ ବସି ଚା ପିଇବା ସହିତ ଟି.ଭି.ରେ ଓଡ଼ିଆ ନିଉଜ୍‌ ଦେଖୁଥିଲି । ହଠାତ ଗୋଟିଏ ବ୍ରେକିଙ୍ଗ ନିଉଜ୍‌ ଆନାଉନ୍ସ ଆରମ୍ଭ ହେଲା । ଗତ ରାତିରେ ଘାଟିରୁ ଗୋଟିଏ ବସ ଲେଉଟି ପଡିଛି । ବସଟିର କୌଣସି ଯାତ୍ରୀ ଜୀବିତ ନାହାଁନ୍ତି । ଉକ୍ତ ବସଟି ଓଡ଼ିଶାର ଗୋଟିଏ ପ୍ରସିଦ୍ଧ ଯାତ୍ରା ପାର୍ଟି , ଉତ୍କଳ ଅପେରାର ବୋଲି ଜଣାପଡିଛି ।


ମୁଁ ମୋ ମୁଣ୍ଡକୁ ଦୁଇହାତରେ ଚିପିଧରି ବସିଥିଲି । ସନ୍ତୋଷ ବାବୁ (ହିରୋ) ବାହାରୁ ଆସି ମୋ କାନ୍ଧରେ ହାତ ରଖିଲେ ।  "ଖବର ସତ୍ୟ । ମାଲିକଙ୍କୁ ଫୋନ କରିଥିଲି । ସୋନୀ ମାଡାମ , ଡିରେକ୍ଟର ସାର ଇତ୍ୟାଦି ସମସ୍ତେ ସେ ବସରେ ଥିଲେ I ସନ୍ତୋଷ ବାବୁ ମୋ ଉଦ୍ଦେଶ୍ୟରେ କହୁଥିଲେ । ଗତ ରାତିରେ ସୋନୀ ମାଡାମଙ୍କୁ ଯେଉଁ ରୁମ ପାଖରେ ଛାଡ଼ି ଆସିଥିଲି , ଦଉଡି ଯାଇ ଦେଖିଲି ରୁମ ପୂର୍ବଭଳି ଲକ୍ ଥିଲା । କାଉଣ୍ଟରରୁ ବୁଝିଲି , ଉକ୍ତ ରୁମଟି ଗତ ଚାରିଦିନ ଧରି ଲକ୍ ଅଛି ।



Rate this content
Log in

Similar oriya story from Horror