STORYMIRROR

Satyabrata Sahoo

Romance Classics Inspirational

3  

Satyabrata Sahoo

Romance Classics Inspirational

ପ୍ରେମ

ପ୍ରେମ

2 mins
283

ପ୍ରେମ,ଏ ପ୍ରେମ କଣ...?..?


ପ୍ରେମ କାହାକୁ କୁହାଯାଏ...?..?


ଏବେ କେହି କେହି କହିବେ ପ୍ରେମ ର ମାନେ ଦୁଇଟି ଶରୀର ର ମିଳନ, ଆଉ କେହି କେହି କହିବେ ଦୁଇ ପ୍ରେମୀ ଏକା ସାଥିରେ ରହିବା |ହେଲେ ପକୃତରେ ଏଇଟା କଣ ପ୍ରେମ...?..? ନା, ଜଣେ ଜଣ ଙ୍କୁ ପାଖରେ ପାଇବା, ଏଇଟା କୁ ପ୍ରେମ ନୁହେଁ ବରଂ ମୋହ କୁହାଯାଏ |ଆଉ ଦୁଇ ଶରୀର କୁ ଏକ କରିବା, ଏଇଟା କୁ ପ୍ରେମ ନୁହେଁ ବରଂ ଲୋଭ କୁହାଯାଏ |ଯଦି ଏ ସବୁ ପ୍ରେମ ନୁହେଁ ତେବେ ପକୃତରେ ପ୍ରେମ କଣ...?..?କାହାକୁ କରାଯାଏ...?..? ପ୍ରେମ କାହା ସାଥିରେ ଜୋର ଜବରଦସ୍ତ କରାଯାଏ ନାହିଁ |ପ୍ରେମ ହେଉଛି ଏକ ଅନୁଭବ, ଯାହା ହୃଦୟରୁ ଆରମ୍ଭ ହୋଇଥାଏ | ହେଲେ ଏ ସଂସାର ରେ ମଣିଷ କରେ କଣ...??..?? ହୃଦୟ ର କଥା କୁ ଅନୁଭବ ନ କରି, କାହା ସୁନ୍ଦରତା ରେ ଆକର୍ଷିତ ହୋଇ ତା ଶରୀର କୁ ପାଖରେ ପାଇବା ପାଇଁ ଚେଷ୍ଟା କରିଥାଏ |ହେଲେ ସେଇଟା ବି ପ୍ରେମ ନୁହେଁ...ପ୍ରେମ କରିବ ତ ତା ଆତ୍ମା ସାଥିରେ,ତା ଭାବନା ସାଥିରେ କର, ଶରୀର ସାଥିରେ ନୁହେଁ | କାହିଁକି ନା ଶରୀର ତୁମ ପାଖରେ ଆଜି ଅଛି ହୁଏ ତ କାଲି କି ନ ଥାଇ ପାରେ, ହେଲେ ଆତ୍ମା ରେ ଆଉ ଭାବନା ରେ ଯୁଗ ଯୁଗ ପଯ୍ୟନ୍ତ ତୁମ ସାଥିରେ ଥିବ | ଆଉ ଯେବେ ବି ତୁମ ପ୍ରେମୀ ଙ୍କୁ ତୁମେ କିଛି କହିବ ତେବେ କଠୋର ହୋଇ କି ନୁହେଁ ଭଲପାଇବାରେ କୁହ |


   


   ଆଉ ଯଦି ତୁମକୁ ସତରେ ତୁମର ପ୍ରେମୀ ଙ୍କ ଭଲପାଇବା ପାଇବାର ଅଛି,ତେବେ ତାଙ୍କ ସାମ୍ନାରେ ତୁମକୁ ନଇଁବାକୁ ହେବ, ନିଜକୁ ତାଙ୍କ ପାଖରେ ସମ୍ପୂର୍ଣ ସମର୍ପଣ କରିବାକୁ ହେବ,ସେତେବେଳେ ହିଁ ମିଳିବ ଏ ପ୍ରେମ...| ହେଲେ ମନେ ରଖିବେ ପ୍ରେମ ର ଏଇ ମିଠା ପାଣି ପିଇବା ପାଇଁ ତୁମକୁ ଏ ପାଣି ଶ୍ରଦ୍ଧା ଆଉ ଆଦରରେ ପିଇବାକୁ ହେବ... |


    


     ହଁ, ଆଉ କେହି କେବେ କହିବାର ମୁଁ ଶୁଣିଛି, କି ମୁଁ ତୁମ ପାଇଁ ଜୀବନ ବି ଦେଇ ପାରିବି |


ହେଲେ କେହି କାହାପାଇଁ ଜୀବନ ଦେଇ ଦେଲେ, ଯେ ସେ ସତରେ ତାକୁ ଭଲ ପାଉଥିଲା, ଏଇଟା ଭାବିବା ଭୁଲ...କାହା ପାଇଁ ଜୀବନ ଦେବା ବହୁତ ସହଜ, କିନ୍ତୁ କାହାର ଜୀବନ ବନିବା ସେଥିକି କଷ୍ଟ ହୋଇଥାଏ,କାହାକୁ ନିଜ ଜୀବନ ବନେଇଦେବା ବହୁତ କଷ୍ଟ ହୋଇଥାଏ | ହଁ, ପ୍ରେମ ର ପକୃତ ଅର୍ଥ ତ ଏଇୟା ହିଁ ହୋଇଥାଏ,କି ନିଜ ପ୍ରେମୀ କୁ ନିଜର ଜୀବନ ବନେଇ ନିଅ, ଆଉ ନିଜ ପ୍ରେମୀ ର ଜୀବନ ଵନିଯାଅ |ଏମିତି,କି ସେ ଯଦି କାନ୍ଦେ ତ ଲୁହ ତୁମ ଆଖିରୁ ବି ଚାଲି ଆସିବ,ଯେବେ ସେ ହସିବ ତ ତୁମ ମୁଁହରେ ବି ଖୁସି ଝଲସି ଉଠିବ,ଆଉ ଯଦି କେବେ କିଛି କାରଣ ପାଇଁ ଅଲଗା ହବାର କଥା ଆସେ, ତେବେ ଏ ଅଲଗା ହବାର ନିଆଁରେ ବି ଏକା ସାଥିରେ ଜଳିବା, ଆଉ ଅଲଗା ହେଇକି ବି ଦୁଃଖ ନ କରି ଆନନ୍ଦ ର ଅନୁଭବ ଏକା ସାଥିରେ ହିଁ କରିବା ଏବଂ ବିପଦ ର ସାମ୍ନା ବି ଦୁହେଁ ମିଶିକି କରିବା, ଏଇଟା କୁ ହିଁ ପକୃତ ପ୍ରେମ କୁହାଯାଏ |


   


   ଆଉ ହଁ ଶେଷରେ ମୁଁ ଆପଣ ମାନଙ୍କୁ ଏତିକି କହିବି,କି ତୁମେ ଯାହାକୁ ବି ପ୍ରେମ କରୁଛ ତାକୁ ସ୍ୱତନ୍ତ୍ର ରେ ଛାଡିଦିଅ,କାହିଁକି ନା ସ୍ୱାଧୀନତା ଏମିତି ଏକ ଭାବନା ଯାହା ଗୋଟେ ଜୀବନ କୁ ବହୁତ ପ୍ରିୟ ହୋଇଥାଏ | ତୁମ ପ୍ରେମ ଯଦି ସତ ହୋଇଥିବ, ସେ ନିର୍ଚିନ୍ତ ବୁଝିପାରିବ | ଆଉ ସେତେବେଳ ଯାଏ ନିସ୍ଵାର୍ଥ ଭାବରେ ତାକୁ ଭଲପାଇ ଚାଲ, ଆପଣ ଙ୍କୁ ଆପଣଙ୍କ ପ୍ରେମ ନିରଂଛିନ୍ତ ମିଳିବ |


                          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance