Satyab Sahoo

Classics Inspirational

2  

Satyab Sahoo

Classics Inspirational

"ନାରୀ"

"ନାରୀ"

2 mins
137


ନାରୀ, ଏ ସଂସାର ରେ ଭଗବାନଙ୍କର ସବୁଠାରୁ ସୁନ୍ଦର ସୃଷ୍ଟି |ଯାହା ପାଖରେ ଏ ସଂସାର ରେ ସବୁ ବନ୍ଧନ କୁ ବାନ୍ଧି ରଖିବାର ଶକ୍ତି ରହିଥାଏ |ଆଉ ହଁ ତ୍ୟାଗ କାହାକୁ କୁହାଯାଏ ସେ କଥା ବି ଏଇ ନାରୀ ମାନଙ୍କ ଠାରୁ ହିଁ ଶିଖିବାର | ବାପା, ଭାଇ, ସ୍ୱାମୀ ଆଉ ପିଲା ଏ ସମସ୍ତଙ୍କୁ ଟିକେ ଖୁସି ଦେବା ପାଇଁ ସେ ତାର ସର୍ବସ୍ବ ତ୍ୟାଗ କରିଦିଏ |ହେଲେ ତା ବଦଳ ରେ ସେ କଣ ପାଏ? ଖାଲି କଷ୍ଟ ଆଉ ଯନ୍ତ୍ରଣା ... ହେଲେ ଏଥି ପାଇଁ ଦାୟିକିଏ, ଏଥି ପାଇଁ ଦାୟି ଆଉ କେହି ନୁହେଁ ନିଜେ ସେଇ "ନାରୀ" | କାହିଁକି ନା ସେମାନେ ଖାଲି ଚାହିଥାନ୍ତି ଅନ୍ୟମାନଙ୍କ ପାଇଁ ଲକ୍ଷ୍ମୀ ଆଉ ସ୍ୱାମୀଙ୍କ ପାଇଁ ସାବିତ୍ରୀ ହେବାପାଇଁ |ହେଲେ ସେମାନେ ବୋଧେ ଭୁଲିଯାଇଛନ୍ତି, ଏଇଟା ରାମ ରାଜ୍ୟ ନୁହେଁ, ଏଇଟା ହେଉଛି କଳିଯୁଗ ... ଯେଉଁଠି କେବଳ ଆଉ କେବଳ ଅଧର୍ମ, ଅନ୍ୟାୟ ଆଉ ଅତ୍ୟାଚାର ର ହିଁ ଜିତ ହୁଏ | ସେଥିପାଇଁ ଏଠି ନାରୀ ମାନଙ୍କୁ କଠୋର ହେବାକୁ ପଡିବ | ଯଦି ନାରୀ କାହା ଘର କୁ ଗଢିବା ପାଇଁ ତା ଘରର ମହାଲକ୍ଷ୍ମୀ ହୋଇପାରେ, ଦରକାର ପଡିଲେ ସେଇ ନାରୀ କୁ ମହାକାଳୀ ସାଜି ଅଧର୍ମ ର ବିନାଶ କରିବାକୁ ପଡିବ ...


   ଯେବେ ନାରୀ ର ଇଜତ ଉପରେ ଯେତେବେଳେ ଗୋଟେ ପୁରୁଷର ନଜର ପଡେ, ସେତେବେଳେ ଆମେ କେବଳ ଆଉ କେବଳ ସେଇ ପୁରୁଷ କୁ ହିଁ ଦୋଷ | ହେଲେ ସେ ସମୟ ରେ ନା ପୁରୁଷର ଦୋଷ ଥାଏ, ନା ଆଉ କାହାର, ଯଦି ଦୋଷ ଥାଏ କେବଳ ଆଉ କେବଳ ସେଇ ନାରୀର | ଏବେ ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠିବକି, ନାରୀ ର ଇଜତ ଯିବାର କାରଣ ନିଜେ ନାରୀ କେମିତି ହୋଇ ପାରିବ ?.... ହଁ ହେଇ ପାରିବ, ସୀତା ହରଣ ରାବଣ ଏଥିପାଇଁ କରି ପାରିଥିଲା ​​ଲକ୍ଷ୍ମଣ ଟାଣି ଦେଇଥିବା ତାଙ୍କ ମର୍ଯ୍ୟାଦା ସୀମାକୁ ପାରହୋଇ ବାହାରକୁ ଚାଲି ଯାଇ | ହେଲେ ସେଇ ରାବଣ ସୀତା ଙ୍କୁ ତା କୁଟକ ବନରେ ଟିକେ ଛୁଇଁବି ପାରି ନଥିଲା, କାହିଁକି ନା ଦେବୀ ସୀତା ରାବଣ ଆଉ ତାଙ୍କ ମଝିରେ ତିନି ଟି ଛୋଟ କାଠିର ବାଡ଼ ଦେଇ ଦେଇଥିଲେ | ଠିକ ସେଇ ପରି ଆଜିର ନାରୀ ମାନଙ୍କ ଇଜତ ଉପରେ ଯେବେ କେହିବି ନଜର ପକାଏ, ତାକୁ ସେଇଠି ଅଟକାଇ ଦିଅ, ଜଣେଇ ଦିଅ. କି ଜଣେ ନାରୀ ଅବହେଳା କି ଦୁର୍ବଳା ନୁହେଁ, ଦରକାର ପଡିଲେ ଏ ସଂସାର କୁ ବି ସେ ଧ୍ବଂସ କରି ପାରେ |


     ତା ପରେ ଦେଖିବେ ଆପଣ ମାନେ ଚାଁହୁଥିବା ରାମ ରାଜ୍ୟ ପୁଣି ଥରେ ଫେରି ଆସିବ ...


                        


Rate this content
Log in

Similar oriya story from Classics