STORYMIRROR

Satyabrata Sahoo

Romance

3  

Satyabrata Sahoo

Romance

ଅଧୁରା ଏକ ପ୍ରେମ କାହାଣୀ

ଅଧୁରା ଏକ ପ୍ରେମ କାହାଣୀ

5 mins
214

   ଏ ଦୁନିଆଟା ବହୁତ ବଡ, ଆଉ ଏତେ ବଡ ଦୁନିଆରେ ବଞ୍ଚିବାକୁ ହେଲେ ସାଥିଟିଏ ତ ନିହାତି ଦରକାର ନା, ଯିଏ ଆମ ହାତରେ ହାତ ଛନ୍ଦି ଆଉ ପାଦରେ ପାଦ ମିଶେଇ ସୁଖ ଦୁଃଖରେ ଆମ ସାଥିରେ ବାଟ ଚାଲୁ ଥିବ | ଠିକ ସେମିତି *"ସତ୍ୟ"* ବି ତା ଜୀବନରେ ଗୋଟେ ସାଥିଟିଏ ଖୋଜୁ ଥାଏ | ହଁ ସତ୍ୟ, ଯିଏ ଏଇ କାହାଣୀର ନାୟକ | ଯିଏ ଏବେ ଏବେ ଗଭର୍ଣ୍ଣମେଣ୍ଟ୍ ପଲିଟେକନିକ୍ ଇଞ୍ଜିନିୟରିଂ କଲେଜ୍, ଓଡଗାଆଁ ନୟାଗଡର ସେକେଣ୍ଡ୍ ଇଅର୍ ମେକାନିକାଲ୍ ବ୍ରାଞ୍ଚର ଷ୍ଟୁଡେଣ୍ଟ୍ | ଯିଏ ତା ଜୀବନରେ ପାଠ ପଢା ଛଡା ଆଉ କିଛି ବି ଜାଣୁନଥିଲା, ହଠାତ ତା ସାଥିରେ ଦେଖା ହୁଏ "ସୁମନ" | ହଁ ସୁମନ, ଯିଏ ଏ କାହାଣୀର ନାୟିକା... ଯିଏ ଏବେ ସେଇ ଏକା କଲେଜରେ ଫାର୍ଷ୍ଟ ଇଅର ଇଲେକ୍ଟ୍ରିକାଲ୍ ବ୍ରାଞ୍ଚରେ admission କରିଛି | ସୁମନ ଦେଖିବାକୁ ବହୁତ ସୁନ୍ଦର, ଏତେ ସୁନ୍ଦର ଯେ ଚାନ୍ଦ ବି ତା ଆଗରେ ଫିକା ପଡ଼ିଯିବ... ହେଲେ ସୁମନ ଖାଲି ସୁନ୍ଦର ନୁହେଁ, ବହୁତ ଶାନ୍ତ ଶିଷ୍ଟ ଆଉ ଲାଜକୁଳି ଝିଅଟିଏ, ଯାହା ସତ୍ୟକୁ ବହୁତ ଭଲ ଲାଗି ଥିଲା, ଆଉ ସତ୍ୟ ସୁମନର ସେ ସରଳ ପଣ ଆଉ ହସ ହସ ଲାଜୁଆ ମୁଁହକୁ ଦେଖି ପ୍ରଥମ ଦେଖାରେ ହିଁ ସେ ସୁମନକୁ ଭଲପାଇ ବସିଥିଲା | ତା ପରେ ସତ୍ୟ ସୁମନ ବିଷୟରେ ସବୁ କିଛି ଜାଣିବା ପାଇଁ ଚେଷ୍ଟା କଲା, ହେଲେ କେମିତି ଜାଣିବ, କିଏ ତାକୁ ସେ ସୁମନ ବିଷୟରେ ସବୁ କିଛି କହିବ, ଏ ସବୁ ଭାବି ଭାବି ସେ ପାଗଳ ହେଇ ଯାଉଥିଲା, କଣ କରିବ ସେ ନିଜେ ବି ଜାଣି ପାରୁନଥିଲା | ସତ୍ୟ ସବୁବେଳେ ଏମିତି କଲେଜକୁ ଯାଏ, ସୁମନର Class Room ବାହାରେ ଠିଆ ହୋଇ ସୁମନକୁ ଦେଖେ, ଆଉ ସୁମନର ନଜର ସତ୍ୟ ଉପରେ ପଡେ But ସାଙ୍ଗେ ସାଙ୍ଗେ ସୁମନ ମୁଁହ ବୁଲେଇ ଦିଏ | 

    ଏମିତି କିଛି ଦିନି ଚାଲିଗଲା, ଠିକ ସେତିକି ଦିନ ଭିତରେ ଫାର୍ଷ୍ଟ୍ ଇଅର୍ ମେକାନିକାଲ୍ ବ୍ରାଞ୍ଚର ଗୋଟେ ପୁଅ ସାଥିରେ Friend ହୋଇସାରିଥିଲା ସତ୍ୟ ର, ତା ନା ଥିଲା *"ପ୍ରଭୁ"* | ଏମିତି ଧୀରେ ଧୀରେ ସତ୍ୟ ସୁମନ ବିଷୟରେ ପ୍ରଭୁକୁ ପଚାରେ, ହେଲେ ପ୍ରଭୁ ସତ୍ୟକୁ କେବଳ ଗୋଟେ ଉତ୍ତର ଦିଏ, "ନାଇଁ ଭାଇ ମୁଁ ତା ବିଷୟରେ କିଛି ବି ଜାଣିନି, କାହିଁକି ନା ତାର ଇଲେକ୍ଟ୍ରିକାଲ୍ ବ୍ରାଞ୍ଚ ଆଉ ମୋର ଵା ମେକାନିକାଲ୍ ବ୍ରାଞ୍ଚ, ମୁଁ ତା ବିଷୟରେ କେମିତି ଜାଣିବି | ପ୍ରଭୁ ଠୁ ଏମିତି ଉତ୍ତର ପାଇ ସତ୍ୟର ମୁଣ୍ଡ କିଛି କାମ କରୁ ନ ଥାଏ, ପ୍ରଭୁ ଥିଲା ତାର ଶେଷ ଆଶା ଯିଏ ସୁମନ ବିଷୟରେ ସବୁକିଛି କହିଥାନ୍ତା, ହେଲେ ଶେଷରେ ସେ ବି ଜାଣିନି ବୋଲି କହି ମନା କରିଦେଲା, ଏବେ ସେ ସୁମନ ବିଷୟରେ କେମିତି ଜାଣିବ ବୋଲି ଭାବି ଭାବି ବହୁତ ବ୍ୟସ୍ତ ହେଇ ପଡୁଥିଲା | ଠିକ ସେଇ ସମୟରେ ସେ ଶୁଣିବାକୁ ପାଇଲା କି ଆଉ ଦୁଇ ଦିନ ପରେ ଫାର୍ଷ୍ଟ୍ ଇଅର୍ ଇଲେକ୍ଟ୍ରିକାଲ୍ ବ୍ରାଞ୍ଚର ୱେଲକମ୍ ପାର୍ଟି ଅଛି | ଏ କଥା ଶୁଣିବା ମାତ୍ରେ ସତ୍ୟ ସାଙ୍ଗେ ସାଙ୍ଗେ ପ୍ରଭୁ ପାଖକୁ ଗଲା, ଆଉ କହିଲା ଦେଖେ ପ୍ରଭୁ ଆଉ ଦୁଇ ଦିନି ପରେ ଫାର୍ଷ୍ଟ୍ ଇଅର୍ ଇଲେକ୍ଟ୍ରିକାଲ୍ ବ୍ରାଞ୍ଚର ୱେଲକମ୍ ପାର୍ଟି ଅଛି, ଆଉ ସେଥିପାଇଁ ସମସ୍ତ ଙ୍କୁ କୁହାଯାଇଛି କି ସମସ୍ତେ ନିଜ ନିଜ ବିଷୟରେ ବାୟୋ ଲେଖିକି ଗୋଟେ ଲିଷ୍ଟ୍ ବନେଇକି ୱେଲକମ୍ ପାର୍ଟିର ଓନର୍କୁ ଦେବାପାଇଁ | ତା ମାନେ ସୁମନ ବି ସେ ଦିନ ତା ବାୟୋ ଲେଖିକି ଦେବ, ଏବେ ତୋ କାମ ହେଲା ସୁମନର ସେ ବାୟୋ ଲିଷ୍ଟ୍କୁ ଆଣି ମତେ ଦେବୁ | ପ୍ରଭୁ କହିଲା ଠିକ ଅଛି ଭାଇ | ଆଉ ଦୁଇଦିନ ପରେ ୱେଲକମ୍ ପାର୍ଟି ହେଲା, ଆଉ ପ୍ରଭୁ ବି ସୁମନର ସେ ବାୟୋ ଲିଷ୍ଟ୍ ଆଣି ସତ୍ୟକୁ ଦେଲା | ସତ୍ୟ ସୁମନର ସେ ବାୟୋ ଲିଷ୍ଟ୍ ଦେଖିଲା, ଏମିତି ବାୟୋ ଲିଷ୍ଟ୍ ଦେଖୁ ଦେଖୁ ସତ୍ୟର ନଜର ପଡିଲା ସେଇ ଲିଷ୍ଟ୍ର ଶେଷକୁ, ଯୋଉଠି ଲେଖା ଥିଲା ସୁମନର ଫୋନ ନମ୍ବର | ସତ୍ୟ ଡେରି ନ କରି ବାହାରି ପଡିଲା ସୁମନକୁ ମେସେଜ୍ କରିବାପାଇଁ, ହେଲେ ସତ୍ୟ ମନରେ ଭଳି ଯାଇଥିଲା ଏକ ଅଜଣା ଭୟ | 

    ସୁମନ ଗାର୍ଲସ୍ ହଷ୍ଟେଲ୍ରେ ଆଉ ସତ୍ୟ ବୟେଜ୍ ହଷ୍ଟେଲ୍ ରେ, ମେସେଜ୍ କଲେ କାଳେ ସେ କାହାକୁ କି କହି ଦେବ ଏଇ ଅଜଣା ଭୟରେ ସତ୍ୟ ସୁମନକୁ ମେସେଜ୍ କରି ପାରୁନଥିଲା | ଠିକ ସେଇ ସମୟରେ ସତ୍ୟର ଗୋଟେ ବନ୍ଧୁ, ଯାହାର ନା *ସିର୍ଦ୍ଧାଥ*... ସେ ସତ୍ୟକୁ ମେସେଜ୍ କରିବାକୁ ବାଧ୍ୟ୍ୟ କଲା | ହେଲେ ସତ୍ୟ ତ ମେସେଜ୍ କରିବାକୁ ଭୟ କରୁଥିଲା, ସେଥି ପାଇଁ ସତ୍ୟ ନିଜ ଫୋନ ବଢ଼ାଇଦେଲା ତା ବନ୍ଧୁ ସିର୍ଦ୍ଧାଥ ହାତକୁ, ଆଉ କହିଲା ନେ ତୁ ତାକୁ ମେସେଜ୍ କରେ | ଆଉ ସିର୍ଦ୍ଧାଥ ସୁମନକୁ ମେସେଜ୍ କଲା, ଏମିତି କିଛି ଦିନି ସିର୍ଦ୍ଧାଥ ସତ୍ୟ ହେଇ ସୁମନ ସାଥିରେ କଥା ହେଇ ଚାଲିଲା, ଆଉ ଧୀରେ ଧୀରେ ସତ୍ୟ ସୁମନ ସାଥିରେ କଥା ହେବା ଆରମ୍ଭ କଲା | ଆଉ ଧୀରେ ଧୀରେ ସୁମନକୁ ସତ୍ୟ ତା ନିଜର ପ୍ରକୃତ ପରିଚୟ ଦେଇଦେଲା | ସତ୍ୟ ସବୁକିଛି ଭୁଲି ଏମିତିକି ପାଠ ପଢାକୁ ବି ଭୁଲି ସୁମନ ସାଥିରେ କେବଳ କଥା ହେଲା, ବେଳେ ବେଳେ ସେ ଦୁଇ ଜଣ କଥା ହେଉ ହେଉ କେତେ ବେଳେ ରାତିଵି ପାଇ ଯାଏ, ସେ କଥା ନା ସତ୍ୟକୁ ଜଣା ପଡେ ନା ସୁମନକୁ, କାହିଁକି ନା ସେ ପରା ଏବେ ନୂଆ ପ୍ରେମରେ ପଡିଛନ୍ତି | 


   ଏମିତି କିଛି ଦିନ ବିତିଗଲା ପରେ, ଦିନେ ସକାଳୁ ସତ୍ୟ ଶୋଇକି ଉଠି wp ଦେଖେ ତ ସୁମନର ତିନି ତା ମେସେଜ୍ ଆସିଛି *"Hlo"* *"Good Morning"* *"I Love U"* | ସତ୍ୟ ଏ ଶେଷ ମେସେଜ୍କୁ ଦେଖି, କିଛି ଭାବି ପାରିଲା ନାହିଁ, ସେତେବେଳେ ତ ତାକୁ ଏମିତି ଲାଗୁଥାଏ ଯେମିତି କେହିଜଣେ ତା ହାତରେ ଆକାଶର ଚାନ୍ଦକୁ ଆଣି ଧରେଇ ଦେଇଛି, ଆଉ ସତ୍ୟ ବି ସାଙ୍ଗେ ସାଙ୍ଗେ ସୁମନକୁ Reply ଦେଲା *"I love U Too Dhana"* ଏମିତି ଦିନକ ପରେ ଦିନ ବିତି ଚାଲିଲା, ଆଉ ସମୟ ସାଥିରେ ସେମାନଙ୍କ ଭିତରେ ଥିବା ସମ୍ପର୍କ ବି ବଢ଼ି ଚାଲିଲା | 

    ଆଉ କିଛି ଦିନ ଗଲା ପରେ ସତ୍ୟକୁ ଏମିତି ଟିକେ କାହିଁକି ଅନୁଭବ ହେଲା କି, ସୁମନ ଧୀରେ ଧୀରେ ବଦଳି ବାରେ ଲାଗିଛି, ଯେମିତି ସେ ସତ୍ୟକୁ ଇଗ୍ନୋର୍ କରି ଆଉ କାହାକୁ ଭଲ ପାଇ ବସିଛି, ଠିକ ସେତିକି ବେଳେ ସତ୍ୟର ଜଣେ ବଡ ଭାଇ ଯିଏକି ସେ କଲେଜରେ 3rd ଇଅର୍ ଇଲେକ୍ଟ୍ରିକାଲ୍ ବ୍ରାଞ୍ଚରେ ପଡୁଥିଲେ, ଯାହାର ନା ସନ୍ତୋଷ ଆଉ ତାଙ୍କର ଜଣେ ବନ୍ଧୁ | ସେ ସତ୍ୟକୁ କହିଲେ କି ଦେଖ ସତ୍ୟ ସେ ସୁମନ ଗୋଟେ ଭଲ ପିଲା ନୁହେଁ ସେ ତୋ ସାଥିରେ ଛଳନା କରି ଆଉ ଜଣକୁ ଭଲ ପାଉଛି, ଆମ 3rd ଇଅର୍ ମେକାନିକାଲ୍ ବ୍ରାଞ୍ଚର ଅବିଳାଷକୁ | ତଥାବି ସତ୍ୟ ସେ ସବୁକୁ ଇଗ୍ନୋର୍ କରି ସୁମନକୁ ଭଲ ପାଉଥାଏ, ଆଉ ସତ୍ୟର କିଛି ହେଲେ ବି ସୁମନ ସହି ପାରୁନଥାଏ, ସୁମନ ଆଖିରୁ ଝରୁଥାଏ ଲୁହ,କେତେ ପ୍ରବିତ୍ର ପ୍ରେମ ଏ | 


  

    ଏମିତି କିଛି ଦିନ ବିତି ଗଲା, ଦିନେ ସୁମନ ତା ଆଡୁ କଲ୍ କରି ସତ୍ୟକୁ କହିଲା କି, ଏଠି ସମସ୍ତେ ମତେ ଆଉ ସେ ଅଭିଳାଷକୁ ଏକ କରି ଅନେକ କିଛି କହି ମତେ ବଦନାମ କରିବା ପାଇଁ ଚାଁହୁଛନ୍ତି,ହେଲେ ତୁମେ ତ ମୋ ଭଲ ଚାହଁନା, ସୁମନ ସତ୍ୟକୁ ପଚାରିଲା | ସତ୍ୟ ସୁମନକୁ କହିଲା ହଁ, ମୁଁ ତୁମର କେବଳ ଭଲ ହିଁ ଚାହେଁ, ମୁଁ ତୁମକୁ ବହୁତ ଭଲପାଏ... ଆଇ ଲଭ ୟୁ ଧନ | ତା ପରେ ସୁମନ ସତ୍ୟକୁ କହିଲା, ଧନ ଯୋଉ ମାନେ ମତେ ବଦନାମ କରିବା ପାଇଁ ଚାହୁଂଛନ୍ତି, ସେମାନଙ୍କ ମୁଁହ ବନ୍ଦ କରିବା ପାଇଁ କେବଳ ଗୋଟେ ଉପାୟ ଅଛି, ଆଉ ସେମିତି କରିବାକୁ ହେଲେ ମତେ ତୁମ ସାହାଯ୍ୟ ଦରକାର | ସତ୍ୟ କହିଲା ହଁ ନିହାତି, ହେଲେ ବାବା ଆଗ ସେ ଉପାୟଟା ତ କଣ କୁହ | ସୁମନ ସତ୍ୟକୁ କହିଲା, ମତେ ଆଉ ଅଭିଳାଷକୁ ଏକ ହେବାରେ ତୁମେ ସାହାଯ୍ୟ କରି ପାରିବ...?? ସେତେବେଳେ ଯେମିତି ସତ୍ୟ ପାଦତଳୁ ମାଟି ଖସିଗଲା ପରି ଲାଗିଲା, ଯେମିତି ଆକାଶଟା ଛିଡି ସତ୍ୟର ମୁଣ୍ଡ ଉପରେ ଖସିପଡ଼ିଲା ପରି ଲାଗିଲା, ସତ୍ୟ ସେତେବେଳେ ସୁମନକୁ କଣ ଉତ୍ତର ଦେବ ସେ ନିଜେବି ବୁଝିପାରିଲାନି | ଆଉ ସତ୍ୟ ସାଙ୍ଗେ ସାଙ୍ଗେ ହିଁ ସୁମନର ଫୋନକୁ କାଟି ଦେଲା, ଆଉ ସୁମନ ବି ସତ୍ୟକୁ 2nd Time ପାଇଁ ଆଉ କଲ୍ କଲାନି | ତା ପରେ ସତ୍ୟକୁ ସମସ୍ତେ ବୁଝେଇବା ପାଇଁ ଚେଷ୍ଟା କଲେ, ହେଲେ ସେ ତ ବୁଝିବା ପାଇଁ ଜମା ବି ରାଜି ନୁହେଁ, କାହିଁକି ନା ସେ ସୁମନକୁ ଅନ୍ଧ ପରି ଭଲ ପାଉଥାଏ | ଆଉ ଯିଏ ସୁମନକୁ ପଚାରେ ତୁ ସତ୍ୟ ସାଥିରେ ଏମିତି କାହିଁକି କଲୁ...?? ସେ ସମସ୍ତଙ୍କୁ ଉତ୍ତରରେ କେବଳ ଗୋଟେ କଥା କହେ *"ପରିସ୍ଥିତି"* ଆଉ ସତ୍ୟ ବି ଠିକ ସେଇ କଥା କହେ ସେ ଯାହା ବି ସେ କରିଛନ୍ତି, କେବଳ ପରିସ୍ଥିତିରେ ପଡିକି ହିଁ କରିଛନ୍ତି | 

  ଏବେ ଆପଣ ମାନେ କୁହନ୍ତୁ ସୁମନ ଯାହାବି କଲା ସେ ସବୁ ପରିସ୍ଥିତିରେ ପଡିକି କଲା, ନା ଧୋକା, ନା ଏ ସବୁ ପଛରେ ଆଉ କିଛି ଉଦ୍ଦେଶ୍ୟ ଅଛି...??

Commentରେ ଜଣାନ୍ତୁ, ଆପଣଙ୍କ ଉତ୍ତର ଅପେକ୍ଷାରେ | 



Rate this content
Log in

Similar oriya story from Romance