ପ୍ରେମ ଏକ ନିଆରା ନିଶା
ପ୍ରେମ ଏକ ନିଆରା ନିଶା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମଣିଷ ବିଭିନ୍ନ ପ୍ରକାର ପ୍ରକାର ପ୍ରେମରେ ପଡେ । ପ୍ରେମ କରିବା କିଛି ଖରାପ କଥା ନୁହଁ । ପ୍ରେମ ଅଜାଣତରେ ହୋଇଯାଏ । ଯାହାର ଯେଉଁ ପ୍ରତି ଆଶ୍ବସ୍ତିି ଥାଏ ସେ ସେହି ପ୍ରକାର ପ୍ରେମରେ ପଡିଯାଏ । ଉଦାହରଣ କାହାର କଳା ପ୍ରେମ,ଖେଳ ପ୍ରେମ,ସଙ୍ଗୀତ ପ୍ରେମ ଇତ୍ୟାଦି । ଆଜିକାଲି ମତେ କଣ ହୋଇଛି ଲେଖନୀ ପ୍ରେମରେ ପଡିଯାଇଛି । ତା ପ୍ରେମ ମତେ ଦିନ ରାତି ଘାରୁଛି ନା ଶୋଇ ପାରୁଛି ନା ଚେଇଁ ପାରୁଛି । ଖାଇବା ପିଇବା ସବୁ ଭୁଲି ଯାଉଛି । ସମୟ ମିଳିଲେ ଆରମ୍ଭ ହେଇଯାଉଛି ଲେଖା । କି ଲେଖା ବାୟା କରୁଛି ଦିନରାତି ଖାଲି ମୋବାଇଲ ଧରି ଟିପଟିପ ଟିପଟିପ । ମୁଣ୍ଡକୁ ନଇଁ ବେକକୁ ମୋଡି, ଗୋଟେହାତରେ ମୋବାଇଲ ଧରି ହାତ ଦରଦ ହୋଇ ମଧ୍ୟ ସେ ନିଶା ନିଜ ମନରୁ ଯାଉନି । ସତରେ କି ଅଜବ ପ୍ରେମ । କେତେବେଳେ କେଉଁ ବୟସରେ ଏହି ପ୍ରେମ ଆରମ୍ଭ ହେଲା ଜାଣିପାରୁନାହିଁ । କିନ୍ତୁ ମତେ ଲାଗେ ମୋ ପ୍ରେମ ପ୍ରକୃତରେ ସଚୋଟ । କିଛି କଳଙ୍କର ହିଁ ଦାଗ ନାହିଁ । ମୁଁ ବଞ୍ଚିଥିବା ଯାଏଁ ଏହାକୁ ପ୍ରେମ କରିବି କରୁଥିବା ମଧ୍ୟ । ଏହା ଏକ ପେଶା ନୁହଁ ନିଶା ।