STORYMIRROR

Madhabi Patel

Inspirational

3  

Madhabi Patel

Inspirational

ପ୍ରେମ ଦିବସ

ପ୍ରେମ ଦିବସ

2 mins
164


ଝିଅଟିଏ କଲେଜରେ ପଢୁଥିଲା ନାଁ ତାର ସୀମା।ସୁନ୍ଦରୀ ଥିଲା ହେଲେ ଗରିବ ପରିବାରର ଥିଲା।କଲେଜରେ ଯେତେବେଳେ ପ୍ରପୋଜ ଡେ ର ଋତୁ ଚାଲିଥାଏ ସପ୍ତାହ ଯାକ ହେଲେ ତାକୁ କେହି ପ୍ରପୋଜ କରୁନ ଥିଲେ କି ଫୁଲଟେ ଦେଉନ ଥିଲେ ସେତେବେଳେ ସେ ବହୁତ ମନଦୁଃଖ କରୁଥିଲା।ସେ କେବଳ ପଢାପଢିରେ ମନଦେଲା।ତାରସାଙ୍ଗମାନେ ପ୍ରେମରେ ପଡି କିଏ ପ୍ଲସ୍ ଟୁ ରୁ କିଏ ବିଏ ପରେ ବାହା ହେଇଗଲେ।ଏବେ ଛୁଆପିଲାର ମାଆ ହେଇ ଗୃହ ଜଞ୍ଜାଳରେ ବୁଡି ବୁଢୀ ଭଳିଆ ଦିଶିଲେଣି।ହେଲେ ସୀମା ବହୁତ ପଢିଲା ଆଇ ଏ ଏସ୍ ର ପ୍ରିପାରେସନ୍ କଲା ଓ ଏବେ ନିଜ ସହରକୁ ଆଇ ଏ ଏସ୍ ଅଫିସର ହେଇ ଆସିଛି।ସହରରେ ଏକ ବଡ ଫଙ୍ଗସନ୍ ଥିଲା ତାକୁ ଚିପଗେଷ୍ଟ ହିସାବରେ ଡକାହେଇଥିଲା।ସେଠି ସେ ଶୋଭନା ସୁରଭି ମନ୍ଦାକିନୀ ରଜନୀ ସମସ୍ତଙ୍କୁ ଭେଟିଲା।ସେ ଭେଟିନି ବରଂ ସେମାନେହିଁ ଭିଡ ଠେଲି ତା ପାଖକୁ ଚାଲିଆସିଥିଲେ ଭେଟିବାକୁ।ଏବେ ତାସହ ସେଲ୍ଫି ଉଠାଇବାକୁ ପୂରୁଣା ସାଙ୍ଗଙ୍କର ଭିଡଲାଗି ଥିଲା।

ସମୀର ରଣବୀର ସୁବାସ ପ୍ରଦୀପ ସମସ୍ତେ ଏବେ ତା ସହ ଫଟୋଟେ ନେବାପାଇଁ ସୌଭାଗ୍ୟ ଭାବୁଥିଲେ।

ହେଲେ ଦିନଥିଲା ପ୍ରପୋଜଡେ ସପ୍ତାହର ରୋଜ୍ ଡେ ଟେଡି ଡେ ଚକଲେଟ୍ ଡେ ହଗ୍ ଡେ ଭଲେନ୍ଟାଇନ ଡେ ମାନଙ୍କରେ ତା ଆଡକୁ ଅନାଉଁବି ନଥିଲେ ଏମାନେ। ତାକୁ ମହତ୍ତ୍ୱ ଦେଉନଥିଲେ ଗରିବ ବୋଲି,ସେ ମନଦୁଃଖରେ ଗୋଟିଏ କଣରେ ବସି ରହୁଥିଲା।ଆଉ ତା ସାଙ୍ଗ ପୁଅ ଝିଅମାନେ ଯୋଡି ହୋଇ ଫୁଲ ଦିଆ ନିଆ ହେଇ ଖୁସୀ ମନାଉଥିଲେ।ସେତେବେଳେ ସେ ନିଜକୁ ହତଭାଗିନୀ ଭାବୁଥିଲା |ନିଜକୁ ପାଠରେ ବୁଡାଇ ରଖୁଥିଲା ସେ।ହେଲେ ଆଜି ଏମାନଙ୍କୁ ଦେଖିଲାପରେ ଭାବୁଛି ଭଗବାନ ଯାହା କରନ୍ତି ମଣିଷର ଭଲ ପାଇଁ।ସେଥିପାଇଁତ ସେ ଏତେ ବଡ ପୋଷ୍ଟରେ ପହଞ୍ଚିପାରିଛି। ଯଦି ସେ ଏ ମାନଂକ ପରି ପ୍ରେମ ଚକ୍କର୍ ରେ ପଡିଥାନ୍ତା ସେ ବି ଏମିତି ସାଧାରଣ ଗୃହିଣୀ ଟେ ହେଇ ରହି ଯାଇଥାନ୍ତା । ତା ସ୍ବାମୀଜଣେ ବଡ ସିନେମା ପ୍ରଡ୍ୟୁସର୍ ଓ ପିଲାମାନେ ବି ସେମାନଙ୍କ ପିଲାଙ୍କ ତୁଳନାରେ କେତେ ଉର୍ଦ୍ଧରେ।ଏବେ ଏଇ ପ୍ରପୋଜ୍ ଡେ ଗୁଡାକ ଆସିଲେ ତାର ସେ ପୂରୁଣା ଦିନକଥା ମନେପଡେ ଓ ହସ ଲାଗେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational