STORYMIRROR

ଶିଶିର ସାହୁ ମନୋଜ

Inspirational

3  

ଶିଶିର ସାହୁ ମନୋଜ

Inspirational

ପଣ୍ଡିତଙ୍କ ସଚ୍ଚୋଟତା

ପଣ୍ଡିତଙ୍କ ସଚ୍ଚୋଟତା

2 mins
299

ରାଧାଦେଈପୁରର ମାଆ ମଙ୍ଗଳା ଠାକୁରାଣୀଙ୍କ ମନ୍ଦିର ପ୍ରଧାନ ପୁରୋହିତଙ୍କ ଦେହାବସାନ ପରେ ସେଠାରେ ଜଣେ ନୂତନ ପୁରୋହିତ ନିଯୁକ୍ତ ହେଲେ ।

ଅଳ୍ପଦିନ ମଧ୍ଧରେ ସେ ନିଜର ପାଣ୍ଡିତ୍ୟ ,ଉଦାରଚିତ୍ତ ବ୍ୟକ୍ତିତ୍ଵ ଯୋଗୁଁ ସର୍ଵଜନ ପ୍ରିୟ ହୋଇଗଲେ ।

ଦିନେ ପୂଜାରୀ ମହାଶୟ କୌଣସି ଏକ କାର୍ଯ୍ୟରେ ବସ ଯୋଗେ ଯାଉଥାଆନ୍ତି ।

ବସରେ ଟିକଟ କାଟିବା ସମୟେ କଣ୍ଡକ୍ଟର ୫୦ଟଙ୍କିଆ ନୋଟଟାଏ ନେଇ ୪୦ ଟଙ୍କା ଫେରାଇଲା ।

ପୂଜାରୀ ଜାଣିଲେ କଣ୍ଡକ୍ଟର ଭୁଲରେ ୧୦ଟଙ୍କା ଅଧିକ ଦେଇଦେଇଛି ।

ପଣ୍ଡିତେ ଭାବିଲେ ବରଂ ଭୁଲରେ ଆସିଯାଇଥିବା ଟଙ୍କା କଣ୍ଡକ୍ଟରକୁ ଫେରେଇ

ଦେଲେ ଭଲ !

କାହାର ଚାରଣାଏ ଟଙ୍କା ବି ଭୁଲରେ ରହିଗଲେ ଜୀବର ଜୀବନ ସାର୍ଥକ ହୋଇପାରେନା ।

ପୁଣି ପଣ୍ଡିତଙ୍କ ମନରେ ଆସିଲା.......

ନାହିଁ ନ ହେଲେ ଏଇ ୧୦ଟଙ୍କାଟା ବାଟରେ ଯାଉଥିବା କୌଣସୀ ଗରୀବ ବାଳକ ବାଳିକା କିମ୍ବା ଭିକାରୀ ମିଳିଲେ ଦେଇଦେବି ।

ଏମାନେ ତ ଦିନଯାକରେ ହଜାର ହଜାର ଟଙ୍କା କମଉଛନ୍ତି

କିନ୍ତୁ ସେଇ ଗରୀବ ଗୁଡ଼ାକୁ ମୁଠାଏ ଭାତ ସୁଧା କେତେ କଷ୍ଟ ସହିଲେ ଯାଇ ମିଳିଥାଏ ।

ଏଇମିତିରେ ରାଧାଦେଈପୁର ଆସିଗଲା........

ପଣ୍ଡିତେ ଗାଡ଼ିରୁ ଓଲ୍ହେଇବେ କଣ କଣ୍ଡକ୍ଟର ପାଖକୁ ଯାଇ ତାକୁ ୧୦ ଟଙ୍କା ଫେରେଇ କହିଲେ

"ଆଜ୍ଞା ଆପଣ ୧୦ଟଙ୍କା ଅଧିକ ଦେଇଦେଇଛନ୍ତି ଯେ"

ଏଇ ନିଅନ୍ତୁ କହି ୧୦ ଟଙ୍କିଆଟେ

କଣ୍ଡେକ୍ଟର ଆଡକୁ ବଢ଼ିଇଦେଲେ....!!!!!!

ସେଇଠୁ କଣ୍ଡକ୍ଟର କହିଲା

"ଆଜ୍ଞା ଆପଣ ରାଧାଦେଈପୁର ଗାଆଁ ମନ୍ଦିରର ନୂଆ ପୂଜାରୀ ନା ?

"ପଣ୍ଡିତେ ସମ୍ମତିରେ ମୁଣ୍ଡ ହଲାଇଲେ ।

କଣ୍ଡକ୍ଟର :-"ଆଜ୍ଞା ଗତ ମାସରେ ରାଧାଦେଈପୁର ଯାଇଥିଲି ଆମର ଜଣେ ସମ୍ପର୍କୀୟଙ୍କ ଘରକୁ ସେଠି ସେଦିନ ରାତିରେ ଆପଣଙ୍କ ପ୍ରବଚନ ଶୁଣିବା ହୋଇଥିଲା ।

ଆଜି ଚିହ୍ନିପାରି ମୁଁ ଜାଣିଶୁଣି ୧୦ ଟଙ୍କିଆଟା ଦେଇ ଦେଇଥିଲି କି ଦେଖାଯାଉ ପଣ୍ଡିତେ କେବଳ ପ୍ରବଚନ ଦିଅନ୍ତି ନା ତାକୁ ପାଳନ ମଧ୍ୟଁ କରନ୍ତି ।

ପ୍ରକୃତରେ ଆଜି ପ୍ରମାଣିତ ହୋଇଗଲା ଯେ ଆପଣ ଜଣେ ଉତ୍ତମ ଉନ୍ନତ ବିଜ୍ଞ ପୁରୁଷ !"

ଏତିକି କହି କଣ୍ଡକ୍ଟର ବସରେ ଚଢ଼ିଗଲା,

ବସ ଆଗକୁ ଚଳିଗଲା ।

ଗାଆଁକୁ ଫେରୁଥିଲାବେଳେ ପଣ୍ଡିତେ ମନେ ମନେ ଜଗନ୍ନାଥଙ୍କୁ ଶହେ ମଣ୍ଡିଆ ମାରୁଥାଆନ୍ତି

ଯା ହେଉ ପ୍ରଭୁ ତୁମେ ମୋତେ ଏତେବଡ଼ ପାପରୁ ବଞ୍ଚାଇଦେଲ !

ନ ହେଲେ ଆଜି ମୁଁ ବହୁତବଡ଼ ପାପର ଭାଗୀ ହୋଇଥାଅନ୍ତି ସତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational