Pt.Abhaya Kumar Tripathy Sharma

Classics

3  

Pt.Abhaya Kumar Tripathy Sharma

Classics

ପନ୍ଦରଟି ବାକ୍ୟରେ ରାମାୟଣ କଥା

ପନ୍ଦରଟି ବାକ୍ୟରେ ରାମାୟଣ କଥା

3 mins
135



             


1. ତ୍ରେତୟା ଯୁଗରେ ଅଯୋଧ୍ୟାର ସୂର୍ଯ୍ୟବଂଶୀ ରାଜା ଅଜଙ୍କ ପୁତ୍ର ଦଶରଥଙ୍କ ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରାଙ୍କ ଗର୍ଭରୁ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଜନ୍ମ ନେଇଥିଲେ ଏବଂ ସେମାନଙ୍କ ମଧ୍ୟରେ ଅନେକ ଭଲପାଇବା ଥିଲା,ଲକ୍ଷ୍ମଣ -ରାମଙ୍କର ଓ ଶତ୍ରୁଘ୍ନ ଭରତଙ୍କର ଅନୁଗତ ଥିଲେ l


2. ଶୁକ୍ଲପକ୍ଷ ଚନ୍ଦ୍ରକଳା ପରି ସେମାନେ ଯେତେ ବଢୁଥାନ୍ତି ସେମାନଙ୍କ ଖ୍ୟାତି ବଢୁଥିବା ଜାଣି ଋଷି ବିଶ୍ଵାମିତ୍ର ତାଙ୍କୁ ଅସ୍ତ୍ରବିଦ୍ୟା ଶିଖାଇବାସହିତ ଋଷିମାନଙ୍କ ଯଜ୍ଞରକ୍ଷାର୍ଥେ ରାକ୍ଷସ ମାନଙ୍କ ନିପାତ ଓ ସୀତାଙ୍କ ସ୍ୱୟମ୍ବର ନିମନ୍ତେ ସାଥିରେ ନେଇଗଲେ ଏବଂ ରାମଙ୍କ ସହିତ ସୀତାଙ୍କ ବିବାହ କରାଇ ଅଯୋଧ୍ୟା ଫେରିଲେ l


3. ରାମଙ୍କ ନାନା ସଦ୍ଗୁଣ ଦେଖି ରାଜ୍ୟବାସୀ ରାମଙ୍କୁ ନିଜ ରାଜା ରୂପରେ ଦେଖିବାକୁ ଚାହୁଁଥିବା ସହିତ ରାଜା ଦଶରଥ ମଧ୍ୟ ବୃଦ୍ଧ ହୋଇଯାଇଥିବାରୁ ରାମଙ୍କୁ ରାଜାକାର୍ଯ୍ୟ ଦେଇ ଅବସର ନେବାକୁ ଚାହୁଁଥିଲେ l


4. କିନ୍ତୁ ଦଶରଥଙ୍କ ମଧ୍ୟମାରାଣୀ କୈକେୟୀ ପୂର୍ବେ ତାଙ୍କ ଜୀବନରକ୍ଷା କରିଥିବାସମୟରେ ତାଙ୍କୁ ଦୁଇଟି ବର ଦେବାକୁ ଚାହିଁଥିଲେ, ଯାହାକୁ ରାଣୀ କୈକେୟୀ ଏକ ଦାସୀ ମନ୍ଥରାର କୁମନ୍ତ୍ରଣାରେ ପଡ଼ି ନିଷ୍ଠୁରତା ସହିତ ଦଶରଥଙ୍କୁ ମାଗିଥିଲେ l


5. "ପ୍ରଥମ ଟି ରାମ ଚତୁର୍ଦ୍ଦଶ ବର୍ଷ ବନକୁ ଗମନ କରିବେ ଓ ଦ୍ଵିତୀୟ ଟି ଭରତ ରାଜା ହେବେ", ତାଙ୍କର ବରଦୁଇଟି ଅତ୍ୟନ୍ତ କଠୋର ଥିଲେମଧ୍ୟ ଦଶରଥ ସେଥିରେ ସମ୍ମତି ପ୍ରଦାନ କରିଥିଲେ, କାରଣ ସେ ଜଣେ ସତ୍ୟପରାୟଣ ରାଜା ଥିଲେ l


6.ତଦନନ୍ତର ରାମଙ୍କ ବାରଣ ସତ୍ତ୍ୱେ ତାଙ୍କ ସହିତ ମିଥିଳା ରାଜ୍ୟର ରାଜନନ୍ଦିନୀ ଜନକଙ୍କ କନ୍ୟା ସୀତା ଓ ଲକ୍ଷ୍ମଣ ପିତୃ ସତ୍ୟ ପାଳନ ପୂର୍ବକ ବନବାସ ଅର୍ଥେ ବନଗମନ କରିଥିଲେ l


7. ଭରତ ମାତୁଳାଳୟରୁ ଫେରି ଦେଖନ୍ତି ଯେ ପ୍ରିୟ ପୁତ୍ରଙ୍କ ଅନୁପସ୍ଥିତି ଯୋଗୁ ପିତା ଦଶରଥ ଦେହତ୍ୟାଗ କରିଛନ୍ତି ଏବଂ ରାଜ୍ୟ ନିଜର ରାଜା ଓ ଯୁବରାଜ ଦୁହିଁଙ୍କୁ ହରାଇ ଦୁଃଖର ସାଗରରେ ବୁଡିରହିଛି l


8. ରାଜ୍ୟରକ୍ଷା ନିମନ୍ତେ ଭ୍ରାତାଙ୍କୁ ବନରୁ ଫେରାଇଆଣିବାକୁ ଯାଇ ଦେଖନ୍ତି ଯେ ଶ୍ରୀରାମ ସାଥିରେ ଭାଇ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କୁ ନେଇ ଚିତ୍ରକୂଟ ପର୍ବତରେ ରାଜବେଶ ପରିତ୍ୟାଗ କରି ବନବାସୀ ଋଷିକୁମାର ମାନଙ୍କ ଭଳି ଜୀବନଯାପନ କରୁଛନ୍ତି l


9. ଭରତଙ୍କ ବ୍ୟାକୁଳ ଅନୁରୋଧ ପରେ ମଧ୍ୟ ରାମ ପିତାଙ୍କ ସତ୍ୟରକ୍ଷା ନିମିତ୍ତ ବନରେ ରହି ଭରତଙ୍କୁ ଅଯୋଧ୍ୟା ଫେରାଇ ଦେଲେ ଏବଂ ନିର୍ଲୋଭି ଓ ନିଃସ୍ୱାର୍ଥି ଭାତୃଭକ୍ତ ଭରତ ଫେରିଆସି ଅଯୋଧ୍ୟାର ସିଂହାସନରେ ରାମଙ୍କ ପାଦୁକାକୁ ସ୍ଥାପନ କରି ରାଜକାର୍ଯ୍ୟ କରିବା ସହିତ ରାମଙ୍କ ଭଳି ରାଜଭୋଗ ପରିତ୍ୟାଗ କରିଥିଲେ l


10. ତନ୍ମଧ୍ୟରେ ରାମ ପଞ୍ଚବଟୀ ବନରେ ପହଞ୍ଚି ସ୍ତ୍ରୀ ସୀତା ଓ ଭାଇ ଲକ୍ଷ୍ମଣଙ୍କୁ ସାଙ୍ଗରେ ନେଇ ଖୁବ ଆନନ୍ଦରେ ରହୁଥିଲେ ଯଦିଓ ସେମାନେ ସମସ୍ତେ ରାଜପୁତ୍ର ଓ ରାଜକନ୍ୟା ଥିଲେ କିନ୍ତୁ ସେମାନଙ୍କ ଭିତରେ ଥିବା ପରସ୍ପରଙ୍କ ପ୍ରତି ଭଲପାଇବା ସେମାନଙ୍କୁ କୌଣସି କଷ୍ଟ ଅନୁଭବ କରିବାକୁ ଦେଇନଥିଲା l


11.ଏକଦା ଦୁଇଭାଇ ଓ ସୀତା କୁଟୀର ସମ୍ମୁଖରେ ବସିଥିବା ସମୟରେ ରାବଣ ଭଗ୍ନୀ ସୂର୍ପଣଖା ରାମଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ରାମଙ୍କୁ ବିବାହ ପ୍ରସ୍ତାବ ଦେବାପରେ ସେମାନଙ୍କ ମଧ୍ୟରେ ଅନେକ ତର୍କ ହୋଇଥିଲା ଓ ଲକ୍ଷ୍ମଣ କ୍ରୋଧର ବଶବର୍ତ୍ତୀ ହୋଇ ନିଜ ଶର ସାହାଯ୍ୟରେ ସୂର୍ପଣଖାର ନାକ କାନ କାଟିଦେବା ପରେ ରାବଣ ପ୍ରତିଶୋଧ ନେବା ନିମନ୍ତେ ରାମ ଓ ଲକ୍ଷ୍ମଣଙ୍କୁ ମାୟାମୃଗ ଦେଖାଇ ସୀତାଙ୍କୁ ଅପହରଣ କରିଥିଲା l


12. ଅନେକ ସନ୍ଧାନ ପରେ ରାମ କିସ୍କିନ୍ଧ୍ୟାର ରାଜା ବାଳୀଙ୍କୁ ବଧକରି ତାଙ୍କ ସାନଭାଇ ସୁଗ୍ରୀବ ଓ ତାଙ୍କ ଅନୁଚର ମାନଙ୍କ ସାହାଯ୍ୟରେ ସୀତାଙ୍କ ସନ୍ଧାନରେ ଲାଗିଲେ ଏବଂ ବୀର ହନୁମାନ ମାତା ସୀତାଙ୍କୁ ଲଙ୍କାରେ ଠାବ କରିବା ସହିତ ରାମଙ୍କ ରତ୍ନମୁଦ୍ରିକା ପରିଚୟ ଓ ପ୍ରମାଣ ସଦୃଶ ଦେଇଥିଲେ l


13.ଲଙ୍କାରୁ ବାର୍ତ୍ତାନେଇ ହନୁମାନ ଫେରିବାପରେ ରାମ, ଲକ୍ଷ୍ମଣ, ସୁଗ୍ରୀବ ଓ ତାଙ୍କ ଅନୁଚରଙ୍କୁ ନେଇ ପଥର ସେତୁ ଦ୍ୱାରା ସମୁଦ୍ର ପାରହୋଇ ତରୁହର୍ମ୍ୟଶାଳିନୀ ଉପବନଶୋଭିତା ଲଙ୍କାପୁରୀକୁ ଅବରୋଧ କରିବା ସହିତ ଭୀଷଣ ସମର କରି ସଗୋତ୍ରେ ରାବଣକୁ ବଧ କରି ଯୁଦ୍ଧରେ ବିଜୟ ଲାଭ କରିଥିଲେ l


14. ବିଭୀଷଣଙ୍କ ଆନୁଗତ୍ୟ ନିମନ୍ତେ ତାଙ୍କୁ ଲଙ୍କାରେ ରାଜା କରି ଏହି ଦୀପାବଳି ଦିବସରେ ଅଯୋଧ୍ୟା କୁ ପ୍ରତ୍ୟାବର୍ତ୍ତନ କରିଥିଲେ, ତାଙ୍କ ସ୍ୱାଗତ ନିମନ୍ତେ ଅଯୋଧ୍ୟା ବାସୀ ପୁଷ୍ପତୋରଣ ଓ ଦୀପମାଳାରେ ଅଯୋଧ୍ୟାକୁ ବଧୂବେଶରେ ସଜାଇଥିଲେ l

15. ଶ୍ରୀରାମ ରାଜ୍ୟାଭିଷେକ ଉପରାନ୍ତେ ରାମରାଜ୍ୟ ପ୍ରତିଷ୍ଠା କଲେ l



Rate this content
Log in

Similar oriya story from Classics