STORYMIRROR

Pt.Abhaya Kumar Tripathy Sharma

Inspirational

4  

Pt.Abhaya Kumar Tripathy Sharma

Inspirational

ସଚ୍ଚା ସରକାର

ସଚ୍ଚା ସରକାର

4 mins
233


 ଭକ୍ତ ଶିରୋମଣି ନାମଦେବ କାନ୍ଧରେ ଥାନ ସବୁକୁ ଲଦି ହାଟକୁ ଯିବାକୁ ବାହାରିଲେ l ପତ୍ନୀ କହିଲେ "ହେଇଟି ଶୁଣୁଛ, ଘରେ ଅଟା, ଲୁଣ, ଡାଲି, ଚାଉଳ, ଗୁଡ, ଚିନି ଇତ୍ୟାଦି ସବୁ ସରିଯାଇଛି, ଘରେ ଖାଇବାକୁ ଆଉ କିଛିବି ନାହିଁ l ଭକ୍ତ ମହାଶୟ,ଆସିଲା ବେଳେ ଏସବୁ ନେଇକରି ଆସିବ l

            ଭକ୍ତ ନାମଦେବ ବିଠଲ୍ ଙ୍କ ଭକ୍ତ ଥିଲେ, ଉତ୍ତରରେ କହିଲେ, ଯାହା ବିଠଲ୍ ଙ୍କ ଇଚ୍ଛା ଥିବ l ଦେଖାଯାଉ ଆଜି କଣ ହେଇପାରିବ ତାଙ୍କ କୃପାରୁ l ଯଦି କିଛି ଭଲ ମୂଲ୍ୟରେ କପଡା ଥାନ ଗୁଡିକ ବିକ୍ରି ହୁଏ ତେବେ ଆଜି ନିଶ୍ଚିନ୍ତ ଘରକୁ ସବୁକିଛି ଆସିବା ସହ ଅଧିକନ୍ତୁ କିଛି ଧନ ମଧ୍ୟ ଆସିବ l ନାମଦେବ ଜଣେ ବୁଣାକାର ଥିଲେ l କପଡା ବୁଣି ବଜାରରେ ବିକ୍ରି କରି ପେଟ ପୋଷନ୍ତି ପତ୍ନୀ କହିଲେ, " ସନ୍ଥ ମହାରାଜ! ଯଦିବା ଭଲ ଦାମ ନମିଳେ ତେବେବି ଏ କପଡା ଥାନ କୁ ବିକି ଘରକୁ କିଛି ରାସନ ନେଇ ଆସିବାକୁ ହେବ l ଆମେ ବଡମାନେ ସିନା ଭୋକରେ ରହିଯିବା କିନ୍ତୁ ପିଲାମାନେ କ'ଣ ଭୋକରେ ରହିପାରିବେ? ତାଙ୍କ ନିମନ୍ତେ କିଛି ଆଣିବାକୁ ପଡିବ ନା !

            ଯେମିତି ମୋ ବିଠୁଲ୍ର ଇଚ୍ଛା ଏପରି କହି ଭକ୍ତ ନାମଦେବ ଜୀ ହାଟ ଆଡକୁ ଅଗ୍ରସର ହେଲେ l ବଜାରରେ ପହଂଚିଲା ବେଳକୁ କେହି ତାଙ୍କୁ ଡାକିଲା l ବାହ୍ ସାଇଁ!ବହୁତ ବଢିଆ କପଡା ତ ବୁଣିଛ,ଆଉ ବଢିଆ ମଣ୍ଡ ଓ ରଙ୍ଗ ବି ଦେଇଛ l ତୁମ ପରିବାର କୁଶଳରେ ରହୁ l ଏ ଫକୀର ଥଣ୍ଡା ରେ ଥରିଥରି ମରିଯିବ l ମୋ ଉପରେ ଦୟାକର, ଆଉ ଏ ଫକୀର ର ଝୁଲା ରେ ଦୁଇଟି ଚାଦର ପାଇଁ କପଡା ପକେଇ ଦିଅ ।

   ଦୁଇଟି ଚାଦର ପାଇଁ କେତେ କପଡା ଲାଗିବ ଫକୀର ଜୀ ଭକ୍ତ ନାମଦେବ ପଚାରିଲେ l ଫକୀର ଜୀ ଯେତିକି କପଡା ମାଗିଲେ ସଂଯୋଗ ବଶତଃ ଭକ୍ତ ନାମଦେବଙ୍କ ଥାନରେ ସର୍ବ ମୋଟ ସେତିକିହିଁ କପଡା ଥିଲା l ଭକ୍ତ ନାମଦେବ ଫକୀରଙ୍କୁ ସମସ୍ତ କପଡା ଦାନ କରିଦେଲେ l ଦାନ କରିବା ପରେ ଭକ୍ତ ନାମଦେବ ଯେତେବେଳେ ଘରକୁ ଫେରିବାକୁ ଲାଗିଲେ ସେତେବେଳେ ତାଙ୍କ ଆଖି ଆଗରେ ପରିବାରଙ୍କର ଭୋକିଲା ମୁହଁ ସବୁ ଦିଶିଯାଉଥିଲା l ପୁନଶ୍ଚ ପତ୍ନୀଙ୍କ କଥା ମଧ୍ୟ ମନେ ପଡିଯାଉଥିଲା କି ଘରେ କୌଣସି ଖାଦ୍ୟ ପଦାର୍ଥ ନାହିଁ!କମ ଦାମ ମିଳିଲେ ବି, ବିକ୍ରି କରି ଘରପାଇଁ କିଛି ନେଇଆସିବାକୁ ପତ୍ନୀ କହିଥିଲେ l

ଏବେ ଦାମ କଣ ମିଳିବ!ସମସ୍ତ ଦାନରେ ଚାଲିଯାଇଥିଲା l ଭକ୍ତ ନାମଦେବ ଏ ଭାବନା ମଧ୍ୟରେ ଏକ ଅଶ୍ୱତ୍ଥବୃକ୍ଷ ମୂଳରେ ପହଞ୍ଚିଯାଇଥିଲେ l ଥକ୍କା ମେଣ୍ଟାଇବା ନିମନ୍ତେ ଏକୁଟିଆ ସେଇ ଗଛ ଛାଇରେ ଟିକେ ବସିଗଲେ l ମନେ ମନେ ଚିନ୍ତାକଲେ, ଯେମିତି ମୋ ବିଠଲ୍ର ଇଚ୍ଛା, ଯେତେବେଳେ ସାରା ସୃଷ୍ଟିକୁ ଆହାର ଯୋଗାଉଛି ତ, ମୋ ପରିବାର ପ୍ରତିପାଳନ ମଧ୍ୟ ସେହିଁ କରିବ । ତା ପରେ ନାମଦେବ ସମସ୍ତ ଚିନ୍ତା ଛାଡି ତାଙ୍କର ହରି ବିଠଲଙ୍କ ଭଜନ ଗାନ କରିବାରେ ଲୀନ ହୋଇଗଲେ l

   ଏବେ ଭଗବାନ ଯିବେ କୁଆଡେ l ଭକ୍ତ ନାମଦେବ ଏବେ ସାରା ପରିବାରର ଭରଣ ପୋଷଣ ଦାୟିତ୍ୱ ଯେତେବେଳେ ସମ୍ପୂର୍ଣ୍ଣ ତାଙ୍କ ଉପରେ ନ୍ୟସ୍ଥ କରିଦେଇଛନ୍ତି ତାକୁ ତ ପୁରା କରିବାକୁ ହେବନା l

   ଏବେ ଭଗବାନ ଭକ୍ତଙ୍କ କୁଡ଼ିଆ ଦ୍ୱାର ଦେଶରେ ପହଞ୍ଚିଗଲେ ଓ ଦରଜାରେ କରାଘାତ କଲେ l ନାମଦେବଙ୍କ ପତ୍ନୀ ଭିତରୁ ଥାଇ ପଚାରିଲେ କିଏ ?

    ନାମଦେବଙ୍କ ଘର ଏଇଟି ତ ? "ଭଗବାନ ପଚାରିଲେ l

ଭିତରୁ ଶବ୍ଦ ଶୁଭିଲା ହଁ ଆଜ୍ଞା,କ'ଣ ଆପଣଙ୍କୁ କିଛି ଆବଶ୍ୟକ ଅଛି କି ?

    ଭଗବାନ ବିଚାର କଲେ କି ଧନ୍ୟ ନାମଦେବ ଓ ତା ପରିବାର,ଘରେ କିଛି ନାହିଁ କିନ୍ତୁ ମନ ଓ ହୃଦୟ ଏତେ ବୈଭବଶାଳୀ ଯେ ଦାନ କରିବାର ଇଚ୍ଛା ଅସରନ୍ତି l ଅନ୍ୟକୁ ସହାୟତା କରିବାର ଇଚ୍ଛା ମଧ୍ୟ ଅସରନ୍ତି l ଭଗବାନ କହିଲେ, ଦ୍ୱାର ତ ପ୍ରଥମେ ଖୋଲନ୍ତୁ l ପରନ୍ତୁ ଆପଣ କିଏ ? ପଚାରିଲେ ଭକ୍ତଙ୍କ ପତ୍ନୀ l ଭଗବାନ କହିଲେ ସେବକର କଣ ବା ପରିଚୟ ଅଛି ମାଆ ମାଲିକାଣୀ? ଯେମିତି ନାମଦେବ ବିଠଲ୍ ଙ୍କ ସେବକ, ସେପରି ମୁଁ ମଧ୍ୟ ନାମଦେବଙ୍କ ସେବକ ଏସବୁ ରାସନ ଆପଣଙ୍କର, କେଉଁଠି ରଖିବି ? ପତ୍ନୀ ଏବେ ସମ୍ପୂର୍ଣ୍ଣ ଦରଜା ଖୋଲିଦେଲେ l ତା ପରେ ଏତେ ରାସନ ସାମଗ୍ରୀ ଘରେ ଭର୍ତ୍ତୀ ହେଲା ଯେ ଘରେ କୌଣସି ସ୍ଥାନ ଆଉ ବାକି ନଥିଲା ଘର ଲୋକମାନଙ୍କ ରହିବାପାଇଁ, ଏତେ ଗୁଡିଏ ରାସନ ? ଭକ୍ତ ଜୀ ପଠାଇଛନ୍ତି ? ମତେ ଲାଗୁନି ମୁଁ ବିଶ୍ୱାସ ହିଁ କରିପାରୁନି ! ପତ୍ନୀ କହିଲେ l

  ଭଗବାନ କହିଲେ ହଁ ମାଲିକାଣୀ, ଆଜି ନାମଦେବଙ୍କ ଥାନ ସଚ୍ଚା ସରକାର ଖରିଦ କରି ଉଚିତ ମୂଲ୍ୟ ଦେଇଛନ୍ତି l ଆଉ ଏବେ ମୋ ସରକାର ତାଙ୍କ ସାମର୍ଥ୍ୟାନୁସାରେ ତାର ଫଳ ମଧ୍ୟ ଦେଇଛନ୍ତି l ଆଉ ସ୍ଥାନ କେଉଁଠି ଅଛି କୁହନ୍ତୁ l ଆହୁରି ଅନେକ ଆସିବାକୁ ବାକି ଅଛି ଭକ୍ତଜୀ ଙ୍କ ଘର କୁ ।

   ସନ୍ଧ୍ୟା ହେଇଆସୁଥିଲା,ଅନ୍ଧାର ନିଜ ପାଦକୁ ପ୍ରସାରଣ କରୁଥିଲା ଧୀରେ ଧୀରେ l ଜିନିଷ ଗୁଡିକୁ ବୋହିନେଇ ରଖି ପତ୍ନୀ ଥକିପଡିଲେଣି l ତଥାପି ସରୁନାହିଁ l ପିଲାମାନେ ଏକାଥରେ ଘରଜୁ ଏତେ ଜିନିଷ ଆସିବାର ଦେଖି ବଡ ଆନନ୍ଦିତ ହେଉଥିଲେ l କେତେବେଳେ ଚିନି ବସ୍ତାରୁ ଚିନି ଖୋଲି ଖାଇଦେଉଥିଲେତ ଆଉ କେତେବେଳେ ଗୁଡ ଖାଇଦେଉଥିଲେ l ଆଉ କେତେବେଳେ ଅଣ୍ଟିରେ ପୁଳା ପୁଳା ମିଶ୍ରି ନେଇ ବସି ଖାଉଥିଲେ l ତାଙ୍କର ପିଲାମନ ତଥାପି ତୃପ୍ତ ହେଉନଥିଲା l ଭକ୍ତ ନାମଦେବଜୀ ସେ ପର୍ଯ୍ୟନ୍ତ ଘରକୁ ଫେରିନଥାନ୍ତି l କିନ୍ତୁ ରାସନ ଆସିବା ବନ୍ଦ ହେଉନଥିଲା l ଶେଷରେ ତାଙ୍କ ପତ୍ନୀ ହାତଯୋଡ଼ି କହିଲେ "ସେବକ ଜୀ!ଏବେ ବାକି ରାସନ ଭକ୍ତଜୀଙ୍କ ଆସିବା ପରେ ତୁମେ ନେଇଆସିବ l ଏବେ ଆଉ ରଖିବାକୁ ମୋ ନିକଟରେ ସମୟ ନାହିଁ l ତାଙ୍କୁ ଖୋଜିବାକୁ ଯିବାକୁ ହବ l ସେ ଏପର୍ଯ୍ୟନ୍ତି ଫେରିଲେନାହଁ କାହିଁକି ?

    ଭଗବାନ କହିଲେ, ସେ ତ ଗାଁ ମୁଣ୍ଡରେ ଥିବା ଅଶ୍ୱତ୍ଥ ମୂଳରେ ବସି ବିଠଲ ଙ୍କୁ ସ୍ମରଣ କରିବାରେ ବ୍ୟସ୍ତ ଅଛନ୍ତି l ଏବେ ସମସ୍ତ ପରିବାର ନାମଦେବଙ୍କ ନିକଟକୁ ଦୌଡିଲେ l ସମସ୍ତ ପରିବାରକୁ ସାମ୍ନାରେ ଦେଖି ନାମଦେବଜୀ ଚିନ୍ତାରେ ପଡିଗଲେ, ନିଶ୍ଚିତ ଏମାନେ ଭୋକରେ ଆଉଟୁ ପାଉଟୁ ବିକଳ ହୋଇ ମତେ ଖୋଜିଖୋଜି ଏଠାରେ ପହଞ୍ଚିଯାଇଛନ୍ତି l ଏବେ ମୁଁ କଣ କରିବି ? ଚିନ୍ତାକରି କିଛିକହିବାକୁ ଯାଉଥିଲେ, ତାଙ୍କ ପତ୍ନୀ କହିଲେ କିଛି ଟଙ୍କା ତ ବଞ୍ଚେଇ ରଖିଦେଇଥାନ୍ତ ଯଦି ଥାନ ଭଲ ଦାମ ରେ ବିକ୍ରି ହେଲା ତ, ସବୁଟଙ୍କାରେ କ'ଣ ଏକାଥରେ ଜିନିଷ କିଣିଆଣନ୍ତି ସନ୍ଥଜୀ ? କିଛି କ୍ଷଣ ସନ୍ଥ ବିସ୍ମିତ ହେଲେ l ପୁନଶ୍ଚ ନିଜ ପିଲାମାନଙ୍କ ହସହସ ମୁଖମଣ୍ଡଳ ଦର୍ଶନ କରି ତାଙ୍କୁ ଜଣାଡ଼ିଲା କି 'ମୋ ବିଠଲ୍ କିଛି ଚମତ୍କାର କରିଦେଇଛନ୍ତି ନିଶ୍ଚିତ !

    ପତ୍ନୀ କହିଲେ ସଚ୍ଚା ସରକାରଙ୍କୁ ଥାନ ବିକିଲ, ସେ ତ ଘରକୁ ରାସନ ପଠାଇବା ବନ୍ଦ ହିଁ କରୁନାହାନ୍ତି, କଳ୍ପନା ବି କରିହେବେନି ସେ କେତେବର୍ଷ ପାଇଁ ରାସନ ଦେଇଯାଇଛନ୍ତି !ମୁଁ ତାଙ୍କୁ ଅନୁରୋଧ କରିବାରୁ ସେ ତଥାପି ପଠାଇବା ବନ୍ଦ କରିନଥିଲେ , ମୁଁ ତୁମକୁ ଖୋଜିବାକୁ ବାହାରିଲାରୁ କହିଲେ ସନ୍ଥଜୀ ଅଶ୍ୱତ୍ଥମୂଳେ ବସି ବିଠଲ୍ଙ୍କ ଭଜନ କରୁଛନ୍ତି l ତାଙ୍କୁ କହିଲି ସନ୍ଥଜୀ ଆସିଲେ ଆଉ ବାକି ରାସନ କେଉଁଠି ରଖିବେ ପଚାରି ରଖିଦେବ l

  ଭକ୍ତ ନାମଦେବ ହସିବାକୁ ଲାଗିଲେ,ଏବଂ କହିଲେ "ସେ ସରକାର ସେମିତିକା ପରା ! ଯେତେବେଳେ ଦେବା ଆରମ୍ଭ କରେ, ନେଲାବାଲା ଥକିପଡେ ନେଇନେଇ ତାର ଦେବା ଯେତେବେଳେ ଆରମ୍ଭ ହୁଏ ଆଉ ଶେଷ ହୁଏନି ପରା !ତାହା ସଚ୍ଚା ସରକାର ପରି ସର୍ବଦା ଚାଲୁଥାଏ ଯେ ଚାଲୁଥାଏ ।


Rate this content
Log in

Similar oriya story from Inspirational