STORYMIRROR

Pt.Abhaya Kumar Tripathy Sharma

Classics

3.2  

Pt.Abhaya Kumar Tripathy Sharma

Classics

ନୀତିବାଣୀ

ନୀତିବାଣୀ

1 min
199



ମନୁଷ୍ୟ ପରିସ୍ଥିତି ବା ସମୟ /କାଳର ଦାସ l ମାତ୍ର କର୍ମ କର୍ତ୍ତବ୍ୟ ବିରହିତହୋଇ କାହାର ଦାସତ୍ତ୍ୱ ସ୍ୱୀକାରକରୁଥିବା ମନୁଷ୍ୟ କେବଳ ସ୍ୱରୂପରେ କିନ୍ତୁ ପ୍ରକୃତରେ ନୁହେଁ l ତଦଅର୍ଜିତ ଧନ ବା ଦ୍ରବ୍ୟ ଗ୍ରହଣ ଚୌର୍ଯ୍ୟ ହୋଇଥାଏ l ଏଣୁ ଏସବୁ ଆଚରଣ କରୁଥିବା ମନୁଷ୍ୟର ପ୍ରକୃତି ଏକ ଇତ୍ତର ପ୍ରାଣୀ ସହ ସମାନ ହେତୁ ତାହାକୁ ସେହି ସ୍ୱରୂପରେ ସମାଜ ଦେଖେ l ତାହା ମଧ୍ୟରୁ ମାନବିକତା ଲୋପପାଇଯାଇଥାଏ l ସେ ଅନ୍ୟର ଉପକାର ପ୍ରତି, ନିଜର ବଚନ ବଦ୍ଧତାପ୍ରତି ସର୍ବୋପରି ସମାଜ ପ୍ରତି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟବୋଧତାକୁ ଭୁଲିଯାଇଥାଏ l ଏହାକୁ କୃତଘ୍ନତା କୁହାଯାଏ l ଏତଦଜନିତ ଯେଉଁ ଅପରାଧ ବା ପାପ ହୁଏ ତାହା କୋଟିଏ ଜନ୍ମର ଅର୍ଜିତ ପୁଣ୍ୟ ବଦଳରେ ମଧ୍ୟ ପ୍ରାୟଶ୍ଚିତ ହୁଏନି l



(କୁଳଘ୍ନାନାଂ କୃତଘ୍ନାନାଂ ମିତ୍ରଦ୍ରୋହେଚ ପାତକମ୍ l

ଏତାନ୍ନବ୍ୟପୋହନ୍ତି କୋଟିଜନ୍ମାର୍ଜ୍ଜିତାନିଚ

ll

ଜପେ ତପେ ଦାନେ ଯଜ୍ଞେ ତୀର୍ଥାଟନେ ଚ ଯତ୍ପୁଣ୍ୟମ୍ l

ତତ୍ସର୍ବଂ ବ୍ୟୟ ମାତ୍ରେଣ ନୈବଜାୟତେ ଜାୟତେ ll


  ଯେଉଁମାନେ ନିଜ କର୍ମ, କର୍ତ୍ତବ୍ୟ (ସମାଜପ୍ରତି, ନିଜର ବେଉସା ଭାବେ ଯେଉଁଥିରେ ପ୍ରତିପୋଷଣ ହୁଏ )କୁଳଘ୍ନ (ଯେଉଁମାନେ ନିଜ କୁଳ ବା ବଂଶର କ୍ଷତି ସାଧନ

 କରନ୍ତି), କୃତଘ୍ନ (ଯେଉଁମାନେ ଉପକାର କାରୀଙ୍କୁ ବା ଅନ୍ୟର ଉପକାରକୁ ଭୁଲି ଯାଆନ୍ତି), ମିତ୍ରଦ୍ରୋହୀ (ଯେଉଁମାନେ ମିତ୍ର ବା ବନ୍ଧୁଙ୍କ ଠାରେ ଦ୍ରୋହ ଆଚରଣ କରନ୍ତି), ଏମାନଙ୍କର ଏହି ପାପ ଜନ୍ମ ଜନ୍ମାନ୍ତରରୁ ଅର୍ଜିଥିବା ଜପ, ତପ, ଦାନ ଓ ତୀର୍ଥାଟନ ଇତ୍ୟାଦିରୁ ମିଳିଥିବା ପୁଣ୍ୟଫଳକୁ ବ୍ୟୟ କରିବା ଦ୍ୱାରା ମଧ୍ୟ ନଷ୍ଟ ହୁଏନାହିଁ l ଅର୍ଥାତ ଏହି ପାପରୁ କୌଣସିପ୍ରକାର ମୁକ୍ତି ନାହିଁ l ଅନ୍ୟ ସମସ୍ତ ପାପର ପ୍ରାୟଶ୍ଚିତ ଥିବାବେଳେ ଏହାର କୌଣସି ପ୍ରାୟଶ୍ଚିତହିଁ ନାହିଁ l)




Rate this content
Log in

Similar oriya story from Classics