STORYMIRROR

Pt.Abhaya Kumar Tripathy Sharma

Others

3  

Pt.Abhaya Kumar Tripathy Sharma

Others

ନେତା

ନେତା

3 mins
131


      ବିଶ୍ୱ ବୈଶିଷ୍ଟ୍ୟ ଭାରତର କଥା l ଆମେ ଜାଣିଛେ ଆମ ସଂସ୍କୃତି ଓ ପରମ୍ପରାକୁ l ପରିଚୟ ପାଇଛେ ପୂରାଣ ଶାସ୍ତ୍ରରୁ l ଏହିପରି କଥାଟିଏ ଉପସ୍ଥାପନା କରୁଛି l

    ଜନ୍ମ ଓ ମୃତ୍ୟୁ ଚିରନ୍ତନ ସତ୍ୟ l ଥରେ ଜଣେ ନେତାଙ୍କର ମୃତ୍ୟୁ ହେଲା l ମୃତ୍ୟୁ ଉପରାନ୍ତେ ଆମ ସନାତନ ଧର୍ମାନୁସାରେ ପ୍ରେତାତ୍ମାଙ୍କୁ ଯମାଳୟକୁ ଯିବାକୁ ହୁଏ l କାରଣ ଯମଦେବ ମୃତ୍ୟୁର ଦେବତା l ସେହି ନ୍ୟାୟରେ ଯମଦୂତମାନେ ଆସି ନେତାଙ୍କ ପ୍ରେତାତ୍ମାକୁ ଚର୍ମରଜ୍ଜୁରେ ବନ୍ଧନ ପୂର୍ବକ ଯମାଳୟକୁ ଧରିନେଲେ l ଯମଙ୍କ ନିକଟରେ ଉପସ୍ଥିତହୋଇ ନିଜର ନେତାଳିଆ ଢଙ୍ଗରେ ଚଢ଼ା ଗଳାରେ ପଚାରିଲା, "ତୁମର ସାହସ କିଛି କମନୁହେଁ, ମୋ ଆଦେଶରେ କେତେ ବନ୍ଧାହେଉଥିଲେ, ତୁମେ ମତେ ଏଠିକୁ ବାନ୍ଧି ଆଣିଛ ? "

    ନେତାର କଥା ଶୁଣି ସେଠାରେ ଉପସ୍ଥିତ ଯମଦେବ ଓ ତାଙ୍କ ମନ୍ତ୍ରୀ ପରିଷଦ ସମସ୍ତେ ଠୋ ଠୋ ହୋଇ ହସି ଉଠିଲେ l ଯମଦେବ କହିଲେ, " ବତ୍ସ, ଏ ତୁମ ମର୍ତ୍ତ୍ୟର କଥା ନୁହେଁ, ଏ ହେଉଛି ସ୍ବର୍ଗପୁରର ଯମାଳୟ l ଯାହାର ଆୟୁଷ ସରିଯାଏ ତାଙ୍କ ପ୍ରେତାତ୍ମାକୁ ଏଠାକୁ ଏପରି ଅବସ୍ଥାରେ ଅଣାଯାଏ ଓ ତାର ବିଚାର କରାଯାଏ l ଏଠାରେ ସମସ୍ତେ ନିୟମରେ ବନ୍ଧା l

    "ହଉ ଠିକ ଅଛି l କଣ ତୁମର ଏଠି ନିୟମ ଅଛି, କାର୍ଯ୍ୟକ୍ରମ ଆରମ୍ଭ କରାଯାଉ l " କହିଲା ନେତାର ପ୍ରେତାତ୍ମା l

   ଯମ ଚିତ୍ରଗୁପ୍ତଙ୍କୁ ପଞ୍ଜିକା ଦେଖିବାକୁ ନିର୍ଦ୍ଦେଶ ଦିଅନ୍ତେ ତାହା ତୁରନ୍ତ କାର୍ଯ୍ୟକାରୀ ହେଲା l ଚିତ୍ରଗୁପ୍ତ ପଞ୍ଜିକା ଦେଖି କହିଲେ, "ପ୍ରଭୁ ଏଇଟା ତା ଜୀବନରେ ହେତୁ ହେଲା ପରଠୁ କେବେ ସତ କହିନି l ଅନ୍ୟଙ୍କୁ ଠକିବାରେ ପୁରା ଓସ୍ତାଦ l ସ୍ୱାର୍ଥ ନିମନ୍ତେ ଏ ଜୀବ କିଛିବି କରୁଥିଲା l ଅନ୍ୟର ଜୀବନ ପର୍ଯ୍ୟନ୍ତ ଏହାପାଇଁ ମୂଲ୍ୟବାନ ନଥିଲା l "

   ଯମଦେବ ଏବେ ଟିକେ କଣେଇ ଚାହିଁଲେ ନେତାକୁ l ଏବଂ ଚିତ୍ରଗୁପ୍ତଙ୍କୁ ପଚାରିଲେ, "ଏହାର ବିଚାର କଣ ଅଛି " ?

     ଚିତ୍ରଗୁପ୍ତ ଉତ୍ତର ଦେଲେ, "ପ୍ରଭୁ, ଯେହେତୁ ଏ ଜଣେ ନେତା, ତାକୁ ତାର ଅଭିଳାଷ ପଚାରନ୍ତୁ l ଏବଂ ତା ରୁଚି ଅନୁସାରେ ତା ନିମନ୍ତେ ବ୍ୟବସ୍ଥା କରାଯାଉ l"

   ଯମଦେବ ବୁଝିଗଲେ ଓ କହିଲେ, " ଦୂତଗଣ ଏହାକୁ ନେଇ ଦେଖାଅ ସ୍ୱର୍ଗ ଓ ନର୍କ l ତାର ପସନ୍ଦ କେଉଁଟା ଜଣାଅ ଆମ୍ଭଙ୍କୁ l" ତାପରେ ଯମଦୂତମାନେ ତାକୁ ନେଇ ନର୍କରେ ପହଞ୍ଚାଇ ଦେଲେ l ସେଠାରେ ନେତା ଦେଖିଲା ତାର ସାଙ୍ଗମାନେ ସୁନ୍ଦର ପୁଷ୍ପ ଉଦ୍ୟନାରେ ଘାସ ଗାଲିଚା ଉପରେ ସୁନ୍ଦର ସିଂହାସନରେ ବସି ମଦ୍ୟ ମାଂସ ଭୋଜିକରି ଆନନ୍ଦିତ ହେଉଛନ୍ତି l ନିକଟରେ ନର୍ତ୍ତକୀ ମାନେ ସୁମଧୁର ଉନ୍ମାଦ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରୁଛନ୍ତି l ତୁଳିତଳ୍ପ ପଲଙ୍କ ମାନ ପଡିଛି ସୁନ୍ଦର ପ୍ରସାଦ ମାନଙ୍କରେ l ସମ୍ପୂର୍ଣ୍ଣ ପ୍ରାଚୁର୍ଯ୍ୟଭରା ପରିବେଶ l

    ସେଠାରୁ ତାକୁ ସ୍ୱର୍ଗକୁ ନେଲେ l ସେଠାରେ ଦେବତାମାନେ ନିଜ ନିଜ ଆସନରେ ଉପଵେଶନ କରିଛନ୍ତି l ସେଠାରେ ମଧ୍ୟ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ପରିବେଷଣ ହେଉଛି l ମାତ୍ର ସେଠାରେ ସମ୍ପୂର୍ଣ ଶୃଙ୍ଖଳିତ ପରିବେଶରେ ସମସ୍ତେ ନିରବରେ ବସି ତାହା ଉପଭୋଗ କରୁଛନ୍ତି l ଏହା ନେତାକୁ ଭଲ ଲାଗିଲାନି l ସେ ନର୍କକୁ ପସନ୍ଦ କଲା l

     ଏଣୁ ଯମଦୂତମାନେ ନର୍କରେ ନେତାକୁ ଆଣି ଛାଡିଦେଲେ l ନେତା ଭିତରକୁ ପଶି ଯାହା ଦେଖିଲା ତାର ହଂସା ଉଡ଼ିଗଲା l ସେଠାରେ ପୂର୍ବରୁ ଦେଖିଥିବା କୌଣସି ପ୍ରାଚୁର୍ଯ୍ୟ ନଥିଲା l କେବଳ କଷ୍ଟପ୍ରଦ ଦୁର୍ଗନ୍ଧ ସାଙ୍ଗକୁ ନାନାଦି କ୍ଳେଶ ଯଦିଆଯାଉଥିଲା ସମସ୍ତ ଜୀବମାନଙ୍କୁ l ତତଲା ତେଲ କଡାରେ କାହାକୁ ପକାଇ ବଡ଼ କଠୋର ଭାବେ ଖେଞ୍ଚୁଥିଲେ ତ କେଉଁଠି କାହାକୁ କରତରେ ଚିରୁଥିଲେ l କେଉଁଠି ଜଳନ୍ତା ଅଗ୍ନି କୁଣ୍ଡରେ କାହାକୁ ପକାଉଥିଲେ ତ କେଉଁଠି କଣ୍ଟାଗଛରେ ବାନ୍ଧି ମୁଷଳରେ ପାହାର ମାରୁଥିଲେ l ଏପରି ନାନାଦି କଷ୍ଟ I ତା'ର ସାଙ୍ଗମାନେ ଡହଳ ବିକଳ ହୋଇ କାନ୍ଦୁଥିଲେ ଓ ନାନାଦି କଷ୍ଟ ଭୋଗୁଥିଲେ l ନେତାକୁ ଦେଖି ତା ନିକଟକୁ ଆସି କହିଲେ, " ଏ ସବୁ ତୋରି ନିମନ୍ତେ ଆମେ ଭୋଗୁଛୁ l ତୋ କଥାରେ ଆମେ ବହୁ ଅନ୍ୟାୟ କରିଛୁ l ଏଣୁ  ନେତା ରାଗିକି ପଞ୍ଚମ l "ଏସବୁ କଣ ? ମତେ ତୁମେ ଦେଖେଇଲ ଯାହା, ଏଠାରେ ତାର ବିପରିତ ସବୁକିଛି l

    ଯମଦୂତ କହିଲେ,"ନିର୍ବାଚନ ପୂର୍ବରୁ ତୁମେ ଜନତାଙ୍କୁ କେତେ ସବୁ ପ୍ରଲୋଭନ ଦେଖେଇ, ମିଛ ପ୍ରତିଶୃତି ଦେଇ ନିର୍ବାଚିତ ହେଲାପରେ ତୁମଦେଇଥିବା କଥା ଭୁଲିଯାଇ ଜନତାଙ୍କୁ ଯେପରି ଶୋଷଣ କର ଓ ଲାଂଛିତ କର, ଏ କଣ ତା ଠାରୁ ଅଧିକ ।


Rate this content
Log in