Sunanda Mohanty

Abstract Tragedy Fantasy

4  

Sunanda Mohanty

Abstract Tragedy Fantasy

ପକ୍ଷୀ ଉପାଖ୍ୟାନ

ପକ୍ଷୀ ଉପାଖ୍ୟାନ

2 mins
340


   ଖରା ଗରମରେ ପଶୁ ପକ୍ଷୀ ମଣିଷ ସମସ୍ତେ ତୁଷାର୍ତ୍ତ. ମଣିଷ ବୁଦ୍ଧି ବଳରେ ନିଜ ସମସ୍ତ ଆବଶ୍ୟକତା ପୁରଣ କରି ପାରୁଥିବା ବେଳେ ପଶୁ ପକ୍ଷୀ ନାଚାର.। ତଥାପି ବିନ୍ଦୁ ଛାତ ଉପରେ ଠା ଠା କରି ଜଳ ଭର୍ତ୍ତି ଢାଳ ଥୁଅନ୍ତି, ପକ୍ଷୀମାନଙ୍କ ପାଇଁ. ମାଙ୍କଡ଼ ଆସି ମାଟି ଘଡି ପରି ଢାଳ ଭାଙ୍ଗିଦେଇଯାଏ ବୋଲି ବିନ୍ଦୁ ଥୋଇଥିବା ଷ୍ଟିଲ ଢାଳ ମଧ୍ୟ ବାଦ ପଡ଼େନି.। କେତେଟା ଚେପା ଚେପି ହୋଇ ଫାଟିଗଲା ପରେ ଅବଶିଷ୍ଟ ଢାଳ ଦୁଇଟି ପାଖରେ ଜମା ହୋଇଯାଆନ୍ତି ଚଢେଇ ଦଳ.। ତାଙ୍କ ଭିତରେ ଶାନ୍ତି ଶୃଙ୍ଖଳା ଦେଖିବାର କଥା.। ଜଣଙ୍କ ପରେ ଜଣେ କ୍ରମାନ୍ୱୟରେ ପାଣି ପିଇ ଉଡିଯାଆନ୍ତି.। କେତେ ଶିଖିବାର ଅଛି ସେମାନଙ୍କଠାରୁ ପ୍ରକୃତରେ.ତୁଳସୀ ମୂଳେ ପାଣି ଢାଳୁ ଢାଳୁ କୃତ୍ୟ କୃତ୍ୟ ହୋଇଯାଆନ୍ତି ବିନ୍ଦୁ.।


   ସେଦିନ ଛାତ ଉପରେ ଅନେକ କାମ.। ସବା ଉପର ଛାତକୁ ଲାଗି ମେଲା ଛାତ ଘରେ ରୋଷେଇ ଦିଟା ହେବ.। କୁଣିଆ ମଇତ୍ର, ବନ୍ଧୁ ବାନ୍ଧବ ଆସିବେ ତ ବିନ୍ଦୁ, ବାସନ୍ତୀ ସହିତ ଛାତ ଉପର ଅଳିଆ କଢ଼ା ସଫା, ପୋଛା ପୋଛି, ଭିତରେ ଲକ୍ଷ କଲେ ଧାଡି ଧାଡି ଚଢେଇ ଆସି ବସିଲେ ମଧ୍ୟ ପାଣି ଢାଳ ଭିତରେ ମୁହଁ ପୁରାଇ ପାଣି ପିଉ ନାହାଁନ୍ତି. ମନେ ପକାଇଲେ ବିନ୍ଦୁ, ଠିକ ଭାବେ ଥଣ୍ଡା ଜଳ ଭରିଛନ୍ତି ଢାଳ ଦୁଇଟିରେ ତ, ଅସୁବିଧା କଣ ! ବାସନ୍ତୀ କହୁଥିଲା ଡରୁଛନ୍ତି ମଣିଷ ଦେଖି, ଆମେ ପଳେଇଗଲା ପରେ ଠିକ ପିଇବେ ପାଣି ଦେଖିବନି ମାଆ.।


  ଆମେ ପଳେଇଯିବା ପୂର୍ବରୁ ସବୁ ପକ୍ଷୀ ଫୁର ଫାର ହୋଇ ଉଡିଗଲେ.। କିନ୍ତୁ ଏକମାତ୍ର ଘରଚଟିଆଟି ବସିରହିଥାଏ.। ପଲକ ପଡୁନଥାଏ, ପାଣି ବି ପିଉନଥାଏ. ଦେଖୁ ଦେଖୁ ସେଇଠି ଟଳି ପଡିଲା.। ବାସନ୍ତୀ ଦଉଡି ଯାଇ ପାଣି ମୁନ୍ଦିଏ ଢାଳି ଦେଲା, ହେଲେ ନା,ଉଠୁନି ପକ୍ଷୀଟି.। ବ୍ୟସ୍ତ ବିବ୍ରତ ବାସନ୍ତୀ ଧାଇଁଗଲା, ସାହି ସେମୁଣ୍ଡେ ରହୁଥିବା ଅନ୍ଧାରି ଘର ବାବାଙ୍କ ପାଖକୁ.। ବିନ୍ଦୁ କହିଲେ ସେ କଣ ଏ ମୁହଁ ସଞ୍ଜ ବେଳେ ଆସିବେ ଆମ ଛାତ ଉପରକୁ?? ନିଶ୍ଚୟ ଆସିବେ.। ଏତେ ଏତେ ଲୋକଙ୍କୁ କେଡେ କେଡେ ଅସାଧ୍ୟ୍ୟ ରୋଗରୁ ଭଲ କରୁଛନ୍ତି ପକ୍ଷୀଟାର କଣ ଟିକେ ହୋଇଛି, ସେ ଛୁଇଁ ଦେଲେ ସଜାଡି ଉଠିବସିବ ଆଉ ଫୁର କରି ଉଡି ପଳେଇବ, ଦେଖିବନି ମାଆ.।


   ବିନ୍ଦୁଙ୍କ ଆଖିକୁ ଅବିଶ୍ୱାସ କରି ସତକୁ ସତ ଅନ୍ଧାରି ବାବା, ପକ୍ଷୀଟିକୁ ଆଲୋକ ଦେଖେଇବାକୁ ଆସିଲେ ସତ କିନ୍ତୁ ଶତଚେଷ୍ଟା କରି ମଧ୍ୟ ପକ୍ଷୀଟିକୁ ଉଠେଇ ଉଡେଇ ପାରିବାକୁ ଅସମର୍ଥ ହେଲେ.। ବାସନ୍ତୀ କହୁଥିଲା ମରିସାରିଥିବା ପକ୍ଷୀଟାକୁ କେମିତି ବଞ୍ଚେଇ ପାରିଥାଆନ୍ତେ ଅନ୍ଧାରି ବାବା! ସନ୍ତର୍ପଣରେ ବାବା ଫେରିଗଲେ.। ତା ଆତ୍ମାର ସଦଗତି ପାଇଁ ପୂଜା ରଖିବାକୁ କହିଗଲେ.। ଦୁଃଖ ଭିତରେ ହସିଲେ ବିନ୍ଦୁ.। ଜୀବନ ମରଣ ଯଦି ମଣିଷ ରୂପୀ ବାବାଙ୍କ ହାତରେ ଥାଆନ୍ତା ତେବେ ଭଗବାନଙ୍କୁ କେହି ବିଶ୍ୱାସ କରନ୍ତେନାହିଁ.। ବାସନ୍ତୀ କିନ୍ତୁ କହୁଥିଲା କଣ ଭାବୁଛ ମାଆ?ରିଷ୍ଟ ଦୋଷ କାଟିବାକୁ ପୂଜା ଆୟୋଜନ କରି, ଅନ୍ଧାରି ବାବାଙ୍କୁ ଡାକି ପ୍ରାୟଶ୍ଚିତ କରାଅ ମାଆ.। କୁଆଡେ ନମରି ତୁମ ଛାତ ଉପରେ ପକ୍ଷୀଟା ମରିଛି ନା !ବିନ୍ଦୁ କହୁଥିଲେ ହଁ ନିଶ୍ଚୟ, ଏ ଭୋଜି ପୂର୍ବରୁ ସେ କାମଟା ସାରିଦେବା ତାହାଲେ କହୁଛୁ, ବାସନ୍ତୀ ଖୁସିରେ ମୁଣ୍ଡ ଟୁଙ୍ଗାରି କାମ କରିଯାଉଥିଲା ବିଶ୍ୱାସ ଓ ଭରସା ଓ ଆବେଗରେ.।



Rate this content
Log in

Similar oriya story from Abstract