STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପିତୃମାତୃ ଭକ୍ତ ପ୍ରଭୁ ଶ୍ରୀରାମ

ପିତୃମାତୃ ଭକ୍ତ ପ୍ରଭୁ ଶ୍ରୀରାମ

2 mins
372


     

ପ୍ରଭୁ ଶ୍ରୀରାମ, ଭରତ,ଲକ୍ଷ୍ମଣ, ଶତ୍ରୁଘ୍ନ ଚାରି ଭାଇ ଗୁରୁ ବଶିଷ୍ଟଙ୍କ ଆଶ୍ରମରେ ଶିକ୍ଷାଲାଭ କରିଥିଲେ l ଗୁରୁ ତାଙ୍କୁ ସବୁ ପ୍ରକାର ଶିକ୍ଷା ଦାନ କରି ସଂସାର ମଧ୍ୟରେ ଜଣେ ଉତ୍କୃଷ୍ଟ ନାଗରିକ ହେବାପାଇଁ ପଥ ଦେଖାଇ ଥିଲେ l ଜୀବନର ପ୍ରତ୍ୟେକ ସମସ୍ୟାକୁ ଦୃଢ଼ଭାବରେ ମୁକାବିଲା କରିବାର କଳା ତାଙ୍କୁ ସେ ଶିକ୍ଷା ଦେଇଥିଲେ l ଏ ସବୁ ଶିକ୍ଷା ସହ ଗୁରୁ ତାଙ୍କୁ ଶିକ୍ଷା ଦେଇଥିଲେ, ପିତୃ ମାତୃ ଭକ୍ତି l ପ୍ରଭୁ ଶ୍ରୀରାମ ଚାରି ଭାଇଙ୍କ ସହ ପିତା ଦଶରଥ ଓ ତିନି ମାତାଙ୍କୁ ପ୍ରଚଣ୍ଡ ଭକ୍ତି କରୁଥିଲେ l ପ୍ରଭାତରୁ ସେମାନେ ପିତା ମାତାଙ୍କ ଚରଣ ସ୍ପର୍ଶ କରି ଦିନଚର୍ଯ୍ୟା ଆରମ୍ଭ କରୁ ଥିଲେ l ଏପରିକି, ପ୍ରଭୁ ଶ୍ରୀରାମ ଯେତେ ବେଳେ ମାଆ କୈକେୟୀଙ୍କ ଚକ୍ରାନ୍ତରେ ବନକୁ କଲେ ସେ କୈକେୟୀଙ୍କ ପ୍ରତି କୌଣସି ପ୍ରକାର ଅସୂୟା ଭାବ ପୋଷଣ କରି ନଥିଲେ l ଭାଗ୍ୟର ବିଡମ୍ବନା ହେତୁ ଶ୍ରୀରାମଙ୍କୁ ବନବାସ କରିବାକୁ ପଡ଼ିଥିଲା l ମାଆ କୈକେୟୀ କିନ୍ତୁ ଶ୍ରୀରାମଙ୍କୁ ଅତ୍ୟନ୍ତ ସ୍ନେହ କରୁଥିଲେ l ରାମଙ୍କ ପିତୃ ଭକ୍ତିର ପରାକାଷ୍ଠା ଦେଖିବା ପାଇଁ ମିଳିଛି ଯେତେବେଳେ ସେ ପିତୃସତ୍ୟ ପାଳନ କରି ବନବାସକୁ ନିଜର ସୌଭାଗ୍ୟ ବୋଲି ମନେ କରିଛନ୍ତି l ସେ ବନବାସ ବାହାରିଲା ସମୟରେ ମାତା କୈକେୟୀଙ୍କ ସହ କଥୋପକଥନ ହୋଇ କହିଥିଲେ :-

    ଅହଂ ହି ବଚନାତ୍ ରାଜ୍ଞହଃ 

     ପତେୟମପି ପାବକେ l

    ଭକ୍ଷ୍ୟୟେୟଂ ଵିଷମ୍ ତୀକ୍ଷ୍ଣ 

   &nb

sp; ପତେୟମପି ଚାରନ୍ୟେ ll

      ନ ହସ୍ତୋ ଧର୍ମ ଚରଣମ୍ 

      କିଞ୍ଚିଦ୍ ସ୍ତି ମହତ୍ତରମ୍ l

      ଯଥା ପିତରୀ ଶୁଶ୍ରୁଷା 

     ତସ୍ୟ ବା ବଚନ କ୍ରିୟା ll

ଅର୍ଥାତ, ମୁଁ ମହାରାଜ ଚାହିଁଲେ ଅଗ୍ନିରେ ପ୍ରବେଶ କରି ପାରେ, ଉତ୍କଟ ବିଷ ପାନ କରି ପାରେ ଏବଂ ସମୁଦ୍ରରେ ଝାସ ଦେଇ ପାରେ l ପିତାଙ୍କ ସେବା ଓ ତାଙ୍କ ଆଜ୍ଞା ପାଳନ କରିବା ଠାରୁ ସଂସାରରେ ବଡ଼ ଧର୍ମ ଆଉ କିଛିନାହିଁ l

ମାତା କୌଶଲ୍ୟାଙ୍କ ସହ କଥା ହେଲାବେଳେ ପ୍ରଭୁ କହିଥିଲେ :-

   ନାସ୍ତି ଶକ୍ତିଃ ପିତୁର୍ବାକ୍ୟମ୍ 

        ସମତିକ୍ରମିତୂଂ ମମ୍ l

   ପ୍ରସାଦୟେ ତ୍ୱାଂ ଶିରସା  

     ଗନ୍ତୁମିଚ୍ଛାମ୍ୟହଂ ବନମ୍ ll

ଅର୍ଥାତ ଆପଣଙ୍କ ଚରଣରେ ଶିରରଖି ମୁଁ ପ୍ରାର୍ଥନା କରୁଛି ଆପଣ ପ୍ରସନ୍ନ ହୋଇ ମୋତେ ପିତୃଆଜ୍ଞା ପାଳନ କରିବାକୁ ଦିଅନ୍ତୁ l ପିତୃ ବଚନକୁ ଅବଜ୍ଞା କରିବାର ଶକ୍ତି ମୋର ନାହିଁ l ଏଣୁ ମୁଁ ବନବାସ ଯିବାପାଇଁ ଚାହୁଁଛି l

ପୁଣ୍ୟକାବ୍ୟ ରାମାୟଣରେ ସ୍ୱୟଂ ପ୍ରଭୁ ଶ୍ରୀରାମ ମନୁଷ୍ୟ ସମାଜକୁ ଏହା ଶିକ୍ଷା ଦେଇ ଯାଇଛନ୍ତି l

       !!! ଜୟ ଶ୍ରୀରାମ !!!

   


Rate this content
Log in

Similar oriya story from Inspirational