STORYMIRROR

kamal kumar dash

Comedy Drama Action

2  

kamal kumar dash

Comedy Drama Action

ଫ୍ଲାଟ

ଫ୍ଲାଟ

1 min
15


ନାୟକ ବାବୁ ଗୋଟେ ବଡ଼ ଫ୍ଲାଟରେ ଘର ବୁକ କରିଥାନ୍ତି, ବିଲଡର ଦେଇଥିବା ଡେଟ ବର୍ଷେ ଗଡି ଗଲାଣି ହେଲେ ଘର ମିଳି ନଥାଏ । ସେ ବହୁତ ଟେନ୍ସନ୍ ରେ ଥାଆନ୍ତି । ଦିନେ ରବିବାର ସେ ଘର କଣ ହେଲା ଦେଖିବାକୁ 

ବାହାରିଲେ ।


ଫ୍ଲାଟ ପାଖରେ ପହଁଚି ଦେଖିଲେ କିଛି ଲୋକ ଆଫିସ ଘରେ ବସି କଣ ହୋ ହଲା କରୁଛନ୍ତି ।ବାହାରେ କିଛି କାର  ନଥିଲା, ବସିଥିବା ଲୋକ ଗୁଡାକ ତାଙ୍କୁ କାମ ଵାଲା ଭଳି ଲାଗିଲେ ।କାରଣ ସେମାନେ ପିନ୍ଧି ଥିବା ସାର୍ଟ ପେଣ୍ଟ ଏତେ ଚିକ୍ଣ ଦେଖା ଯାଉନଥିଲା ଓ ପ୍ରlୟ ସମସ୍ତଙ୍କର ଚପଲ ଘଷି ହୋଇଯାଇଥିଲା । 


 ନାୟକ ବାବୁ ନିଜ ଘରକୁ ଦେଖିବାକୁ ଗଲେ ହେଲେ ତାଙ୍କ ଘରେ କିଛି ନୂଆ କାମ ହେବାର ଲକ୍ଷଣ ଦେଖା ଯାଉ ନଥିଲା । ତେଣୁ ସେ କେଉଁଠି କଣ ହେଉଛି ବୋଲି କିଛି ସମୟ ବୁଲିଲେ ହେଲେ କାହାକୁ ଦେଖି ପାରିଲେନି । ସେ ରାଗରେ ବିଲଡର ଙ୍କୁ ଫୋନ କଲେ ହେଲେ କିଛ ଫଳ ହେଲାନି ସେ ଫୋନ ଉଠାଇଲେନି । କାହା କୁ କା କହିବେ ସେ କଥା ଚିନ୍ତା କର କରି ମଇଳା ସିଡିରେ ତଳ କୁ ଓହ୍ଲାଇଲେ । ସେ ଭାବୁଥିଲେ କିଛ କାମ ନକରି ଏ ଦଳ ଟା ସେଠି ବସି ଗପ କହି କି କରୁଛନ୍ତି ? ସେ ଅଫିସ ରୁମ ଭିତରକୁ ଯାଇ ଦେଖିଲେ ସେଟ ବସିଥିବା ଲୋକ ମାନେ କାମବlଲା ହନୁହଁନ୍ତିଘର ମାଲିକ ।


ଦୀର୍ଘ ଦିନ ହେଲା ଘର ନପାଇ , ଘର ଭଡା ଓ ଇ .ଏମ .ଆଇ  ଦେଇ ଦେଇ ତାଙ୍କର ଅବସ୍ତା ଏପରିହୋଇଛି। ନାୟକ ବାବୁଙ୍କର କିଛିସାଙ୍ଗ ବି ସେଭିତରେ ଥିଲେ । ନାୟକ ତାଙ୍କ ଦୁଃଖକଥା କହିଲାରୁ ଜଣେ କିଏ କହିଲେ ଆପଣ ଏକl ନୁହନ୍ତି  ଭାଈ ଆମେ ବି ଆପଣ ନ୍କ ସାଥିରେ ଅଛୁ ସମେସ୍ତେ ଜୋରରେ ହସିଲେ । ଗ୍ରୁପରେ ନାୟକବାବୁଙ୍କ ନାଁ ଓ ଫୋନ ନମ୍ବର ଯୋଡ଼ାଗଲା  । ଏତେ ହତାଶିଆ ଘର ମାଲିକଙ୍କୁ ଦେଖିଲା ପରେ ତାଙ୍କୁ ଟିକେ ଶାନ୍ତି ମିଳିଲା । ସେଭାବିଲେ ବିଲଡର ତାଙ୍କୁ ଏକl ନୁହେଁ ବହୁତ ଲୋକ ଙ୍କୁ ବୋକା  ବନାଇଛି , ଘରୁସେ ଏକା ଗାଳି ଶୁଣୁ ନାହଁlନ୍ତି । ଜଣେ କିଏ ସମସ୍ତ ଙ୍କୁ କହିଲେ ବନ୍ଧୁଗଣ  ଦୀର୍ଘ  ଏକ ବର୍ଷ ହେବ ଘର ପାଇଁ ଆମର ସଂଘର୍ଷ ଚାଲିଛି  ଆଗକୁ  ବି ଚାଲିବ । ଆଜି ଚାଲନ୍ତୁ  ବିଲଡର ମହାଶୟ ଙ୍କୁ ଭେଟିବାକୁ ଯିବା । କିଛିଲୋକ ବାହାରିଲେ ଓ କିଛି ଲୋକ କାମଅଛି ଓ ଆର ସନ୍ଡେଦେଖା ହେବ କହି ନିଜ ଗାଡି ଷ୍ଟାର୍ଟ କଲେ । ଏକ ୭ଜଣିଆ ଦଳ ବାହାରିଲା ବିଲଡରଙ୍କ ପାଖକୁ ,ନାୟକବାବୁ ଯୋଗଦେଲେ ସେ ଦଳରେ । ଆକାଶରେ କଳା ବାଦଲ ଥିଲା ଓତାଙ୍କ ମନରେ ବି ଥିଲା ଅନେକ ପ୍ରଶ୍ନ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy