STORYMIRROR

Writer Roja Panda

Tragedy

3  

Writer Roja Panda

Tragedy

ପହିଲି ରଜର ସୂର୍ଯ୍ୟାସ୍ତ

ପହିଲି ରଜର ସୂର୍ଯ୍ୟାସ୍ତ

4 mins
488


ମିନି ଛଅ ବର୍ଷର ଝିଅଟିଏ । ଖୁବ ଅଲିଅଳି ବାପା ମାଆଙ୍କର । ଘରେ କିଛି ପୂଜାପର୍ବଣ ହେଲେ ମିନି ଖୁସିରେ ନାଚିଉଠେ । ଆଜି ରଜ । ମିନି ରଜପର୍ବକୁ ଖୁବ ଉତ୍କଣ୍ଠାର ସହିତ ଚାହିଁଥାଏ । ରଜ ଆସିଲେ ମିନି ପାଇଁ ଦୋଳି ବନ୍ଧା ହେବ । ଘରେ ନାନା ପ୍ରକାରର ପିଠାପଣା ହେବ । ତା ସାଙ୍ଗକୁ ମିଠା ଓ ରଜପାନର ମଜ଼ା । ମିନି ଆଜି ବଡ଼ି ସକାଳୁ ଉଠିପଡିଛି । ରଜ ପାଇଁ ସଜବାଜ ହେବ ବୋଲି । ସକାଳୁ ଗାଧେଇ ନୂଆ ପୋଷାକ ପିନ୍ଧି,ନାନା ପ୍ରକାର କୁଂକୁମ ଆଉ ଅଳତାରେ ସଜ ହେଇଛି ମିନି ।ଗୋରା ଦେହରେ ବାପା ଆଣିଥିବା ହଳଦୀ ରଙ୍ଗର ଫ୍ରକ୍ ଟି ବେଶ୍ ମାନୁଛି ମିନିକୁ ।ମୁଣ୍ଡର ବାଳ ସବୁ ରେଶମୀ ରୁମାଲ ପରି ଝଲସୁଅଛି । ଖୁବ ଆକର୍ଷିତ ଦେଖାଯାଉଛି ମିନି । ପାଟିରେ ରଜ ପାନଟିଏ ପୁରେଇ ଓଠ ଲାଲ କରି ମିନି ଚାଲିଲା ଗାଁ ବୁଲି ।କାହାର ନଜର ଲାଗିଯିବ ବୋଲି ମିନିର ମାଆ ମିନି ଗାଲରେ ଗୋଟେ କଳାଟିପା ଲଗେଇଦେଇଥାନ୍ତି । ମିନି ନିଜ ପଡିଶା ଘର ସାଙ୍ଗମାନଙ୍କ ସହିତ ମିଶି ବୁଲି ବୁଲି ପୋଡପିଠା ଆଉ ରଜପାନ ଖାଇ ଦୋଳି ଖେଳୁଥାଏ । ଏମିତିରେ ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହେଲେଣି । ମିନିକୁ ତ ସମୟ ଜଣା ପଡୁନି । ସେ ଗାଁ ଅମ୍ବାତୋଟାରେ ଦୋଳି ଖେଳୁଛି । ମିନିର ମାଆ ବ୍ୟସ୍ତ ହୋଇ ପଡିଶା ଘର ବାବୁଲାକୁ ଡାକି ମିନିକୁ ଡାକିଆଣିବାକୁ ପଠାଇଲେ । ବାବୁଲା ପଡ଼ିଶାଘର ରାମ ବାବୁଙ୍କ ପୁଅ । ଗାଁ ପାଖ ମହାବିଦ୍ୟାଳୟରେ ଯୁକ୍ତ ତିନିର ବିଜ୍ଞାନ ଛାତ୍ର । ଖୁବ ଭଲ ପାଠପଢେ । ବାବୁଲା ମିନିର ମାଆଙ୍କ କଥା ମାନି ମିନିକୁ ଡାକିବାକୁ ଗଲା । ଅମ୍ବାତୋଟା ପାଖର ଏକ ଝଙ୍କାଳିଆ ଆମ୍ବଗଛର ଡାଳରେ ଦୋଳି ବନ୍ଧାଯାଇଥାଏ । ମିନି ସେଇ ଦୋଳିରେ ଝୁଲୁଥାଏ । ଆଉ ଖୁବ ସୁନ୍ଦର ଗୀତ ସବୁ ଗୁଣୁଗୁଣଉଥାଏ । ସୁନେଲି ଖରାରେ ମିନିର ଗୋରା ଦେହଟା ଚକ୍ଚକ୍ କରୁଥାଏ । ତା ସାଙ୍ଗକୁ କଳା ରଙ୍ଗର ଘନକେଶ ଖୁବ ମନଲୋଭା ଦିଶୁଥାଏ ମିନି । ବାବୁଲା ମିନିର ରୂପ ଦେଖି ଆଖି ଫେରେଇ ପାରୁନଥାଏ । ବାବୁଲା ଧୀରେ ଧୀରେ ମିନି ପାଖକୁ ଗଲା । ନିଜ ପକେଟରୁ ଏକ ଚକୋଲେଟ କାଢି ମିନି ହାତରେ ଧରେଇଦେଲା । ମିନି ଛୋଟପିଲାଟା । ଖରାପ ସ୍ପର୍ଶ ଆଉ ପବିତ୍ର ସ୍ପର୍ଶ ମଧ୍ୟରେ ପାର୍ଥକ୍ୟ ଜାଣି ପାରୁନଥିଲା । ବାବୁଲା ଧୀରେ ଧୀରେ ମିନିର ଗୋପନାଙ୍ଗକୁ ସ୍ପର୍ଶ କରୁଥାଏ । ମିନି କିନ୍ତୁ ଚକୋଲେଟ ଖାଇବାରେ ବ୍ୟସ୍ତ ଥାଏ । ବାବୁଲାର କୁଚିନ୍ତାଧାରା ବିଷୟରେ ମିନିର କିଛି ବି ଧାରଣା ନଥାଏ । ବାବୁଲା ମିନିର ଅଜ୍ଞାନତା ଆଉ ପିଲା ବୟସର ଫାଇଦା ଉଠାଇବାରେ ଲାଗିଲା । ନିରୋଳା ଦେଖି ସେଇ ଅମ୍ବାତୋଟାର ଝଙ୍କାଳିଆ ବଣ ଆଉ କିଛିଟା ବୁଦାଳିଆ ଗଛର ସାହାରା ନେଇ ସେ ମିନିକୁ ମନଭରି ବଳାତ୍କାର କଲା ।ମିନି କଷ୍ଟରେ ଛଟପଟ ହେଉଥାଏ । ମିନିର ଚିତ୍କାର ଗାଁ ଲୋକଙ୍କ କାନରେ ବାଜିବାର ଭୟରେ ବାବୁଲା ଦୁଇ କି ତିନୋଟି ବଡବଡ ରଜପାନ ମିନିର ମୁହଁରେ ମାଡ଼ିଦେଇଥାଏ ।ପାଟି ବନ୍ଦ ଯୋଗୁ ମିନି ଗୋଡ଼ ବାଡେଇ କାହାର ସାହାଯ୍ୟ ମାଗୁଥାଏ । ହେଲେ ଏ ଅସମୟରେ କିଏ ବା କାହିଁକି ଅମ୍ବାତୋଟା ଆଡ଼େ ଆସିବ ।ମିନିର ଗୁପ୍ତାଙ୍ଗରୁ ରକ୍ତର ଧାର ଛୁଟିଥାଏ । ଦେହ ସାରା କ୍ଷତାକ୍ତ । ଏମିତିରେ ପ୍ରାୟ ଏକ ଘଣ୍ଟା ବିତିଗଲାଣି । ତଥାପି ବାବୁଲାକୁ ଆତ୍ମତୃପ୍ତି ମିଳିନି । ବାବୁଲା ଅମଣିଷ ପଶୁରୁ ମଣିଷ ଅବସ୍ଥାକୁ ଫେରିନି । ଓଃ ଆଉ କେତେ ସମୟ ଯେ । କେତେ ସମୟ ନିରୀହ,ନିଷ୍ପାପ ଝିଅଟା ଏମିତି କଷ୍ଟ ପାଇବ । କେହି ତ ଜଣେ ତାକୁ ବଞ୍ଚାଇବା ପାଇଁ ଅମ୍ବାତୋଟା ନିକଟକୁ ଆସିଯାଆନ୍ତେ ।ନାଃ କେହି ବି ଆସୁନାହାନ୍ତି । ସୂର୍ଯ୍ୟ ଦେବତାଙ୍କର ବି ଧର୍ଯ୍ୟର ଅନ୍ତ ଘଟିବାକୁ ଲାଗିଲା । ସେ ଧୀରେ ଧୀରେ ଅସ୍ତ ହେବାକୁ ଲାଗିଲେ । ସୂର୍ଯ୍ୟାସ୍ତ ସାଙ୍ଗକୁ ମିନିର ଗୋଡ଼ ଦୁଇଟି ମଧ୍ୟ ହଠାତ ନିସ୍ତେଜ ହେଇଗଲା । ନିଃଶ୍ୱାସ ଅଟକିଗଲା । ହାତ,ଗୋଡ଼, ପୁରା ଶରୀର ନିସ୍ତେଜ ଆଉ ରକ୍ତାକ୍ତ । ବାବୁଲାକୁ ଅନୁଭବ ହେଲା ଯେ ମିନି ମୃତ । ସେ ମିନି ଶରୀର ଉପରୁ ଉଠିପଡ଼ିଲା । ନିଜକୁ ସଞ୍ଜତ କରି ମିନିର ନାକ ପୁଡ଼ାରେ ହାତ ମାରିଲା ଆଉ ଜାଣିବାକୁ ପାଇଲା ଯେ ମିନିର ନିଃଶ୍ୱାସ ଅଟକିଯାଇଛି । ମିନି ଆଉ ଏଇ ଦୁନିଆରେ ନାହିଁ । ସେ ସଙ୍ଗେ ସଙ୍ଗେ ନିଜକୁ ପରିଷ୍କାର ପରିଚ୍ଛନ୍ନ କରି ଲୁଚିଲୁଚି ଯାଇ ନିଜ ସାଙ୍ଗମାନଙ୍କ ସହିତ ଖେଳିବାକୁ ଲାଗିଲା । ସତେ ଯେମିତି ସେ କିଛି ଜାଣିନି ।ଏପଟେ ମିନିର ପରିବାର ମିନିକୁ ଖୋଜିଖୋଜି ଆକ୍ରାନ୍ତ ହେଲେଣି ।ବାବୁଲାକୁ ଗାଁ ଦାଣ୍ଡରେ ଦେଖି ମିନିର ମାଆ ପଚାରିଲେ - ଆରେ ବାବୁଲା ତୁ ପରା ମିନିକୁ ଡାକିବାକୁ ଯାଇଥିଲୁ ? ବାବୁଲା କିଛି ନଜାଣିଲା ପରି କହିଲା - ନା ଖୁଡି,ମୁଁ ତାକୁ ଖୋଜି ଖୋଜି କୋଉଠି ପାଇଲିନି । ତା ସାଙ୍ଗସାଥୀଙ୍କ ସହିତ କୋଉଠି ବୁଲୁଥିବ । ଏତିକିବେଳେ କେହି ଜଣେ ଅମ୍ବାତୋଟା ଆଡୁ ଚିତ୍କାର କରି କହିଲେ - ଆରେ ଏ ଶାଗୁଣା, ବିଲୁଆ ଗୁଡାକ ତାକୁ ଝୁଣି ଖାଇଦେଇଛନ୍ତି ରେ ,ଦେଖିବ ଆସ । ପାଟି ଶୁଣି ଗାଁଲୋକ ଆଉ ମିନିର ପରିବାର ସମସ୍ତେ ଅମ୍ବାତୋଟା ନିକଟକୁ ଦୌଡିଲେ । ସେଠି ଯାଇ ଦେଖିଲେ କିଟ୍କିଟ ଅନ୍ଧାରର ବକ୍ଷ ଚିରି ମିନିର ଗୋରା ଦେହଟା ଝଲସି ଦିଶୁଛି । ମିନି କ୍ଷତାକ୍ତ ହେଇ ଟଳିପଡିଛି ମାଟି ଉପରେ । ପାଟିରେ ରଜପାନ । ରକ୍ତ ଜୁଡୁବୁଡ଼ୁ ଶରୀର । ସମସ୍ତେ ନିର୍ବିକାର । ପହିଲି ରଜର ସୁର୍ଯାସ୍ତରେ ମିନିର ନିରୀହ ଜୀବନର ମଧ୍ୟ ଅସ୍ତ ଘଟିଲା ।କିନ୍ତୁ ଅମଣିଷ,ରାକ୍ଷସ ବାବୁଲା କିଛି ନଜାଣିଲା ପରି ସେଠି ଠିଆ ହେଇଛି ।ତାର ଏତେବଡ କୁକର୍ମ ଆଜି ପ୍ରମାଣ ଅଭାବରୁ ଲୁଚିବାକୁ ଯାଉଛି । ମିନି ବଞ୍ଚିଥିଲେ ହୁଏତ ତାକୁ ଦଣ୍ଡ ଦେଇଥାନ୍ତା ।ଖାଲି ମିନି ନୁହେଁ ମିନି ପରି ଲକ୍ଷଲକ୍ଷ ନିରୀହ,ନିଷ୍ପାପ ଝିଅ ଆଜିବି କେଉଁଠି ନା କେଉଁଠି ବଳତ୍କାରର ଶିକାର ହେଇ ଜୀବନ ହାରୁଛନ୍ତି । କିନ୍ତୁ ପ୍ରମାଣ ଅଭାବରୁ ବାବୁଲା ପରି କୋଟିକୋଟି ରାକ୍ଷସ ଆଜିବି ଖୋଲା ଆକାଶ ତଳେ ଅପରାଧ କରି ମୁକ୍ତ ଭାବରେ ଘୁରିବୁଲୁଚନ୍ତି । ଏଥିପାଇଁ ଦାୟୀ କିଏ ? ଆମ ସମାଜ ନା ଆମକୁ ମିଳୁଥିବା ସଂସ୍କାର ।


Rate this content
Log in

Similar oriya story from Tragedy