STORYMIRROR

Dr Jharana Satapathy

Comedy

3  

Dr Jharana Satapathy

Comedy

ଫେସବୁକରେ ଫୋଟ ଅପଲୋଡ

ଫେସବୁକରେ ଫୋଟ ଅପଲୋଡ

1 min
12.1K

ଫେସବୁକରେ ନିଜ ଫଟୋଟିକୁ ଅପଲୋଡ଼ କରିବା ପାଇଁ ଭାରି ଉତ୍ସନ ହେଉଥାଏ କାଜଲ। କିଛି ଟିକଟାକ ଭିଡିଓ ସହ ନିଜର ସେଲ୍ଫି।ତାହାବି ଭାରି ରୋମାଣ୍ଟିକ ମୁଡର।


ମନେ ମନେ ଭାବୁଥାଏ ଏତେ ଫୋଟ ଏବଂ ଭିଡିଓ ଭିତରୁ କେଉଁ ଫଟୋଟିକୁ ଫୋଷ୍ଟ କରିବ ! ଏଇଟା ନା ସେଇଟା !


ହଁ ଏ ପୋଷାକ ପିନ୍ଧିଥିବା ଫୋଟଟିକୁ ସମସ୍ତେ ତ ଦେଖି ସାରିଛନ୍ତି।ତାହା ହେଲେ ଏଇଟା ପୋଷ୍ଟ କରିବା ଠିକ୍ ନୁହଁ ।ଏଥିରେ ଵୋଧେ କମ୍ ଲାଇକ ମିଳିବ ।


ସବୁ ଫୋଟ ଭଲ ଲାଗୁଛି କିନ୍ତୁ ଅନ୍ୟମାନଙ୍କୁ ପସନ୍ଦ ହେବାର ଅଛି ନା ! 


କାହାର ଲାଇକ ଆସୁ କିମ୍ବା ନ ଆସୁ ଏଥିରେ ମୋର କଣ ଯାଏ ! 


ମତେ ଯେଉଁଟା ଭଲଲାଗେ  ମୁଁ  ତାକୁ ପୋଷ୍ଟ କରେ। 


ଯାହା ହେଉ ପୋଷ୍ଟ କରିବା ମାତ୍ରେ ନିହାତି ପାଞ୍ଚ ସାତଟି କମେଣ୍ଟ ମିଳି ଯାଉଛି।ଲାଇକ ଆଠ ଦଶଟି ଆସୁଛି ତ।


ଆରେ ହଁ ମୋର ଫେସବୁକରେ ଏତେତ ଫ୍ରେଣ୍ଡ ନାହାନ୍ତି ତ ଲାଇକ କମେଣ୍ଟ ଆସିଵ କିପରି!


ଏମିତିତ ମୁଁ କେଵେ କାହାକୁ ଲାଇକ କିମ୍ବା କମେଣ୍ଟ ଦିଏ ନାହିଁ ତାହାହେଲେ ଅନ୍ୟମାନେ ଲାଇକ କରିବେ ଅବା କେଉଁଠୁ! 


ଯଦି କେହି ଅବା ଲାଇକ କିମ୍ବା କମେନ୍ଟ ଦିଅନ୍ତି 


ହଁ ଲାଇକଟା ଚଳିବ!


କିନ୍ତୁ କମେଣ୍ଟରେ ଇଆଡୁ ସିଆଡୁ କିଏ ଲେଖିଲେ ବେଳେ ବେଳେ କାହିଁକି ମନଟା ଵିଗିଡିଯାଏ ଭାରି ଚିଡାମାଡେ। 


ଫ୍ରେଣ୍ଡ୍ ଲିଷ୍ଟରୁ ଡିଲିଟ ମାରିବାକୁ ବି ପଛାଏ ନାହିଁ  ତାକୁ ଵ୍ଲଗ ବି କରିଦିଏ। 


ଆରେ ଏ କଥା ଭାବି ଲାଭ କଣ ଫେସବୁକ୍ ରେ ମୋ ପାଖକୁ ଫ୍ରେଣ୍ଡ୍ ରିକ୍ୟୁଷ୍ଟରେ ଆସିଥିବା ପାଞ୍ଚସହ ତେପନ ଜଣକୁ ମୁଁ ତ କ୍ବାରାଇନ୍ଣ୍ଟାଇନ୍ ରେ ପକାଇଦେଇଛି ! ତା ହେଲେ ଏତେ ଲାଇକ ଏବଂ କମେଣ୍ଟ ଆସିବ କେଉଁଠୁ ? ଜଣ ଜଣକୁ ତ କରୋନା ଟେଷ୍ଟ୍ କରି ଛାଡୁଛି।କରୋନା ଟେଷ୍ଟ କଲାପରେ ପଜିଟିଭ୍ ଯାର ଆସୁଛି ତାକୁ ବ୍ଲକ କରୁଛି ନେଗେଟିଭ୍ ଆସିଲେ ଏଡ୍ କରୁଛି। 


ଏହା ଭାବି ମନକୁ ମନ ମୁରୁକି ହସୁଥାଏ କାଜଲ୍ ଫେସବୁକ ରେ ନିଜ ଫଟୋଟିକୁ ଦେଖି। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy