STORYMIRROR

Madhabi Patel

Inspirational

3  

Madhabi Patel

Inspirational

ପୌଷ ପୁନି

ପୌଷ ପୁନି

2 mins
180


ଅନେକ ବର୍ଷ ତଳର କଥା ସେ ଦିନ ଥାଏ ପୁଷପୁନି।ସକାଳୁ ସକାଳୁ ଦଳ ଦଳ ହୋଇ ଛୋଟ ପିଲାଠୁ ବଡ ଘରଘର ବୁଲି ଛେର୍ ଛେରା ଦିଅ ବୋଲି ଡାକୁଥାନ୍ତି।ଆଉ ଗୃହ ମାଲିକାଣୀ ଖୁସୀରେ ଧାନ ଚାଙ୍ଗୁଡିଏ ଆଣି ସେମାନଙ୍କ ମୁଣାରେ ଢାଳି ଦେଇ ଯାଉଥାନ୍ତି।ଗରିବ ପରିବାରର ପ୍ରାୟ ସମସ୍ତେ ମାଗିବାକୁ ଆସୁଥିଲେ। ଏପରିକି ଆମେ ସ୍କୁଲପିଲା ମାନେବି ଦଳଦଳ ହୋଇ ଖୁସିରେ ଛେର୍ଛେରା କହି ଆମ ଘରମାନଙ୍କୁ ଯାଇ ମାଗୁଥିଲୁଓ ମାଆ ମାନେ ଖୁସିରେ ଆମକୁ ବି ଥାଳିଏ ଧାନ ଆଣି ଦେଉଥିଲେ।ଆମେ ଧାନ ସବୁ ଏକାଠି କରି ଚକଲେଟ କି ଚଣା ମୁଫଳି କଣି ଖାଉଥିଲୁ।ନୂଆଧାନ ଅମଳ ହୋଇ ସାରିଥାଏ। ସମସ୍ତଙ୍କ ଘରେ ଧାନର ବଡବଡ ଗଦା।ପୁରୁଗ ବାନ୍ଧି ରଖାହେଉଥିଲା ଧାନସବୁ।ସେତେବେଳର ଲୋକେ ସବୁ ତିହାର ପର୍ବ କୁ ଖୁସିରେ ପାଳିବା ଜାଣିଥିଲେ।ଖୁସିର ସହ ସାଧ୍ୟମତେ ଦାନ କରୁଥିଲେ ଆକୁଣ୍ଠିତ ଚିତ୍ତରେ।ଆମ ଘର ବାହାରେ ଗୋଟିଏ ବୁଢୀର ଥରଥର କଣ୍ଠସ୍ୱର ଶୁଣାଗଲା ଛେର୍ଛେରା ।ମୁଁ ବାହାରକୁ ଯାଇ ଦେଖିଲି ବୁଢୀଟିଏ ଆସିଛି।ଲୁରୁଥୁରୁ ଚମ ଭଲରେ ଚାଲି ପାରୁନି ଠେଙ୍ଗାଟେ ଧରି କୌଣସି ପ୍ରକାରେ ଘରଘର ବୁଲୁଛି।ମାଆକୁ ଯାଇ କହିଲି ବୁଢୀଟେ ଆସିଛି।ମାଆ ବାହାରକୁ ଆସି ଦେଖି କହିଲା ଏତ ସନୁ ର ମାଆ ବୁଢୀ ।ସନୁମୁଣ୍ଡା ଆମଘରେ କିଛିବର୍ଷ ଆଗେ କାମ କରୁଥିଲା। ମାଆ କିଛି ଧାନ ଆଣି ତାକୁ ଦେଲେ।ବୁଢୀଟି କହିଲା କିଛି ଖାଇବାକୁ ଦିଅ ଦୁଇଦିନ ହେଲା କିଛି ଖାଇନି।ମାଆ ପୁଷପୁନି ପାଇଁ ମଣ୍ଡା କରିଥିଲା।ସେଥିରୁ କେତୋଟି ଆଣିକି ଦେଲା।ସେ ସେଥିରୁ ଗୋଟିଏ ଖାଇ ବାକିକୁ ଶାଢୀରେ ବାନ୍ଧି ରଖିଲା।ମାଆ ତାହା ଦେଖି କହିଲା ସବୁ ଖାଇଦେଉନୁ ?କାହାପାଇଁ ନେବୁ?ସେ କହିଲା ମୋର ନାତି ଟୋକା ପାଇଁ ନେଇ ଦେବି।ମାଆ ପଚାରିଲେ ଏପରି ଅବସ୍ଥାରେ ତୁମ ପଡାରୁ ଏତେଦୂର ଚାଲିଆସିଲୁ କେମିତି?କଣ ସନୁ ତତେ ଖାଇବା ଦେଉନି?ସେ କହିଲା ସନୁ ଚାହିଁଲେ କଣ ହେବ ତା ସ୍ତ୍ରୀ ମତେ ସାଙ୍ଗରେ ରଖିବାକୁ ଚାହିଁଲେତ? ତାହେଲେ ତୁ ଏ ବୟସରେ ଏକ୍ଲା ରହୁଛୁ ରାନ୍ଧିକି ଖାଉଛୁ।ହଁ ଯେବେ ପାରୁଛି ରାନ୍ଧୁଛି।କାଲିଠୁ ଜ୍ବର ତେଣୁ ରାନ୍ଧି ପାରିଲିନି ।ସେଥିପାଇଁ ଆଜି ମାଗିବାକୁ ଆସିଗଲି।ମାଆ କହିଲେ ଆଜିର ପୁଅ ବୋହୁ ମାନଙ୍କୁ କଣ ହେଉଛି କେଜାଣି |ଦେଖୁଛୁ ତ ମୋର ଭାଇ ନାହିଁବୋଲି ମୁଁ ମୋ ମାଁକୁ ମୋପାଖେ ଆଣି ରଖିଛି।ତାର ସୁଖ ଦୁଃଖ ଔଷଧ ପତ୍ର ସବୁ କରୁଛି । ସେମାନେ ତତେ ଏତେ ଦଶା କରୁଛନ୍ତି ଆଉ ତୁ ତୋ ପେଟକାଟି ଅଧା ଖାଦ୍ୟ ତୋ ନାତିପାଇଁ ନେଉଛୁ?ସେ କହିଲା ନାତି ତ ମୋର ବଂଶର ଦୀପ ମୋର ସ୍ନେହର ଲାର୍ହା ଗେହ୍ଲା ଆଏ। ତାର ମାଆ ଖରାପ ହେବାରେ ପିଲାର କଣ ଦୋଷ ?

ମାଆ ଗୋଟିଏ ଥାଳିରେ ଭାତଥାଳିଏ ଓ ପୌଷପୁର୍ଣିମା ହେତୁ ରାନ୍ଧିଥିବା ଖାସି ମାଂସ ଝୋଳ ଓ ଦୁଇଖଣ୍ଡ ମାଂସ ଟୁକୁଡା ଆଣିକିଦେଲା।କହିଲା ଏଇଟା ମୋ ସାମ୍ନାରେ ଖାଆ ଓ ପାଣି ପିଇ ମୋଠୁ ଜ୍ବର ଔଷଧ ଖାଇଯିବୁ।ତୋର ଯୁଆନ ବୟସରେ ତୁ ଓ ତୋ ପୁଅ ମୋ ଘରେ ବହୁତ କାମ କରିଛ।ହେଲେ ସନୁ ପିଲାଟି ଏମିତି ବଦଳି ଗଲା କେମିତି?ସେତେବେଳେ ଆଦିବାସି ଗରିବ ପରିବାରରେ ଏ ଚଳଣୀ ଆରମ୍ଭ ହେବାକୁ ଲାଗିଥିଲା।ଆଜି କିନ୍ତୁ ସମ୍ଭ୍ରାନ୍ତ ପରିବାରରେ ବି ଏହା ବ୍ୟାପି ଗଲାଣି। ଆଜି ପୌଷ ପୁର୍ଣିମା ରେ ସେ ସବୁ କଥା ମନେ ପଡିଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational