ପାର୍ଟି
ପାର୍ଟି
ଦିୱାଲୀ ଦିନ ଧୁମ ପାର୍ଟି ହେଲା ନିତା ଘରେ ଭୁବନେଶ୍ୱରରେ | କଟକରୁ ତା ସାଙ୍ଗ ସ୍ମିତା, ତା'ପତି ଓ ଝିଅ ପାର୍ଟିରେ ଯୋଗ ଦେଇଥିଲେ | ଅନେକ ରାତିଯାଏଁ ଖାଇବା ପିଇବା ଚାଲିଲା, ତା ପରେ ସେମାନେ ଫେରିଗଲେ କଟକ | ତା'ପର ଦିନ ସକାଳୁ ସ୍ମିତାର ପତି ରାଉଲକେଲା ଚାଲି ଗଲେ କିଛି କାମରେ | କିଛି ସମୟ ପରେ ସ୍ମିତାକୁ ଜ୍ୱର ଆସିଲା, କାରଣ ତାର ଟିକେ ଥଣ୍ଡା ଥିଲା ଓ ସେ ଛାତ ଉପରେ ଥଣ୍ଡାରେ ବହୁତ ନାଚିଥିଲା | ସେ ନିତାକୁ ସବୁ କହିଲା, ନିତା କହିଲା ଜଲଦି ଡାକ୍ତରଙ୍କୁ ପଚାରି ମେଡ଼ିସିନ ଖାଆ ନ ହେଲେ କରୋନା ହୋଇଯିବ |
ସନ୍ଧ୍ୟାରେ ସ୍ମିତାକୁ କାଶ ହେଉଥିଲା ଓ ଟିକେ ଜ୍ୱର ବି ଥିଲା | ନିତା କହିଲା ବେଶୀ ଖରାପ ଲାଗିଲେ ଏଠିକୁ ପଳାଇଆସେ ଏଠି ଡାକ୍ତର ଦେଖାଇବା | ସ୍ମିତା କହିଲା କାଲିକୁ ସବୁ ଠିକ ହୋଇଯିବ, ତୁ ଏତେ ଡରନା |
ରାତି ଅଧରେ ନିତା ଉଠି ବସିଲା ଓ ସେ ଡ଼ରରେ ଥରୁଥିଲା ତା ପତିଙ୍କୁ ହଲାଇ କହିଲା ଜାଣିଲ ସ୍ମିତା ମରିଗଲା, ସେ କହିଲେ କଣ ହେଲା କି ? ନିତା କହିଲେ ନାଇଁ ଏଇ ଟିକେ ଆଗରୁ ସ୍ମିତାର ଝିଅ ମତେ ଫୋନ କଲା ତା ଦେହ ଭଲ ନାହିଁ ବୋଲି ଆମେ ତାକୁ କାର ନେଇ ଆଣିବାକୁ ଗଲେ ଓ ବାଟରେ ତା ଦେହ ବହୁତ ଖରାପ ହୋଇଗଲା । ସେ ମୋ ଗୋଡରେ ମୁଣ୍ଡ ରଖି ଶୋଇ ପଡିଲା | ତାକୁ ଆମେ ଗୋଟେ ହସ୍ପିଟାଲକୁ ନେଇଗଲେ ଓ ସେ ହସ୍ପିଟାଲ କହିଲା ସେ ମରିଯାଇଛି | ତାଙ୍କ ପତି ନିତାକୁ ଜୋରରେ ହଲେଇଦେଲେ ଓ କହିଲେ ଆରେ ବାବୁ ତମ ସାଙ୍ଗ ମରିନି ତମେ ସ୍ବପ୍ନ ଦେଖୁଥିଲ | ତାଙ୍କର ନିଦ ପୁରା ଭାଙ୍ଗିଗଲା ସେ ଥରି ଥରି କହିଲେ ସ୍ମିତା ବଂଚିଛି ନା ? ଓହୋ ଜଗନ୍ନାଥ ତାକୁ ବଂଚାଇଦେଲେ |ସେ କହିଲେ ଚାଲ ତାକୁ ଫୋନ କରିବା | ତାଙ୍କ ପତି ମନାକଲେ ଓ କହିଲେ ଏବେ ରାତି ୩ଟା ହୋଇଛି ସେ ଶୋଇଥିବ କାଲି ସକାଳୁ ଫୋନ କରିବ | ନିତାକୁ ରାତିରେ ଜମା ନିଦ ହେଲାନି ସକାଳ ପାଞ୍ଚ ଟାରୁ ସ୍ମିତାକୁ ରିଂ କରି ପଚାରିଲା | କେମିତି ଅଛୁ ବୋଲି ? ସେ ବି ରାଗିକି କହିଲା ବଂଚିଛିରେ ମରିନି | ତା ପରେ ନିତା ସ୍ମିତାକୁ ସବୁ କହିଲା ଓ ଦୁହେଁ ଖୁବ ହସିଲେ |
