DR SAMIR RANJAN BEHERA

Comedy Others

3  

DR SAMIR RANJAN BEHERA

Comedy Others

ଓଁ କରୋନା ଦେଵୀ ନମୋ ନମୋ

ଓଁ କରୋନା ଦେଵୀ ନମୋ ନମୋ

5 mins
165



Lockdown period ରେ ପତ୍ନୀ ସାବିତ୍ରୀ ଦେବୀ ଙ୍କ ପତିଦେବ ସତ୍ୟବାନ ଙ୍କୁ ପୁରା ତାଗିଦ

" strictly ଘରେ ରହିବ, ବାହାରକୁ ଯିବା ପୁରା ବନ୍ଦ,ଏପରିକି ବାଲକୋନୀ କୁ ବି ନୁହଁ, junk food ବନ୍ଦ, ପୁରା ଘରୋଇ natural food, No chicken, no mutton, essential thing online order, ଅତି emergency padile driver ବାହାରକୁ ଯାଇ ଆଣିବେ l ତମେ ଘରେ ପୁରା lock down...l""

ପତି ବୁଝି ପାରୁନଥାନ୍ତି ଏ lockdown ନା luckdown.

ନା କାର୍ତିକ ମାସ ହବିଷ୍ୟ ଚାଲିଛି

ଲାଗିଲାନି ବହୁତ ଶୀଘ୍ର lifedown ବି ହେଇଯିବ l

ପତ୍ନୀ ଏପଟେ boar ହେଲେ ପାଖ ଘର କୁ ପଳେଇ ଯାଉଛନ୍ତି

without ସୋସିଆଲ ଡିଷ୍ଟାନ୍ସ ଆପାର୍ଟମେଣ୍ଟ ରେ ମେଳ ଚାଲୁଛି l

ଭଲ ଭଲ ରାନ୍ଧଣା ହଉଛି ଖିଆ ହଉଛି, ପର ନିନ୍ଦା ଚର୍ଚ୍ଚା ବି l

ହେଲେ ପତି ଦେବ ପାଇଁ ବାହାରୁ ତାଲା ପକେଇ ଦେଉଛନ୍ତି l କାଳେ ବାହାରକୁ ପଳେଇଯିବେ ଆଉ କରୋନା ଧରି ପଳେଇ ଆସିବେ l

"ଆଶ୍ଚର୍ଯ୍ୟ କଥା ତମେ ସେଠି କରିବ ମେଳା, ଆମେ ଘରେ ନେବୁ କିଳା l " ଭାଇ କୁହତ ଏ କି ଅନ୍ୟାୟ l ଆମେ କଣ ଏତେ ଖରାପ l

ସତ୍ୟବାନ ଯମ ପ୍ରଭୁ କୁ ସ୍ମରଣ କରି ଦୁଃଖ ଜଣେଇଲେ

"ହେ ପ୍ରଭୁ ଯମରାଜ ତମେ ହିଁ ଚାହିଁଲେ ମୋତେ ଏ ସାବିତ୍ରୀ ଓରଫ କରୋନା ଦେବୀ କବଳ ରୁ ରକ୍ଷ୍ୟା କରିପାରିବ l"

"ନାଇଁ ରେ ବତ୍ସ ମୋତେ ଆଉ ସେ ହରଡ଼ ଘଣl ରେ ପକାନା, ସତ୍ୟ ଯୁଗ ରେ ସାବିତ୍ରୀ ସତ୍ୟବାନ case handle କରି ଯେଉଁ ନାମ ନେଇଛି, ଆଉ ମୋର ବାବା ଫସି ବାର ନାହିଁ, ତମେ ତମ କିଳା କୁ handle କର l ତାପରେ ଏବେ ମର୍ତ୍ୟ ରେ ଯେଉଁ କରୋନା ଖେଳ ଚାଲିଛି, ରାମ ରାମ !!!! Sorry ବାବା ଆଉ କେଉଁଠି ଦେଖ l "

"ଓହୋ ମୁଣ୍ଡ ଗରମ ହେଇଯାଉଛି, ନିଜକୁ quarantine ରେ ରହିଲା ଭଳି ଲାଗିଲାନି... ପତ୍ନୀ ମହାଶୟା ନାହାନ୍ତି ଟିକେ ବାଲକୋନୀ ରେ fresh air ର ମଜା ନେବା l ଗଛ ଲତା ଚଢେଇ କୁ ଦେଖି ସତ୍ୟବାନ ବାବୁ ମନେ ହସୁଥାନ୍ତି, ଟିକେ ଖୁସି ହେଉଥାନ୍ତି

ହଟାତ ଗୋଟେ ଗର୍ଜନ ଶୁଣା ଗଲା

"ହଇ ହେ ତୁମେ କଣ ଏଠି ଏକୁଟିଆ quarantine practice କରୁଛ , ମୁଁ ତୁମକୁ ପୁରା ଘର screening କରି ଆସି ସାରିଲିଣି।

"ତୁମେ ଏଠି ଶୁଦ୍ଧ ପବନ ଖାଇ imunity ବଢାଉଛ ନା ପଡେ଼ାଶୀଙ୍କ Virus ଦ୍ଵାରା infected ହେଉଛ l ତୁମେ ଏଠି ନିଶ୍ଚୟ ପଡୋଶୀ ର local ମହିଳା ହୃଦୟ ରେ transmission ହେବା କୁ ଚେଷ୍ଟା କରୁଛ । ଆଗରୁ ଏମିତି ବି ତମର community transmission history ଅଛି l କିନ୍ତୁ ତୁମେ ଜାଣି ଥାଅ ସେମାନେ ସବୁ queen ହେଲେବି ମୁଁ Hydroxycloroquine । ଯଦି ତୁମ କେଶ୍ confirmed ବାହାରିଲ ତୁମକୁ ମୁଁ ଏଇ ବାଲକୋନୀ ରେ ହିଁ ଜୀବନ ସାରା lockdown କରିଦେବି।"

" ଜୟ ମା କରୋନା ଦେବୀ ଙ୍କର ଜୟ ହେଉ l କି ଆଦେଶ କରିବା ହେବ ଦେବୀ ମା l"

" ଠିକ ଅଛି,  କାମର କଥା ତାହେଲେ ଶୁଣ, ରୋଷେଇ କୁ ଛାଡ଼ି ସବୁ ଘର sanitise କର । ରୋଷେଇ ଘର ଟା ମୁଁ sanitise କରିଦେବି, ତମ ହାତରେ ରୋଷେଇ ଘର କାମ ଦେବାର ଅର୍ଥ ମାଙ୍କଡ ହାତରେ ଶାଳଗ୍ରାମ ଦେବା l ଗାର୍ଡେନ ରେ ପାଣି ଦେବା, କୁକୁର କୁ ଖାଇବାକୁ ଦେବା, ମୋ ଲୁଗା ତମ ଲୁଗା ସବୁ ଇସ୍ତ୍ରୀ କରିବ, ଏବେ ଅଟା ଗୋଳିବା ଠାରୁ ପରିବା କାଟିବା ପର୍ଯ୍ୟନ୍ତ ।"

" ଆପଣ ଙ୍କ ଆରତୀ କେତେବେଳେ ହେବ ମହାମାୟୀ କୋଭିଡ ଦେବୀ l ଅପାଙ୍କ ପାଖରେ ଭୋଗ ଲାଗିବ କେତେବେଳେ? l"

"' ସେ ବେକାର କଥା ବନ୍ଦ କର l ନହେଲେ ସିଧା ଖାଇବା ବନ୍ଦ, ଶୀଘ୍ର କାମ ରେ ମନ ଲଗାଅ , ଘରେ ବସି ଖାଇ ପେଟ ବାହାରି 9 ମାସର ଗର୍ଭବତୀ ମହିଳା ପରି ଦେଖା ଗଲଣି, ଆଜି ଠୁ ଖାଇବାରେ ବି ରଷ୍ଟ୍ରିକ୍ସନ l ଏଣୁ ମହାଶୟ ଘରର କାମ ମହାମାରୀ ର ରୂପ ନେବା ପୂର୍ବରୁ ତୁମେ ତୁମ ଇଚ୍ଛା ର mask ଲଗାଇ ଏବଂ ଦାୟିତ୍ଵ ର gloves ଲଗାଇ ସବୁ active case ଗୁଡାରେ କାମ ଆରମ୍ଭ କରି ଦିଅ।"

ବିଚରା ସତ୍ୟବାନ ବାବୁ କୋଦାଳ ଟେ ଧରି ବାହାରେ ତାଡିବାକୁ ବାହାରିପଡିଲେ, କିଛି ସମୟ ତାଡି ବା ଭିତରେ ଦୁଇ ତିନି ଥର ଛିଙ୍କି ଛନ୍ତି କି ନାହିଁ ସିଧା ବାଲଟିଏ surf ପାଣି ସ୍ୱାମୀ ଙ୍କ ଉପରେ ସ୍ୱାହା କରିଦେଲେ l

"ଓହୋ ଟିକାକୁ ଟିକେ କରୋନା spread ହେଇ ଯାଇଥାନ୍ତା l just local spread ରୁ ବଞ୍ଚେଇ ଦେଲି l'"

"ବ୍ୟସ୍ତ ହୁଅନି ଗାଁ ସରପଞ୍ଚ କୁ କହିବି ତମକୁ quarantine centre ର ଇନଚାର୍ଜ କରେଇଦେବି lସେଠି ତମେ surf ଢାଳ, vimbar ଢାଳ , ଗରମ ପେଜ ପକାଓ ଆମର କିଛି କହିବାର ନାହିଁ, ତମେ ତ କରୋନା ଦେବୀ ତମର କରୋନା କୁ କି ଭୟ l'

ଏହା ଭିତରେ ସାବିତ୍ରୀ ଦେବୀ ବି ଯଥେଷ୍ଟ ବୋର ହେଇ ସାରିଲେଣି

outing ନାହିଁ, shoping ନାହଁ , parlour ନାହିଁ, cinema ନାହିଁ, କି mall ନାହିଁ, ମାଉସୀ ପୁଅ ବାହାଘର ଟା ଥିଲା ସେଇଟା ବି କ୍ୟାନସଲ ହେଇଗଲା l

ହେ ମୋଦୀ ନବୀନ ମହାପ୍ରଭୁ ଆମକୁ ଟିକେ ଟିକେ online ବିଷ ଡେଲିଭେରୀ କରିଦେଉନ, ଆମେ ବି ସଫା ଆଉ କରୋନା ବି ସଫା l ଏହା ଭିତରେ ପତ୍ନୀ ଦେବୀ ବୋଧେ depression କୁ ପଳେଇଗଲେଣି, ପତିଦେବ ଏମିତିରେ ବି ରାଗିଙ୍ଗ ଖାଇ ଖାଇ depression ରେ ଥାନ୍ତି l

" ଆରେ ଚାଲୁନ ଟିକେ ତମ ବାପା ଘରେ ବୁଲି ଆସିବା l

ସଂଗେ ସଂଗେ ଉତ୍ଫୁଳିତ ହେଇ ପତ୍ନୀ ଦେବୀ ଉଠିପଡ଼ିଲେ... ହଁ ଯେ କେମିତି ଯିବା, ପାସ ଗୋଟେ arrange କରିବା l

ଯାହାହେଉ ସକାଳୁ ସକାଳୁ ପତ୍ନୀ ଅତର, ପାଉଡର, ଲିପିସ୍ଟିକ ବୋଲି ହେଇ ରେଡି ହେଇଗଲେ l ପତି ବାଇକ ଷ୍ଟାଟ ମରୁଥାନ୍ତି l 50 ଦିନ ହେଲା bike ବାହାରକୁ ବାହରିନାହାନ୍ତି ଏତେ ସହଜେ କଣ ଷ୍ଟାର୍ଟ ହେଉଛି l ହଁ ପାଖା ପାଖି ଅଧା ଘଣ୍ଟା ପରେ finally bike ଷ୍ଟାର୍ଟ ହେଇଗଲା l ପତ୍ନୀ ଦେବୀ ଏହା ଭିତରେ 3 ଥର mekup ନେଇସାରିଥାନ୍ତି l

ଗାଡ଼ିରେ ବସିଗଲେ ସାବିତ୍ରୀ ଦେବୀ, ଗାଡି ଗେଟ ଯାଏ ଗଡିଛି କି ନାହିଁ l କିଛି ପୋଲିସ ଅଟକେଇଲେ l

" ଆଜ୍ଞା ପାସ ଅଛି l"

" କିଛି ପାସ ଫାସ ନାହିଁ, ତମର ଏଇଟା କଣ୍ଟେଣ୍ଟମେଣ୍ଟ zone declare ହେଇଗଲାଣି, ଆଜି ସକାଳୁ ଆପଣ ଙ୍କ ପଡୋଶୀ ଘରୁ 4 ଟା କେଶ positive detect ହେଇଛି l ଏଣୁ " ବାହାର ଜାନା ମନା ହୈ,l" ଜହଁl ଭି ହୋ ୟହଁl ରେହନା l"

କାନ ମୁଣ୍ଡ ଆଉଁସି ଘରକୁ ରିଟର୍ନ କରିଆସିଲେ l

ପତ୍ନୀ ଏହା ଭିତରେ ପୁରା ଚୁପ, ବେଶୀ ବଚନ ବାହାରୁନଥାଏ l

"ଶୁଣ ଆଜି online ଖାନା ମଗେଇଦେବା, ରୋଷେଇ ବନ୍ଦ,

ଟିକେ whisky ବି ଛୋଟିଆ ଟେ ମଗେଇଦେବା l ଦେଖିବ ତମେ ଏକଦମ ଫ୍ରେସ ହେଇଯିବ ଆଉ କରୋନା ଚିନ୍ତା ବି ପଳେଇବ l "

ହଉ, online order ହେଇଗଲା chilly chicken, ଗୋଟେ qard whisky, ରୋଟୀ ଛ ଟା, mushroom ମସଲା l

Bill 750/- online payment ବି ହେଇଗଲା l

ହଉ, ଡେଲିଭେରୀ ବୟ ପାର୍ସଲ ଦେଇ ଚାଲିଗଲା, ପତିଦେବ ଅତି exitement ହେଇ ଆଗ whisky packet ଟା ଖୋଲିଦେଲେ ୟେ କଣ paket ରେ Thumsup, ପତ୍ନୀ ସେ ପଟେ ଚି଼ଲ୍ଲୀ chicken ପୁଡିଆ mushroom ପୁଡିଆ ଖୋଲିଲା ବେଳକୁ ଡାଲମା, କୋବି ଝୋଳ l ଆଉ ଗୋଟେ କାଗଜ ରେ ଲେଖା ଅଛି Quarantine food by Govt of odisha l

ଏହା ପରେ ପତି ବେହୋସ, ପତ୍ନୀ କୋମା l

"ମୁଁ ଜାଣେ, ତୁମ ରାଗ ଏବେ incubation stage ରେ ଅଛି। ରାଗ outbreak ହେଲେ ସେ କରୋନା ଠୁ ବି ଅଧିକା pandemic ହେଇଯିବ, ତେଣୁ ପତି କାଳ ବିଳମ୍ବ ନ କରି social service ପୂର୍ବକ ପତ୍ନୀ ଦେବୀ ଙ୍କ ବନ୍ଦନା କରିବାରେ ଲାଗିଲେ..

ଓଁ କରୋନା ଦେବୀ ନମୋ ନମୋ, ଓଁ କରୋନା ଦେବୀ ନମୋ ନମୋ, ଓଁ କରୋନା ଦେବୀ ନମୋ ନମୋ.......



Rate this content
Log in

Similar oriya story from Comedy