Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rasmi Rekha Tripathy

Inspirational

2.1  

Rasmi Rekha Tripathy

Inspirational

ଓଡିଶା କଙ୍କଡା

ଓଡିଶା କଙ୍କଡା

2 mins
438



       ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ନିକଟରେ ଆର୍ମି କ୍ୱାର୍ଟର୍ସ୍ l ବିଶ୍ୱାବିଦ୍ୟାଳୟ ଛାତ୍ରାବାସରେ ରହିବା ସୁବିଧା ଥିଲେ ମଧ୍ୟ ରୁମ୍ ଅଭାବ ହେତୁ କିମ୍ବା ନିଜର ସୁବିଧା ପାଇଁ ହେଉ, ଅନେକ ଛାତ୍ର ଛାତ୍ରୀ ସେହି ଆର୍ମି କ୍ୱାର୍ଟର୍ସମାନଙ୍କରେ ପେଇଙ୍ଗ୍ ଗେଷ୍ଟ (ପି.ଜି.) ରୁହନ୍ତି l ମୁଁ ଯେଉଁଠି ପି.ଜି. ରହୁଥିଲି, ତାହା ଗୋଟିଏ ତିନି ମହଲା ଫ୍ଲାଟର ଉପରମହଲାରେ ଥିବା କ୍ୱାର୍ଟର୍ସର କୋଣିକିଆ ରୁମଟିଏ l ତଳ ମହଲାରେ ଓଡିଆ ପୁଅଟିଏ ରୁହେ ଜାଣିଥିଲି l କିନ୍ତୁ କେବେ କଥା ହୋଇ ନ ଥିଲି l କଥା ହେବିନି ବୋଲି ନୁହେଁ, ଆବଶ୍ୟକତା ହିଁ ପଡି ନ ଥିଲା l ରକ୍ଷଣଶୀଳ ପରିବାରର ପ୍ରଭାବ ତ ଟିକେ ରହିବ ନିଶ୍ଚୟ l ତେବେ ଗୋଟିଏ କଥା ଭାରି ବିରକ୍ତି ଲାଗେ l ବାହାରେ ଓଡିଶାର ପିଲାମାନେ ପରସ୍ପର ମଧ୍ୟରେ ଓଡିଆରେ କଥା ନ ହୋଇ ଇଂରାଜୀ କିମ୍ବା ହିନ୍ଦୀରେ କଥା ହେବାଟା l ପୁଣି ନିଜକୁ ନିଜେ ଓଡିଶା କଙ୍କଡା କହି, ନିଜର ସମ୍ମାନହାନି କରିବା ଘଟଣା l

       ଦାଦାଙ୍କ ଝିଅ ଆସିଥିଲା ଖରାଛୁଟିରେ ମୋ ପାଖକୁ l ମୋ ପାଖରେ ରହି ବିଭିନ୍ନ ବିଶ୍ୱବିଦ୍ୟାଳୟ ପାଇଁ ପ୍ରବେଶିକା ପରୀକ୍ଷା ଦେଉଥିଲା l ମୁଁ କ୍ଲାସକୁ ଯାଇଥିଲି l ଘରବାଲା ବି କୁଆଡେ ଯାଇଥିଲେ ବୋଧେ l ସେ ସବୁଆଡୁ କବାଟ ବନ୍ଦ କରି ଆମ ରୁମରେ ଶୋଇ ପଡି

ଥିଲା l ଖରା ଦିନ l କୁଲର୍ ଶବ୍ଦରେ କିଛି ଶୁଣା ଯାଉ ନ ଥିଲା ବୋଧେ l କ୍ଲାସରୁ ଫେରି ଅଧ ଘଣ୍ଟା କବାଟ ବାଡେଇ ବାଡେଇ ଥକି ପଡିଥିଲି l କଲିଙ୍ଗ୍ ବେଲ୍ ବି ଖରାପ ଥିଲା l ଫ୍ଲାଟର ସମସ୍ତେ ଆସି ଥରେ ଥରେ ଦେଖି ଚାଲି ଯାଉଥିଲେ l କିନ୍ତୁ କେହି ସାହାଯ୍ୟ କରିବାକୁ ଆଗେଇ ଆସୁ ନ ଥିଲେ l ଏହା ହିଁ ମହାନଗରୀର ବୈଶିଷ୍ଟ୍ୟ l କିଛି ସମୟ ପରେ ଦେଖିଲି ଓଡିଆ ପିଲାଟି ପଶିଲା ଫ୍ଲାଟ୍ ବାଉଣ୍ଡେରୀ ଭିତରେ l ମୋତେ ଦେଖି ବୋଧେ କିଛି ଅନୁଭବ କଲା ଓ ତିନି ମହଲା ଚଢି ଆସିଲା ମୋ ପାଖକୁ l ମୋ ଠାରୁ ସବୁ କଥା ଶୁଣି କିଛି ନ କହି ଗୋଟିଏ ଗୋଟିଏ ହୋଇ ଓହ୍ଲେଇଗଲା ତଳକୁ l ମୋତେ ରାଗ ଲାଗୁଥିଲା l ମନେ ମନେ ଭାବିଲି ସତରେ ଓଡିଶା କଙ୍କଡା l ହଠାତ୍ କିଛି ଗୋଟିଏ ଶବ୍ବ ହେବା ଶୁଣି ଚାହିଁଲି ତଳକୁ l ସେ ମେନ୍ ସ୍ୱିଚ୍ ଅଫ୍ କରି ଦେଇଥିଲା l ତା’ ପରେ ପୁଣି କବାଟ ବାଡେଇବାକୁ ଇଶାରାରେ ନିର୍ଦ୍ଦେଶ ଦେଲା l

       କୁଲର୍ ଶବ୍ଦ ବନ୍ଦ ହେବା ଯୋଗୁଁ ହେଉ କିମ୍ବା ଗରମ ଯୋଗୁଁ ହେଉ, ମନୀଷାର ନିଦ ଭାଙ୍ଗିଲା ଓ ସେ କବାଟ ଖୋଲିଲା l କୃତଜ୍ଞତା ଜଣେଇବା ପାଇଁ ମୁଁ ତଳକୁ ଚାହିଁ ଦେଖେ ତ ମୋ ଫ୍ଲାଟର କବାଟ ଖୋଲିବା ଶବ୍ଦ ଶୁଣି ତଥାକଥିତ ଓଡିଶା କଙ୍କଡାଟି ତା ଫ୍ଲାଟ୍ ଭିତରକୁ ପଳେଇ ଯାଇଥିଲା l




Rate this content
Log in

More oriya story from Rasmi Rekha Tripathy

Similar oriya story from Inspirational