ଶିଶିର ସାହୁ ମନୋଜ

Drama Fantasy

3  

ଶିଶିର ସାହୁ ମନୋଜ

Drama Fantasy

ଵନ୍ୟଶ୍ଵାନ ଓ ଶୃଗାଳଙ୍କ କଥା

ଵନ୍ୟଶ୍ଵାନ ଓ ଶୃଗାଳଙ୍କ କଥା

3 mins
244



ଲକ୍ଷ ଲକ୍ଷ ବର୍ଷ ତଳେ ହିମାଳୟର ପାଦଦେଶରେ ବନ୍ଯଶ୍ବାନ ଓ ଶ୍ବାନ ଏକାଠି ରହୁଥିଲେ ! ସେତେବେଳେ ଉଭୟଙ୍କ ମଧ୍ଯରେ ସେତେ ଭେଦାଭେଦ ନଥିଲା ! ଶ୍ବାନଙ୍କ ପୂର୍ବଜମାନେ କୌଶଳୀ ଥିଲେ ତେଣୁ ହିମାଳୟର ଗୁମ୍ଫାରେ ବାସ କରୁଥିବା ଆମ ପୂର୍ବଜଙ୍କ ଖାଦ୍ଯ ମଧ୍ଯ ଚୋରୀ କରିନେଉଥିଲେ ! ଏଣେ ବନ୍ଯଶ୍ବାନମାନେ ଏମନ୍ତ କରିବାକୁ ପସନ୍ଦ କରୁନଥିଲେ ! ସେମାନେ ଜଙ୍ଗଲ ମଧ୍ଯରେ ଶିକାର କରି ହିଁ ବଞ୍ଚିରହୁଥିଲେ ! କ୍ରମେ ବିଶ୍ବରେ ଭୀଷଣ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଶେଷ ଶୀତ ଯୁଗର ଆରମ୍ଭ ହେଲା ! ଆମେରିକାର ବୃହତ୍ତ ହ୍ରଦ ଅଞ୍ଚଳର ଥଣ୍ଡା ଜଳ ଆଟଲାଣ୍ଟିକ ମହାସାଗରରେ ମିଶିବାରୁ ଏହି ମହାସମୁଦ୍ରର ମଧ୍ଯଭାଗରୁ ୟୁରୋପ ଯାଏଁ ପ୍ରବାହିତ ହେଉଥିବା ଏକ ଉଷ୍ମ ସାଗରସ୍ରୋତ ଶୀତଳ ହୋଇଗଲା ! ଫଳତଃ ୟୁରୋପର ଅନେକ ଜୀବଙ୍କ ଭଳି ବିଭିନ୍ନ ଜାତୀୟ ୟୁରୋପୀୟ ବିଲୁଆ ବି ଏସିଆ ମହାଦେଶକୁ ପଳାଇ ଆସିଲେ ! କିଛି ବୈଦେଶିକ ବିଲୁଆ ହିନ୍ଦକୁଶ୍ ପର୍ବତ ପାର ହୋଇ ଭାରତକୁ ପଶି ଆସିଲେ ! ସେମାନେ ଏଠାରେ କେତେକ ଦିନ ରହି ଦେଶୀୟ ବନ୍ଯଶ୍ବାନଙ୍କୁ ଘୃଣା କଲେ ! ସେତେବେଳକୁ ବନ୍ଯଶ୍ବାନମାନେ ବିଲୁଆଙ୍କଠାରୁ କେତେକାଂଶରେ ଭିନ୍ନ ଦେଖାଯାଉଥାନ୍ତି ! ବିଲୁଆଙ୍କ ଲାଞ୍ଜ ରୋମମୟ କିନ୍ତୁ ବନ୍ଯଶ୍ବାନଙ୍କର ଲାଞ୍ଜ ଅପେକ୍ଷାକୃତ ଛୋଟ ଥିଲା ! ତେବେ ଶ୍ବାନଙ୍କ ଲାଞ୍ଜରେ ଲୋମ ନଥିବାରୁ ସେମାନେ ଆହୁରି ଆକର୍ଷଣୀୟ ଥିଲେ ! ଶ୍ବାନମାନେ ବିଦେଶୀ ବିଲୁଆ ଓ ବନ୍ଯଶ୍ବାନଙ୍କ ଅପେକ୍ଷା ଅଳ୍ପ ହିଂସ୍ର ଥିଲେ ଏବଂ ଏହା ତାଙ୍କୁ ଭବିଷ୍ଯତରେ ମନୁଷ୍ଯର ପ୍ରଥମ ବନ୍ଧୁ କରିପାରିଥିଲା ! ତେବେ ବିଦେଶୀ ବିଲୁଆ ଶହ ଶହ ବର୍ଷ ଭାରତରେ ରହି କ୍ରମେ ନିଜକୁ ଦେଶୀୟ ବନ୍ଯଶ୍ବାନ ବୋଲି ବିଚାର କରିବା ଆରମ୍ଭ କରିଦେଇଥାନ୍ତି ! ସେମାନଙ୍କ ମଧ୍ଯରେ ସାମାଜିକ ପାରିବାରିକ ସମ୍ପର୍କ ସ୍ଥାପନ ହେବା ଆରମ୍ଭ ହେଲା ! ଏହା ଭିତରେ କିଛି ବିଦେଶୀ ବିଲୁଆଙ୍କ ବଂଶଜ ଦେଖିଲେ ବନ୍ଯଶ୍ବାନ ଓ ଶ୍ବାନ ଭିନ୍ନ ଦେଖାଯାଉଛନ୍ତି ! ଏହି ଲୋମହୀନ ଶ୍ବାନମାନେ ଇତିମଧ୍ଯରେ ଅବାନ୍ତର ଓ ଶାନ୍ତିପ୍ରିୟ ହରଣ କୌଶଳ ବି ଶିଖିଗଲେଣି ! ଏଇଭଳି କେତେ ଅଞ୍ଚଳରେ ବିଦେଶୀ ବିଲୁଆଙ୍କ ବଂଶଜ ବନ୍ଯଶ୍ବାନଙ୍କ ଦଳର ମୁଖିଆ ହେଲେ ! ସେମାନେ କୁକୁରଙ୍କ ପ୍ରତି ବଣୁଆ କୁକୁରଙ୍କ ମନରେ ବିଷ ମଞ୍ଜି ପୋତିବା ଆରମ୍ଭ କରିଦେଲେ ! ଏହି ଘୃଣାରୂପି ବିଷ କ୍ରମେ ଏକ ଛୋଟିଆ ଅଞ୍ଚଳରୁ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ବନ୍ଯଶ୍ବାନ ଜାତିରେ ବସା ବାନ୍ଧି ରହିଗଲା ! ବନ୍ଯଶ୍ବାନମାନେ ୟୁରୋପୀୟ ବିଲୁଆଙ୍କ ସ୍ଥାନୀୟ ନାମ କୁହ୍ଲିଆକୁ ଗ୍ରହଣ କରିନେଇ ଆପଣା ଜାତିର ନୂଆ ନାମକରଣ କଲେ ! ସେମାନେ ଶ୍ବାନମାନଙ୍କୁ ଭୀଷଣ ଅପମାନ ଓ ନିର୍ଯାତନା ଦେଲେ ତଥାପି ଶ୍ବାନମାନେ ବନ୍ଯଶ୍ବାନଙ୍କୁ ଆପଣ ଭାଇ ବୋଲି ଜାଣିଥିବାରୁ ସେମାନଙ୍କ ସହିତ ମିଳିମିଶି ରହୁଥାନ୍ତି ! ବିଦେଶୀ ବିଲୁଆ ଯେଉଁମାନେ ଶ୍ବାନ ଓ ବନ୍ଯଶ୍ବାନଙ୍କ ଦଳର ମୁଖିଆ ଥିଲେ ସେମାନେ ଏ ଉଭୟ ଜାତିକୁ ଭିନ୍ନେ କରିବା ପାଇଁ ପାରୁ ପର୍ଯ୍ଯନ୍ତ ଚେଷ୍ଟାକଲେ ! ଫଳରେ ଉକ୍ତ ଶ୍ବାନଦେଶରେ ଭୀଷଣ ଗୃହଯୁଦ୍ଧ ହେଲା ଓ ବିଦେଶୀମାନେ ଶ୍ବାନଜାତିକୁ ବାଣ୍ଟିବାରେ ସଫଳ ହେଲେ ! ବିଲୁଆ ଓ ବନ୍ଯଶ୍ବାନ ଏବେ ନିଜ ଜାତିକୁ କୁହ୍ଲିଆ ପରିଚୟ ଦେଉଥାନ୍ତି ଏବଂ ଜଙ୍ଗଲରେ ତାଙ୍କର ସମ୍ପୂର୍ଣ୍ଣ ଶାସନ ହୋଇଗଲା ! ଏପଟେ ସାଧାରଣ ଶ୍ବାନମାନେ ନିଜ ଆତ୍ମୀୟଙ୍କ ବର୍ବରତାକୁ ଅଙ୍ଗେ ନିଭେଇ ମନୁଷ୍ଯ ରହୁଥିବା ନିମ୍ନ ପାହାଡ଼ିଆ ଅଞ୍ଚଳରେ ରହିବାକୁ ଲାଗିଲେ ! ଧୀରେ ଧୀରେ ମନୁଷ୍ଯମାନେ ଏହି ସାଧାରଣ ଶ୍ବାନଙ୍କୁ ପାଳି ପୃଥ୍ବୀ ଜୟୀ ହୋଇପାରିଛନ୍ତି ! କିନ୍ତୁ ବନ୍ଯଶ୍ବାନ ? ହାୟ ! ସେମାନେ ଅଧୁନା ବିଦେଶୀ ବିଲୁଆଙ୍କ ଶିକାର ହେଉଛନ୍ତି ଏବଂ ଜଙ୍ଗଲରେ ଏହି ବିଦେଶୀ ବିଲୁଆମାନେ ଏମାନଙ୍କୁ ଡରେଇ ରଖିଛନ୍ତି ! ଶ୍ବାନମାନେ କିନ୍ତୁ ବିଲୁଆ ତଥା ବନ୍ଯଶ୍ବାନଙ୍କ ଦଗା ଓ ସେ ଭୀଷଣ ଗୃହଯୁଦ୍ଧର କାହାଣୀ ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ଶୁଣେଇ ଆସିଛନ୍ତି ! ସେଇଥିପାଇଁ ତ କୁହ୍ଲିଆଟିଏ କି କୋକିଟିଏ ଗାଁରେ ପଶିଗଲେ ପଞ୍ଝାଏ କୁକୁର ତାକୁ ମାରିଦେବାକୁ ଚେଷ୍ଟା କରନ୍ତି ! ଯୁଗ ବଦଳିଛି କିନ୍ତୁ ବିଲୁଆ ଓ ବନ୍ଯଶ୍ବାନ ନିଜକୁ କୁହ୍ଲିଆ ବୋଲି ଭିନ୍ନ ପରିଚୟ ଦେଉଥିଲେ ହେଁ ମନୁଷ୍ଯମାନେ ସେ ସମସ୍ତଙ୍କୁ dog family ବା ଶ୍ବାନ ପରିବାରରେ ରଖିଛନ୍ତି ! ବିଲୁଆମାନେ ଶତଚେଷ୍ଟା କରି ମଧ୍ଯ ଏ ମହାନ ଶ୍ବାନପରିବାରକୁ ମନୁଷ୍ଯର ବୈଜ୍ଞାନିକ ଦୃଷ୍ଟିରେ ବାଣ୍ଟିପାରିନାହାନ୍ତି କାରଣ

 "ସତକୁ ଲୁଚାଯାଇପାରେ,ଅର୍ଦ୍ଧସତ୍ଯ କରାଯାଇପାରେ କିନ୍ତୁ ନଷ୍ଟ କରାଯାଇପାରେନା"


Rate this content
Log in

Similar oriya story from Drama