STORYMIRROR

Dr Jharana Satapathy

Comedy Children

3  

Dr Jharana Satapathy

Comedy Children

ନଟିଆର ପାଠପଢା

ନଟିଆର ପାଠପଢା

2 mins
346


ଆରେ ଜଗା କଣ ଦେଖୁଛୁ ମ କେତେବେଳଠୁ ହଜିଯାଉଛୁ ସେ ମୋବାଇଲଟାକୁ ଧରି। ତୁ ଖେଳିବାକୁ ଆସିଛୁ ନା ମୋବାଇଲ ଦେଖିବାକୁ ?


 ରହ ମ ସାଙ୍ଗ ଆଜି ବହୁ କଷ୍ଟରେ ମମିଠୁ ଏ ମୋବାଇଲଟା ନେଇକି ଆସିଛି। କି ହେଇଚି ମ ଏ କମେଡିଟା । ଦେଖୁନୁ ଖିଲି ଖିଲି ହୋଇ ହସିବୁ। 


ଆରେ ଜଗା ତୁ ତ ଏତେ ନଟିଆର କମେଡି ଦେଖୁଛୁ। ତୁ ଆଜି ନିଜେ ସତସତିଆ ନଟିଆ ହୋଇ ଗୋଟେ କମେଡି ରୋଲ କରିଲୁ। 


ହେଲେ ତୁ ନଟିଆର ସାଙ୍ଗ ରୋଲ କରିପାରିବୁ। ସେମିତି ତ ତୁ ଟିକେ ଖନେଇ ଖନେଇ କହୁଛୁ। 


 ହଁ କାହିଁକି ନୁହଁ ! ଯଦି ମୁଁ ତୋ ସାଙ୍ଗ ହୋଇପାରିଛି ତାହାହେଲେ ନଟିଆର ସାଙ୍ଗ କାହିଁକି ହୋଇପାରିବିନି! 


ତାହାହେଲେ ମୁଁ ନଟିଆର ରୋଲ ନିଶ୍ଚିତ କରିବି। ହେଲେ ନଟିଆର ମାଆ ରୋଲ କିଏ କରିବ ? 


ସାଙ୍ଗ ମୁଁ ମୁଁ। 


ଓଃ ସୂରଜ ତୁ ଏତେ ଆଗ୍ରହ। ନଟିଆର ମାଆ ରୋଲ କରିବୁ ଟି !


 ହଁ ହଁ।


ତାହାହେଲେ ଆରମ୍ଭ କରିବା ତୁମମେମାନେ ପ୍ରସ୍ତୁତ ତ !


ରେଡି ଗେଟ୍ ସେଟ୍ ଗୋ..........


ନଟିଆର ମମି---- ଆରେ ନଟିଆ ଟିକେ ପାଠ ପଢୁନୁ। ପରୀକ୍ଷା ପରା ପାଖେଇ ଆସିଲାଣି ଆଉ ପାଞ୍ଚ ଛଅ ଦିନ ରହିଲା ତୋ ହାତରେ । ଖାଲି ଖେଳକୁଦରେ ମାତିଥା। 


ନଟିଆ---- ନାଇ ମାମା ମୁଁ ପାଠ ନ ପଢିଲେ କଣ ହେଲା ମୁଁ ନିତି ପରା ସରସ୍ୱତୀଙ୍କୁ ଡାକୁଛି। 


ନଟିଆର ମମି----- ଆରେ ମୂର୍ଖ ତୁ ପାଠ ନ ପଢି ଖାଲି ସରସ୍ୱତୀଙ୍କୁ ପୂଜାକଲେ ତୋ କଣ୍ଠରେ ବସି କହିଦେଵେ। 


ନଟିଆ----- ହଁ ହଁ ନିଶ୍ଚିତ।


ନଟିଆର ମମି----- କ'ଣ ମ ହଁ ହଁ......


ନଟିଆ-----ମୋ ସାଙ୍ଗ ମତେ ଏଭଳି କଥା କହିଛି। 


ନଟିଆର ମମି--- ଆରେ ତୋର କେଉଁ ସାଙ୍ଗ। 


ନଟିଆ---- ସୁମନ ଯିଏ ଶ୍ରେଣୀରେ ପ୍ରଥମ ହୁଏ। ମୁଁ ତାକୁ ଦିନେ ପଚାରିଲି ତୁ କେମିତି ଶ୍ରେଣୀରେ ପ୍ରଥମ ହେଉଛୁ। ସିଏ କହିଲା ମୁଁ ସରସ୍ୱତୀଙ୍କୁ ନିତି ପୂଜା କରୁଛି। ଦିନେହେଲେ ଵି ସରସ୍ଵତୀଙ୍କୁ ମୋ ଠାରୁ ଦୂରେଇ ଦିଏ ନାହିଁ। ମୁଖରେ ସବୁବେଳେ ସେ ସ୍ତୁତି ପାଠ କରେ। ସେଥିପାଇଁ ଫାଷ୍ଟ ହେଉଛି। 


ନଟିଆର ମମି------ ଆରେ ଵୋକା ସରସ୍ୱତୀଙ୍କୁ ଡାକିଲେ କଣ ହେବ ? ତତେ ପାଠ ପଢିବା ପାଇଁ ହେବ। ସରସ୍ୱତୀ ମାନେ ଵିଦ୍ୟାକୁ ଵୁଝାଉଛି ଜାଣିଛୁ ମୂର୍ଖ । 

ମୋ କଥା ଯଦି ସତ ଲାଗୁନି ତାହାହେଲେ ତୋ ସାଙ୍ଗକୁ ପଚାରେ।


ନଟିଆ-----ଆରେ ମମି ସରସ୍ୱତୀ ମାନେ ଵିଦ୍ୟା ହେଲେ ମତେ ତୁମେ ଏ କଥା ଆଉ ଟିକେ ଆଗରୁ କହିଥିଲେ ହୋଇ ନ ଥାନ୍ତା । ଠାକୁର ଘରେ ଥିବା ସରସ୍ୱତୀଙ୍କ ଫଟ ନିକଟରେ ଦିନରାତି ଢାଇ ଢାଇ କରି ମୁଣ୍ଡିଆ ମାରି ରକ୍ତବାହାରି ମୋ କପାଳ ଫୁଲି ଗଲାଣି। ତାର ଫଳ କଣ ଏହା !


ଷ୍ଟପ ଷ୍ଟପ ଷ୍ଟପ.......... 


ହେ ହେ ହେ..... ......


ଶୁଣିବା ଭଲ ହୋଇଛି ନା ନାହିଁ। ସାଙ୍ଗ ବଢିଆ ହୋଇଛି ଏହାକୁ ଫେସବୁକରେ ପୋଷ୍ଟ କରିଦେବାଟି । ଦେଖିବା କେତେ ଲାଇକ ଏବଂ କମେଣ୍ଟ୍ ଆସୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy