STORYMIRROR

Madhabi Patel

Inspirational

3  

Madhabi Patel

Inspirational

ନକଲି ଚେହେରା

ନକଲି ଚେହେରା

2 mins
122


ସୁଦୀପ୍ତା ବାଙ୍ଗାଲୋରରେ ଏକ ସଫ୍ଟଓଏର କମ୍ପାନିରେ ଚାକିରି କରେ। ତାର ମ୍ୟାନେଜର ମିଷ୍ଟର ରେଡି ଜଣେ ଭଲ ଭଦ୍ର ମଣିଷ।ମହିଳାଙ୍କ ପ୍ରତିି ଟିକେ ବେଶି ଦରଦ ଓ ଦୁର୍ବଳତା ରହିଛି ତାଙ୍କର।କାମରେ କିଛି କୋହଳ କରନ୍ତି ଓ ଛୁଟି ପ୍ରଭୃତିରେ କିଛି କଡା କରନ୍ତିନି। ଭଲ ଭଦ୍ର ବ୍ୟବହାର ଦିଅନ୍ତି ଶାଳୀନତାରେ ରହନ୍ତି।ତାଙ୍କୁ ଦେଖିଲେ ଲାଗେ ସେ ଯେମିତି ଜଣେ ସ୍ବୟଂ ସଂପୂର୍ଣ ପୁରୁଷ।ତାଙ୍କ ପାରିବାରିକ ଜୀବନ ବୁହୁତ ସୁଖକର ଥିବ।।ଯଦି ଅନ୍ୟ ସ୍ତ୍ରୀ ମାନଙ୍କୁଏତେ ସମ୍ମାନ ଦେଉଛନ୍ତି ତେବେ ନିଜ ସ୍ତୀକୁ କେତେ ଆଦର ଦେଉନ ଥିବେ।ହେଲେ ଏସବୁ ତା ମନର ଭ୍ରମ ଥିଲା।ଥରେ ଅଫିସ କାମରେ ସେମାନେ ଦୁଇଜଣ ବିଦେଶ ଯାଇଥିବାବେଳେ ସେଠି ତାଙ୍କର ଅସଲ ଚେହେରା ସାମନାକୁ ଆସିଲା।ସେ ତାକୁ ଆକର୍ଷିତ କରିବା ପାଇଁ ନିଜକୁ ଜଣେ ବେଚାରା ରୂପେ ଉପସ୍ଥାପିତ କରୁଥିଲେ ତା ସାମନାରେ।ତାଙ୍କ କହିବା ମୁତାବକ ସେ ବଡ ଦୁଃଖି।ତାଙ୍କ ବାପାମାଆ ଏକ ଅସୁନ୍ଦରୀ ଅଳ୍ପପାଠୋଇ ସ୍ତୀକୁ ତା ଗଳାରେ ବାନ୍ଧିଦେଇଛନ୍ତି।ଯାହାକୁ ଆଧୁନିକ ରୀତିନିତି କିଛି ଜଣାନାହିଁ।କେବଳ ପୂଜାପାଠ ଘରକାମ ଶାଶୁଶଶୁର ଦାୟିତ୍ବ ଛୁଆପିଲା ନେଇ ତା ସକାଳରୁ ରାତିସରେ।ସ୍ବାମୀ ସାଂଗରେ ବାହାରକୁ ଯିବା।ପାର୍ଟିରେ ଏନ୍ଜୟ କରିବା ଆସେନି।

ଶାଢୀ ଛଡା ପାଶ୍ଚାତ୍ୟ ପୋଷାକ ପସନ୍ଦ କରେନି।ହେଲେ ତାଙ୍କୁ ଏସବୁରେ ବଡ ରୁଚି।ସେଥିପାଇଁ ଆଧୁନିକ ଝିଅ ତାଙ୍କୁ ଭାରି ପସନ୍ଦ।ସେମାନେ କେତେ ହଟ୍ ଓ ଖୋଲାଖୋଲି ସବୁ କ୍ଷେତ୍ରରେ।ସେମାନଙ୍କୁ କିଛି କହିବା ଆଗରୁ ମନର କଥା ବୁଝି ଯାନ୍ତି।ଆଉ ତାଙ୍କ ମାଇକିନା କହିଲେ ବି କିଛିରେ ରାଜି ହୁଏନି।ତେଣୁ ତାଙ୍କର ପାରିବାରିକ ଜୀବନ ଉଜୁଡା ହେଇ ରହିଗଲା।ଗୋଟାଏ ଜନମ ବେକାର ହେଇଗଲା ତାଙ୍କପାଇଁ।ସେଥିପାଇଁ ସେ ବାହାରେ ଏସବୁର ସୁଖ ଖୋଜନ୍ତି।

ସୁଦିପ୍ତା ତୁମେ ଚାହିଁଲେ ମୋ ଜୀବନ ମରୁରେ ଓଏସିସ୍

ଟେ ହେଇ ଆସି ପାରିବ। ମୁଁ ତୁମପାଇଁ ସବୁ ଲୁଟାଇବାକୁ ରାଜି ଅଛି।ଯାହା ଚାହିଁବ ତାହା ଦେବି।

ମଦ ନିଶାରେ ଏମିତି ବାଉଳି ହେଉଥିବାବେଳେ

ସୁଦୀପ୍ତା ରୁମରୁ ବାହାରି ଚାଲିଆସିଥିଲା।ତାର ନିଜର ସୁଖି ସଂସାର ଅଛି।ଭଲ ପାଉଥିବା ସ୍ବାମୀ ଛୋଟ ସନ୍ତାନଟେ ଅଛି।ସେ କାହିଁକି ଏ ଦରବୁଢାର ପ୍ରେମରେ ପଡିବାକୁ ଯିବ?ନିଜ ସୁଖ ସଂସାରରେ ନିଆଁ ଲଗେଇବ।ସେ ଫ୍ଲାଇଟ କରି ଚାଲି ଆସିଥିଲା ଏକା ।ଆଉ ରିଜାଇନ କରିଥିଲା ସେ କମ୍ପାନି ଚାକିରିରୁ।ତାପରି କୁଶଳୀ ଇଞ୍ଜିନିୟର ପାଇଁ କାମର ଅଭାବ ନାହିଁ।ହେଲେ ସେ ନିଜ ଅସ୍ମିତାରେ ଆଞ୍ଚ ଆସିଲାପରି କୌଣସି କାମରେ କୋଉଠି କମ୍ପ୍ରୋମାଇଜ୍ କରିବନି।ଆଜି ସେ ଲୋକଟାର ଅସଲ ଚେହେରା ବିଷୟରେ ଭଲ ଭାବେ ସେ ଜାଣି ପାରିଥିଲା।ବାହାରକୁ ସୁନ୍ଦର ମହାକାଳ ଫଳସବୁ ଏମାନେ।ଘର ର ଦାୟିତ୍ତ୍ୱ ସମ୍ଭାଳିବାକୁ ଗୋଟେ ବିବାହ କରି ଘରେ ଥୋଇ ଅନ୍ୟ ସ୍ତ୍ରୀ ସହିତ ମଜା କରନ୍ତି |ଏ ଚୁପ୍ ସଇତାନ ମାନଙ୍କଠୁ ଦୂରେଇ ରହିବା ଭଲ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational