STORYMIRROR

Madhabi Patel

Inspirational

4  

Madhabi Patel

Inspirational

ନିଷିଦ୍ଧ ଇଲାକା

ନିଷିଦ୍ଧ ଇଲାକା

3 mins
341

ଆଜି ସେଫାଳିର ଜୀବନ ଏକ ଭିନ୍ନମୋଡରେ ଗତି କରୁଛି।ଏତେ ଦିନଧରି ଯାହାକୁ ସେ ଏକ ନୀରସ ଶୁଷ୍କ

ବନ୍ଦିତ୍ବର ଜୀବନ ଭାବୁଥିଲା ତାହାଯେ ତାପାଇଁ ସୁରକ୍ଷାରଏକ ଅଭେଦ୍ୟ ବଳୟ ଥିଲା ଆଜି ବୁଝି ପାରୁଛି।ଯେଉଁ ନୀତି ନୀୟମ ଓ କଟକଣାକୁ ସେ କଣ୍ଟା ବୋଲି ଭାବୁଥିଲା ସେଇ କଣ୍ଟାହିଁ ତା ଜୀବନ ରୂପକ ଗୋଲାପକୁ ବାହାରର ହଜାର ଲୋଳୁପ ଦୃଷ୍ଟି ଓ କୀଟଙ୍କ ଆକ୍ରମଣରୁ ରକ୍ଷା କରୁଥିଲା।ତାପରି ଶାନ୍ତ ସରଳ ଝିଅଟି କେମିତି ସେ ଠକର ପାଲରେ ପଡିଗଲା

କେଜାଣି?ସେଫାଳି ଏକ ଗାଁ ପରିବେଶରୁ ପରିପାଳିତହେଇ ଆସିଛି।ଗାଁର ସ୍କୁଲ କଲେଜରେ ପଢିଛି।ବଡବଡ ସିଟି ସହରର ଚଳଣି ବାବଦରେ ତାର ବେଶି ଅଭିଜ୍ଞତା ନାହିଁ।ହେଲେ ତାର ବାହାଘର ହେଇଗଲା ଏକ ସହରର ଓକିଲ ପରିବାରରେ।ତା ଶଶୁର ହାଇକୋର୍ଟ ଜଜ୍।ତାର ସ୍ବାମୀ ଅମରେଶ ବି ଜଣେ ନାମୀ ଓକିଲ।ସୁନ୍ଦର ଘର ପରିବାର ତାକୁ ମିଳିଛି ହେଲେ ଏକ୍ଲାପଣର ସେ ଶିକାର।ସ୍ବାମୀଙ୍କ ପାଖରେ ତା ପାଇଁ ସମୟ ନାହିଁ।ସବୁବେଳେ କାମ କାମ ହେଇ ଦିନ ସରିଯାଏ।ରାତିରେ ବି ମହକିଲ୍ ଙ୍କ ଫୋନକଲ୍ ଚାଲିଥାଏ।ଚାକର ବାକର ତ କାମପାଇଁ ଅଛନ୍ତି।ତାପାଇଁ କିଛି କାମ ନାଇଁ।ଏପରି ଅବସ୍ଥାରେ ଦିନେ ସାଙ୍ଗ କଥାରେ ପଡି ସ୍ମାଟଫୋନ ଟିଏ କିଣି ଆଣିଲା।

ଫେସବୁକ ଓ୍ବାଟସପ୍ ଖୋଲି ସାଙ୍ଗଙ୍କ ସହ ଯୋଗାଯୋଗ ରଖି ପାରିଲା।ତାଙ୍କସହ କଥାବାର୍ତ୍ତା କରି ସମୟ କଟିବାକୁ ଲାଗିଲା ଆରାମରେ।ଏବେ ତାର ଫ୍ରେଣଲିଷ୍ଟରେ ଅନେକ ନୂତନ ବନ୍ଧୁ ଯୋଗ ହେଇ ଗଲେଣି।ଅନେକ ପୁରୁଷ ବନ୍ଧୁ ବି ତା ସହ ଗୁଡ ମନିଙ୍ଗ ଗୁଡ ନାଇଟର ଶୁଭକାମନା ଭରା ମେସେଜ ପଠାଉଛନ୍ତି।ହେଲେ ସେମାନଙ୍କ ଭିତରେ ସୋମେସ

ଅଲଗା।ସେ ଜଣେ ସୋମ୍ୟ ସୁନ୍ଦର ଯୁବକ।ରିଟାୟର

ଆର୍ମିଅଫିସର ଜଣେ ଭଲ କବିମଧ୍ୟ।ସେ ସେଫାଳିର

ପ୍ରଶଂସାର ପୋଲବାନ୍ଧି ଦିଏ।ତାର ଆଖି ନାକ ସୁଢଳ ଶରୀର ର ତୁଳନା ସିନେମା ହିରୋଇନ ଙ୍କ ସହ କରେ।ତାରସୁବିଧା ଅସୁବିଧା ବୁଝେ ।ତାକୁ ମିଠା ମିଠା କଥା କହି ବୋରିୟତରୁ ବଞ୍ଚାଏ।ଥରେ ସେ କହିଲା ତାକୁ ବହୁତ ଭଲ ପାଉଛି ତୁମବିନା ବଞ୍ଚି ପାରିବିନି।ସେଫାଳି କହିଲା ସେ ତା ସ୍ବାମୀ ବିନା ଅନ୍ୟକୁ ଭଲ ପଇବା ମନା।ସେ କହିଲା ତୁମେ ନହେଲେ ନାଇଁ ତୁମ ଦେହର ନିଷିଦ୍ଧ ଇଲାକାର ଫଟୋ ଉଠାଇ ମତେ ଦିଅ ତାକୁ ଦେଖି ମୁଁ ବଞ୍ଚିଯିବି।ସରଳମନା ସେଫାଳି କିଛି ନ ଭାବି ନିଜର ଫଟୋ ଉଠାଇ ତାକୁ ଦେଇ ଦେଲା।ତାପରେ ସେ ବ୍ଲାକମେଲିଙ୍ଗ କରିବା ଆରମ୍ଭ କରିଦେଲା।ସେ ତାକୁ ଟଙ୍କା ମାଗିଲା।ନ ଦେଲେ ତା ସ୍ବାମୀକୁ ଫଟୋସବୁ ଦେଖାଇଦେବ ବୋଲି

ଧମକ ଦେଲା।ନିଜର ପାରିବାରିକ ଜୀବନ ଏବେ ବିପଦରେ ଥିଲା।ସେ ବାଧ୍ୟ ହୋଇ ନିଜ ପାଖରେ

ଯାହା ଟଙ୍କାଥିଲା ତାକୁ ଦେବାକୁ ଲାଗିଲା।ଫୋନକଲ ଆସିଲେ ଏବେ ସେ ଡରିବାକୁ ଲାଗିଲା।ଥରେ ତ ସେ ହଦ୍ ହି କରିଦେଲା।ସେ ପଚାସ ହଜାର ଟଙ୍କା ମାଗିଲା ଓ ସେ ବାଧ୍ୟହୋଇ ସ୍ବାମୀଙ୍କ ବ୍ୟାଗରୁ ଚୋରିକରି ଦେଲା।ଏସବୁ କାମ ଓକିଲ ପତିଙ୍କ ନଜରରୁ ଲୁଚି ରୁହନ୍ତା କେମିତି।ସେ ସ୍ତ୍ରୀଙ୍କ ସବୁ କାମକୁ ନଜର ରଖିବା ଆରମ୍ଭ କରିଦେଲେ।ସେ ଶୋଇଥିବା ବେଳେ ତାର ଫୋନ୍ ଚେକ୍ କଲେ।ଜଣେ ଲୋକର ଅନେକ କଲ୍ ଆସୁଥିବାର ଦେଖି ସେ ଓ୍ବାଟସପ୍ ଚେକ୍ କରି ଦେଖିଲେ ଅନେକ ଧମକିଭରା ଚାଟ ଅଛି।ସେ ସବୁ ଜାଣିଗଲେ।ସେ ଲୋକଟାକୁ ଫୋନକରି ବହୁତ ଗାଳିଦେଲେ ତାକୁ ପୋଲିସରେ ଦେବେ ବୋଲି ଧମକ ଦେଲେ।ସେ ଲୋକଟି ଡରିଗଲା ଆଉ କେବେ କୌଣସି

ସ୍ତ୍ରୀକୁ ଏମିତି ହଇରାଣ କରିବନି ବୋଲି କହିଲା।ଆଉ

ଏହାବି ମାନିଲା ଯେ ସେହିଁ ସେଫାଳିକୁ ଫସାଇଥିଲା।ହେଲେ ସେଫାଳି ସବୁବେଳେ ସ୍ବାମୀକୁ ଭଲପାଏ ବୋଲି କୁହେ।ଏବେ ଅମରେଶ ନିଜର ଭୂଲ ବି ବୁଝି ପାରିଥିଲା।ସେ ସେଫାଳିକୁ ସବୁବେଳେ ଅବହେଳା କରି ଆସିଛି।ସେ ତାକୁ ଏବେ ସମୟ ଦେବାକୁ ଲାଗିଲା।ସନ୍ଧ୍ୟାରେ ଟିକେ ଜଲ୍ଦି ଘରକୁ ଫେରିଲା।

ସେଫାଳିର ରନ୍ଧାର ତାରିଫ କଲା।ଯାହା ଫଳରେ ସେଫାଳି ମୁହଁରେ ହସଧାରେ ଫୁଟି ଉଠିଲା।ରବିବାର ଦିନ ସେଫାଳିକୁ ଧରି ସପିଙ୍ଗକୁ ଗଲା ତାର ପସନ୍ଦର ଜିନିଷ କିଣିଦେଇ ବାହାରେ ରେଷ୍ଟୁରାଣ୍ଟ ରେ ଖୁଆଇ ଆଣିଲା।ଏବେ ସେଫାଳି ଗର୍ଭବତୀ ହୋଇଛି।ନୂତନ ଅତିଥୀର ଆଗମନ ହେବ।ଏବେ ସେଫାଳି ବହୁତ ଖୁସି ରହୁଛି।

ତା ଜୀବନର ଅଶାନ୍ତ ଗ୍ରହଟି ହଟି ଯାଇଛି।ତାର ଜୀବନର ଗାଡି ଏବେ ଠିକ ବାଟରେ ଚାଲିଛି।ଏବେ ସେ ବୁଝି ପାରୁଛି କାହିଁକି ଅମରେଶ ତାକୁ ଏ ସ୍ମାଟଫୋନ ଓ ଫେସବୁକ ପ୍ରଭୃତିରୁ ଦୂରେ ରହିବାକୁକହୁଥିଲେ।

ସେ କଣ ତାକୁ ଫୋନଟେ କିଣିଦେଇ ପାରିନ ଥାନ୍ତେ।ହେଲେ ସେ ଜାଣିଥିଲେ ତାଙ୍କସ୍ତ୍ରୀ ଜଣେ ସରଳଝିଅ ତାକୁ ଏ ସହରୀ ଧୂର୍ତ ଯୁବକ ମାନେ ଶିକାର କରି ପାରନ୍ତି।ଏବେ ଅମରେଶ ପ୍ରତି ସେଫାଳିର ଭଲ ପାଇବା ଆହୁରି ବଢିଯାଇଛି।ସେ ଅମରେଶ ଭିତରେ ଭଗବାନଙ୍କ ପରି ପବିତ୍ରତା ଦେଖିପାରିଛି।ଯିଏ ତାର ଏତେ କଥା ଜାଣିବି କାହାକୁ କିଛି ନଜଣାଇ ସବୁ ବିଷକୁ ଶିବଙ୍କ ପରି ପିଇଗଲେଓ ତାକୁ ଠିକ୍ ରାସ୍ତାକୁ ଟାଣି ଆଣିଲେ।ଯଦି ସମସ୍ତଙ୍କୁ ତାଙ୍କ ପରି ଜଣେଜଣେ ଗାଇଡ ମିଳିଯାନ୍ତେ ତାହେଲେ ଆଜିକାଲିକା ଯୁବତୀମାନେ ବ୍ଲାକମେଲିଙ୍ଗରୁ ବଞ୍ଚିଯାନ୍ତେ।ଆଉ ଉପରକୁ ଭଦ୍ର ଦିଶୁଥିବା ଶିକ୍ଷିତ ବଡବଡ ଚାକିରିଆ ଲୋକ ଗୁଡାକ ବି ଏସବୁ ବ୍ଲାକମେଲିଙ୍ଗ କରିବା ଶୋଭା ଦିଏନି।ସେମାନେ ସମାଜକୁ ଦିଗ୍ଦର୍ଶନ ଦେବାକଥା

ଅଥଚ ନିଜେ ଏମିତି ଘୁଣ୍ୟକାମ କେମିତି କରି ପାରନ୍ତି ଯେ।


Rate this content
Log in

Similar oriya story from Inspirational