Deepankar Das

Horror

4  

Deepankar Das

Horror

ନିର୍ଦ୍ଦୟ ମାଆ

ନିର୍ଦ୍ଦୟ ମାଆ

3 mins
565


ସହରରୁ ଟିକେ ଦୂରରେ ଗୋଟେ ଶୁନଶାନ୍ ଜାଗାରେ ନବଜାତ ଶିଶୁଟି କାନ୍ଦୁଛି। ନାଲି ନାଲି କୁକୁର ଦୁଇ ଚାରିଟା ବୁଲୁଛନ୍ତି।ସେଇ ରାସ୍ତାରେ କମ୍ ଲୋକ ଯିବା ଆସିବା କରନ୍ତି।ଲୋକେ ଆସିଲେ ରହିଯାଉଛି ଆଉ ଫାଙ୍କା ଦେଖିଲେ ଦୌଡ଼ି ଯାଇ ମୁନିଆ ମୁନିଆ ନଖରେ ଆଘାତ ଦଉଛି। କେତେ ଲୋକ ଦେଖିକି ଅଣଦେଖା କରିଦେଇ ଚାଲି ଯାଉଛନ୍ତି। ପ୍ରକୃତରେ ସହରରେ ମାନବିକତା ମରିସାରିଛି କହିଲେ ଚଳେ।କେହି କାହାକୁ ଜାଣି ନାହାନ୍ତି। ସାହାଯ୍ୟ କରିବାର ଆତ୍ମୀୟତା ଆସିବ କେମିତି ?

ଆପେ ବଞ୍ଚିଲେ ବାପାଙ୍କ ନାମ। ଅନ୍ୟକୁ ସାହାଯ୍ୟ କରି ଏତେ ଚିନ୍ତା କିଏ ମୁଣ୍ଡେଇବ। ସହରର ମାନବିକତାର କଠୋର ଚିନ୍ତାଧାରାର ବଳିଷ୍ଠ ଉଦାହରଣ ବୃଦ୍ଧାଶ୍ରମ। ଗାଆଁରେ କମ୍ ସେ କମ୍ ଅଲଗା ରଖିଲେବି ବାପାମାଆଙ୍କୁ ପାଖରେ ରଖନ୍ତି। ଏଠି ତ ନେଇ ଛାଡ଼ି ଦେଇ ଆସନ୍ତି ବୃଦ୍ଧାଶ୍ରମରେ।ଯେଉଁ ମାନେ ନିଜ ଲୋକଙ୍କର ହେଇପାରୁନାହାନ୍ତି ପର ର କଣ ହେବେ।

ଏଇ ଭିତରେ କିନ୍ତୁ ଜଣେ ଅଟକି ଗଲେ ।କୁକୁର ମାନଙ୍କୁ ଗୋଡ଼େଇଦେଲେ ଆଉ ପୋଲିସ କୁ କଲ୍ କଲେ। ପୋଲିସ ଆସି ପିଲା ଟିକୁ ଡାକ୍ତରଖାନା ନେଲା। କିଛି ସମୟ ପରେ ପିଲାଟି ମୃତ ଘୋଷିତ ହେଲା।

କିନ୍ତୁ ପୋଲିସ ପାଇଁ ସମସ୍ୟା ସାଜିଲା ପିଲା କାହାର ?

ଉତ୍କୃଷ୍ଟ ଉପାୟ DNA ପରୀକ୍ଷା।ପିଲାର DNA ନେଲେ।ଆଉ ସବୁ ହସ୍ପିଟାଲ କୁ କଡ଼ା ତାଗିଦ୍ କରାଗଲା । ଏଇ ମାସରେ ଯେତେ ଜଣ ଗର୍ଭବତୀ ନାରୀଙ୍କ ପ୍ରସବ ହେବାର ଥିଲା ତାଙ୍କୁ ଡାକି DNA ପରୀକ୍ଷା କରିବାକୁ।

ଘଟଣା ଥିଲା ଠିକ୍ ଏମିତି

ଶୁଭ

ସହିତ

ସଙ୍ଗୀତା ।

କେତେ ଭଲ ଲାଗୁଛିନା ଯୋଡ଼ି ଟା।ବାହାଘରର କାର୍ଡ ଉପରେ ହାତ ବୁଲାଉ ବୁଲାଉ ଭାବୁଥିଲା ସଙ୍ଗୀତା।ଏଇ ୨୦ଦିନ ହେଲା ବିବାହ ହେଇଛି ତାଙ୍କର।

ପୁଣି ପଢିବାକୁ ଲାଗିଲା

ରାଜନଗରର ଶଶାଙ୍କ ସାହୁଙ୍କ ଏକମାତ୍ର ପୁତ୍ର ଆୟୁଷ୍ମାନ ଶୁଭଙ୍କର (ଶୁଭ) ସହିତ ଗଡସାହି ଗ୍ରାମର କମଳାକାନ୍ତ କରଙ୍କ

କନିଷ୍ଠା କନ୍ୟା ଆୟୁଷ୍ମତି ସଙ୍ଗୀତା(ଚୁଟ୍କି)

ବାସ୍ ଏତିକି ପଢ଼ିଛି ଜୋର୍ ଜୋର୍ ରେ ହସିଲା।

ଚୁଟ୍କି ଭାରି ଭଲ ଲାଗେ ନାଆ ଟା ତାକୁ। ଓଃ ଏଇଟା ଶାଶୁ ଘର ଏତେ ଜୋର୍ ହସିବା ମନା। ଏତିକି ଭାବି ଜିଭ କାମୁଡି ଦେଲା।

ମୁଣ୍ଡର ଲୁଗା ଅସଜଡ଼ା ଅବସ୍ଥାରେ ଥିଲା ତାକୁ ସଜାଡି ଦେଲା ଟିକେ।

ସଙ୍ଗୀତା ସଙ୍ଗୀତା

ଶୁଭ ଡାକିଲେ। ଜିନିଷ ସବୁ ପାକିଂ କରିନିଅ। ୩ଟାରେ ଯିବା ଟିକେଟ ହୋଇଯାଇଛି।

ବାହାଘର ର ମାସେ ପୁରିନି ଯିବାକୁ ହେବ କର୍ମ କ୍ଷେତ୍ରକୁ। ସଙ୍ଗୀତା ବାଲେଶ୍ଵରରେ ଶିକ୍ଷୟିତ୍ରୀ ଆଉ ଶୁଭ ଆନ୍ଧ୍ରର ଏକ ଘୋରଇ କମ୍ପାନୀରେ ଇଞ୍ଜିନିୟର।

ସଙ୍ଗୀତାକୁ ବାଲେଶ୍ଵରରେ ଛାଡ଼ି ଟ୍ରେନ ଯୋଗେ ଆନ୍ଧ୍ର ଅଭିମୁଖେ ଚାଲିଗଲେ ଶୁଭ।

ସଙ୍ଗୀତା ଏବେ ଏକା ଏକା ରହୁଛନ୍ତି ଭଡ଼ା ନେଇ।

ସ୍କୁଲ ତ ୧୦ଟା ରୁ ଚାରିଟା ବାକି ସମୟ କଣ କରିବେ।ଭାବି ଭାବି ଭାବିଲେ ଫେସବୁକ୍ , Instagram ବ୍ୟବହାର କରିବେ। ବାହାଘର ଆଗରୁ ବାବାଙ୍କର କଡ଼ା ତାଗିଦ୍ ଥିଲା ସୋସିଆଲ ମିଡ଼ିଆ ଜମା ବ୍ୟବହାର କରିବୁନି। ଏବେ ତ ବାହାଘର ଶେଷ କିଏ ଆଉ କହିବ। ଆଉ ସ୍ଵାମୀ ବି ଇଞ୍ଜିନିୟର ,ପ୍ରଯୁକ୍ତିବିଦ୍ୟାକୁ ବହୁତ୍ ଭଲ ପାଆନ୍ତି । ତାଙ୍କ ଅନୁମତି ମାଗି ଖୋଲିଲେ ସବୁ ଥିରେ account।

ନିଲୁ ଭାଇ, ଅପରାଜିତା, ସୁଷମା ସ୍କୁଲ ସାଙ୍ଗ ,କଲେଜ ସାଙ୍ଗ, ଶାଶୁଘର ଚିହ୍ନା ଲୋକେ ସମସ୍ତଙ୍କୁ ପଠେଇ ଦେଲେ ରିକ୍ୱେଷ୍ଟ୍।

ପ୍ରଥମେ ପ୍ରଥମେ କିଛି ଆରମ୍ଭ କଲେ ଭାରି ଇଚ୍ଛା ହୁଏ ବ୍ୟବହାର କରିବାକୁ ସଙ୍ଗୀତା ବି ସେମିତି କଲା।

କିଛି ଦିନ ପରେ କୋରୋନାର ପ୍ରଥମ ଲହର ଆସିଲା ସେ ଆଉ ଘରକୁ ଆସିପାରିଲେନି ସଙ୍ଗୀତା। ସ୍ବାମୀ ବି କମ୍ପାନୀରେ ରହିଲେ।

ସ୍କୁଲ ଛୁଟି ସେ ଆଉ କଣ କରିବ ସବୁବେଳେ ଫେସବୁକ୍, ଇନଷ୍ଟା ରେ ରହିଲେ ସଙ୍ଗୀତା।

କିଛି ଦିନ ପରେ ଶାନ୍ତନୁ ନାମକ ପୁଅର ବନ୍ଧୁତା ପାଇଁ ରିକ୍ବେଷ୍ଟ୍ ଆସିଲା। ସଙ୍ଗୀତା ଏକ୍ସେପ୍ଟ କଲେ ।ପରେ ମେସେଞ୍ଜର ରେ କଥା ବାର୍ତ୍ତା ଚାଲିଲା।

ଶାନ୍ତନୁ ର କଥାରେ ବାକଚତୁର୍ଯ୍ୟତା ଭରି ଥିଲା ।ଥରେ କଥା ହେଲେ ବାରମ୍ବାର କଥା ହେବାକୁ ଇଚ୍ଛା ହେବ।ଧୀରେ ଧୀରେ ପ୍ରେମରେ ପଡ଼ିଲେ ସଙ୍ଗୀତା।

ଏଇ ଭିତରେ ସେ ଗର୍ଭବତୀ ହୋଇସାରିଥିଲେ। ବାହାଘର ପରର କୋଡ଼ିଏ ଦିନର ସମ୍ପର୍କରେ।

ଶାନ୍ତନୁ ପ୍ରେମରେ ଏତେ ପାଗଳ ହୋଇଗଲେ ଯେ ସେ ଆଉ କାହାକୁ ଜଣେଇଲେ ନାହିଁ କି ସେ ଗର୍ଭବତୀ।ଶାନ୍ତନୁ କୁ କହିଲେ କି ସିଏ ବିବାହିତା ଆଉ ଏବେ ଗର୍ଭବତୀ ଶାନ୍ତନୁ କିଛି ଆପତ୍ତି ନଥିଲା ସେଥିରେ। ଏହା ଭିତରେ କେବଳ ମେସେଞ୍ଜର ହିଁ କଥା ହେଉଛନ୍ତି। କେବେ ନମ୍ୱର୍ ମାଗି କଲ୍ କରିନଥିଲେ। କାରଣ ସ୍ବାମୀ ଇଞ୍ଜିନିୟର ସଙ୍ଗୀତା ମୋବାଇଲରେ ଥିବା ସିମ୍ ଟା ଶୁଭଙ୍କର ନାମରେ ଥିଲା ।ସେଥିପାଇଁ କାଳେ ସ୍ବାମୀ ଜାଣିନେବେ,କେବଳ ମେସେଞ୍ଜର ରେ ହିଁ କଥା ହେଉଥିଲେ।

ଏବେ ସିଏ କିନ୍ତୁ ଶାନ୍ତନୁ ସହ ଘର କରିବାକୁ ଚାହୁଁ ଥିଲେ।

କିନ୍ତୁ ନା ତାଙ୍କ ଘରେ ରାଜି ହେବେ ନା ଶୁଭ ତେଣୁ ସେମାନେ ଲୁଚେଇକି ବାହା ହେବେ ବୋଲି ଭାବିଲେ।

ଏଇ ଭିତରେ ୯ ମାସ ବିତିଗଲା।

୯ମାସ ହେଇଥିବାରୁ ପିଲାକୁ ନଷ୍ଟ କରିହବନି ତେଣୁ ଶେଷରେ ଜନ୍ମ ଦେଲେ ଆଉ ସହରରୁ ଏକ ନିଛାଟିଆ ଜାଗାରେ ଫୋପାଡି ଦେଇ ଆସିଲେ।

ପୋଲିସ DNA ରେପୋର୍ଟ ପାଇ ପହଞ୍ଚିଲେ ସଙ୍ଗୀତା ପାଖରେ କିନ୍ତୁ ସଙ୍ଗୀତା ମାନିବାକୁ ନାରାଜ ସେ ପିଲା ତାଙ୍କର ନୁହଁ ବୋଲି କହିଲେ।

ସ୍ବାମୀଙ୍କୁ କଲ୍ କଲେ ପୋଲିସ ସ୍ୱାମୀବି ମାନିବାକୁ ନାରାଜ କାରଣ ସଙ୍ଗୀତା କେବେ କହି ନାହାନ୍ତି ଯେ ଗର୍ଭବତୀ ଥିଲେ।

ପରେ ପୋଲିସ ତାର ଉପାୟ ରେ ପଚାରିଲେ। ଜଣାପଡ଼ିଲା ଶାନ୍ତନୁ କଥା।

ଶାନ୍ତନୁ ଆଇଡି ଯାଞ୍ଚ୍ କରିବାରୁ ଜଣା ପଡିଲା ।ଏହା ଏକ ଫେକ୍ ଏକାଉଣ୍ଟ୍ ଆଉ ଅପରାଜିତା ( ଶୁଭର କକାଙ୍କ ଝିଅ)।

ଭାଉଜ(ସଙ୍ଗୀତା) ସହ ଫେକ୍ ଆଇଡି ରେ କଥା ହେଇ ମଜା କରୁଥିଲେ। ସଙ୍ଗୀତା ଗର୍ଭବତୀ ଥିବା କଥା କାହାକୁ କହି ନଥିଲେ ତେଣୁ ସେ ବି ସଙ୍ଗୀତା ଗର୍ଭବତୀ ଥିବା କଥା ଶୁଣି ଭାବିଲେ ଭାଉଜ ଥଟ୍ଟା କରୁଛନ୍ତି। ତେଣୁ କହିଦେଲେ ପିଲାଟାକୁ ଫିଙ୍ଗି ଦିଅ। ଏମିତି କରି ଅପରାଜିତା ସମୟ ଅତିବାହିତ କରିଥିଲେ।

ପୋଲିସ ଏଥର ଅପରାଜିତା ଙ୍କୁ ଡାକିଲେ ।ଅପରାଜିତା ବହୁତ୍ ଡରିଯାଇଥିଲେ ଏଇ ସବୁ କଥା ଶୁଣି। ଆଉ ଛୋଟିଆ ମଜାକ୍ ଯେ ଏତେ ବଡ଼ ପରିସ୍ଥିତି ସୃଷ୍ଟି କରିବ ଜାଣିନଥିଲେ।

କଣ ହବ ଏଇ କଥା ଭାବି ଡରି ଯାଇଥିଲେ ଅପରାଜିତା ଆଉ ଉପାୟ ହରା ହେଇ ଆତ୍ମହତ୍ୟା କଲେ ।



Rate this content
Log in

Similar oriya story from Horror