STORYMIRROR

Dipti lekha Mishra

Tragedy

5.0  

Dipti lekha Mishra

Tragedy

ନିର୍ବାଚନ

ନିର୍ବାଚନ

2 mins
1.1K


ଅପ୍ରେଲ୍ ମାସ ୧୧ତାରିଖରେ ଲୋକସଭା ନିର୍ବାଚନ ଥିଲା ବ୍ରହ୍ମପୁରରେ ।ମୁଁ ସେଠାରେ ବୁଥ୍ ଲେବଲ୍ ଅଫିସର ।ଲୋକଙ୍କୁ ଭୋଟ ଦେବାରେ ସାହାଯ୍ୟ କରିବା ପାଈଁ ଚିରକୁଟ ବାଣ୍ଟୁଥାଏ ।ଭୀଷଣ ରୌଦ୍ରତାପ ସହ ବୁଢାବୁଢୀଙ୍କର ଭୋଟଦେବା ଆଗ୍ରହ ଦେଖି ଲାଗୁଥିଲା ଆଜିକାର ଯୁବପିଢୀ କିଛି ଶିଖିବା ଦରକାର ।ସେମାନେ ଅଶୀ ନବେ ବର୍ଷ ବୟସ୍କ ବୟସ୍କା ପରେ ବି ଦେଶ ପାଇଁ ଭଲ ଲୋକଟି କୁ ନେତା ଭାବେ ପସନ୍ଦ କରିବାକୁ ଆଗ୍ରହୀ ଅଥଚ ଆମ ଯୁବପିଢୀ କହୁଛନ୍ତି ଭୋଟ ଦେଲେ କେତେ ନ ଦେଲେ କେତେ ।ସବୁ ତ ସ୍ବାର୍ଥପର ।ସମସ୍ତେ ଆଜି ଟଙ୍କା ଲୋଭୀ ।ଯେଉଁ ଦଳ ଟଙ୍କା ଦେଲା ତାର ଚାମଚାଗିରି କରୁଛନ୍ତି ,ଭୋଟ ଦେବା ପାଈଁ ସମୟ ନାହିଁ ।

ଶହେରେ କୋଡିଏ ଭୋଟରଦାତା ନାମ କଟିଯାଇଥିବା ଯୋଗୁଁ ଭୋଟ ଦେଇପାରିଲେନି ।ତଥାପି ଫୁଟାଣି ମାରି କୁହନ୍ତି କଣ ହେଲା ତମର ନଷ୍ଟି ନା ଆମର ନଷ୍ଟି ନାହିଁ ।

ଭାରୀ ଶୋଷ ହେଉଥାଏ ।ବୁଢୀ ଲୋକଟି ଆଣି ମୋତେ ପାଣି ଗ୍ଳାସ୍ ଟି ବଢେଇଲେ ।ଶ୍ରଦ୍ଧାରେ ଦେଇଥିବାରୁ ପ୍ରବଳ ଶୋଷ ମେଣ୍ଟିବା ଡେରି ନଥିଲା ।ଟିକେ ସମୟ ମୋ ପାଖରେ ବସିଗଲେ ସେ ବୁଢୀ ମାଆ ।ଝିଅ ଦେଖିଲ ଏଇଟା କୋଉ ଖାତାରେ ଅଛି ?ବାସ୍ ଏତିକି କହି ଭୋଟରକାର୍ଡଟି ମୋ ହାତରେ ଧରାଇଦେଲେ ।

ହଠାତ୍ ମୋ ନଜରଟା ଠିକଣା ସ୍ଥାନରେ ଦେଖେ ତ ଏୟା ମୋ ଖାତାରେ ହିଁ ଅଛି ।

ବହୁତ ଖୋଜାଖୋଜି କଲି ।କିନ୍ତୁ ତାଙ୍କ ନାମଟି କୌଣସି ଖାତାରୁ ପାଇଲିନି ।ମନଟା ଭାରୀ ଦୁଃଖ କଲେ ବୁଢୀ ମାଆ ।କହିଲେ ଝିଅ ଆଜିଭଳି ଦିନରେ ଆମେ ଆମ ହାତରେ ମତଦାନ ଦେଇପାରୁଛେ ପାଟିରେ ନୁହଁ ଏଣୁ ମୁଁ ସବୁଥର ଭୋଟ ଦେଇଛି କିନ୍ତୁ ଆଜି ମୋ ଭାଗ୍ୟରେ ନାହିଁ ।ବାସ୍ ଏତିକି କହି ଦୁଇଧାର ଲୁହ ଗଡାଇଦେଲେ ।

ମୁଁ ତାଙ୍କୁ ବୁଝାଇଲି ମାଆ ତୁମେ ଚିନ୍ତା କରନି ତୁମର ନୁଆ କାର୍ଡ କରାଇଦେବି ।ସେ ହଁ ହଉ କହି ବଙ୍କୁଲୀ ବାଡିଟି ଠୁକୁଠୁକୁ କରି ଘରକୁ ଚାଲିଗଲେ ।ମୋ ମନ କିନ୍ତୁ ଭାରୀ ଅଶାନ୍ତ ଥିଲା ।ଭାବିଲି ବୁଢୀଟା ର ମିଳିଯାନ୍ତା କି ।ଗହଳି ଭିତରେ ବୁଢୀମାଆର କଥା ପାଶୋରିଦେଲି ।

ସଂନ୍ଧ୍ୟା ଛଅଟାରେ କାମ ସାରି ଘରକୁ ଫେରିଲାବେଳକୁ ଅଂଶୁଘାତରେ ପଡି ଇହଧାମ ତ୍ୟାଗ କରିଦେଇ ନୁତନ ଶରୀରରେ ଆତ୍ମା ବାସ କରିଦେବଣି ଶୁଣି ମୋ ଆଖିରୁ ଟପ୍ ଟପ୍ ଲୁହ ଝରିପଡିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy