ଶିଶିର ସାହୁ ମନୋଜ

Abstract

2  

ଶିଶିର ସାହୁ ମନୋଜ

Abstract

ନେତାଙ୍କ ଗଳା

ନେତାଙ୍କ ଗଳା

1 min
520


ଜଣେ ନେତାଙ୍କର ଦେଶରେ ବଡ଼ ହୀନସ୍ତା ହୋଇଗଲା । ଘୋଡ଼ା ଗାଡ଼ିରେ ଉଡୁ଼ଥିଲେ,ରାଜାପୁଅ ଭଳି ଚଳୁଥିଲେ ହେଲେ କିଛି ପ୍ରଗଳ୍ଭ ଲୋକଙ୍କ ଯୋଗୁଁ ତାଙ୍କ ସୌଭାଗ୍ୟରେ ଶନିଦଶା ଲାଗିଗଲା ।


 ଏବେ ସେ ବାବୁ ବଡ଼ ଅବସାଦରେ ବୁଡ଼ି ରହୁଛନ୍ତି, ପୂର୍ବ ଗୌରବ ଏଵଂ ହୃତ ସମ୍ମାନକୁ ଝୁରି ହେଉଛନ୍ତି


ତେବେ କିଛି ଦିନ ତଳେ ସେ ଏତେ ମାତ୍ରାରେ ଧୌର୍ଯ୍ୟହରା ହୋଇଗଲେ ଯେ ଆତ୍ମହତ୍ୟା କରିବାର ସାହସିକ ନିର୍ଣ୍ଣୟ ନେଇଯାଇଥିଲେ ।


ସେଦିନ ଛୁରିଟାଏ ଧରି ଆପଣାର ଗଳାକୁ କାଟିଦେବାକୁ ଉଦ୍ୟତ ହେଉଥାନ୍ତି କି ତାଙ୍କ ପରମ ପ୍ରିୟ ଚେଲାଟା ସେଠାରେ ଆସି ପହଞ୍ଚିଗଲା


ଚେଲା ଆଖିରେ ଯେମିତି ଅଭାବନୀୟ ଦୃଶ୍ୟଟି ପଡି଼ଛି ସେ ଆଶ୍ଚର୍ଯ୍ୟ ମିଶା କଣ୍ଠରେ କହିଲା


“ଏ... ଏ... ଏ କ’ଣ ଆଜ୍ଞା ?”


ନେତା କହିଲେ― “ଦେଖୁନାହଁ କି ଗଳା କାଟୁଛି, ଏ ଜୀବନ ରଖି ଆଉ କି ଲାଭ ଯେ ? ସମ୍ମାନ ନାହିଁ କି ମାସେ ହେବ ଏ ଗଳାରେ ଗୋଟାଏ ହେଲେ ମାଳାଟେ ପଡି଼ନାହିଁ”


ଚେଲା ଟା ମନରେ କ’ଣ ଭାବି କହିଲା

“ରୁହନ୍ତୁ, ମୁଁ ଏଇଠୁଁ ଯାଇ ଆସୁଛି , ଆପଣ କିଛି ନକରି କିଛି ସମୟ ଅପେକ୍ଷା କରିଥିଵେ ମୁଁ ଲେଉଟି ଆସିଲେ ଏ ଵିଷୟରେ କଥା ହେବା ।”

 

କିଛି ସମୟପରେ ସେ ଚେଲାଟା ଆଉ କିଛି ଚେଲା ଓ ମାଳା ଗୁଡି଼ଏ ଧରି ବାହୁଡି଼ଲା ଆଉ ସେତେବେଳେ ଯାଇ ସେ ନେତାଜଣକର ଜୀଵନ ରକ୍ଷା ହୋଇପାରିଥିଲା । 



Rate this content
Log in

Similar oriya story from Abstract