STORYMIRROR

Dillip Kumar Parida

Classics

3  

Dillip Kumar Parida

Classics

ନ୍ଦ୍ୱନ୍ଦ

ନ୍ଦ୍ୱନ୍ଦ

2 mins
27.7K


ସପନା ଯେତେବେଳେ ଦେଶୀ ଟୋପା ପିଇ ଦେଇ,ସାବିକୁ ବିଧା ଗୋଇଠା ମାରି ଚାଲେ,ସେତେବେଳେ ସତିଆ କଥା ତାର ଭାରି ମନେ ପଡେ I ଭଲ ଦୋକାନଟିଏ କରିଥିଲା ବୋଲି,ବାପା ଭାଇ ସିନା ତାକୁ ସପନା ସହ ବାହାଦେଇଥିଲେ,ହେଲେ ଆଜି,ନା ସେ ଦୋକାନ ଅଛି ନା କିଛି ରୋଜଗାର ଅଛି Iଏକ ଦୀର୍ଘ ପ୍ରଶ୍ୱାସକୁ ପେଟକୁ ନେଇ,ଅଙ୍ଗନବାଡିକୁ ବହାରିଲା ସାବି Iସପନା କାଲି ରାତିଠୁ ସେମିତି ମୁହଁ ମାଡି ପଡିଥାଏ ଖଟିଆ ଉପରେ Iଥରେ ତାଆଡକୁ ଚାହିଁଦେଇ ଲୁହ ଟଳମଳ ଆଖିରେ ଆଗ ପଟରୁ ତାଲା ଦେଇ ବାହାରିଗଲା ସାବି I ଘଣ୍ଟାଏ ଯାଇନି,ଗାଁ ଲୋକ ଦୌଡାଦୌଡି ହୋଇ କୁଆଡେ ଯାଉଥିବାର ଦେଖି ସାବି ମନକୁପାପ ଛୁଇଁଲା Iକେହିଜଣେ ତାକୁ ଦେଖି କହିଲା,”ଭାଉଜ,ସପନା ଭାଇଟା କୂଅରେ ପଡି ଯାଇଛି I”ଏ କଥା ଶୁଣି ତା ତଣ୍ଟି ଶୁଖିଗଲା Iକୌଣସି ମତେ ଅନ୍ୟ ଦିଦିମାନେ ତାକୁ ତାଘରକୁ ନେଇ ଯାଇଥିଲେ Iସେତେବେଳକୁ ସପନା ଶେତା ପଡି ସାରିଥାଏ Iଭିତରର ସବୁ କୋହ ଏକାଥରକେ ବାହାରି ଆସିଲା ସାବିର,ସମସ୍ତେ କୁହାକୁହି ହେଉଥିଲେ,ମଦ ନିଶାରେ ପଛ ଦରଜା ଦେଇ ସପନା ଆସି କୂଅ ଭିତରେ ପଡି ଯାଇଛି Iଶଦିନ ତା ଭାଇ ମାନଙ୍କ ସହ ସତିଆକୁ ଦେଖି ଚମକି ପଡିଲା ସାବି Iଅନ୍ତର୍ଦ୍ୱନ୍ଦରେ ସେ କେମିତି କେଜାଣି ଅସହଜ ହୋଇ ପଡୁଥିଲା Iପରିସ୍ଥିତିକୁ ଦେଖି ତା ଭାଇ ତାକୁ ଏକୁଟିଆ ଘରକୁ ଡାକିନେଇ କହିଲା,ସତିଆ କୁଆଡେ ତାନିଜ ଇଚ୍ଛାରେ ସାବିକୁ ଆପଣାଇ ନେବାକୁ ଆଗେଇ ଆସିଛି I ଏକଥା ଶୁଣି ସାବି ଚିହିଁଙ୍କି ଉଠିଲା Iଭାଇର ପାଦ ଦୁଇଟିକୁ ଜାବୁଡି ଧରି କହିଲା,”ଭାଇ ମଦୁଆ ହେଲେବି ସେ ମୋ ସ୍ୱମୀ Iତାଙ୍କଛଡା ତୁମ ସାବି ଆଉ କାହାକୁ କେମିତି ଆପଣେଇ ନେବ ବୋଲି କହୁଛ?”ଭାଇ ମାନେ ବହୁତ ବୁଝେଇଲେ I ସତିଆ ସହ ଜୀବନର ସତକୁ ସାମନା କରିବାପାଇଁ, ଶେଷରେ ସାବି ରାଜିହୋଇଥିଲା Iସତରେ ଜୀବନର ବୋଝକୁ,କେତେ ବାଟ ବା ସେ ଏକାଏକା ବୋହି ନେଇ ପାରିବ? ସତିଆକୁ ସେ ଭଲ ଭାବରେ ଜାଣିଛି ତେଣୁ ଜଣା ଲୋକ ସହ ଅଜଣା ବାଟରେ ଚାଲିଲେ ବାଟଟା ହୁଏତ ଏତେ ଦୂର ଲାଗି ନପାରେ I ଚାଲିବାରେ ତେବେ କ୍ଷତି ବା କଣ?ଜୀବନର ଦ୍ୱିତୀୟାର୍ଦ୍ଧ ଆରମ୍ଭ କରିବାକୁ ଯାଇ,କୂଳଦୀପକୁ ସାକ୍ଷୀ ରଖି ସତିଆର ପାଦତଳେ ପ୍ରଣାମ କରୁ କରୁ,ସତିଆ ସାବିକୁ ତଳୁ ଉଠାଇ ନେଲା,କିନ୍ତୁ ପରେ ପରେ ତାର ଏକ ଅତ୍ମତୃପ୍ତିର ହସ ଦେଖି ସାବି ଭବନାରେ ପଡିଗଲା I”ଏ କଣ ତମେ ଏମିତି ହସୁଛ କାହିଁକି?”ସତିଆ ଉତ୍ତରରେ ସାବି ପାଦ ତଳୁ ମାଟି ଖସିଗଲାI” ତତେ ମୁଁ ବହୁତ ଭଲ ପାଏ ଲୋ ସାବି Iତୁ କଣ ଭାବିଥିଲୁ ତୁ ସେଠି ମଦୁଆ ସପନାଠୁ ମାଡ ଗାଳି ଖାଇଥାନ୍ତୁ, ଆଉ ମୁଁ ଏଠି ଶାନ୍ତିରେ ବସି ଥାନ୍ତି?ସହି ପାରିଲିନି ଲୋ ସାବି Iତୋ ଆଖିଲୁହଗୁଡାକ  ମୋ ମନକୁ ହିଂସ୍ର କରିଦେଲେ Iଶେଷରେ ମୁଁ ସେଇଆ କଲି ଯାହା ମୋର ବହୁତ ଆଗରୁ କରିବାର ଥିଲା Iସେଦିନ ସପନାକୁ ସିଧା ବିଛଣାରୁ ଉଠେଇ ନେଇ କୂଅରେ ଫିଙ୍ଗିଦେଲି Iନିଶାତ ତାକୁ ଆଗରୁ ଖାଇ ସାରିଥିଲା ବାକି ମୁକ୍ତିଦେବା କାମଟା ମୁଁ କରିଦେଲି I”ଏକଥା ଶୁଣିବା ପରେ ସାବି ଅଣନିଶ୍ୱାସୀହୋଇ ପଡୁଥିଲା Iବୁଝିପାରୁନଥିଲା,ସେ କରିବ କ?ତାକୁ ଅନ୍ଧପରି ଭଲ ପାଉଥିବା ସତିଆ ସହ ସଂସାର କରିବ?ନା ନିଜ ସ୍ୱାମୀର ଖୁଣୀ ସତିଆକୁ କାନୁନ ହାତରେ ଧରାଇ ଦେଇ ତାଜୀବନ ଫର୍ଦ୍ଦରେ ପୂର୍ଣ୍ଣଛେଦ ଟାଣି, ଆଉ ଥରେ ନିସଙ୍ଗତାକୁ ଆପଣାଇ ନେବ?ଏ ପ୍ରଶ୍ନ ଯଦି ସାବି ଆପଣଙ୍କୁ ପଚାରେ, ତେବେ ଆପଣ ୟାର କି ଉତ୍ତର ଦେବେ?                    


Rate this content
Log in

Similar oriya story from Classics