STORYMIRROR

Sunanda Mohanty

Tragedy Action Thriller

4  

Sunanda Mohanty

Tragedy Action Thriller

ନବବଧୂ ହେଲେ ବିରବଧୂ

ନବବଧୂ ହେଲେ ବିରବଧୂ

5 mins
1

ସୈନିକ ଭାଇ ଜଣକ ରାସ୍ତା ଭୁଲି ଯାଇଥିଲେ. ସନ୍ଧ୍ୟା ସୁଦ୍ଧା କ୍ୟାମ୍ପରେ ପହଁଞ୍ଚିବାକୁ ବାଟ ପାଇନଥିଲେ. ଆସ୍ତେ ଆସ୍ତେ ଜଙ୍ଗଲରେ ବର୍ଷା ହେବା ସାଙ୍ଗକୁ ରାତି ହେଲା. ବାଘ, ଭାଲୁଙ୍କ ଡର ଥିଲା. ମୁଣ୍ଡରେ ଗଛ ଡ଼ାଳ ଓ ହାତରେ ରା଼ଇଫଲଟି ତାଙ୍କୁ କେତେ ସମୟ ବା ସୁରକ୍ଷା ଦେଇପାରିବ ଭାବି ସେ ଗୋଟେ ଗୁମ୍ଫା ଭିତରକୁ ପଶିଯାଇ ଆଶ୍ଚର୍ଯ୍ୟ ହେଲେ. ଅନେକ କଙ୍କାଳ ସେଠି ପଡିଥିଲା. ଆଶ୍ରୟ ଗୁମ୍ଫାଟି ଏବେ ତାଙ୍କୁ କାଳ ଗୁମ୍ଫା ଭଳି ପ୍ରତ୍ୟେୟମାନ ହେଉଥିଲା. କିନ୍ତୁ କୋଉ ଜନ୍ମର କୋଉ ପୁଣ୍ୟ ବଳରେ କେଜାଣି କଙ୍କାଳ ଗୁଡିକ ପାଖରେ ଗୁଲିଭର୍ତ୍ତୀ ରାଇଫଲ ପଡିଥିଲା. ସେସବୁ ଗୁଳିର କାର୍ଯ୍ୟକାରୀ କ୍ଷମତା ଅଛି କି ନାହିଁ ଜାଣିବାକୁ ଫାଙ୍କା ଆବାଜ କରୁ କରୁ ଢ଼ୋ ଢ଼ୋ ଶବ୍ଦରେ କାଳ ଗୁମ୍ଫା ପ୍ରକମ୍ପିତ ହୋଇଉଠିଲା. ଏମାନେ ନିଶ୍ଚୟ ସୈନିକ ବୋଲି ତାଙ୍କର ଦୃଢ଼ ଧାରଣା ହେଲା. ହୁଏତ ଏହି ଗୁମ୍ଫା ଭିତରେ ରହି ଶତ୍ରୁ ଆକ୍ରମଣରୁ ରକ୍ଷା ପାଇବାକୁ ନଖାଇ ନପିଇ ପ୍ରାଣ ଛାଡ଼ିଛି ଭାବୁ ଭାବୁ ତାଙ୍କର ସହ ସାଥି କିଛି ଫାଙ୍କା ଗୁଲିଚଳନା ଶବ୍ଦକୁ ଅନୁସରଣ କରି ତାଙ୍କୁ ଉଦ୍ଧାର କରିଥିଲେ ଓ କଙ୍କାଳ ଗୁଡିକ ନିଶ୍ଚୟ କାରଗିଲ ଯୁଦ୍ଧ ବେଳର ହୋଇଥାଇପାରେ ବୋଲି କହୁଥିଲେ. ସେଦିନ ରାତିରେ ଖାଇସାରି ଶୋଇବାକୁ ଗଲା ପୂର୍ବରୁ ଆସନ୍ତା କାଲିର କାର୍ଯ୍ୟକ୍ରମ ବିଷୟରେ କ୍ୟାପଟେନ ସବୁ ବୁଝାଇ ଦେଇ ଯାଇଥିଲେ. କାଲିର ଅପରେସନରେ ହୁଏତ କାହାର ଜୀଵନ ଥିବ ନଥିବ କିନ୍ତୁ ଆଜି କାହିଁକି ସୈନିକ ଭାଇଜଣଙ୍କ ଆଖିକୁ ନିଦ ଆସୁନଥିଲା. ମାଆ କଥା ଖୁବ ମନେପଡୁଥିଲା ଦିପୁଙ୍କର .ସବୁଦିନ ମାଆ ସାଥିରେ କଥା ହୋଇସାରିଲା ପରେ ଯାଇ ମାଆ ଖାଏ. କାଲିଠାରୁ ସେ ମାଆ ସାଥିରେ କଥା ହୋଇନି. ଅନ୍ୟମାନେ ସମସ୍ତେ ଶୋଇଗଲେଣି. କାହାକୁ ଉଠେଇ ଏତେ ରାତିରେ ଫୋନ ମାଗିବା ଉଚିତ ନଭାବି ସେ ନିଜ ଫୋନ ଛାଡିଆସିଥିବା ସେଇ କାଳ ଗୁମ୍ଫା ନିକଟକୁ ଦୌଡ଼ିଲେ . ସୈନିକ ହେବା ପରଠୁ ଡର ଭୟ ସେ ଭୁଲି ଯାଇଥିଲେ ଯଦିଓ ହିଂସ୍ର ଜନ୍ତୁଙ୍କ ଭୟ ଆଜି ତାଙ୍କ ମାଆଙ୍କ ପାଇଁ ଛାଡିଯାଇଥିଲା. କାଳ ଗୁମ୍ଫା ଭିତରକୁ ପଶିଯାଇ ଫୋନଟି ଉଠାଇ ମାଆକୁ ଫୋନ ଲଗାଇଛନ୍ତି କି ନାହିଁ ଶତ୍ରୁ ପକ୍ଷ ବେଢ଼ିଗଲେ. ହ୍ୟାଣ୍ଡସ ଅପ କହୁ କହୁ ଫୋନ ଭିତରୁ ମାଆ ପଚାରୁଥିଲା କିଏ? ପୁଣି କହୁଥିଲା କାଲିଠୁ ଖାଇନି ମୁଁ ଭାରି ଭୋକ. ଅନ୍ଧାର ଭିତରେ ନାରୀ କଣ୍ଠର ଏ କଥାରୁ ଶତୃପକ୍ଷର ସୈନିକ ଡରି ଗଲେ ତ କାଲି ସେଇ କାରଗିଲ ଘାଟିରେ ଶତ୍ରୁ ପକ୍ଷ ସହିତ ମୁକାବିଲା କରିବା ଏ କାଳ ଗୁମ୍ଫାରେ ଏବେ ଭୂତ ଠାରୁ ରକ୍ଷା ପାଇବାକୁ କହି ଚାଲିଯିବାକୁ ବସିଲେ.ସେମାନେ ଦଉଡି ଦଉଡି ଚାଲିଗଲା ପରେ ପୂର୍ବର ସୈନିକ ଓରଫ ଦିପୁ କହୁଥିଲେ ମାଆ ତୋ ପାଇଁ ମୁଁ ଭଲ ଅଛି. ତୁ ଖାଇବୁ ଯାଆ ମୁଁ ଯାଉଛି କ୍ୟାମ୍ପରେ ଶୋଇବି ।

    ଦିପୁ କିନ୍ତୁ ଶୋଇନଥିଲେ.ଶତ୍ରୁ ପକ୍ଷ ତାଙ୍କୁ ସେଇ କାରଗିଲ ଘାଟିରେ ସମ୍ମୁଖ ଯୁଦ୍ଧରେ ପରାସ୍ତ କରିବାର ମସୁଧା ସେ ଭାରତୀୟ ସୈନିକ ମାନଙ୍କୁ ଜଣାଇ ଦେଇଥିଲେ ଯାହା ଫଳରେ ପୂର୍ବ ଯୋଜନା ବଦଳି ନୂଆ ଯୋଜନା ଅନୁଯାଇ କାମ କରି ଶତ୍ରୁ ପକ୍ଷର ଜବାନମାନଙ୍କୁ କବଳିତ କରିବାରେ ସଫଳ ହୋଇଥିଲେ ଭାରତୀୟ ଯବାନମାନେ ତ ଏହାର ଶ୍ରେୟ ଦିପୁକୁ ଦିଆଗଲା ବେଳେ ସେ ବନ୍ଦେ ମାତରଂ କହି କାନ୍ଦିପକେଥିଲେ. ଏତିକି ବେଳେ ତାଙ୍କର ଫୋନ ଆସିଯାଇଥିଲା ମାଆ ପାଖରୁ. ନଶୁଭିବାରୁ ସେହି କାଳ ଗୁମ୍ଫାରୁ ଟିକେ ଦୁରକୁ ଚାଲିଯାଇ ମାଆ ସଙ୍ଗେ କଥା ହେଉଛନ୍ତି ଦିପୁ,କାଳ ଗୁମ୍ଫା ଜଳୁଥିଲା ହୁତହୁତ.ହେଲେ ଦିପୁ ସହ ଭାରତୀୟ ଜବାନମାନେ ସିନା ରକ୍ଷା ପାଇ ଯାଇଥିଲେ କିନ୍ତୁ ରକ୍ଷା ପାଇନଥିଲା ସେହି କଙ୍କାଳ ଗୁଡିକ. ଯାହାସବୁ କାର୍ଗିଲ ଯୁଦ୍ଧ ସମୟରେ ଶହୀଦ ହୋଇଯାଇଥିବା କିଛି ସୈନିକମାନଙ୍କର ହୋଇଥାଇପାରେ ବୋଲି ଦିପୁ କହିଥିଲେ ଓ ଅନ୍ୟମାନେ ସମ୍ମତି ପ୍ରଦାନ କରିଥିଲେ . ତଥାପି ସମସ୍ତେ ରକ୍ଷା ପାଇଯାଇଥିବାରୁ ସେହି କାଳ କୋଠରୀର ଜଳନ୍ତା ପାଉଁଶକୁ ଆଣି ଗଙ୍ଗା ମାତାଙ୍କ କୋଳରେ ବିସର୍ଜନ ଦେବାକୁ ପୁଡିଆ ପ୍ରସ୍ତୁତ କରୁଥିଲେ ଦିପୁ ସହ ଅନ୍ୟାନ ସୈନିକ ଭାଇମାନେ. ଦିପୁ କିନ୍ତୁ ଭାବୁଥିଲେ ମାଆ ଯୋଗୁଁ ତାଙ୍କ ଜୀଵନ ଥରକୁ ଥର ବଞ୍ଚିଯିବା କଥା.

   ମାଆ ତେଣେ ପୁଅ ପାଇଁ ଝିଅ ଦେଖା ଆରମ୍ଭ କରିଦେଇଥାଏ. କୋଉଠି ଝିଅ ପସନ୍ଦ ହୁଏତ କୋଉଠି ଝିଅର ବାପା ମାଆ ରାଜି ହୁଅନ୍ତି ନାହିଁ ଯବାନ ବା ସୈନିକ ଚାକିରୀ କରିଥିବା ପୁଅକୁ ଝିଅ ଦେବାକୁ. ଏମିତି ଏମିତି ଖୋଜା ଚାଲିଥିଲା ବେଳେ ପ୍ରସ୍ତାବକ କହିଲେ ଗୋଟେ ଭାରି ସୁନ୍ଦର, ଗୁଣର, ରୂପବତୀ ଝିଅ ଅଛି କିନ୍ତୁ ତାର ସର୍ତ୍ତ ହେଲା ତା ବାପା ଫୌଜିରେ ଥିଲାବେଳେ କୋଉଠି କେମିତି କେଵେ ଶହୀଦ ହେଲେ ତାର ପ୍ରମାଣ ନାହିଁ. କିନ୍ତୁ କାର୍ଗିଲ ଯୁଦ୍ଧରେ ପ୍ରାଣ ହରେଇଥିଲେ. ତାଙ୍କ ସହ ଅନେକ ସୈନିକ ମଧ୍ୟ କାର୍ଗିଲ ଯୁଦ୍ଧରେ ପ୍ରାଣ ହରେଇଥିଲେ ମଧ୍ୟ କୋଉଠି ଓ କିପରି ତାର ସୂଚନା ଯିଏ ଦେଇପାରିବ ସେ ସେହି ପୁଅକୁ ବିବାହ କରିବ. ମାଆଙ୍କ ଠାରୁ ଏସବୁ କଥା ଶୁଣି ଦିପୁଙ୍କର ମନେ ପଡିଥିଲା ସେହି କାଳ କୋଠରୀ କଥା ଓ ଯୋଉଠି ସେ କିଛି କଙ୍କାଳ ମାନଙ୍କୁ ଭେଟିବା ସହ ତାଙ୍କ ପାଖରୁ କିଛି ପିସ୍ତଲ ପାଇଥିଲେ ଓ ଜାଣିସାରିଥିଲେ ସେମାନେ ହିଁ କାରଗିଲ ଯୁଦ୍ଧରେ ପ୍ରାଣହାରାଇଥିବା ସୈନିକମାନେ. ସେମାନଙ୍କୁ ଉଦ୍ଧାର କରି ନିଜ ଦେଶ ଭାରତବର୍ଷକୁ ସେହି କଙ୍କାଳଗୁଡିକ ପଠାଇବାକୁ ଯୋଜନା କରୁଥିବା ବେଳେ ଏକ ହମଲା ପରବର୍ତ୍ତୀ ସମୟରେ ସେହି କଙ୍କାଳ ଗୁଡିକର ଉଦ୍ଧାର କରିବାକୁ ସମର୍ଥ ହେବା ପରିବର୍ତ୍ତେ ମୁଠାଏ ପାଉଁଶ ରୂପେ ପାଇଥିଲେ ଯାହା ଆଜିବି ଭାରତୀୟ ସରକାରଙ୍କ ପାଖେ ଗଛିତ ରଖାଯାଇଛି. ଏସବୁ କଥା ଦିପୁଙ୍କଠାରୁ ମାଆ ଓ ମାଆଙ୍କ ଠାରୁ ଝିଅଘର ଯାଏଁ ପହଁଚିଲା ପରେ ଝିଅ ଓ ତା ପରିବାର ଲୋକଙ୍କ ମୁହଁ ଉଜ୍ଜ୍ୱଳ ଦିଶିଲା. ସବୁ ପରୀକ୍ଷା ପରେ ଜଣାଅପଡ଼ିଥିଲା ସେହି ଝିଅ ମାଧବୀର ବାପା ଓ ଅନ୍ୟ ଶହୀଦ ମାନଙ୍କର ଚିତାଭସ୍ମର ଠିକଣା ତ ମାଧବୀଙ୍କର ଦିପୁଙ୍କ ସହିତ ବାହାଘର ହେବାରେ ଆଉ କିଛି ପ୍ରତିବନ୍ଧକ ନଥିଲା. ମାଆଙ୍କ ପସନ୍ଦର ଝିଅକୁ ନଦେଖି ମଧ୍ୟ ଦିପୁ ବିବାହ କରିଥିଲେ ଓ ମାଧବୀଙ୍କ ପରିବାର ସହିତ ଆଉ ଆଠ ପରିବାର ସାମିଲ ହୋଇ ସରକାରୀ ଚିତାଭସ୍ମ ନେଇ ଗଙ୍ଗାନଦୀରେ ବିସର୍ଜ୍ଜନ କରିବାର ସୁଯୋଗ ପାଇଥିଲେ.ସେଦିନ ତୋପ ସଲାମୀ ବାଜି ଉଠଥିଲା ବେଳେ ବାହାଘର ଦିନ ଏତେ ବର୍ଷା ହୋଇଥିଲା ଯେ ସମସ୍ତେ କହୁଥିଲେ ଦିପୁ ଆମର ସୈନିକ ହୋଇ ଦେଶର ଛତା ସାଜି ଥିବା ବେଳେ ମାଧୁରୀ ତା ଜୀବନର ଛତା ସାଜି ବର୍ଷା ଡାକି ଆଣିଛି.ବାହାଘର ଦିନ ଏତେ ବର୍ଷାରେ ସମସ୍ତେ କହୁଥିଲେ ଦିପୁ ଆମର ସୈନିକ ହୋଇ ଦେଶର ଛତା ସାଜି ଥିବା ବେଳେ ମାଧୁରୀ ତା ଜୀବନର ଛତା ସାଜି ଆସିଛି.ମାଧୁରୀ ହସି ହସି କହୁଥିଲା ମୁଁ ଛତା କି ରେନକୋର୍ଟ କିଏ ଜାଣିଲା!ତ ସମସ୍ତେ ହସୁଥିଲେ ଓ କହୁଥିଲେ ଠିକକଥା.ଦିପୁ ଦେଶର ଛତା ସାଜିଥିବା ବେଳେ ମାଧୁରୀ ଦିପୁ ଜୀବନର ରେନକୋର୍ଟ ନିଶ୍ଚୟ.

    ସୈନିକ ଜୀବନରେ ଆନନ୍ଦ ଉଲ୍ଲାସର ସମୟ ବହୁତ କମ ଥାଏ ତ ବାହାଘର ପରେ ପରେ ଦିପୁ ଫେରିଯାଇଥିଲେ ନିଜ କର୍ତ୍ତବ୍ୟ କରିବାକୁ. ମାଧୁରୀ ମାଆଙ୍କର ଖୁବ ସେବା ଯତ୍ନ କରୁଥାନ୍ତି ମାଆ କିନ୍ତୁ ପ୍ରତି ରାତିକୁ ଚାହିଁଥାଆନ୍ତି. ପୁଅ ଦିପୁ ସହ ଘଡିଏ କଥା ହେଲାପରେ ଖାଇବାକୁ ଯାଆନ୍ତି. ଏବେ ଦିପୁର ଫୋନ ଲାଗୁନାହିଁ. ମାଆ ବ୍ୟସ୍ତ ବିବ୍ରତ ହୋଇ ଖାଇବା ଛାଡି ଦେଇଛନ୍ତି. ଶେଷକୁ ମାଧୁରୀ କହିଲେ ମୁଁ ଯାଉଛି ଆପଣଙ୍କ ପୁଅ ଦିପୁଙ୍କୁ ଫେରାଇ ଆଣିବି. ଆମର ଯେତିକି ଜମି ବାଡ଼ି ଅଛି ତାକୁ ଚାଷ କରି ଓ ମାଛ, କୁକୁଡ଼ା ଓ ବତକ ପାଳନ କରି ଆମେ ଠିକ ଚଳିପାରିବା. ଦେଶ ସେବା ଯେତିକି ହେଲା ସେତିକି କହି ମାଧୁରୀ ସିନା ବାହାରି ଗଲେ କିନ୍ତୁ ସେ ଠିକ ଜାଣିଥିଲେ ଦିପୁ ଆଉ ନାହାଁନ୍ତି, ଶହୀଦ ହୋଇସାରିଛନ୍ତି କିନ୍ତୁ ତାଙ୍କ ମରଶରୀର ଠାଵ ହୋଇ ପାରିନି. ବରବଧୂ ସେ. ପିଲାଦିନୁ ମଧ୍ୟ ବାପାଙ୍କ ଶହୀଦ ହେବା ଓ ମର ଶରୀର ଠାଵ ହୋଇନପାରିବା ଭଳି କଷ୍ଟ ସେ ସହିଛନ୍ତି କିନ୍ତୁ ମାଆଙ୍କୁ ଜଣେଇ ନାହାଁନ୍ତି. ମଧୁକାକାଙ୍କୁ ମାଆଙ୍କ ଦାଇତ୍ୱ ଦେଇ ଦିପୁଙ୍କ ପାଖକୁ ଯାଉଛି ତାଙ୍କୁ ଗାଁକୁ ଫେରାଇ ଆଣିବି କହି ଚାଲିଗଲେ ମାଧୁରୀ. ସେଠି ପହଁଚିଲା ପରେ ସେ ଚାହିଁଥିଲେ ଥରେ ମାତ୍ର ସେହି କାଳଗୁମ୍ଫା, ଯୋଉଠି ତାଙ୍କ ବାପାଙ୍କ ସହିତ ଆଠ ପରିବାରର କର୍ତ୍ତା କାର୍ଗିଲ ଯୁଦ୍ଧରେ ପ୍ରାଣ ହରାଇଥିଲେ ସେଠାକୁ ଥରେ ଯାଇ ସେ ଗୁମ୍ଫା ଦେଖିବାର ଇଛାକୁ ସମ୍ମାନ ଜଣାଇ କ୍ୟାପଟେନ ଜଣେ ସୈନିକ ଭାଇଙ୍କ ସଙ୍ଗେ ମାଧୁରୀଙ୍କୁ ସେଠାକୁ ପଠେଇଥିଲେ ।

   ମାଧୁରୀ ସେଠାରେ ପହଁଞ୍ଚି ଯାହା ଦେଖିଲେ ଆଖିକୁ ବିଶ୍ୱାସ କରିପାରିନଥିଲେ. ସେହିଠାରେ ଦିପୁଙ୍କ ଗଳିତ ଶବ ପଡିଥିଲା. ଦିପୁଙ୍କର ସେହି ସ୍ଥାନକୁ ଗମନା ଗମନ ଜାଣି ଶତ୍ରୁ ପକ୍ଷରୁ ତାଙ୍କୁ ସେହିଠାରେ କାବୁ କରି ଶହୀଦ କରିଥିଲେ.ଏବେ ମରଶରୀର ଗାଁକୁ ଯିବାକଥା. କେମିତି ଏକଥା ମଧୁକାକା ବା ମାଆଙ୍କୁ ଜଣେଇବେ ବୁଝିପାରୁନଥିବା ବେଳେ ଶହୀଦ ଶୋଭାଯାତ୍ରା ଗାଁରେ ପହଁଞ୍ଚି ସାରିଥିଲା. ମାଆ ଦେଖା ଯାଉନଥିଲେ. ମଧୁକାକା ମୁହଁ ତଳକୁ କରି ଠିଆ ହୋଇଥିଲେ. ଶେଷକୁ କହିଲେ ବୋହୂମା ତୁମେ ଯେମିତି ଦିପୁ ବାବୁଙ୍କ କଥା ମତେ ଲୁଚେଇଲ ମୁଁ ମଧ୍ୟ ସେମିତି ମାଆଙ୍କ ମୃତ୍ୟୁ ବିଷୟରେ ତୁମକୁ ଜଣାଇ ପାରିନାହିଁ. ସ୍ଥାଣୁ ପାଲଟି ଯାଇଥିଲେ ମାଧୁରୀ. ଭାବୁଥିଲେ ଦିପୁ ଦେଶର ଛତା ହୋଇ ଶହୀଦ ହେଲାବେଳେ ସେ ନା ସ୍ୱାମୀଙ୍କ ଜୀବନରେ ରେନକୋର୍ଟ କି ଛତା ହୋଇପାରିଲେ ନାହିଁ. ଏମିତିକି ମାଆଙ୍କ ଜୀବନର ଢାଲ. ମଧୁକାକା ଡାକୁଥିଲେ ଚାଲ ମାଆ ସମସ୍ତେ ତୁମକୁ କଣ କାଗଜ ପତ୍ର ଦେବାକୁ ଖୋଜୁଛନ୍ତି. କିନ୍ତୁ ଟଳି ପଡ଼ିଥିଲେ ମାଧୁରୀ ନବବଧୂ ସେଇଠି.ସ୍ୱାମୀଙ୍କ ଚିତାରେ ବୀରବଧୂ ହେବାକୁ. ମଧୁକାକା ବିଚରା ଭୋ ଭୋ ରଡି ଛାଡୁଥିଲେ.ବର୍ଷା କିନ୍ତୁ ଛାଡିବାର ନାମ ଧରୁନଥିଲା ।



Rate this content
Log in

Similar oriya story from Tragedy